ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ। ଆଉ ତାକୁ ବାହାହୋଇ ଘର ସାଂସାର କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପ୍ରେମିକା। ହେଲେ ଆଖି ପିଛୁଳାକେ ସବୁ କିଛି ସରିଗଲା। ବିଶ୍ୱାସରେ ବିଷ ଦେଲା ପ୍ରେମିକ। ଆଉ ଦୁଷ୍କର୍ମରେ ସାରିଦେଲା ଦୀର୍ଘ ଦିନର ଭଲ ପାଇବା ଓ ବିଶ୍ୱାସ। ସାଙ୍ଗ ସହ ମିଶି ପ୍ରେମିକାକୁ ନିଶା ଦେଇ ଗଣଦୁଷ୍କର୍ମ କଲା ଧୋକାବାଜ୍ ପ୍ରେମିକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। […]
ନବରଙ୍ଗପୁର : ପିତାଙ୍କୁ ମୁଖାଗ୍ନି ଦେଲା ଝିଅ । ହିନ୍ଦୁ ପରମ୍ପରାରେ ପୁଅ ମୁଖାଗ୍ନି ଦେବାର ବିଧି ରହିଛି । କିନ୍ତୁ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ସମସ୍ତ ପରମ୍ପରା ଏବଂ ସାମାଜିକ ରୀତିନୀତିକୁ ପଛରେ ପକାଇ ପିତାଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଜଣାଇଛନ୍ତି ଏକମାତ୍ର ଅଳିଅଳି କନ୍ୟା ଶତାବ୍ଦୀ ପାଳ। ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ପାଳଙ୍କ ଜୟପୁର ସ୍ଥିତ ଏକ ଘରୋଇ […]
ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି ରଥଯାତ୍ରା। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଇଲମ, ତଡ଼ପଲାଗି, ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସିଥିଲେ ମହାପ୍ରଭୁ। ତାପରେ ଅପରାହ୍ନ ସାଢେ ଗୋଟାଏରେ ଛେରାପହଁରା ଏବଂ ଦିନ ୪ଟାରୁ ରଥଟଣା ଅନୁଷ୍ଠିତ ହେଉଛି। ରାଜଧାନୀରେ ପ୍ରବଳ ବର୍ଷା ସତ୍ତ୍ୱେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଓଏସଏସଏସସି ସଚିବ ଭାବେ ଅବସ୍ଥାପିତ କରାଯାଇଛି। […]
ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ । ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଏହି […]
ବାଲେଶ୍ୱର : ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି ବାଲେଶ୍ୱର […]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅାଖପାଖ ଅଂଚଳରେ ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି। ଫଳରେ ଉତ୍ତାପ ବଢିବା ସହ ପ୍ରଦୂଷଣ ବି ବଢ଼ିଚାଲିଛି। ଗୋଟିଏ କି ଦୁଇଟି ନୁହେଁ ସହର ଅାଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁ ଉତ୍ତାପ ବଢ଼ିବା ସହ ଭାଟିର ଧୁଅାଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଅାଉ ଏଥିପାଇଁ ପରିବେଶ ପ୍ରଦୂଷଣ ବି ବଢୁଛି। ଅାଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡ଼ରେ ବେଅାଇନ ଭାବେ ଇଟାଭାଟି ଗଢ଼ି ଉଠିଥିଲେ ବି […]
ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ। ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ ଅଣ ଓଡ଼ିଆ ଅଫିସର୍ ବିବାଦକୁ ନେଇ ପାୱାର କରିଡର୍ରେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି। ତୁଷିମାଙ୍କ ଏହି ମନ୍ତବ୍ୟକୁ ନେଇ […]
ବାଲେଶ୍ୱର /ବାରିପଦା : ବାଲେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । NH-୬୦ ରୁପ୍ସା ନିକଟରେ ଅଟୋରିକ୍ସା-କାର୍ ଧକ୍କା ହେବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିରୁ ୨ ଜଣ କଟକକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାଇରଙ୍ଗପୁରରେ ମଧ୍ୟ ଦୁର୍ଘଟଣା । ବହଳଦା ମୋରଣ୍ଢା ନିକଟରେ ବସ୍ରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ଘର ଝାଡ଼ଖଣ୍ଡ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା […]
