• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

staff pcr
ସସପେଣ୍ଡ ହେଲେ ପିସିଆର୍ ଷ୍ଟାଫ୍

ଭୁବନେଶ୍ୱର :  ରାଜଧାନୀରେ ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼ । ଆଉ ଏଥିପାଇଁ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । କାର୍ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ୩ ଦୁର୍ବୃତ୍ତ। ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ଆକ୍ରମଣର […]

  • Monday, 19 July 2021
nayagarh
ସ୍ୱାମୀଙ୍କ ଚିକିତ୍ସା ଲାଗି ରାସନ କାର୍ଡ ବନ୍ଧା ପକାଇଲେ ସ୍ତ୍ରୀ

ନୟାଗଡ଼: ସ୍ୱାମୀର ଚିକିତ୍ସା ପାଇଁ ରାସନ୍ କାର୍ଡ ବନ୍ଧା ପଡ଼ିଛି। ଅର୍ଥାଭାବରୁ ନିଜର ଗୋଟିଏ ମାତ୍ର ସମ୍ବଳକୁ ବନ୍ଧା ପକାଇଛନ୍ତି ଜଣେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ। ଭାପୁରର ବଡ଼ଶହରା ଗାଁର ଚୈତନ୍ୟ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ତେବେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡ଼ିବାରୁ ଚୈତନ୍ୟଙ୍କ ପତ୍ନୀ ମାତ୍ର ୪ ହଜାର ଟଙ୍କାରେ ରାଶନ କାର୍ଡକୁ ବନ୍ଧା ପକାଇଛନ୍ତି। ଏନେଇ ସ୍ଥାନୀୟ ବିଧାୟକ […]

  • Monday, 19 July 2021
fraud
ମହଙ୍ଗା ପଡ଼ିଲା ମିଛ ଡାକ୍ତର କହି ବିବାହ କରିବା : ବନ୍ଧା ହେଲେ ମିଛୁଆ ସ୍ୱାମୀ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ମିଛ ଡାକ୍ତର ପରିଚୟ ଦେଇ ବିବାହ କରିବା । ଏନେଇ ଥାନାରେ ଅଭିଯୋଗ ପରେ ବନ୍ଧା ହୋଇଛି ମିଛୁଆ ସ୍ୱାମୀ । ଆଉ ଏବେ ପୁଲିସ ମିଛୁଆ ସ୍ୱାମୀର ବାପା ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କୁ ଖୋଜୁଛି । ସେପଟେ ମିଛ କହି ନିଜ ଝିଅର ଜୀବନ ବରବାଦ କରିଥିବା ଅଭିଯୋଗରେ ପୁଅର ପରିବାର ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ସୂଚନା […]

  • Monday, 19 July 2021
puri-1
ଆଜି ମକର ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହେବେ ଶ୍ରୀଜିଉ

ପୁରୀ :  ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ। ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଏହି କ୍ରମରେ ଓଡ଼ିଶାରେ ଥିବା […]

  • Monday, 19 July 2021
mm das
ଗୃହ ସଚିବଙ୍କୁ ରିପୋର୍ଟ ଦେଲେ କମିଶନଙ୍କ ସଚିବ

ଭୁବନେଶ୍ୱର : ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତକାରୀ କମିଶନ୍ ଦାଖଲ କରିଛନ୍ତି ପଞ୍ଚମ ଅନ୍ତରୀଣ ରିପୋର୍ଟ। ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା କମିଶନ୍ ଜଷ୍ଟିସ ଏମ୍.ଏମ୍ ଦାସ କମିଶନଙ୍କ ତରଫରୁ ତାଙ୍କ ସଚିବ ୫ମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ କମିଶନ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ କମିଶନଙ୍କ ପକ୍ଷରୁ […]

  • Monday, 19 July 2021
vlcsnap-error045
ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ଼

ବାଲେଶ୍ୱର: ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ମଛୁଆ-କାଠପାଳ ରାସ୍ତା ସିଂଘାସିନୀ ପୋଖରୀ ନିକଟରେ। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ପାଣି ମୋଟର ଓ ମୋବାଇଲ ଆଦି ଚୋରି ହେଉଥିଲା। ଗତକାଲି ରାତିରେ ଜଣକ ଘରୁ ମୋଟର ଚୋରି କରୁଥିବା ବେଳେ ଅଭିଯୁକ୍ତ ଯୁବକକୁ ଧରି ସ୍ଥାନୀୟ ଲୋକେ ଉତ୍ତମମଧ୍ୟମ ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ […]

