ବଲାଙ୍ଗିର : ୫୦ ବର୍ଷ ବିବାହ ବାର୍ଷିକୀରେ ଶରୀର ଦାନ । ଏଭଳି ନିଷ୍ପତ୍ତି ନେଇଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦମ୍ପତି ବିଜୟ କୁମାର ବନଶଲ ଓ ପତ୍ନୀ ଇନ୍ଦୁ ବନଶଲ। ମୃତ୍ୟୁ ପରେ ଭୀମଭୋଇ ମେଡ଼ିକାଲ କଲେଜକୁ ନିଜ ଶରୀର ଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତି । ବିବାହର ୫୦ ବର୍ଷ ପୂର୍ତ୍ତି ଅବସରରେ ଶରୀର ଦାନ ପାଇଁ ସତ୍ୟପାଠ ଦାଖଲ କରିଛନ୍ତି । ସମାଜସେବୀ ବିଜୟ କୁମାର ପୂର୍ବରୁ ଅନେକ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ବଡ଼ହାଟର ଏହି ପେଟ୍ରୋଲ ପମ୍ପକୁ ନେଇ ତନାଘନା। ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନିଜିର ବିବିଙ୍କ ନାଁରେ ରହିଛି ଏ ପେଟ୍ରୋଲ୍ ପମ୍ପ। ୨୦୧୬ ମାର୍ଚ୍ଚ ୩୧ରେ ପମ୍ପ ଚାଲିବା ନେଇ ଲାଇସେନସ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ତେବେ ବଡ଼କଥା ହେଉଛି ପେଟ୍ରୋଲ ପମ୍ପକୁ ଯିବା ଅାସିବା ପାଇଁ ଥିବା ଏ ରାସ୍ତାକୁ କେନ୍ଦ୍ରାପଡ଼ା ପୌରପାଳିକା ଟିଟୋ ପରିବାରକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ୨୦୧୫ ଜୁଲାଇରେ ଏ ନେଇ ପୌରପାଳିକାରେ ଏକ ପ୍ରସ୍ତାବ […]
ପାରଳାଖେମୁଣ୍ଡି : ଶଗଡ଼ରେ ପାରଳାଖେମୁଣ୍ଡି ବିଧାୟକ। ଶତାଧିକ ବିଜେପି କର୍ମୀଙ୍କ ସହ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଚାଷୀମାରଣ ନୀତି ଓ ଜିଲ୍ଲା ପରିବହନ ବିଭାଗର ମନଇଚ୍ଛା ଫାଇନ ଆଦାୟକୁ ବିଧାୟକ ବିରୋଧ କରିଆସୁଥିଲେ । ତେବେ ଏହାପରେ ବି ଜିଲ୍ଲା ପ୍ରଶାସନ ନଶୁଣିବାରୁ ଆଜି ବିଧାୟକ କେ.ନାରାୟଣ ରାଓ ଶତାଧିକ ବଜେପି କର୍ମୀ ଓ ଚାଷୀ ମାନଙ୍କୁ ନେଇ ଶଗଡ଼ରେ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ […]
ନୂଆଦିଲ୍ଲୀ: ଜଷ୍ଟିସ କେ.ଏସ୍. ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ, ଜଷ୍ଟିସ ଜାଭେରୀଙ୍କ ନାଁ ଚୟନ କରିଛନ୍ତି। ଜଷ୍ଟିସ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଅଛନ୍ତି। ସେ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନ ନେବେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ଶରଣଙ୍କ ପଦୋନ୍ନତି ହୋଇଛି। ଗତ ୧୬ ତାରିଖରେ ଶରଣଙ୍କ ପଦୋନ୍ନତି କରିଛନ୍ତି କଲେଜିୟମ।
ଭୁବନେଶ୍ୱର : ବଲାଙ୍ଗିର ଶିକ୍ଷା ଜିଲ୍ଲା ଅଧିନରେ ଥିବା ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ। ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ […]
ଭୁବନେଶ୍ୱର: କିଏ ହେବେ କଂଗ୍ରେସ ନିର୍ବାଚନ ପ୍ରଚାରର ମଙ୍ଗୁଆଳ? ସାରା ରାଜ୍ୟରୁ ପ୍ରାୟ ଶହେ ନେତାଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି ପିସିସି। କେବଳ ରାଜ୍ୟ ନୁହେଁ, ୨୦ଜଣ କେନ୍ଦ୍ରୀୟ ନେତାଙ୍କ ନାଁ ବି ରହିଛି ତାଲିକାରେ। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ, ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ୍, ଶଶି ଥରୁର, ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେ, ଗୁଲାମନବୀ ଆଜାଦ୍ ପ୍ରମୁଖ। ଏଆଇସିସି ପକ୍ଷରୁ […]
ଭୁବନେଶ୍ୱର : ଆସନ୍ତା ୧୮ରେ ଆସିବାକୁ ଯାଉଥିବା ରାଜ୍ୟ ବଜେଟ୍। ଏହା ପୂର୍ବରୁ ବଜେଟ୍କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏଥର କଣ ହେବ ରାଜ୍ୟ ବଜେଟ୍ର ରୂପରେଖ? ବଜେଟ୍ ଆକାର ବଢିବ ନା କମିବ? କେତେ କମିବ କେନ୍ଦ୍ରୀୟ ଅନୁଦାନ? କେନ୍ଦ୍ର ବଜେଟ୍ ଆସିବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅର୍ଥ ବିଭାଗର ହିସାବ କହୁଛି, କେନ୍ଦ୍ର ବଜେଟ ଯୋଗୁ ଏଥର ରାଜ୍ୟର ହିସାବ କିତାବ ଗଡ଼ବଡ଼ ହୋଇପାରେ। କାରଣ ରାଜ୍ୟ, କେନ୍ଦ୍ରଠାରୁ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ବରିଷ୍ଠ ଓଏଏସ୍ ଗଣେଶ୍ୱର ଜେନାଙ୍କୁ ଇଡକୋ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ବରିଷ୍ଠ ଆଇଏଏସ୍ ରଘୁରାମ ଆୟରଙ୍କୁ ସ୍କୁଲ ଓ […]