ମାଲକାନଗିରି: ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ରାସ୍ତା ତିଅାରି ବେଳେ କଣ୍ଟ୍ରାକ୍ଟର ବିନା ଅନୁମତିରେ ଗଛ ମୂଳରୁ ମାଟି କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଗଛ ମୂଳରୁ ମାଟି କଢ଼ାଯିବାରୁ ମୂଳ ଦୁର୍ବଳ ହୋଇ କିଛି ଗଛ ସାମାନ୍ୟ ପବନରେ ପଡ଼ିଯାଇଛି। ଆଉ କେଉଁଠି ଗଛ ନଇଁ ହୋଇ ରହିଛି । କେତେବେଳେ ଯେ ଗଛଗୁଡ଼ିକ ପଡ଼ିଯିବ ତାକୁ ନେଇ ଆଶଙ୍କାରେ ରହୁଛନ୍ତି ପଥଚାରୀ । ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ […]
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁର ସୁବାସ ଗୌଡ଼ଙ୍କ ପରିବାର ଲୋକେ ଭାତ ଓ ତରକାରୀ ଖାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍ ସମସ୍ତଙ୍କ ପେଟ ଯନ୍ତ୍ରଣା କରିଥିଲା। ଏପରିକି ସମସ୍ତଙ୍କୁ […]
ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଥାନାରେ ଏତଲା ଦେଲା । ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଥିଲା ଆଶ୍ଚର୍ଯ୍ୟକର । ସମ୍ୱଲପୁର […]
ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି ସହ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଦ୍ୱାରା କିପରି ଅପରାଧି ଚିହ୍ନଟ ହେବେ ସେଥିଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଟି ବିଭାଗ ପକ୍ଷରୁ ପୂର୍ବରୁ ଆଡଭାଇଜରି […]
ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍ରେ ଗାଧୋଇବା ହେଲା କାଳ । ପିକ୍ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ । ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍ର ଇଞ୍ଜିନିୟରିଂ ଛାତ୍ର । ସେମାନେ ହେଲେ ସୌମ୍ୟରଞ୍ଜନ ବେହୁରିଆ, ଅଭିଜିତ ସାମଲ । ଅଭିଜିତ ହିରାକୁଦ ଅଞ୍ଚଳର ହୋଇଥିବା ବେଳେ ସୌମ୍ୟରଞ୍ଜନ ଘର ଭୋପାଳ ବୋଲି ଜଣାପଡିଛି।
ଉଦଳା: ମୟୂରଭଞ୍ଜ କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ। କପ୍ତିପଦା ଥାନା ପୋଟଳଡିହା ଗାଁରେ ବଳରାମ ମହାପାତ୍ରଙ୍କ ପତ୍ନୀ ସସ୍ମିତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସସ୍ମିତାଙ୍କ ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ବଳରାମଙ୍କ ଅନ୍ୟ ଜଣେ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଏହାକୁ ନେଇ ସସ୍ମିତାଙ୍କ ସହ ଅନେକ ଥର ଝଗଡ଼ା ହୋଇଥିଲା। ଯାହାକୁ ନେଇ ବଳରାମ ସସ୍ମିତାଙ୍କୁ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ। ସ୍ଥାନୀୟ ତୁଲଶୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୦୧୮ ମସିହାର ଏକ ଭଡ଼ା ଘର ନେଇ ଏଠି ରହୁଥିଲେ। ତେବେ ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସି ଭଉଣୀଙ୍କୁ ଘରେ ପାଇନଥିବାରୁ ଖୋଜାଖୋଜି କରଥିଲେ। ତେବେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ପରେ […]
ଭୁବନେଶ୍ୱର : ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ନାମାଙ୍କନ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅପରାହ୍ନ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା ୩୦ରୁ ୫ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକ ପଡ଼ିଲେ ୧୭ ତାରିଖ ଦିନ ନିର୍ବାଚନ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି […]
