ଭୁବନେଶ୍ୱର : ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ […]
କଟକ/ବାଙ୍କୀ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ବାଙ୍କୀ ରଣସଙ୍ଖ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବସ୍। ବସ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଭାରସାମ୍ୟ ହରାଇ ବସ୍ଟି ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାଙ୍କୀରୁ କଟକ ଅଭିମୁଖେ ଆସୁଥିଲା ଘରୋଇ ଲୋକନାଥ ବସ୍।
ଭୁବନେଶ୍ୱର : ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ ସେପ୍ଟେମ୍ବର ୨୫ରେ ବି ଅପରାଧିକ ମାମଲା ଥିଲେ ସତ୍ୟପାଠରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନିଜ ଦଳର ୱେବସାଇଟ୍ ସହ ଖବରକାଗଜ […]
କୋଣାର୍କ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରକୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାର ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା […]
ବାଲେଶ୍ୱର/ସୋର : ପିଲାଟିଏ ଜନ୍ମ ହେଲେ ବାପା ମାଆ ଭାବିଥାନ୍ତି ବୁଢାକାଳେ ସେମାନଙ୍କୁ ସହାୟ ହେବ। ହେଲେ ବୃଦ୍ଧ କାଳେ ଯଦି ବାପାମାଆଙ୍କୁ ପିଲାମାନେ ହେୟ କରିବେ, ତାହେଲେ ତାଙ୍କ ପାଇଁ ଜରା ନିବାସ, ନହେଲେ ଅନାଥ ଆଶ୍ରମ ସାହା ଭରସା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ପୁଅର ମାଡ ଭୟରେ ଜଣେ ବୃଦ୍ଧ, ଘର ଛାଡି ଆସି ପହଞ୍ଚିଛନ୍ତି ବାଲେଶ୍ୱର ବସ୍ଷ୍ଟାଣ୍ଡରେ। ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତାଙ୍କୁ ଉଦ୍ଧାର କରି […]
କୋରାପୁଟ : ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍ସିତା। ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଦୁର୍ବଳ ହୋଇଛି। ଏହା ଉତ୍ତର ଉପକୂଳ ଓଡ଼ିଶାରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ତେବେ ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୧୯ ତାରିଖରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ […]
ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ […]
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ । ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଠିକାଦାର ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ସରକାର , ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଂଜିନିୟର ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌତମ ରାୟ ଓ ଅଭିଳାଷ […]
ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ । ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ । ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରିର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। […]
ଭୁବନେଶ୍ୱର : ‘କରୋନା’ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲ ଗୁଡ଼ିକୁ […]
ରେଢ଼ାଖୋଲ : ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ। ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ତାଙ୍କ […]
ସାଲେପୁର : କଟକ ସାଲେପୁର ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର ଦୂରୀକରଣ ଓ ବସ୍ଷ୍ଟାଣ୍ଡ ଠାରୁ ଥାନା ଛକ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରହିବା ପ୍ରତିବାଦରେ ରାସ୍ତାରୋକ୍। ପ୍ରବଳ ବର୍ଷା ସତ୍ତ୍ୱେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ କଟକ-ଚାନ୍ଦବାଲି ରାସ୍ତାକୁ ୬ ଘଣ୍ଟା ଧରି ବନ୍ଦ ରଖିଥିଲେ। ବହୁ ସମୟ ଧରି ରାସ୍ତାରୋକ୍ ହେବାପରେ କଟକ ଉପଜିଲ୍ଲାପାଳ, ସାଲେପୁର ଏସଡ଼ିପିଓ ଓ ତହସିଲଦାର ପହଞ୍ଚି ଅାନ୍ଦୋଳନକାରୀଙ୍କ ସହ ଅାଲୋଚନା କରିଥିଲେ। ଏନେଇ […]
