• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

park
ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍‌ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜି ଠାରୁ ଏନେଇ ଡିସିପି ଟ୍ରାଫିକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ […]

  • Monday, 19 July 2021
bus
ଏମିତି ବି ଆସେ ମୃତ୍ୟୁ ; ତଳେ ବସିଥିବାବେଳେ ଚଢ଼ିଗଲା ବସ୍‌

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ଦୁଇ ସମୁଦୁଣୀ। ହେଲେ ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ବସ୍‌ ଧକ୍କାରେ ଚାଲି ଗଲା ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏମିତି ଦୁର୍ଘଟଣା ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ରତାତିରା ଗାଁର କେତେକ ଅଭିରାମ ଭକ୍ତ ପୁରୀ ଜିଲ୍ଲା କଣାସ […]

  • Monday, 19 July 2021
odiya
ନୂଆଦିଲ୍ଲୀରେ ‘ପ୍ରବାସୀ ଓଡିଆ ସମ୍ମାନ’

ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡିଶା ଫୋରମ ପକ୍ଷରୁ ‘ପ୍ରବାସୀ ଓଡିଆ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି।  ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ ପ୍ରବାସୀ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କେନିଆର ସାଂସଦ ଡଃ ସ୍ୱରୂପ ରଂଜନ ମିଶ୍ର, ମହାକାଶ ଉଦ୍ୟୋଗୀ ତଥା ଡିଜାଇନର ସସ୍ମିତା ମହାନ୍ତି, ଅଭିନେତ୍ରୀ ନନ୍ଦିତା ଦାସ, ଡାକ୍ତର ପିନାକୀ ପାଣିଗ୍ରାହୀ, ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଶାରନ ଲୋଏନ୍ ଓ କୃଷିବିଜ୍ଞାନୀ ଡକ୍ଟର ତ୍ରିଲୋଚନ ମହାପାତ୍ର। […]

  • Monday, 19 July 2021
google
ଲେଭଲ୍‌ କ୍ରସିଂରେ ଗଳି ଯିବା ହେଲା କାଳ, ପିଟିଦେଲା ଟ୍ରେନ୍‌ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲେଭଲ୍‌ କ୍ରସିଂ ଗେଟ୍‌ ପାର୍ଶ୍ୱରେ ଗଳି ଯିବା ମହଙ୍ଗା ପଡ଼ିଛି। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛି। ଆଜି ସଞ୍ଜ ବେଳେ ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲେଭଲ କ୍ରସିଂରେ ଘଟିଛି। ଆଜି ସନ୍ଧ୍ୟାରେ ଚେନ୍ନାଇ-ଆସାନସୋଲ୍‌ ସାପ୍ତାହିକ ଏକ୍ସପ୍ରେସ ଯାଉଥିଲା। ଏହି ସମୟରେ ଲେଭଲ କ୍ରସିଂ ଗେଟ୍‌ ବନ୍ଦ […]

  • Monday, 19 July 2021
ratha
କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର

ଭୁବନେଶ୍ୱର : କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର। ରାଜରାସ୍ତାଠୁ ଗଳିକନ୍ଦି, ସବୁ ପାଲଟିଛି ବଡ଼ଦାଣ୍ଡ। ସେଇ ଭାବ, ସେଇ ଭକ୍ତିରେ ପାଳିତ ହୋଇଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରା। ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ୁଛି ରାଜଧାନୀର ରାଜରାସ୍ତା।  ବର୍ଷା ସତ୍ତ୍ୱେ ମଳିନ ପଡ଼ିନି ଭକ୍ତଙ୍କ ଉତ୍ସାହ। ଇସ୍କନ ମନ୍ଦିରରୁ ରଥ ଗଡ଼ିବା ବେଳେ କିଏ ରଥ ଆଗରେ ନାଚଗୀତରେ ତଲ୍ଲୀନ ଥିଲା ତ କିଏ ପ୍ରଭୁଙ୍କ ଝଲକଟିଏ ପାଇବା ପାଇଁ ଅନେଇଥିଲା […]

  • Monday, 19 July 2021
ଇତଗୁପୂ
ବିମାନରେ ବସିବେ ୪୪ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର : ନୀଳ ଆକାଶରେ ପକ୍ଷୀ ପରି ଉଡ଼ିବେ ଦିବ୍ୟାଙ୍ଗ ପିଲା। ଆଉ ଦୂର ଦିଗବଳୟରୁ ଦୁନିଆକୁ ଆଖି ପୂରାଇ ଦେଖିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍‌ଜିଓ କିଛି ଦିବ୍ୟାଙ୍ଗ ପିଲାଙ୍କୁ ଚୟନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ ୪୪ ଜଣ […]