  • Monday, 19 July 2021
electric-3
ନରମିଲା ସେସୁ, ହେବନି ବିଦ୍ୟୁତ କାଟ୍‌

ଭୁବନେଶ୍ୱର : ବିରୋଧୀଦଳ ଗୁଡ଼ିକର ଜୋରଦାର ବିରୋଧ ପରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସେସୁ ଆଜି ନରମ ଆଭିମୁଖ୍ୟ ପୋଷଣା କରିଛି। ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କର ବିଦ୍ୟୁତ ସଂଯୋଗକୁ ଆସନ୍ତା ୧୬ତାରିଖରୁ କାଟିବା ନିମନ୍ତେ ସେସୁ କରିଥିବା ଘୋଷଣାରୁ ଆଜି ଓହରି ଯାଇଛି। ପର୍ଯ୍ୟାୟକ୍ରମେ ଏହି ବିଦ୍ୟୁତ ସଂଯୋଗ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରଥମେ ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ […]

  • Monday, 19 July 2021
mm
ଆଜି ୫ମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବେ କମିଶନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍ ଦାସ କମିଶନ ଆଜି ପଞ୍ଚମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ପଞ୍ଚମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ କମିଶନ ଏହି ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଗୃହ ସଚିବଙ୍କୁ କମିଶନଙ୍କ ସଚିବ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨୦୧୮ […]

  • Monday, 19 July 2021
scb
SCBରେ ଭୟଙ୍କର ସେବା ; ନିରାଶ୍ରୟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ବସୁଛି ଠେଙ୍ଗା ପାହାର

କଟକ : ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି ଏସ୍‌ସିବି ମେଡିକାଲ୍‌। ଏହି ମେଡିକାଲ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଡାକ୍ତରଙ୍କୁ ରୋଗୀ ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତର ମାଡ଼ ମାରୁଛନ୍ତି। ତେବେ ଆଜି ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ମେଡିକାଲ୍‌ରେ ଚିକିତ୍ସାଧୀନ ନିରାଶ୍ରୟ ରୋଗୀଙ୍କୁ ମାଡ଼ ମରାଯାଉଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବଡ଼ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ହୋସ୍‌ ଉଡିଯାଇଛି। ନିରାଶ୍ରୟ […]

  • Monday, 19 July 2021
msp
ଏମ୍ଏସ୍‌ପି ସଂକ୍ରାନ୍ତରେ ଆଜି ବିଧାନସଭା ଗୃହ କମିଟି ବୈଠକ

ଭୁବନେଶ୍ୱର : ଚାଷୀ ଓ ଚାଷକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଜି ବିଧାନସଭା ଗୃହ କମିଟିର ବୈଠକ ବସୁଛି। ପୂର୍ବରୁ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ମଧ୍ୟ ସମୟ ମିଳି ନଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ବୈଠକରେ ରାଜ୍ୟ ସରକାର କରିଥିବା ବିଳମ୍ବ ସଂକ୍ରାନ୍ତରେ ମତ ଉପସ୍ଥାପନ କରିବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ବିଜେଡି କହିଛି ଏମ୍ଏସ୍‌ପି ବୃଦ୍ଧି […]

  • Monday, 19 July 2021
bric
ପ୍ରଦୂଷିତ ହେଇଛି ପରିବେଶ, ନିରବ ପ୍ରଶାସନ 

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ବେଧଡକ ଚାଲିଛି ବେଆଇନ ଇଟାଭାଟି। ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଇଟା ମାଫିଆ । ଗୋଟିଏ କି ଦୁଇଟି ନୁହେଁ ସହର ଆଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁଁ ଉତ୍ତାପ ବଢିବା ସହ ଭାଟିର ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଉ ଏଥିପାଇଁ ବଢୁଛି ପରିବେଶ ପ୍ରଦୂଷଣ । ଆଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡରେ ବେଆଇନ ଭାବେ ଇଟାଭାଟି ଗଢି ଉଠିଥିଲେ ବି ପ୍ରଶାସନ ନିରବ । […]

  • Monday, 19 July 2021
mobile blast
ମୋବାଇଲ୍ ଚାର୍ଜ କରିବା ବେଳେ ଫାଟିଲା ବ୍ୟାଟେରୀ , ନାବାଳକ ଆହତ

