କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁକରି ପିଲାଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷାରେ କଟକ ସହରର ରକ୍ସି ଲେନ୍, ରାଜାବଗିଚା, ମେରିଆ ସାହି, ପଟାପୋଲ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। କଟକ ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]
ଭୁବନେଶ୍ୱର : ଏଥର ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଗ୍ରାମପଂଚାୟତର ହାତୀସହି ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକ ସନ୍ତରା ପଂଚାୟତ ହୁତାପୁର ଗାଁର ଜାପାନୀ ମାଝୀ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।
ବଲାଙ୍ଗିର(ମନୋରଞ୍ଜନ ଯୋଶୀ) : ଜେଲ୍ରୁ ବାହାରିଲେ ପୁଞ୍ଜିଲାଲ ମେହେର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ହାଇକୋର୍ଟଙ୍କ ୪ ଦିନିଆ ଜାମିନ ବଳରେ ଜେଲରୁ ମୁକୁଳିଛନ୍ତି ପୁଂଜିଲାଲ। ଉଲ୍ଲେଖନୀୟ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ପୁଞ୍ଜିଲାଲ୍ ମେହେର। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ। ଜାମିନ୍ ଦେବା ସହ ପୁଞ୍ଜିଲାଲ୍ଙ୍କ ପାଇଁ କଡ଼ା ସର୍ତ୍ତାବଳୀ ଜାରି ହୋଇଛି। ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନ ଭେଟିବାକୁ କଡ଼ା ନିର୍ଦ୍ଦେଶ […]
ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ। ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସେହି ସମୟରେ ଭିଆଇପି ଏନ୍କ୍ଲୋଜରରେ ବସିବେ […]
ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ। ଅାଜି ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଜୟବିଜୟ ଦ୍ୱାରର ଫାଟ ମଧ୍ୟ ଅାଜିଠାରୁ ମରାମତି କରାଯିବ। ନାଟମଣ୍ଡପର ଦୁର୍ବଳ ପଥରକୁ ବି ସଜଡ଼ା ଯିବ। […]
କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ। ଖବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି ସଂପର୍କୟ ସାନ ଭାଇ ସହ ଫେରୁଥିବା ବେଳେ ତାଙ୍କୁ ସେହି ଗାଁର ଦିଲୀପ ସେଠୀ ଓ ତା’ର ୩ ଜଣ ଭାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। […]
ଭୁବନେଶ୍ୱର: କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପିସିସି ସଭାପତି […]
ରାଉରକେଲା: ଶିଳ୍ପ ନିରାପତ୍ତା ସୁରକ୍ଷା ବଳ ବା CISF ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ହେଉଥିବାବେଳେ ରାଉରକେଲାରୁ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଜାଲ୍ ଡକୁମେଣ୍ଟ ଜରିଆରେ ପରୀକ୍ଷା ଦେଉଥିବା ଅଭିଯୋଗରେ ଗତକାଲି ରାଉରକେଲା ପୋଲିସ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ ସାଇଟ୍ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା […]
ଭୁବନେଶ୍ୱର : ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ପାଖରେ ଥିବା ଫଳ ବଜାରରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ମା ତାରିଣୀ ଭେଣ୍ଡିଂ ଜୋନରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି।
ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନକୁ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଆଜି ଉଭୟ ଜିଲ୍ଲାରେ ଦୁଇଟି ଜନ ସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ। କୋରାପୁଟ ଜିଲ୍ଲା ଜୟପୁର ଠାରେ ଆୟୋଜିତ ସିଏଏ ସଚେତନତା ଜନସମାବେଶକୁ ସମ୍ବୋଧିତ କରି ରୂପା ଗାଙ୍ଗୁଲୀ କହିଥିଲେ ଯେ, ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛିା […]
ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍ସିବି) ମେଡିକାଲ୍ର ନବକଳେବର ହେବ। ଏସ୍ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର୍ସ ଓ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର୍ସ ଭଙ୍ଗାଯିବ। ଏହା ଦ୍ୱାରା ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବା ଆକଳନ କରାଯାଇଛି। ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍ ହେବ। ଏଥି ସହ ଯିବାଆସିବା ପାଇଁ […]
ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ ସ୍ଥାନ ସହ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ଥିବାରୁ ବିଜେଡି ସରକାର ଭାବାବେଗ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା […]
ଭୁବନେଶ୍ୱର : ପାଟଣାଗଡ଼ ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ। ପୁଞ୍ଜିଲାଲଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ମିଳିଲା ଅନ୍ତରୀଣ ଜାମିନ। ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ୨୮ ତାରିଖ ଦିନ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଅନ୍ତରୀଣ ଜାମିନ ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନ ଅବଧିରେ ଗଣମାଧ୍ୟମକୁ ନଭେଟିବାକୁ କଡ଼ା ନିର୍ଦ୍ଦେଶ ରହିଛି। କିଛି […]
ଯାଜପୁର: ବ୍ୟାସନଗର ସ୍ଥିତ ଏକ ବିସ୍କୁଟ୍ ଓ ତେଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ନର୍ସିଂ ଟ୍ରେଡିଂ ଏଜେନ୍ସିର ଗୋଦାମରେ ନିଆଁ ଲାଗି ପାଖାପାଖି ୫ ଲକ୍ଷ ଟଙ୍କାର ବିସ୍କୁଟ ପୋଡ଼ି ପାଉଁସ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଚାନ୍ଦବାଲି(ବାସୁଦେବ ଦାସ) : ବ୍ୟାଙ୍କ ଭିତରେ ସାପ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାଲିଗାଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଶାଖାରୁ ଉଦ୍ଧାର ହୋଇଛି ନାଗ ସାପ। ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସବୁଦିନ ପରି ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜ କାଉଣ୍ଟରରେ ବସି କାମ କରୁଥିଲେ। ଏହି ସମୟରେ ଗୋଟିଏ ନାଗ ସାପ୍ ଷ୍ଟୋର ରୁମ୍ରୁ ବାହାରି କାଉଣ୍ଟର ଆଡକୁ ଯାଇଥିଲା। ଏହା ଦେଖି ବ୍ୟାଙ୍କରେ ଟଙ୍କା ଜମା […]
ଆସ୍କା: ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଧନେଇ ନଈରେ ବନ୍ୟାଜଳ ପ୍ରବେଶ କରିଛି। ସେପଟେ ଆସ୍କା ସ୍ଥିତ କବିସୂର୍ଯ୍ୟନଗର ଚମ୍ପେଇତପୁରରେ ବାଘୁଆ ବ୍ରିଜ୍ ବୁଡ଼ିଯାଇଛି। ବ୍ରିଜ୍ ଉପରେ ପାଣି ଚାଲିବାରୁ ବ୍ରହ୍ମପୁର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯାହାଫଳରେ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସିକା ଓ କବିସୂର୍ଯ୍ୟନଗର ଅଂଚଳରେ ହଜାର ହଜାର ଚାଷ ଜମି ଜଳମଗ୍ନ ହେବା ସହ ଅନକେ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଆସିକା ଗୌଡ଼ଗୋଠ ଗାଁ […]