ଭୁବନେଶ୍ୱର : ଓଡ଼ିଶାରେ ‘କରୋନା’କୁ ନେଇ ଭୟଭୀତ ହେଲାଭଳି କୌଣସି ପରିସ୍ଥିତି ଉପୁଜିନି। ତଥାପି ଭାରତରେ ‘କରୋନା’ ପ୍ରବେଶ କରିସାରିଥିବାରୁ ରାଜ୍ୟରେ ଯେଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରାଯାଇପାରିବ, ସେଥିପାଇଁ ଭୁବନେଶ୍ୱର RMRCରେ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ଯୋଗଦେଇଥିବା ଘରୋଇ ଓ ସରକାରୀ ମେଡ଼ିକାଲର ପ୍ରତିନିଧିଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଲାବ୍ ଟେକ୍ନିସିଆନମାନେ ସତର୍କତାର ସହ ସନ୍ଦିଗ୍ଧଙ୍କଠାରୁ ନମୂନା ସଂଗ୍ରହ କରିବାକୁ ତାଗିଦ କରାଯାଇଛି। ସେପଟେ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତି […]
ବାଲେଶ୍ୱର : ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ ରହୁଛି। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ଆଜି […]
ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ୨ଟି ସ୍ଥାନରେ ରାସ୍ତା ଓ ପୋଲ ଉପରେ ଚାଲିଛି ୫ ଫୁଟ୍ର ବର୍ଷାପାଣି। କୋରକୋଣ୍ଡା ଓ ଏମ୍ଭି-୩୭ ଗାଁରେ ପୋଲ ଓ ରାସ୍ତା ବୁଡିଯାଇଛି। ପାଣି ଚାଲୁଥିବାରୁ ରାସ୍ତାର ଦୁଇ ପଟରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି। ବର୍ଷା ପାଣି ବଢୁଥିବାରୁ ଜଳସ୍ତର ଧିରେ ଧିରେ ବଢିବାରେ […]
କଟକ : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ହାଇକୋର୍ଟ କହିଛନ୍ତି। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ […]
ଭୁବନେଶ୍ୱର : ରାଜଧାନୀରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ । ଆଜି ପ୍ରଥମେ ସହିଦ ନଗରର ଏକ କଲ୍ୟାଣ ମଣ୍ଡପକୁ ସିଲ୍ କରିଛନ୍ତି BMC ଓ BDAର ମିଳିତ ସ୍କ୍ୱାଡ୍। ବେଆଇନ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ଏହାକୁ ଯାଞ୍ଚ କରିବା ସହ ସିଲ୍ କରାଯାଇଛି । ଭୁବନେଶ୍ୱରର ୩ଟି ଜୋନ୍ରେ ମୋଟ୍ ୮୦ଟି ମଣ୍ଡପ ଚିହ୍ନଟ ହୋଇଛି । ପ୍ଲାନ୍ ଅନୁମୋଦନ, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ ନଥିବା ମଣ୍ଡପ ଗୁଡିକୁ ସିଲ୍ କରାଯାଇଛି। କଲ୍ୟାଣ […]
ପୁରୀ : ଶରଧାବାଲିରେ ବୋହିଲା ଅାବର୍ଜନା ପାଣି। ଅାଜି ପୂର୍ବାହ୍ନରେ ପୁରୀରେ ପ୍ରବଳ ବର୍ଷା ପରେ ବଡଦାଣ୍ଡ ଜଳମଗ୍ନ ହୋଇଯାଇଥିଲା। ଗୁଣ୍ଡିଚା ମନ୍ଦିର ସାମ୍ନା ନାକଚଣା ଦ୍ୱାର ଅାଗରେ ଅାଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଏପରିକି ବଡଦାଣ୍ଡରେ ଥିବା ତିନି ରଥର ଚକ ମଧ୍ୟ ବର୍ଷା ଜଳରେ ବୁଡିଯାଇଥିଲା। ବର୍ଷା ଜଳ ସହ ମଇଳା ଅାବର୍ଜନା ପାଣିରେ ରଥ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ୍ ଦର। ବିଦ୍ୟୁତ୍ ନିୟାମକ ଆୟୋଗ OERCରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି । ଆଜି ପ୍ରଥମ ଦିନରେ OHPC ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ୟୁନିଟ୍ ପିଛା ବିଦ୍ୟୁତ୍ ଦେୟର ମଧ୍ୟ ବୃଦ୍ଧି ହେବା ଆବଶ୍ୟକ ବୋଲି କହିଛି। ତାସହ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୯୫.୮୦ ପଇସା ଧାର୍ଯ୍ୟ […]
ଭୁବନେଶ୍ୱର: ‘କରୋନା’ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଜାରି କରିଛନ୍ତି ଆଡଭାଇଜରି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପାଇଁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ […]
