ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ। ସୂଚନା ଅନୁସାରେ, ଜାନୁଆରୀ ୫ ତାରିଖରେ ନାବାଳିକା ଜଣକ ଗାଁ ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ଅଲେଖ ଓ ସନ୍ତୋଷ ତାଙ୍କୁ ଟେକି […]
ଭୁବନେଶ୍ୱର : ବାଡ଼ିରେ ଚକ ବୁଲାଇ ବୁଲାଇ ଆଗରୁ କୁମ୍ଭକାରମାନେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ଆକୃତିର କୁଡ଼ୁଆ ସହ ଟେରାକୋଟା ଆଦି ତିଆରି କରୁଥିଲେ। ଏଥିପାଇଁ କୁମ୍ଭକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏବେ ଏଥିରୁ ମିଳିବ ମୁକ୍ତି। ଆଜି କୁମ୍ଭକାରମାନଙ୍କୁ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ମାଗଣାରେ ପ୍ରଦାନ କରାଯାଇଛି ଇଲେକ୍ଟ୍ରିକ ଚକ। ଏଥିରୁ ପାରମ୍ପରିକ ଚକଠାରୁ ଢେର ଅଧିକ ସାମଗ୍ରୀ ତିଆରି କରିପାରିବ। ଏହି ଇଲେକ୍ଟ୍ରିକ ଚକକୁ ଆଜି ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ […]
ବରଗଡ଼ : ବରଗଡ଼ ପାଇକମାଳରେ ମୃତ ଘୋଷିତ ଯୁବକ ଜୀବନ୍ତ ଫେରିବା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଓ ବରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍। OHRC ଏହି ନୋଟିସ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ADGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC। ସେହିପରି ସଂପୃକ୍ତ ଯୁବକଙ୍କ ମାନସିକ ଚିକିତ୍ସା କରାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ପୀଡ଼ିତ ଯୁବକ ଏବଂ ଗିରଫ ୨ ଯୁବକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଚିକିତ୍ସା ଓ […]
ଖୋର୍ଦ୍ଧା: ଯୌତୁକ ପାଇଁ ବୋହୂକୁ ନିଆଁରେ ପୋଡ଼ି ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗତ୍ରୟ ଗାଁରେ। ଗାଁର କାଳିକା ସାହିର ରବି ବାରିକ,ତାଙ୍କ ସ୍ତ୍ରୀ ଓ ପୁଅ ସହ ମିଶି ବୋହୂକୁ ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ମହିଳା […]
ବୌଦ୍ଧ: ସେବାଶ୍ରମ ସ୍କୁଲ୍ଗୁଡ଼ିକର ଶିକ୍ଷକ କର୍ମଚାରୀମାନେ ପିଲାଙ୍କୁ ନିର୍ଯାତନା ଦେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ସେଥି ପାଇଁ ବିଭିନ୍ନ ସମୟରେ ପିଲାମାନେ ସେବାଶ୍ରମ ଛାଡ଼ି ପଳାଇ ଆସୁଥିବା ନଜିର ରହିଛି । ସେମାପାଜୁ ଘଞ୍ଚ ଜଙ୍ଗଲରେ ୪ ନାବାଳିକା କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକାମାନେ ହେଲେ କନ୍ଧମାଳ ଜିଲ୍ଲା ବିଳାବାଡି ଆଦିବାସୀ ହରିଜନ ସେବାଶ୍ରମର ଛାତ୍ରୀ। ସେବାଶ୍ରମରେ ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଆଶ୍ରମରୁ ଲୁଚି ପଳାଇ ଆସିଥିବା କହିଛନ୍ତି ଜଣେ […]
କେନ୍ଦୁଝର: ରୋଗୀଙ୍କ ସେବା ପାଇଁ ନର୍ସିଂ ତାଲିମ ନେଉଥିବା ଛାତ୍ରୀଙ୍କ ଜୀବନ ଏବେ ବିପଦରେ। କେନ୍ଦୁଝର ସରକାରୀ ହେଲ୍ଥ କେୟାର ଟ୍ରେନିଂ ସେଣ୍ଟରର ଛାତ୍ରୀଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେବାକୁ ଛାତ୍ରୀମାନେ ଟ୍ରେନିଂ ନେଉଛନ୍ତି। ହେଲେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ତାଲିମ। କ୍ଲାସ୍ରୁମର ଅବସ୍ଥା ଖରାପ ଥିବାରୁ ବାହାରେ ସେମାନଙ୍କୁ ପାଠ ପଢ଼ାଯାଉଛି। ହଷ୍ଟେଲ ଅବସ୍ଥା ମଧ୍ୟ ଖରାପ। ୨ଟି କୋଠରୀରେ ରହୁଛନ୍ତି ୭୭ ଜଣ ଛାତ୍ରୀ। ଶିକ୍ଷାନୁଷ୍ଠାନର ୯ଟି କୋଠରୀ ମଧ୍ୟରୁ ୬ଟି […]
ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ କର୍ପସ୍ ପଣ୍ଡ ଓ ହୁଣ୍ଡି ଟଙ୍କା ଜମା ହୋଇଛି ଏକ ଘରୋଇ ବ୍ୟାଙ୍କରେ। କୋଟିଏ କି ଦୁଇ କୋଟି ନୁହେଁ, ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇଯାଇ YES ବ୍ୟାଙ୍କରେ ଜମା ହୋଇଛି। ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିରର ସମସ୍ତ ପାଣ୍ଠିର ମାଲିକ ମନ୍ଦିର ପରିଚାଳନା କମିଟି। ଅଭିଯୋଗ ହେଉଛି, ମହାପ୍ରଭୁଙ୍କ […]
କେନ୍ଦୁଝର: ଆନନ୍ଦପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୁନ୍ଦରାପାଳ ନିକଟରେ ଥିବା ମା’ ଗଡ଼ଚଣ୍ଡୀ ପୀଠରେ। ବିବାହ ଉତ୍ସବକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ସୂଚନା ଅନୁସାରେ ସୁନ୍ଦରାପାଳ ଗାଁରେ ଦୁଇଟି ବିବାହ ହେଉଥିଲା। କୌଣସି କାରଣକୁ ନେଇ ଦୁଇ ବରଯାତ୍ରୀ ଦଳ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହା ପରେ ବଚସା ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରତର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୭ବର୍ଷୀୟ ବାଳକ ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁସାରେ, ସିଆରପି ଛକ ନିକଟସ୍ଥ ମୁଣ୍ଡାସାହି ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହେବାରୁ ନିଆଁ ଲାଗି ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ରେଫର କରାଯାଇଛି। ଅନ୍ୟମାନେ ଏବେ […]
ଚାନ୍ଦବାଲି: ଚୋରା ମଦ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦକୁ ରାସ୍ତାରେ ଢାଳି ଦେଲେ ଉତ୍ତ୍ୟକ୍ତ ମହିଳା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା କରଣପଲ୍ଲୀରେ। ସୂଚନା ଅନୁସାରେ ବାସୁଦେବପୁରରୁ ଧାମରା ଆଡ଼କୁ ଏକ ଗାଡ଼ିରେ ଚୋରା ମଦ ଯାଉଥିବା ଖବର ପାଇ ସେମାନଙ୍କର ପିଛା କରିଥିଲା ନାୟକାଣ୍ଡି ଥାନା ପୁଲିସ। ପୁଲିସଠାରୁ ବର୍ତ୍ତିବା ପାଇଁ ମଦ ବୋଝେଇ ଗାଡ଼ିଟି କରଣପଲ୍ଲୀ ଗାଁରେ ପଶିଯାଇଥିଲା। ଗାଡ଼ି ଭର୍ତ୍ତି ବିଦେଶୀ […]
ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ। ପିସିସି ସଭାପତିଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଦଳୀୟ କର୍ମୀ ଏବଂ ପଞ୍ଚାୟତସ୍ତରୀୟ କିଛି ନେତାଙ୍କ ସହ ସେ ବିଜେଡିରେ ଯୋଗଦେବେ। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳ ଛାଡ଼ିଥିବା କହୁଥିଲେ ହେଁ, କଂଗ୍ରେସର ସ୍ଥାନୀୟ ନେତୃତ୍ୱରେ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିପାରିନି। […]
