ଭୁବନେଶ୍ୱର : ରାଜ୍ୟର ୨୫ଟି ଜିଲ୍ଲାର ୫ ହଜାର ଯୁବକଯୁବତୀଙ୍କୁ ନେଇ ଆରମ୍ଭ ହୋଇଛି ଅଣରାଜନୈତିକ ସଂଗଠନ ‘ୟୁଥ୍ ଫର୍ ଆକ୍ସନ୍’ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ ହେବା ସହ ଲୋଗୋ ଓ ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଂଗଠନର ଆଗାମୀ ୧୦୦ ଦିନିଆ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା ବେଳେ ସେହି ଅନୁସାରେ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି। ଅଭିନେତା ତଥା ପାନି ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆମୀର ଖାନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱଚ୍ଛତା […]
ସୋନପୁର /ବାଲିଗୁଡ଼ା/ବଣାଇ : ୫ ଦିନ ପରେ ପୁଣି ରାଜ୍ୟକୁ ଫେରିଛି ହାଡ଼ଥରା ଜାଡ଼ । ୧୦ ଡ଼ିଗ୍ରୀ ତଳକୁ ଖସିଛି ୧୩ଟି ସହରର ତାପମାତ୍ରା। ସୋନପୁର ପୁଣି ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବାବେଳେ ବଣାଇ ଓ ଦାରିଙ୍ଗିବାଡ଼ିରେ ବି ଅସହ୍ୟ କରୁଛି ଶୀତ। ପାଣିପାଗ ବିଭାଗ କହିଛି ଆସନ୍ତା ୫ଦିନ ଯାଏଁ ତାପମାତ୍ରା ସବୁଆଡେ ପ୍ରାୟ ସମାନ ରହିବ । ତେଣେ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଉପରେ କୋରଡ଼ା ମାଡ଼ […]
ଭୁବନେଶ୍ୱର : ଟିଣ୍ଡର ଆପ୍ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ […]
ବଲାଙ୍ଗିର : ଜେଲ୍ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୁଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ । ଗତକାଲ କୋର୍ଟ ପୁଞ୍ଜିଲାଲ୍ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି […]
ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି। ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବାହାରେ ତାଲା ଝୁଲୁଥିଲା […]
ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ […]
ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ। ଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ […]
ନରସିଂହପୁର : ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ । କଟକ ଜିଲ୍ଲା ବଡ଼ମ୍ବା ଭଟ୍ଟାରିକା ଠାରେ ମହାନଦୀରେ ଡ଼ଙ୍ଗାଟି ବୁଡ଼ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ନିଖୋଜ ଯୁବକ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନୀଲ କୁମାର ସାହୁ । ଜଗତସିଂହପୁର ରଘୁନାଥପୁର ଇଲେକ୍ଟ୍ରିକାଲ ଡିଭିଜନରେ ସେ ଏସ୍ଡିଓ ଭାବେ କାର୍ଯ୍ୟ କରୁଥିଲେ। ସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ଭଟ୍ଟାରିକା ବୁଲିବାକୁ ଯାଇଥିଲେ । ଭଟ୍ଟାରିକା ଘାଟରୁ ଅନ୍ୟ ୨ ସାଙ୍ଗଙ୍କ […]
ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲ୍ରେ ଥିବା ବେଳେ ଗତକାଲି ଆଖି ବୁଜିଛନ୍ତି ତାଙ୍କ ମା’। ରୋଗାଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂର୍ବାହ୍ନ ୧୧ ଟାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କୁ ମୁଖାଗ୍ନି ଦେବା ସହିତ ଶବ ସତ୍କାର କରିବା ପାଇଁ ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ […]
ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା […]