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ (ଏସ୍ସିବି)ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ଡେଡ୍ବଡି। ଏଠାରେ ନା ଆବଶ୍ୟକ ସଂଖ୍ୟକ ମୃତଦେହ ଅଛି, ନା ଶରୀର ଦାନ ପାଇଁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ ଭର୍ଚୁଆଲ୍ ଆନାଟୋମୀ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ତେବେ ଏହାର ଉପଯୋଗିତାକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ। ଏସ୍ସିବି ଆନାଟୋମି ବିଭାଗରେ ପଢ଼ୁଛନ୍ତି ୨୫୦ ଛାତ୍ରଛାତ୍ରୀ। […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ […]
ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର) : ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ କାଳିଜାଈରୁ ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡ଼ିଯାଇଥିଲା। ପଛରେ ଆସୁଥିବା ଡଙ୍ଗା ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗରୁ ପ୍ରକାଶ, ଆଙ୍କୁଳାର ବାସନ୍ତୀ ଭୁଜବଳ ପୁଅର ଚୁଟି ପକାଇବା ପାଇଁ କାଳିଜାଈ ପୀଠକୁ ଯାଇଥିଲେ। ସେଠାରେ ସେ ଏକ ଭୋଜି ଆୟୋଜନ କରିଥିଲେ। ସେଥିରେ ଯୋଗଦେବା ପାଇଁ ୩୫ ଜଣ […]
ସୁନ୍ଦରଗଡ଼ (ବିଜୟ ବରୁଆ) : ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ବିଜେଡିର ପାୱାରଫୁଲ୍ ମନ୍ତ୍ରୀଙ୍କ ଭିତରେ ସେ ଅନ୍ୟତମ। ତାଙ୍କୁ କିଏ ବା ନଜାଣିଛି। ହେଲେ ଗତକାଲି ରାତିରେ ସେ ହଟହଟା ହୋଇଛନ୍ତି। ମନ୍ତ୍ରୀ ମହାଶୟ ଟୋଲ୍ ଫି’ ଦେବା ପରିବର୍ତ୍ତେ ନିଜର ପରିଚୟ ଦେଇଥିଲେ। ତାହା ପରେ ମଧ୍ୟ ଟୋଲ୍ ଗେଟ୍ କର୍ମଚାରୀ ଛାଡ଼ି ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମନ୍ତ୍ରୀ ଶ୍ରୀ ସିଂହ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗେଟ୍ […]
ପୁରୀ : ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍ କଷ୍ଟ୍ୟୁମ୍-୨୦୨୦” ଆଉ ଟପ୍ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ […]
ଖଲ୍ଲିକୋଟ : କ୍ୟୁବାର ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ କ୍ରେନ୍ ଛିଣ୍ଡି ପଡିବାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କହ୍ନେଇପୁର ଗ୍ରାମର ରମେଶ ମହାରଣା। ରମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ଘରର ଏକମାତ୍ର ରୋଜଗାରିଆ ପୁଅର ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି । ସେପଟେ ଆମେରିକାରୁ ରମେଶଙ୍କ ମରଶରୀର କିଭଳି ଅଣାଯିବ ସେନେଇ ଚିନ୍ତା […]
ପୁରୀ : ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ମୁମ୍ବାଇ ଇସ୍କନ ମୁଖ୍ୟଙ୍କ କୁଶପୁତ୍ତଳିକା ବି ଦାହ କରିଛନ୍ତି ଆନ୍ଦୋଳନକାରୀ। ଏତଲାରେ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କୁ ଗିରଫ କରିବା […]
ଭୁବନେଶ୍ୱର : ମହାମାରୀର ରୂପ ନେଉଛି ‘କରୋନ୍’ ଭାଇରସ୍। ଏଥିରେ ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ସେମାନଙ୍କ ମଧ୍ୟରୁ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସ୍ସିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ରକ୍ତ ନମୁନା ପରୀକ୍ଷା ପାଇଁ […]
ମାଲକାନଗିରି: ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍ଭି ୩୭କୁ ସଂଯୋଗ କରୁଥିବା ଏକ ପୋଲ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି। ବର୍ଷାର ପାରିମାଣ ବଢୁଥିବାରୁ ପାହାଡ଼ିଆ ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ସେହି ଅଞ୍ଚଳର ଲୋକେ ମଧ୍ୟ ଯାତାୟତ […]