ଭୁବନେଶ୍ୱର: ଚୀନରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ମିସେସ୍ ୟୁନିଭର୍ସ ହୋଇଛନ୍ତି ଅମିତା ପଣ୍ଡା। ବିଜୟୀ ମୁକୁଟ ପିନ୍ଧିବା ପରେ ସେ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅମିତା ପଣ୍ଡା ପେଶାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର। ତାଙ୍କର ଏକ ଝିଅ ଅଛି। ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁ ପରିଚିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିପାଇଁ ସେ ଦୁଇବର୍ଷ ତଳୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ପ୍ରଥମେ ମିସେସ୍ ଇଣ୍ଡିଆ […]
କେନ୍ଦ୍ରାପଡ଼ା: ମାର୍ଶାଘାଇ ମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଳା ବେହେରାଙ୍କୁ ନିଲମ୍ବନ କରାଯାଇଛି। ଏହା ସହ ସ୍କୁଲର ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ଅମରେଶ ଖଟୁଆ ଏବଂ ମୋନାଲିସା ବିଶ୍ୱାଳଙ୍କ ଦରମା ବନ୍ଦ କରାଯାଇଛି। ଗତକାଲି ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ପଟ୍ଟନାୟକ ନିଖୋଜ ଥିଲେ। ପରେ ରାତିରେ ସ୍କୁଲ ପାଖ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ […]
କଟକ : ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ବଳି ବନ୍ଦ ପାଇଁ ଛତର ଯାତ୍ରାର ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ବଳିସ୍ଥଳ ତଥା ରାସ୍ତାକଡ଼ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। […]
ବରଗଡ଼(ଦୀପକ ଶର୍ମା): ମହାରାଣୀ ପଦ୍ମାବତୀଙ୍କ ପାଇଁ ପାଟଶାଢ଼ି କିଣିଲେ ମଥୁରା ନରେଶ ମହାରାଜ କଂସ। ଆଜି ସେ ପାତ୍ର ଓ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ କରିବା ସମୟରେ ଜାତୀୟ ହସ୍ତତନ୍ତ ମେଳା ପରିଦର୍ଶନ କରିଥିଲେ। ବିଭିନ୍ନ ପ୍ରକାର ପାଟ ଶାଢ଼ି ଦେଖି ମହାରାଣୀ ପଦ୍ମାବତୀଙ୍କ କଥା ତାଙ୍କର ମନେ ପଡ଼ିଥିଲା। ମହାରାଣୀଙ୍କୁ ଖୁସି କରିବାକୁ ତାଙ୍କ ପାଇଁ ପାଟଶାଢ଼ି କିଣିଛନ୍ତି ମହାରାଜ କଂସ। ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ କମ୍ପୁଛି ମଥୁରା । ମହାରାଜ […]
ଭୁବନେଶ୍ୱର : ଚକୋଲେଟ୍ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି। ଗରୁଡ଼ ପୁରାଣର ପୌରାଣିକ କଥାବସ୍ତୁକୁ ନେଇ ଚକୋଲେଟରେ ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ହୋଟେଲ ମ୍ୟାନେଜମେଣ୍ଟର ସେଫ୍ ରାକେଶ ଏବଂ ତାଙ୍କ ଟିମ୍ ଏହି ଗରୁଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିଲେ । ଗରୁଡ ଅମୃତ ଆଣିବାକୁ ଯିବା ସମୟରେ ଶେଷନାଗ ତାଙ୍କୁ କିଭଳି ପ୍ରତିହତ କରିଥିଲା ତାହା ଏହି ମୂର୍ତ୍ତି ଜରିଆରେ ଦର୍ଶାଇଛନ୍ତି ସେଫ। ପୌରାଣିକ କଥାବସ୍ତୁ ଉପରେ ଯୁବପିଢ଼ିଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି […]
ଭୁବନେଶ୍ୱର : ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, […]
ଭୁବନେଶ୍ୱର : ଭାରତ ବନ୍ଦ କରି ଫସିଗଲେ ଆନ୍ଦୋଳନକାରୀ। ବିନା ହେଲମେଟରେ ମହଙ୍ଗା ପଡ଼ିଲା ରାଲି। ଟ୍ରାଫିକ୍ ଡିସିପି ସାଗରିକା ନାଥ୍ କହିଛନ୍ତି ଯେ, ଭାରତ ବନ୍ଦ ବେଳେ ବିନା ହେଲମେଟ୍ରେ ରାଲି ପାଇଁ ହେବ ଜରିମାନା। ସିସିଟିଭି ଫୁଟେଜ୍ ଆଧାରରେ ଜରିମାନା କରାଯିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ଅନୁରୂପ କାର୍ଯ୍ୟ ପାଇଁ ଜରିମାନା ଆଦାୟ ହୋଇଥିଲା। ସୂଚନା ଅନୁଯାୟୀ, ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ […]
ରାଉରକେଲା : ଗୋଟିଏ ବାଇକ୍କୁ ଠେଲିଲେ ୧୦ ଟଙ୍କା । ଏମିତି ଏକ ଦୃଶ୍ୟ ହେଉଛି ଦେଖିବାକୁ ମିଳିଛି ରାଉରକେଲାର । ବନ୍ଦର ପ୍ରଭାବ ପରେ ପ୍ଲାଣ୍ଟ କର୍ମଚାରୀ ଏଭଳି ଅଭିନବ ପ୍ରୟାସ କରିଛନ୍ତି । ମୁଖ୍ୟ ରାସ୍ତାରେ ବନ୍ଦ ପାଳନ ଚାଲିଥିବାବେଳେ ପ୍ଲାଣ୍ଟର କର୍ମଚାରୀମାନେ ଗାନ୍ଧି ରୋଡ଼ ନିକଟରେ ରିଙ୍ଗ ରୋଡ଼ ରେଳ ବ୍ରିଜକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ବାଛି ନେଇଥିଲେ। ଆଉ ସଂଯୋଗକାରୀ ରାସ୍ତା ବହୁତ ଉଠାଣି ଥିବାରୁ ଗାନ୍ଧୀ ରୋଡ଼ ବସ୍ତିର […]
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ କଡ଼ାକଡ଼ି ହେଲା ନିୟମ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ ୧୦୦ ଟଙ୍କା ଫାଇନ। ଆସନ୍ତା ୧୫ ତାରିଖରୁ ନିୟମ କଡ଼ାକଡ଼ି ଲାଗୁ ନେଇ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗରୁ ପ୍ରକାଶ, ଅନେକ ସମୟରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ […]
ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି। ଗତ ମହାଷ୍ଟମୀରେ ମାମୁଁ ପୁଅ ଭାଇକୁ ବଳି ଦେଇଥିବା ଭାଇ, ତନ୍ତ୍ରମନ୍ତ୍ର ଦ୍ୱାରା ନିଜ ସ୍ୱାର୍ଥସାଧନ ଅନ୍ଧବିଶ୍ୱାସକୁ ନେଇ ନିଜ ଭଉଣୀକୁ ଏଥର ବଳି ଦେଇଛି । ଯାହାର […]
ମୋହନା (ମିହିର ଯତି): ପ୍ରେମ ବିବାହ କରି ସାତଜନ୍ମ ପାଇଁ ଜୀବନସାଥୀ ହୋଇ ରହିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ତ୍ରୀ ଭୁଲିଗଲା ୧୪ ବର୍ଷର ପ୍ରେମ ସମ୍ପର୍କ। ଯାହାର ପରିଣାମ ସ୍ୱରୂପ ସ୍ୱାମୀଙ୍କୁ ମାରିଦେବା ପାଇଁ ପ୍ରେମିକ ସହ ମିଶି ରଚାଇଲେ ଭୟଙ୍କର ହତ୍ୟାକାଣ୍ଡ। କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ […]
ଭୁବନେଶ୍ୱର : ପୁଣି ବଢ଼ିଲା ବସ୍ ଭଡ଼ା । ଅଟୋମେଟିକ୍ ମେକାନିଜିମ୍ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା ୯୯ ପଇସା ହେଲା ୧ ଟଙ୍କା ୧ ପଇସା। ଏସି ଡିଲକ୍ସ କିମି ପିଛି ଥିଲା ୧ ଟଙ୍କା ୨୧ ପଇସା ହେଲା […]
ଭୁବନେଶ୍ୱର : ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର। ଯାହାକୁ ନେଇ ଚିନ୍ତାରେ ଖାଉଟି। କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ […]
ଭୁବନେଶ୍ୱର : ସହରର ଗଳି କନ୍ଦିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ପୁଳା ପୁଳା ଚିତ୍ର। ସବୁଠି ସିସିଟିଭି ନାହିଁ କି ଟ୍ରାଫିକ୍ ପୁଲିସ ବି ନାହାଁନ୍ତି। ତେଣୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ଏ ଚିତ୍ର ସରକାରଙ୍କ ପାଖରେ ପହଁଞ୍ଚାଇବାକୁ ଆପଣ ବି ବନିପାରିବେ ମାଧ୍ୟମ। ସାଧାରଣ ଲୋକଟିଏ ବି ହୋଇପାରିବ ସଡ଼କ ସୁରକ୍ଷାର ସିଟିଜେନ୍ ରିପୋର୍ଟର । ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରେ ଆସିଛି ଏହି ପ୍ରସ୍ତାବ। ହେଲେ ଏଥିରେ ମୋହର ଲାଗିବା ପୂର୍ବରୁ […]