ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିବେ । ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୂପ ଏହି ପଦ୍ମବେଶ […]
ଭୁବନେଶ୍ୱର : ସ୍ମାର୍ଟସିଟିରେ ଦେଖାଦେଉଥିବା କୁତ୍ରିମ ବନ୍ୟା ପାଇଁ କେନ୍ଦ୍ର ଦାୟୀ । ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସିଧାସଳଖ ଦାୟୀ କରି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଅାଉ ଏପଟେ ଛବି ସୁଧାରିବାକୁ ୭ଟି ନୂଅା ଡ୍ରେନ୍ ନିର୍ମାଣ ନାଁରେ ଅାଉ ଏକ ଫନ୍ଦି ବାହାର କରିଛି ବିଏମ୍ସି। ତେବେ ଏହି ୭ଟି ଡ୍ରେନ୍ କେତେ ସହାୟକ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। ଉବୁଟୁବୁ ସ୍ମାର୍ଟସିଟି। ଭୁବନେଶ୍ୱର […]
ଭୁବନେଶ୍ୱର : ଏଣିକି ବସ୍ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ପୁରୁଷ ବସିଲେ ଦେବାକୁ ପଡିବ ଜରିମାନା। ଏହାସହ କଟକଣା ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍। ମଙ୍ଗଳବାର ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ୍ ଭବନରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ପାଇଁ ବସ୍ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଏସ୍ପିଓ ହ୍ୱାଟ୍ସ […]
ବାଲେଶ୍ୱର : ସମ୍ବଲପୁର ଓ ବଲାଙ୍ଗିର ପରେ ଅାଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମାଛ ଗୋଦାମରେ ରେଡ୍। ବଜାରରେ ଗଚ୍ଛିତ ଥିବା ମାଛରେ ବିଷାକ୍ତ ଫର୍ମାଲିନ୍ ମିଶାଯାଉଛି କି ନାହିଁ ତାର ନମୂନା ଯାଞ୍ଚ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇଥିଲା। ବିଷାକ୍ତ କେମିକାଲ୍ସ ମିଶିବା ଘଟଣା ପ୍ରଘଟ ହେବାପରେ ଏବେ ଉଭୟ ଗ୍ରାହକ ଓ ମାଛ ବ୍ୟବସାୟଙ୍କ ଉପରେ ଏହାର ପ୍ରଭାବ ପଡିଛି। […]
ମୋହନା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ଅନେସା […]
ଭୁବନେଶ୍ୱର : ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ […]
ଭୁବନେଶ୍ୱର : ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଏକ ଚେୟାର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରି କହିଛନ୍ତି ଯେ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ […]
ଭୁବନେଶ୍ୱର : ଗବେଷଣା ଲାଗି ଉଦ୍ଦିଷ୍ଟ OUAT କୁକୁଡ଼ା ଫାର୍ମରେ bird flu ସଂକ୍ରମଣ। ପରେ ତ୍ୱିରତ ପଦକ୍ଷେପ ରୋଗ ଯେଭଳି ନବ୍ୟାପିବ ସେଥିଲାଗି ଫାର୍ମର ସବୁ କୁକୁଡାଙ୍କୁ ମାରି ପୋତାଯାଇଛି। OUAT ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁଡ଼ାଙ୍କୁ ସଂଗ୍ରହ କରି ମରାଯାଉଛି। ଘରୋଇ ଭାବେ କୁକୁଡ଼ା ରଖିଥିବା ଚାଷୀ, ଫାର୍ମ ଓ ଚିକେନ କାଉଣ୍ଟର ସବୁଠୁ କୁକୁଡ଼ା ସଂଗ୍ରହ ହେଉଛି। ସେପଟେ ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ […]
ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ବଦଳାଉଛନ୍ତି। ଏହାର ତଦନ୍ତ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଯୁବକ ଭଗବାନ ବାଘ ଏନେଇ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୋଗ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଭଗବାନ ବାଘ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରି ତଦନ୍ତ କରିବାକୁ କୋର୍ଟ ବୀରମହାରାଜପୁର ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ […]