ବରଗଡ଼  : ମୋବାଇଲ୍ ଚାର୍ଜ କରିବା ବେଳେ ବ୍ୟାଟେରୀ ଫାଟି ନାବାଳକ ଆହତ। ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ । ଆହତ ନାବାଳକର ନାଁ ମହେଶ ପ୍ରଧାନ। ମହେଶ ସଂଧ୍ୟାରେ ନିଜ ଘରେ ମୋବାଇଲ୍ ଚାର୍ଜ କରିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ତାହା ଫାଟିଯାଇଥିଲା। ଫଳରେ ମହେଶଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ମଝି ଅଙ୍ଗୁଳିଟି ଛିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ […]

  • Monday, 19 July 2021
fine
ନାବାଳକ ଗାଡ଼ି ଚାଳକକୁ ୨୬ ହଜାର ଟଙ୍କା ଜରିମାନା

କଟକ  : ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ହେବ ଜୋରିମାନା। ଏଥିପାଇଁ ପରିବହନ ବିଭାଗ ଓ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ। ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଆଜି ଏମିତି ଏକ ଘଟଣା କଟକ ଜିଲ୍ଲାରୁ ଆସିଛି। ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। Parents of minor boy has been prosecuted to transport magistrate for […]

  • Monday, 19 July 2021
electric
'ସବୁ ଗାଁରେ କଟା ହେବନି ବିଦ୍ୟୁତ୍‌'

ଭୁବନେଶ୍ୱର : ବକେୟା ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ଘରୁ ବିଜୁଳି କାଟିବା ନେଇ ମନେ ପକାଇଦେଲେ ସେସୁ କର୍ତ୍ତୃପକ୍ଷ। ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍‌ କାଟ ହେବ ବୋଲି ସେସୁର ସିନିଅର ଜେନେରାଲ ମ୍ୟାନେଜର ମନୋଜ ସିଂହ କହିଛନ୍ତି । କିନ୍ତୁ ସଂପୂର୍ଣ୍ଣ ଗାଁରେ ବିଜୁଳି କଟାଯିବ ନାହିଁ ବରଂ ଯେଉଁମାନେ ବିଜୁଳି ବିଲ୍ ଦେଇନଥିବେ, ସେମାନଙ୍କର ବିଜୁଳି କଟାଯିବ ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଯିଏକି ଜାଣିଶୁଣି […]

  • Monday, 19 July 2021
makar
ମକର ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖ ମକର ସଂକ୍ରାନ୍ତି ଯୋଗୁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ପାଇଁ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

  • Monday, 19 July 2021
tinder app
ଟିଣ୍ଡର ଆପ୍‌ରେ ଡେଟିଂ : ବନ୍ଧା ହେଲେ ବ୍ୟାଙ୍କ ଅଧିକାରୀ, ମୁକୁଳିଲେ ଯୁବତୀ

ଭୁବନେଶ୍ୱର : ଟିଣ୍ଡର ଆପ୍‌ରେ ଡାର୍ଟି ଡେଟିଂ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ହେଲେ ସଂପୃକ୍ତ ଯୁବତୀଙ୍କୁ ୪୧ ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ। ତାସହ ଆଜି କୋର୍ଟରେ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ […]

  • Monday, 19 July 2021
gf
ଆଖିରୁ ଲୁହ ସିନା ଶୁଖି ଯାଇଛି… ହୃଦୟ କାନ୍ଦୁଛି

ଭୁବନେଶ୍ୱର: ପୁଅକୁ ନପାଇ ଅନ୍ଧୁଣୀଙ୍କ ପରି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛି ଦିନରାତି। ଆଉ କହୁଛି, ଆଖିରୁ ଲୁହ ସିନା ଶୁଖି ଯାଇଛି… ହୃଦୟ ସବୁବେଳେ କାନ୍ଦୁଛି। ଇଏ ହେଉଛି ସେହି ମାଆର କୋହ। ଯାହାଙ୍କ ପୁଅ(ମନୋଜ ସ୍ୱାଇଁ) ମୃତଦେହ କଟକରେ ଏକ ରେଳ ଧାରଣାରୁ ମିଳିଥିଲା। ଇଏ ହେଉଛନ୍ତି ମୃତ ମନୋଜ ସ୍ୱାଇଁଙ୍କ ମାଆ ବାସନ୍ତୀ ସ୍ୱାଇଁ। ନିଆଳି ଥାନା କଣ୍ଟିଶାଳ ଗାଁର ମନୋଜ କଟକରେ ଏକ କମ୍ପାନୀରେ ଚାକିରି କରୁଥିଲେ। ସେଠାରେ ତାଙ୍କର ସମ୍ପର୍କ […]