  • Monday, 19 July 2021
electic bill
ବକେୟା ବିଦ୍ୟୁତ ବିଲ୍ ଭରିଲେ ଦିବ୍ୟାଙ୍ଗ ଭିକ୍ଷୁ , ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ପୌରାଞ୍ଚଳର ୩୦ ନଂ ୱାର୍ଡରେ ପରିବାର ସହ ବାସ କରନ୍ତି କାର୍ତ୍ତିକ ନାଥ। ଜନ୍ମରୁ ଦିବ୍ୟାଙ୍ଗ। ଗୋଟିଏ ଗୋଡ଼ କାମ କରୁନଥିବାରୁ ଟ୍ରାଇ ସାଇକେଲ୍‌ ତାଙ୍କର ଏକ ମାତ୍ର ସାଥୀ। କାମ କରିବାରେ ସକ୍ଷମ ହେଉନଥିବାରୁ ଭଦ୍ରକ ଟାଉନ୍‌ର ବିଭିନ୍ନ ଅଞ୍ଚଳରେ ବୁଲି ଭିକ୍ଷାବୃତ୍ତି କରୁଛନ୍ତି। ସେଥିରୁ ଯାହା ମିଳେ, ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ୭ ପ୍ରାଣୀ କୁଟୁମ୍ୱ। ଏବେ ପିଲାମାନେ ବଡ଼ ହେଲେ ମଧ୍ୟ କାର୍ତ୍ତିକ […]

  • Monday, 19 July 2021
trafficrule
ଟ୍ରାଫିକ୍ ନିୟମ ଖିଲାପୀଙ୍କୁ ଧରିବେ ସିଟିଜେନ୍ ରିପୋର୍ଟର

ଭୁବନେଶ୍ୱର :  କଡ଼ା ଫାଇନ୍ ସତ୍ତ୍ୱେ, ଅଭ୍ୟାସଗତ ଖିଲାପି  କିନ୍ତୁ ପୁରା ବେଫିକର । ଟ୍ରାଫିକ୍‌ର ଅନ୍ୟ ନିୟମ କଥା ଛାଡ଼ନ୍ତୁ, ହେଲ୍‌ମେଟ୍ ବି ମୁଣ୍ଡରେ ଲାଗିପାରୁନି। ଏମିତିକି କେଉଁଠି ବାଇକ୍ ପିନ୍ଧିଛି, ତ କେଉଁଠି ଡିକିରେ ପଶିଛି, ହେଲେ ମୁଣ୍ଡରେ ଲଗାଇବାକୁ କଷ୍ଟ। ଗତ ସେପ୍ଟେମ୍ବରରୁ ନୂଆ ମୋଟର ଭେହିକଲ୍ ଆକ୍ଟ ଲାଗୁ ହେବା ପରେ ଜନ ଅସନ୍ତୋଷ ପାଇଁ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ତିନି ମାସ ଲେଖାଏଁ ଆଇନ୍‌କୁ କୋହଳ କଲେ। ହେଲ୍‌ମେଟ୍ […]

  • Monday, 19 July 2021
rape
ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ !

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ। ଆଉ ତାକୁ ବାହାହୋଇ ଘର ସାଂସାର କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପ୍ରେମିକା। ହେଲେ ଆଖି ପିଛୁଳାକେ ସବୁ କିଛି ସରିଗଲା। ବିଶ୍ୱାସରେ ବିଷ ଦେଲା ପ୍ରେମିକ। ଆଉ ଦୁଷ୍କର୍ମରେ ସାରିଦେଲା ଦୀର୍ଘ ଦିନର ଭଲ ପାଇବା ଓ ବିଶ୍ୱାସ। ସାଙ୍ଗ ସହ ମିଶି ପ୍ରେମିକାକୁ ନିଶା ଦେଇ ଗଣଦୁଷ୍କର୍ମ କଲା ଧୋକାବାଜ୍‌ ପ୍ରେମିକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। […]