ଭୁବନେଶ୍ୱର : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଉଡ଼ିବ। ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟରୁ ୧୦ରୁ ଅଧିକ ନୂଆ ରୁଟ୍ରେ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଗତ ୨୦ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ସୁରତକୁ ଏୟାର୍ ଇଣ୍ଡିଆ ବିମାନ […]
ନୂଅାପଡ଼ା : ନୂଅାପଡ଼ା ସଦର ବ୍ଲକ ଗୁରଜୀଭଟ୍ଟାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଅାଜି ମଧ୍ୟାହ୍ନ ସମୟରେ ହଠାତ ଘୂର୍ଣ୍ଣିଝଡ଼ ହେବା ଫଳରେ ଗୁରଜୀଭଟ୍ଟା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଘୂର୍ଣ୍ଣିଝଡ଼ ଫଳରେ ଗାଁରେ ଥିବା ବିଦ୍ୟୁତ୍ ଖୁଣ୍ଟି ଉପୁଡି ଯାଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି। ସେପଟେ ଏପର୍ଯ୍ୟନ୍ତ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା […]
ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି। କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ […]
ରାୟଗଡ଼ା : ପ୍ରବଳ ବର୍ଷାରୁ ରାୟଗଡ଼ା ମୁନିଗୁଡା ଅଞ୍ଚଳରେ ଅସ୍ତବ୍ୟସ୍ତ ଜନଜୀବନ। ବିଷମକଟକ ବ୍ଲକ୍ ପାଇକଡାକୁଲୁଗୁଡା ଓ ଥୁଅାପାଡି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଅାପାଡି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲିଛି। ସେହିପରି ପାଇକଡାକୁଲୁଗୁଡାଠାରେ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତ ଧୋଇ ଯିବାରୁ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି। ରାସ୍ତା ମରାମତି ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ […]
ରାୟଗଡ଼ା : ରାୟଗଡ଼ା କଲ୍ୟାଣୀ ନଈରେ ଭୟଙ୍କର ବନ୍ୟା ଅାସି ଧୋଇଗଲା ପୋଲ । ଏ ଘଟଣା ଏବେର ନୁହେଁ , ଗତବର୍ଷ ଜୁଲାଇ ୧୬ରେ କଲ୍ୟାଣସିଂହପୁର ବାସୀଙ୍କ ପାଇଁ ଆସିଥିଲା ଏଭଳି ଦୁର୍ଦ୍ଦିନ। ବାଉଁଶ ଭେଳାରେ ପାରି ହେଉଥିଲେ ମହିଳା, ରୋଗୀ ଓ କୁନିକୁନି ପିଲା। ଏବେ ମଧ୍ୟ ସୁଧୁରିନି କିଛି। ପୋଲ ଧୋଇବାକୁ ବର୍ଷେ ପୁରିବାକୁ ବସିଥିଲେ ମଧ୍ୟ ଅବସ୍ଥାରେ କିଛି ସୁଧାର ଅାସିନି। ସେତେବେଳେ ବାଉଁଶ ଭେଳାରେ ନଈପାରି ହେଉଥିବା ୫ଟି ପଞ୍ଚାୟତର […]
ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ସକାଳୁ ରାସ୍ତା ପାର୍ଶ୍ୱର କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଶାସନ ଥାନା ପୁଲିସ୍ […]
ପୁରୀ : ଆଜି ହେବାକୁ ଥିବା ବିଶ୍ୱକପ୍ ଫୁଟବଲ ଫାଇନାଲ ମ୍ୟାଚ ପାଇଁ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଏହି ଅବସରରେ ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକ ଶିଳ୍ପୀ ମାନସ ସାହୁ ଫ୍ରାନ୍ସ ଓ କ୍ରୋଏସିଅାର ଜାତୀୟ ପତାକାର ବାଲୁକାକଳା କରିଛନ୍ତି। ୧୫ ଫୁଟ ଓସାରରେ ଏହି ବାଲୁକ କଳା ନିର୍ମାଣ କରିବାକୁ ପାଖାପାଖି ୧୫ ଟନ ବାଲି ବ୍ୟବହାର କରାଯାଇଛି। ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କର ଛାତ୍ରଛାତ୍ରୀ ମାନେ […]
କଟକ : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । କାହିଁକି ଜାଣିଛନ୍ତି ? ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍ଫୁଡ୍କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ସଭିଙ୍କ ପ୍ରିୟ ଦହିବରା ଆଳୁଦମ । କଟକର ଦହିବରା ବ୍ୟବସାୟୀ ବାବୁଲା ସାହୁ ଏହି ଫୁଡ୍ ଫେଷ୍ଟିଭାଲ୍ରେ ଭାଗ ନେଇ ସମସ୍ତଙ୍କୁ ପଛରେ ପକାଇବା ପରେ ଏବେ […]