ପୁରୀ: ଜିଲ୍ଲା କାରାଗାରରେ ଜଣେ ଆଜୀବନ ବନ୍ଦୀର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ତ୍ରିଲୋଚନ ମଲ୍ଲିକ। ତାଙ୍କ ଘର କାକଟପୁର ଅଂଚଳରେ। ତ୍ରିଲୋଚନ ଆଜି ସକାଳୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିଲୋଚନ ୨୦୦୬ ମସିହାରେ ତାଙ୍କ ପୁତୁରାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ରୁ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ।
କଟକ: ପାର୍ଟନରସିପ୍ରେ ଚାଲିଥିଲା ବ୍ରାଉନସୁଗାର ବେପାର। କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ସ୍କର୍ପିଓରେ ଚାଲାଣ ହେଉଥିଲା ଏହି ଧଳା ଜହର, ଆଉ ଏହି ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କଟକର ଖପୁରିଆ ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏହି ରାକେଟ୍ର ପର୍ଦ୍ଦାଫାସ କରିଛି। ବ୍ରାଉନସୁଗାର ଖଡ଼ଗପୁରରୁ ଅଣାଯାଇଥିଲା, ଏହା ଜଳେଶ୍ୱରରେ ପହଞ୍ଚିବା ପରେ କଟକ […]
କଟକ: ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶା ଯାଉଥିବା ଅଭିଯୋଗ ପରେ କଟକରେ ବିଭିନ୍ନ ମାଛ ଗୋଦାମ ଉପରେ ଚଢ଼ଉ ହୋଇଛି। କଟକ ପ୍ରେସ୍ ଛକରେ ଥବା ମାଛ ଗୋଦାମରେ CMC ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରେ ମହଜୁଦ ଥିବା ମାଛକୁ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରୁଛି CMC। ସ୍ୱାସ୍ଥ୍ୟ ବିଭାଗ ଗତକାଲି ସହରର ବିଭିନ୍ନ ସ୍ଥାନରୁ ସଂଗୃହୀତ ୮ଟି ନମୂନା ପରୀକ୍ଷାରୁ ନେଗେଟିଭ୍ ବାହାରିଥଲା। ତେବେ ଆଜି ନମୂନା ସଂଗ୍ରହ ଓ ପରୀକ୍ଷା ପରେ କଟକ […]
ଭୁବନେଶ୍ୱର : ଏନ୍ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍ସି ଓ ଏସ୍ଟି ସହ ଓବିସି ରଖିବାକୁ ଦାବି କରାଯାଇଛି ବୋଲି ସେ କହିଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି। […]
ଭୁବନେଶ୍ୱର : ୫୮ ବର୍ଷରେ ଜଣେ ନିଗମ କର୍ମଚାରୀଙ୍କ ଅବସର ନେଇ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ୭ ପ୍ରତିଶତ ସୁଧ ସହ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ହାଉସିଂ କର୍ପୋରେସନର ବ୍ରିଜେଶ ଗିରି ନାମକ ଜଣେ ସିନିୟର ଆକାଉଣ୍ଟାଣ୍ଟ ଅଫିସରଙ୍କ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଘୋଷଣା ଏବଂ ଲାଗୁ ମଧ୍ୟରେ ବଳି ପଡ଼ିଥିଲେ ବ୍ରିଜେଶ। ଘୋଷଣା ଦିନରୁ ଲାଗୁ ମଧ୍ୟରେ ଥିବା […]
ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ। ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ […]
ଭୁବନେଶ୍ୱର : ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ‘ଏକାମ୍ର ପ୍ୟାକେଜ୍ ’ ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ପ୍ୟାକେଜ୍ ଘୋଷଣା ହୋଇଛି। ଅଧିଗୃହୀତ ସମସ୍ତ ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରାଯିବ। ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାଁ […]
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ। ଫାର୍ମରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା । OUAT ରିସର୍ଚ୍ଚ ଫାର୍ମରେ ୨/୩ ଦିନ ହେଲା କୁକୁଡ଼ା ମରୁଥିଲେ । କୁକୁଡ଼ାଙ୍କ ସାମ୍ପଲ ଭୋପାଳ ଟେଷ୍ଟିଂ ଲ୍ୟାବ୍ ପଠାଯାଇଥିଲା । ଆଜି ଲ୍ୟାବ୍ରୁ ରିପୋର୍ଟ ଆସିବା ପରେ […]