  • Monday, 19 July 2021
bh
ଆର ପାରିରେ ମନମୋହନ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ହୋଇଛି ।  ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କର ସାନ ପୁଅ ମନତୋଷ ମହାପାତ୍ର। ତାଙ୍କ ମୃତ୍ୟୁକୁ ନେଇ ପୁରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ମନମୋହନଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ନିରବ ଝଡ଼’ ଜାତୀୟ ପୁରସ୍କାର  ପାଇଥିଲା । କ୍ଲାନ୍ତ ଅପରାହ୍ନ, ଅନ୍ଧ ଦିଗନ୍ତ, […]

  • Monday, 19 July 2021
jay
ରାଜ୍ୟର ୨୫ ଜିଲ୍ଲାରେ ଆରମ୍ଭ ହେଲା ସଂଗଠନ 'ୟୁଥ୍ ଫର୍ ଆକ୍ସନ୍'

ଭୁବନେଶ୍ୱର :  ରାଜ୍ୟର ୨୫ଟି ଜିଲ୍ଲାର ୫ ହଜାର ଯୁବକଯୁବତୀଙ୍କୁ ନେଇ ଆରମ୍ଭ ହୋଇଛି ଅଣରାଜନୈତିକ ସଂଗଠନ ‘ୟୁଥ୍ ଫର୍ ଆକ୍ସନ୍’ ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ ହେବା ସହ ଲୋଗୋ ଓ ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଂଗଠନର ଆଗାମୀ ୧୦୦ ଦିନିଆ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା ବେଳେ ସେହି ଅନୁସାରେ […]

  • Monday, 19 July 2021
puri
ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ପୁରସ୍କୃତ

ଭୁବନେଶ୍ୱର: ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି। ଅଭିନେତା ତଥା ପାନି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଆମୀର ଖାନ୍‌ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱଚ୍ଛତା […]

  • Monday, 19 July 2021
winter
ଆହୁରି କଲବଲ କରିବ ଶୀତ

ସୋନପୁର /ବାଲିଗୁଡ଼ା/ବଣାଇ : ୫ ଦିନ ପରେ ପୁଣି ରାଜ୍ୟକୁ ଫେରିଛି ହାଡ଼ଥରା ଜାଡ଼ । ୧୦ ଡ଼ିଗ୍ରୀ ତଳକୁ ଖସିଛି ୧୩ଟି ସହରର ତାପମାତ୍ରା। ସୋନପୁର ପୁଣି ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବାବେଳେ ବଣାଇ ଓ ଦାରିଙ୍ଗିବାଡ଼ିରେ ବି ଅସହ୍ୟ କରୁଛି ଶୀତ। ପାଣିପାଗ ବିଭାଗ କହିଛି ଆସନ୍ତା ୫ଦିନ ଯାଏଁ ତାପମାତ୍ରା ସବୁଆଡେ ପ୍ରାୟ ସମାନ ରହିବ । ତେଣେ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଉପରେ କୋରଡ଼ା ମାଡ଼ […]

  • Monday, 19 July 2021
tinder-1
ଫ୍ଲପ୍‌ ହୋଇଗଲା ଡିଜିଟାଲ୍‌ ଲଭ୍‌ , ଗିରଫ ହେଲେ ୫

ଭୁବନେଶ୍ୱର : ଟିଣ୍ଡର ଆପ୍‌ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ […]

  • Monday, 19 July 2021
punjilal
ଜେଲ୍‌ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍

ବଲାଙ୍ଗିର : ଜେଲ୍‌ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍‌ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୁଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ । ଗତକାଲ କୋର୍ଟ ପୁଞ୍ଜିଲାଲ୍‌ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି […]

  • Monday, 19 July 2021
suspicious death
ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି : ପୋଷ୍ଟମର୍ଟମ ରିପୋର୍ଟ

ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା  ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି।   ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବାହାରେ ତାଲା ଝୁଲୁଥିଲା […]

  • Monday, 19 July 2021
minister song
' ମୋତେ ମଶାଣିକୁ ନେଲା ବେଳେ ଗୀତ ଗାଇ ଗାଇ ନେଲେ ମୁଁ ଅଧିକ ଖୁସି ହେବି '

ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ […]

  • Monday, 19 July 2021