  • Monday, 19 July 2021
daughter
ପିତାଙ୍କୁ ମୁଖାଗ୍ନି ଦେଲା ଝିଅ

ନବରଙ୍ଗପୁର : ପିତାଙ୍କୁ ମୁଖାଗ୍ନି ଦେଲା ଝିଅ । ହିନ୍ଦୁ ପରମ୍ପରାରେ ପୁଅ ମୁଖାଗ୍ନି ଦେବାର ବିଧି ରହିଛି । କିନ୍ତୁ  ନବରଙ୍ଗପୁରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ସମସ୍ତ ପରମ୍ପରା ଏବଂ ସାମାଜିକ ରୀତିନୀତିକୁ ପଛରେ ପକାଇ ପିତାଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଜଣାଇଛନ୍ତି ଏକମାତ୍ର ଅଳିଅଳି କନ୍ୟା ଶତାବ୍ଦୀ ପାଳ। ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ପାଳଙ୍କ ଜୟପୁର ସ୍ଥିତ ଏକ ଘରୋଇ […]

  • Monday, 19 July 2021
iscon----
ଇସ୍କନ ମନ୍ଦିରରେ ଧୁମଧାମ୍‌ରେ ପାଳିତ ହେଉଛି ରଥଯାତ୍ରା

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହେଉଛି ରଥଯାତ୍ରା। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଇଲମ, ତଡ଼ପଲାଗି, ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସିଥିଲେ ମହାପ୍ରଭୁ। ତାପରେ ଅପରାହ୍ନ ସାଢେ ଗୋଟାଏରେ ଛେରାପହଁରା ଏବଂ ଦିନ ୪ଟାରୁ ରଥଟଣା ଅନୁଷ୍ଠିତ ହେଉଛି। ରାଜଧାନୀରେ ପ୍ରବଳ ବର୍ଷା ସତ୍ତ୍ୱେ […]

  • Monday, 19 July 2021
bbsr
ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଓଏସଏସଏସସି ସଚିବ ଭାବେ ଅବସ୍ଥାପିତ କରାଯାଇଛି। […]

  • Monday, 19 July 2021
gunda
ଶିଖ୍ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଲିସର ତଦନ୍ତକୁ ନେଇ ବଢୁଛି ବିତର୍କ

ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ । ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଏହି […]

  • Monday, 19 July 2021
kk
ଶବ ମାଗୁଛି ସମ୍ମାନ

ବାଲେଶ୍ୱର : ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି ବାଲେଶ୍ୱର […]

  • Monday, 19 July 2021
ବେଆଇନ ଇଟାଭାଟି
ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି, ବଢୁଛି ପ୍ରଦୂଷଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅାଖପାଖ ଅଂଚଳରେ ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି। ଫଳରେ ଉତ୍ତାପ ବଢିବା ସହ ପ୍ରଦୂଷଣ ବି ବଢ଼ିଚାଲିଛି। ଗୋଟିଏ କି ଦୁଇଟି ନୁହେଁ ସହର ଅାଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁ ଉତ୍ତାପ ବଢ଼ିବା ସହ ଭାଟିର ଧୁଅାଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଅାଉ ଏଥିପାଇଁ ପରିବେଶ ପ୍ରଦୂଷଣ ବି ବଢୁଛି। ଅାଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡ଼ରେ ବେଅାଇନ ଭାବେ ଇଟାଭାଟି ଗଢ଼ି ଉଠିଥିଲେ ବି […]

  • Monday, 19 July 2021
ias
ପାୱାର କରିଡର ହଲଚଲ୍ ; ଓଡ଼ିଆ-ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ?

ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ।  ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ ଅଣ ଓଡ଼ିଆ ଅଫିସର୍ ବିବାଦକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି। ତୁଷିମାଙ୍କ ଏହି ମନ୍ତବ୍ୟକୁ ନେଇ […]

  • Monday, 19 July 2021
accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ,୪ ଗୁରୁତର

ବାଲେଶ୍ୱର /ବାରିପଦା : ବାଲେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । NH-୬୦ ରୁପ୍‌ସା ନିକଟରେ ଅଟୋରିକ୍ସା-କାର୍ ଧକ୍କା ହେବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିରୁ ୨ ଜଣ କଟକକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାଇରଙ୍ଗପୁରରେ ମଧ୍ୟ ଦୁର୍ଘଟଣା । ବହଳଦା ମୋରଣ୍ଢା ନିକଟରେ ବସ୍‌ରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ଘର ଝାଡ଼ଖଣ୍ଡ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା […]

  • Monday, 19 July 2021
vlcsnap-error352
ମାଲକାନଗିରି : ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ 