ଭୁବନେଶ୍ୱର(ଓଡିଶା ରିପୋର୍ଟର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍ସିବି) ମେଡିକାଲ୍ର ହେବ ନବକଳେବର। ଏସ୍ସିବି ହେବ ବିଶ୍ୱସ୍ତରୀୟ ମେଡିକାଲ୍। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଛି। ସେହି ପ୍ୟାକେଜ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ଦେଇଛନ୍ତି। ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର ଓ ଉଠାଦୋକାନ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ ହେବ ଜମି। ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ଆଜି ରାଜ୍ୟରେ ଶୀତ ଲହରି ଅନୁଭୂତ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଅନୁଗୁଳ, ସୋନପୁର, ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭ରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୨୮ରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର […]
ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ୍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୟଶ୍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର […]
ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ […]
ଯାଜପୁର : ଯାଜପୁର ଜିଲ୍ଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। ଏହି ମାମଲାର ଅଭିଯୁକ୍ତ ପିଣ୍ଟୁର ଭିଣୋଇ ହେଉଛନ୍ତି କନ୍ଷ୍ଟେବଲ ସନ୍ତୋଷ ବାରିକ। ଭିଣୋଇ ସନ୍ତୋଷଙ୍କ ମୋବାଇଲ ଫୋନ୍ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ନାବାଳିକାଙ୍କୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ମଧ୍ୟ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ […]
ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନବଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ପିସିସି ସଭାପତି ନବ ଦାସ। କଂଗ୍ରେସରେ ଗୋଷ୍ଠୀକନ୍ଦଳ ସଂପର୍କରେ ନବ ଦାସ କହିଛନ୍ତି, ଫାଟ ନ ଥିଲେ ବାଟ ବାହାରିବ ନାହିଁ। ଆଜିର ବୈଠକରେ ବିଭିନ୍ନ ନେତାଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା ହୋଇଛି। ୭୫% ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତି AICCକୁ ଦେଇଛନ୍ତି। ଅଗଷ୍ଟରେ ରାହୁଲ ଗାନ୍ଧି ଓଡ଼ିଶା […]
ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ । ଯାହାକୁ ନେଇ ଚର୍ଚ୍ଚା ଜୋର । ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ । ମିଳିଥିବା ସୂଚନା ମୁତାବକ , ଏସ.ଏଚ.ଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଭୋଜି କରୁଥିଲେ। ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏକ ବିଷଧର ମଲା ଚିତି ସାପ ଦେଖିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ […]
ଭୁବନେଶ୍ୱର: ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି ନିଷ୍କାସନ ପାଇଁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ଉପୁଜିଛି, ତାର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା 0674-2430038 ବନ୍ୟା ପରିସ୍ଥିତି ନେଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୯ଟି ଅଭିଯୋଗ ଆସିଛି। ସମସ୍ୟାର ସମାଧାନ କରିବାକୁ ୪୦ ଅଫିସରଙ୍କ ସହ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। […]
ସମ୍ବଲପୁର : ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ। ନାସିକ୍ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍ଟି ବୁର୍ଲା ପିସି ବ୍ରିଜ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍ ଓଲଟିଥିବା ଖବର […]
କଟକ/ନିଆଳି: ଡାକ୍ତରଖାନାରେ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଭୋଗିବାକୁ ପଡ଼ୁଛି ଦୟନୀୟ ପରିସ୍ଥିତି। ଲଗାଣ ବର୍ଷା ଯୋଗୁଁ କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଛି ବର୍ଷା ଜଳ। ଛାତରେ ଫାଟ ଥିବା ଯୋଗୁ ଉପରୁ ଅନବରତ ପାଣି ଗଳୁଛି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଲେବର୍ ରୁମ୍ ଏବଂ ଅପରେସନ୍ ଥିଏଟର୍ରେ ଆଣ୍ଠୁଏ ପାଣି ଜମିଛି। ଗତ ଦୁଇ ଦିନ ଧରି ଏପରି ପରିସ୍ଥିତି ଲାଗି ରହିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।