କଟକ : କଟକ ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି । ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା । କିନ୍ତୁ ଥାନାରେ ଥିବା ପାଇଖାନାରେ ଅଭିଯୁକ୍ତ ଜଣଙ୍କ ଫିନାଇଲ ପିଇ ଦେଇଥିଲା । ଅବସ୍ଥା ଗୁରୁତର ହେବାରୁ […]
ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୧୮ ଜଣ ଗିରଫ । ପୁଲିସ ବିଭିନ୍ନ ସ୍ଥାନରୁ ଏହି ଅଭିଯୁକ୍ତଙ୍କୁ ଧରିବା ପରେ ସମସ୍ତଙ୍କୁ ଗିରଫ କରିଛି। ଗତକାଲି ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ । ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପୁରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ । ଏହି […]
ବରଗଡ଼ : ମଥୁରା ନଗରୀରେ ଧର୍ମର ବିଜୟ ହୋଇଛି । ଭଣଜା କୃଷ୍ଣ ହାତରେ ବଧ ହୋଇଛି ମାମୁ କଂସ । ଏହାସହ ନୀରବି ଯାଇଛି ରଙ୍ଗମହଲ ଏବଂ ରାଜ ଦରବାର । ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଗତକାଲି ମଞ୍ଚସ୍ଥ ହୋଇଥିଲା କଂସବଧ । ଅନ୍ୟ ଦିନ ଭଳି ମଥୁରା ନଗରୀ ଭ୍ରମଣ କରି ମହାରାଜା କଂସ ରାଜ ଦରବାରକୁ ଆସିଥିଲେ । ଶୟନ କକ୍ଷରେ ସ୍ୱପ୍ନରେ ଛାୟାକୃଷ୍ଣଙ୍କୁ […]
ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ କାର୍ ଡ୍ରାଇଭର ସନ୍ତୋଷ ନାୟକ। ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲା ନନ୍ଦିଘରରେ । ଚିରଞ୍ଜିବୀଙ୍କ ଝିଅ ନୟାଗଡ଼ରେ ପାଠ ପଢ଼େ। ଏଥିପାଇଁ ଚିରଞ୍ଜିବୀଙ୍କ […]
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଓ୍ୱାଲ କ୍ଲାଇମ୍ବିଂ ଚାମ୍ପିଅନସିପର ଉଦଯାପନୀ ଉତ୍ସବରେ ମଞ୍ଚ ଉପରେ ହୋଇଛି ଅସଦାଚରଣ । ଚାମ୍ପିଅନସିପ୍ର ଚେୟାରମ୍ୟାନ ବ୍ରିଗେଡିୟର ଏମ୍.ପି. ଯାଦବଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ମଞ୍ଚ ଉପରେ ସମସ୍ତଙ୍କ ଆଗରେ ଯୁବତୀଙ୍କୁ କୁଆଡ଼େ ସଂପୃକ୍ତ ବ୍ରିଗେଡିୟର ଅସଦାଚରଣ କରିଥିଲେ । ତେବେ ଅସଦାଚରଣକୁ ବିରୋଧ କରିବାରୁ ଯୁବତୀଙ୍କ ଅନ୍ୟ ଦୁଇ ଭଉଣୀଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାଡ଼ ମାରିଥିବା […]
ଢ଼େଙ୍କାନାଳ ( ରାଜଶ୍ରୀ ଶତପଥୀ) : ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ହାଡ଼ ଥାନା ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବବିତା କବି ନାମକ ଜଣେ ମହିଳାଙ୍କୁ ଆକ୍ରମଣ ପରେ ଏତଲା ଦେବା ପାଇଁ ବାରମ୍ବାର ଥାନାକୁ ଯାଇ ନିରାଶ ହୋଇଥିଲେ । ଏପରିକି ଘଟଣା ନେଇ ଜ୍ଞାନ ରଞ୍ଜନ ବେହେରା ନାମକ ଜଣେ ଯୁବକ ଥାନାକୁ ପଚରା ଉଚୁରା ପାଇଁ ଯାଇଥିଲେ । ତେବେ […]
ଭୁବନେଶ୍ୱର : ଆସନ୍ତାକାଲିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସରେ ୫ଦିନ ପାଇଁ ଲୋକସେବା ଭବନର ଉଦ୍ୟାନରେ ଯେକେହି ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ। ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକ ଉଠାଇପାରିବେ। ସେଥିପାଇଁ ଚଳିତମାସ ୧୧, ୧୨,୧୯,୨୫ ଓ ୨୬ତାରିଖ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ […]
ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ଆଜି ଆଉ ୨ଜଣ ସରକାରୀ ଅଧିକାରୀ ଓ ୪ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘ଫାଇଭ୍-ଟି’ ଅନ୍ତର୍ଗତ ରାଜ୍ୟ ସରକାର ୨ଜଣ ଇଞ୍ଜିନିୟର ଯଥା- ବରଗଡ଼ରେ ଅବସ୍ଥାପିତ ଆରଡବ୍ଲ୍ୟୁଏସ୍ଏସ୍ର ଏକଜ୍ୟୁକିଟିଭ ଇଞ୍ଜିନିୟର ନାରାୟଣ ତିହାଡ଼ି ଓ ଜନସ୍ୱାସ୍ଥ୍ୟ ବିଭାଗର ସହାୟକ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବାବେଳେ ୪ଜଣ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରିଛନ୍ତି । […]
ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମୁଖା ପିନ୍ଧା ଯୁବକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂ ଅଞ୍ଚଳରେ ଏଭଳି ଗୁଣ୍ଡାରାଜ ଦେଖିବାକୁ ମିଳିଛି । ହାତରେ ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ୨୦ରୁ ଅଧିକ ମୁଖାପିନ୍ଧା ଯୁବକ ହଠାତ୍ ମାର୍କେଟ୍ ବିଲ୍ଡିଂର ଏକ ମଲ ସାମ୍ନାରେ ଥିବା ଉଠା ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଦୋକାନୀ ବାଡ଼ାପିଟା ସହ ବ୍ୟାପକ ଭଙ୍ଗାରୁଜା […]
ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପିର ବିରାଟ ଶୋଭାଯାତ୍ରା। ନାଗରିକତା ସଂଶୋଧନ ଆଇନ CAA ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏ ସମ୍ପର୍କରେ ଅବଗତ କରାଉଛି ବିଜେପି । ଲୋକଙ୍କ ବିଶାଳ ସମାଗମ ହିଁ ଏବେ CAAକୁ ନେଇ ଲୋକଙ୍କ ସମର୍ଥନ ଥିବା […]
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଆଉ ବର୍ଷେ ଅନୁମତି ପ୍ରସଙ୍ଗରେ ଜାରି ରହିଛି ରାଜନୈତିକ ବୟାନବାଜି। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି ଯେ ଉପା ସରକାର ବେଳେ ପୋଲାଭରମ ଏକ ପ୍ରତିଶ୍ରୁତି ଥିଲା। ଆନ୍ଧ୍ର ବିଭାଜନ ବେଳେ ପୋଲାଭରମ କେନ୍ଦ୍ରର ପ୍ରତିଶ୍ରୁତି ଥିଲା। ତେଣୁ ଭାରତ ସରକାରଙ୍କୁ ଉକ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ତେବେ ଓଡ଼ିଶା ସ୍ୱାର୍ଥ ସଂପର୍କରେ ଉତ୍ଥାପନ ପ୍ରସଙ୍ଗକୁ ଦୃଷ୍ଟି ଦିଆଯିବା ଉଚିତ ବୋଲି ସେ […]
ଭୁବନେଶ୍ୱର : ରାଜଧାନୀରେ ବିଶାଳ ଚାଷୀ ଧାରଣା। କଂଗ୍ରେସ ଆହ୍ୱାନରେ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। କୃଷିଋଣ ଛାଡ଼ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏଥିସହ ଧାନର ଏମ୍ଏସପି ବୃଦ୍ଧି, ଚାଷୀଙ୍କୁ ବୋନସ୍, ପେନସନ, ବୀମା ଟଙ୍କା ପ୍ରଦାନ ଓ ରବି ଫସଲ ପାଇଁ ସହାୟତା ଦାବିରେ ଧାରଣା ଦେଇଛି କଂଗ୍ରେସ। ଦଳ ଅଭିଯୋଗ କରିଛି ମୋଦି ସରକାର ଉତ୍ପାଦନ ଖର୍ଚ୍ଚକୁ କମ୍ ଦେଖାଇ MSP ନିର୍ଦ୍ଧାରଣ କରିଛନ୍ତି। ଏହା […]
ଭୁବନେଶ୍ୱର : ‘ଟିଣ୍ଡର’ ଡେଟିଂ ଆପ୍ରେ ଡାର୍ଟି ଗେମ୍। ପ୍ରଥମେ ସମ୍ପର୍କ, ପରେ ସେକ୍ସ ଆଉ ତା’ପରେ ଧୋକ୍କାବାଜିର ଜଘନ୍ୟ ଖେଳ। ଏପରି ଖେଳରେ ଫସିଛନ୍ତି ଏକ ଘରୋଇ ବ୍ୟାଙ୍କର ଅଧିକାରୀ। ସେ ରହୁଛନ୍ତି ରାଜଧାନୀରେ। ହେଲେ ଡେଟିଂ ଆପ୍ ‘ଟିଣ୍ଡର’ର ମାୟାରେ ବାୟା ହୋଇ ଫସିଯାଇଛନ୍ତି ଜାଲରେ। ଆଉ ତାଙ୍କ ପାଇଁ ଜାଲ ବିଛାଇଥିଲେ ଜଣେ ଯୁବତୀ। ସିଏ ରାଜଧାନୀର ଏକ ଘରୋଇ କଲେଜରେ କୁଆଡ଼େ ପାଠ ପଢ଼ାନ୍ତି। ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍ […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ଆସାମ ସରକାର ବ୍ୟାନ୍ କରିବା ପରେ ଓଡ଼ିଶାକୁ ଆସୁଥିବା ମାଛକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ମାଛର ଅନୁଧ୍ୟାନ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଆସୁଥିବା ମାଛରେ ରାସାୟନିକ ଦ୍ରବ୍ୟ ‘ଫର୍ମାଲିନ୍’ ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯିବ। ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ କଥା ହୋଇ ତଦନ୍ତ ବ୍ୟବସ୍ଥା କରାଯିବ ବୋଲି […]