ମାଲକାନଗିରି: ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ରାସ୍ତା ତିଅାରି ବେଳେ କଣ୍ଟ୍ରାକ୍ଟର ବିନା ଅନୁମତିରେ ଗଛ ମୂଳରୁ ମାଟି କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଗଛ ମୂଳରୁ ମାଟି କଢ଼ାଯିବାରୁ ମୂଳ ଦୁର୍ବଳ ହୋଇ କିଛି ଗଛ ସାମାନ୍ୟ ପବନରେ ପଡ଼ିଯାଇଛି। ଆଉ କେଉଁଠି ଗଛ ନଇଁ ହୋଇ ରହିଛି । କେତେବେଳେ ଯେ ଗଛଗୁଡ଼ିକ ପଡ଼ିଯିବ ତାକୁ ନେଇ ଆଶଙ୍କାରେ ରହୁଛନ୍ତି ପଥଚାରୀ । ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ […]

  • Monday, 19 July 2021
food poision
ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ , ୩ ଗୁରୁତର ଅସୁସ୍ଥ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁର ସୁବାସ ଗୌଡ଼ଙ୍କ ପରିବାର ଲୋକେ ଭାତ ଓ ତରକାରୀ ଖାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍‌ ସମସ୍ତଙ୍କ ପେଟ ଯନ୍ତ୍ରଣା କରିଥିଲା। ଏପରିକି ସମସ୍ତଙ୍କୁ […]

  • Monday, 19 July 2021
murder
ବଇରୀ ସାଜିଲା ସ୍ୱାମୀ ; ସ୍ତ୍ରୀକୁ ମାରି ମାଟି ତଳେ ପୋତିଥିଲା

ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଥାନାରେ ଏତଲା ଦେଲା । ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଥିଲା ଆଶ୍ଚର୍ଯ୍ୟକର । ସମ୍ୱଲପୁର […]

  • Monday, 19 July 2021
tusarkanti behera
ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି ସହ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଦ୍ୱାରା କିପରି ଅପରାଧି ଚିହ୍ନଟ ହେବେ ସେଥିଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଟି ବିଭାଗ ପକ୍ଷରୁ ପୂର୍ବରୁ ଆଡଭାଇଜରି […]

  • Monday, 19 July 2021
drown
ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର !

ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍‌ରେ ଗାଧୋଇବା ହେଲା କାଳ । ପିକ୍‌ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ । ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର । ସେମାନେ ହେଲେ ସୌମ୍ୟରଞ୍ଜନ ବେହୁରିଆ, ଅଭିଜିତ ସାମଲ ।  ଅଭିଜିତ ହିରାକୁଦ ଅଞ୍ଚଳର ହୋଇଥିବା ବେଳେ ସୌମ୍ୟରଞ୍ଜନ ଘର ଭୋପାଳ ବୋଲି ଜଣାପଡିଛି।

  • Monday, 19 July 2021
vlcsnap-error307
କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ

ଉଦଳା: ମୟୂରଭଞ୍ଜ କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ। କପ୍ତିପଦା ଥାନା ପୋଟଳଡିହା ଗାଁରେ ବଳରାମ ମହାପାତ୍ରଙ୍କ ପତ୍ନୀ ସସ୍ମିତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସସ୍ମିତାଙ୍କ ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ବଳରାମଙ୍କ ଅନ୍ୟ ଜଣେ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଏହାକୁ ନେଇ ସସ୍ମିତାଙ୍କ ସହ ଅନେକ ଥର ଝଗଡ଼ା ହୋଇଥିଲା। ଯାହାକୁ ନେଇ ବଳରାମ ସସ୍ମିତାଙ୍କୁ […]

  • Monday, 19 July 2021
thana
ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ। ସ୍ଥାନୀୟ ତୁଲଶୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୦୧୮ ମସିହାର ଏକ ଭଡ଼ା ଘର ନେଇ ଏଠି ରହୁଥିଲେ। ତେବେ ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସି ଭଉଣୀଙ୍କୁ ଘରେ ପାଇନଥିବାରୁ ଖୋଜାଖୋଜି କରଥିଲେ। ତେବେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ପରେ […]

  • Monday, 19 July 2021
bjp
ରାଜ୍ୟ ବିଜେପିର ନୂଆ ସଭାପତି ପଦବୀକୁ ନେଇ କସରତ

ଭୁବନେଶ୍ୱର : ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ନାମାଙ୍କନ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅପରାହ୍ନ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା ୩୦ରୁ ୫ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକ ପଡ଼ିଲେ ୧୭ ତାରିଖ ଦିନ ନିର୍ବାଚନ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି […]

  • Monday, 19 July 2021