ଭୁବନେଶ୍ୱର : କାମରୁ ବାରଣ କରାଯିବା ପରେ ବି ବିମାନ ବନ୍ଦର ଟର୍ମିନାଲ ଲିଙ୍କ୍ ବିଲିଡିଂ କାମ କରୁଥିଲା ଦିଲ୍ଲୀପ କନଷ୍ଟ୍ରକସନ କମ୍ପାନୀ। ବିମାନ ବନ୍ଦର ପ୍ରାଧିକରଣ ୱେବସାଇଟ୍ ଖିଲାପି ଠିକାଦାରଙ୍କ ତାଲିକାରେ ଅଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ। ତେବେ କାମ ବନ୍ଦ ପାଇଁ ବାରଣ ସତ୍ତ୍ୱେ ବି କାହାର ଇଙ୍ଗିତରେ ତାଙ୍କୁ ପୁଣି କାମ କରିବାକୁ ଅନୁମତି ଦିଆଗଲା ସେ ନେଇ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି। ବିମାନବନ୍ଦର ଟର୍ମିନାଲର ଲିଙ୍କ୍ କାମର ଶୁଭ […]
ଭଦ୍ରକ: ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ। ଜଣେ ଉଦ୍ଭ୍ରାନ୍ତ କଲେଜ ଛାତ୍ର ତାଙ୍କ ସହପାଠିନୀଙ୍କ ସହ ଅନ୍ତରଙ୍ଗ କ୍ଷଣର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଧାମନଗର ପୁଲିସ ଯାଜପୁର ଜିଲ୍ଲା ବାହାବଳପୁର ଅଞ୍ଚଳର ସଂପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ପକ୍ସୋ ଅାଇନ ସହିତ ଅାଇଟି ଅାକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଧାମନଗର ଥାନାରେ […]
ଭୁବନେଶ୍ୱର: ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରି ସୋଶାଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ। ଏସବୁ ନିଜର ଅହଙ୍କାର ଛଡ଼ା ଅାଉ କିଛି ନୁହେଁ ବୋଲି ଦାମ କହିଛନ୍ତି। ପୂର୍ବରୁ ମୋଦିଙ୍କ ନବକଳେବର ପୁରୀରୁ ହେବ ବୋଲି କହିଥିଲେ। ଏସବୁ ଅହଙ୍କାରକୁ ଜଗନ୍ନାଥ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି। ସେପଟେ […]
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ଅନ୍ତର୍ଗତ ହାତୀବନ୍ଧ ସାହିରେ ଏକ ଭଡ଼ା ଘରୁ ସୋମବାର ଅପରାହ୍ନରେ ଏକ ସେକ୍ସ ରାକେଟ୍ ଠାବ କରିଛି ପୁଲିସ । ଏହି ଭଡ଼ା ଘର ଉପରେ ଚଢ଼ଉ କରି ପୁଲିସ ୨ ଜଣ ଗ୍ରାହକ ଓ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏହି ଭଡ଼ା ଘରେ ସେ ଅନେକ ଦିନ ହେବ ଯୁବତୀ ଓ […]
ନରସିଂହ ପୁର : ଟିକ୍ଟକ୍ ଯେମିତି ସମସ୍ତଙ୍କୁ ପାଗଳ କରିଛି। ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକେ ମାତିଛନ୍ତି ଏଥିରେ । ଏମିତି ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ପୁଣି ଜଣେ ସ୍କୁଲ୍ ଶିକ୍ଷୟିତ୍ରୀଙ୍କର । ପ୍ରେମ ତୋର ଛିଟାଛିଟା…। ଓଡ଼ିଆ ସିନେମା ଗୀତରେ ଟିକ୍ଟିକ୍ ଭିଡିଓ ସୁଟିଂ। ଟିକ୍ଟିକ୍ ମାୟାରେ ପଡ଼ିଛନ୍ତି ଶିକ୍ଷୟିତ୍ରୀ। ସ୍କୁଲ ପିଲାଙ୍କ ସହ ଶିକ୍ଷୟିତ୍ରୀଙ୍କ ଟିକ୍ଟକ୍ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। କଟକ ଜିଲ୍ଲା ବଡମ୍ବା […]
ଭଦ୍ରକ : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି । ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ […]
ଯାଜପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତଣ୍ଡରା ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ତଣ୍ଡରା ଗାଁର ନରେନ୍ଦ୍ର ମଲିକ ବୋଲି ଜଣାପଡିଛି। ନରେନ୍ଦ୍ର ତାଙ୍କ କୁକୁଡା ଫାର୍ମ ଛାତ ଉପରେ ଲୁହା ପାଇପ୍ ବିଛାଉଥିବାବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ନରେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗାଁଲୋକେ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଗାଁ ଭିତରେ କମ୍ ଉଚ୍ଚତାରେ ୧୧କେଭି […]