ରାଉରକେଲା : ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳହ ପରେ ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏପରି କିଛି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଡିଜେଲ୍ କଲୋନୀରେ। ଅଭିଯୋଗ ଅନୁସାରେ, ସ୍ୱାମୀ ଫିରୁ ବଡ଼ାଇ ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ନିଜେ ଟ୍ରେନ୍ ସମ୍ମୁଖକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଥିରେ ତାଙ୍କ ଗୋଟିଏ ଗୋଡ଼ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଟ୍ରେ […]
ଭୁବନେଶ୍ୱର : ଟ୍ରେନ୍ ଚାଲିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହୋଇଛନ୍ତି କି ? ତା ହେଲେ ସାବଧାନ । କାରଣ କୌଣସି ମୁହୂର୍ତ୍ତରେ ବି କିଛି ବି ହୋଇପାରେ ଆପଣଙ୍କ ସହ । ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଆପଣ ବି ଭୟଭୀତ ହୋଇ ପଡ଼ିବେ । ଟ୍ରେନ୍ ଧୀରେ ଧୀରେ ଗତି କରୁଛି, ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଟ୍ରେନ୍ ଉପରେ ଚଢ଼ି ମହିଳାଙ୍କ […]
କଟକ : ଏସ୍ସିବି ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ତନାଘନା। ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍ସିବି ମେଡିକାଲ୍ ପହଞ୍ଚିଛନ୍ତି । ମେଡିକାଲ୍ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ବିଭାଗର କର୍ତ୍ତୃପକ୍ଷଙ୍କ ସହ ବି ଆଲୋଚନା କରିଛନ୍ତି। ରୋଗୀଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ବିଭାଗୀୟ ଅଧିକାରୀ, ସିକ୍ୟୁରିଟି […]
ଭଦ୍ରକ: ବାସୁଦେବପୁର ବ୍ଲକ୍ ଗଦି ପ୍ରାଥମିକ ବିଦ୍ୟାଳୟରେ କୀଟନାଶକ ପିଇ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର। ଗୁରୁତର ଅବସ୍ଥାରେ ଶୁଭଶ୍ରୀ ନାୟକ ନାମକ ୭ ବର୍ଷର ଏହି ଛାତ୍ରୀଙ୍କୁ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ମୁତାବକ, ଶୁଭଶ୍ରୀଙ୍କୁ ଏକ ଖାତା ଦେବାକୁ ତାଙ୍କ ମାଆ ଆଜି ମଧ୍ୟାହ୍ନରେ ସ୍କୁଲକୁ ଯାଇଥିଲେ। ଖାତା ଦେବାପରେ ସେ ଧରିଥିବା ବ୍ୟାଗକୁ ସ୍କୁଲ ବାରଣ୍ଡାରେ ରଖି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେଉଥିଲେ। ଏହି ବ୍ୟାଗରେ କୀଟନାଶକ ଔଷଧ ରହିଥିଲା। […]
ସମ୍ୱଲପୁର : ସମ୍ୱଲପୁର ସୁନାପାଲି ଅଞ୍ଚଳରେ ଥିବା ଏକ କୁଲର ଗୋଦାମରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୧୧ଟା ବେଳେ ହୋଇଥିବା ବେଳେ ଗୋଦାମରେ ନିଆଁ ଲାଗି ବହୁ କୁଲର ଓ କୁଲର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ ଘଟଣାସ୍ଥଳରେ ସମ୍ୱଲପୁର ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୁଲର ଗୋଦାମରେ ନିଆଁ ଲାଗିବାରୁ […]
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ଭୁବନେଶ୍ୱରରେ କୁହୁଡ଼ି ଆସ୍ତରଣ ରହିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖାଲି ଓଡ଼ିଶା ନୁହେଁ ପଞ୍ଜାବ, ଉତ୍ତର ରାଜସ୍ଥାନ, ବିହାରରେ ବି ଆଜି ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଭୁବନେଶ୍ୱର: ଧାନ ଏମ୍ଏସ୍ପି ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକ ପରେ ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିବ ଗୃହ କମିଟି। ରାଜ୍ୟର ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଜଣାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ନଦେବା ଦୁର୍ଭାଗ୍ୟଜନକ। ତେବେ ବିଜେପିର ୨ ସଦସ୍ୟ ବୈଠକକୁ ନଆସିବା ନେଇ ସଂଜୟ ମନ୍ତବ୍ୟ ଦେଇଛନ୍ତି ଯେ, ବିଜେପି […]
କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ-୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ । ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ । ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର […]