ଖୋର୍ଦ୍ଧା (ବଳରାମ ଲେଙ୍କା) : କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ। କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ।ଏହିସମୟରେ ଏକ ବିଷଧର ସାପ ସରୋଜ ଘର ଭିତରକୁ ପଶିଆସୁଥିଲା ଏହି ବିଷଧର ସାପ […]
ଭଦ୍ରକ (ପାର୍ଥ ସାରଥୀ ନାୟକ) : ଆଁଖୋ ସେ ଦିଲ୍ ମେଁ ଉତର୍କେ ତୁ ମେରେ ଧଡ଼କନ୍ ମେଁ ହୈ…। ହିନ୍ଦୀ ଫିଲ୍ମ ଫରିବର ଏହି ରୋମାଣ୍ଟିକ୍ ଗୀତର ତାଳେ ତାଳେ ମାତିଛନ୍ତି ଫରେଷ୍ଟର। ଚାଲିଛି ଟିକ୍ଟିକ୍ ଭିଡିଓ ସୁଟିଂ। ୟୁନିଫର୍ମରେ ଥିବାବେଳେ ଏମିତି ଅନେକ ଗୀତରେ ଟିକ୍ଟିକ୍ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଫରେଷ୍ଟର। ୟୁନିଫର୍ମରେ ଥିବାବେଳେ ଜଣେ ବନ କର୍ମଚାରୀଙ୍କ ଟିକଟକ୍ ଭିଡିଓ ଏବେ ସୋଶାଲ ମିଡିଆ ଭାଇରାଲ ହେଉଛି। ତାଙ୍କ ନାଁ […]
ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ଏନେଇ ପରିବହନ ବିଭାଗ ପକ୍ଷରୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଠି ପାଠକ୍ରମ ନେଇ ଆଲୋଚନା ହୋଇଛି। କିପରି ପାଠ୍ୟକ୍ରମ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ଏହାସହ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ନେଇ ଆଲୋଚନା ହୋଇଛି । ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ INTRGRATED HIGHWAY MANAGMENT SYSTEM ଲାଗୁ […]
ଗଂଜାମ : ଗଂଜାମ ରମ୍ଭାଥାନା ଗୋପାଳପୁର ଅଂଚଳରେ ଚଢ଼ଉ। ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି। ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ କରାଯାଇଛି। ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା। ଯାଞ୍ଚବେଳେ […]
ଭୁବନେଶ୍ୱର : OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି। ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି। ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି । ଓୟୁଏଟିର ୧ କିଲୋମିଟରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ୍ ରେସପନ୍ସ ଟିମ୍ […]
ଗଂଜାମ : ଗଂଜାମ ଜିଲ୍ଲା ତପ୍ତପାଣୀ ଦୁର୍ଘଟଣାର ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରଙ୍କ ପ୍ରତି ସେ ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଂଜାମ ଜିଲ୍ଲା ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ […]
କଟକ: ଟାଙ୍ଗୀ ବଢ଼େଇସାହିରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳିକାର ଘର କନମୀରା ଗାଁରେ କିନ୍ତୁ ତାଙ୍କ ପରିବାର ବଢ଼େଇସାହିରେ ଭଡ଼ାଘରେ ରହୁଥିଲେ। ତେବେ ଗତରାତିରେ ଘର ଭିତର ପଙ୍ଖାରେ ଝୁଲି ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ଝିଅଟି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଏହି ସମୟରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। କିନ୍ତୁ ୨୨ ତାରିଖରେ ସାରା ରାଜ୍ୟରେ ବର୍ଷାର ମାତ୍ରା ଅଧିକ ରହିବ। ଏହି ଲଘୁଚାପର ପ୍ରଭାବ ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଏଏ ଏବଂ ଏନଆରସି କୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । ମୋର୍ଚ୍ଚାର କର୍ମୀମାନେ ବିଶ୍ରା ଛକଠାରେ ସକାଳ ୬ଟାରୁ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ। ପୁଲିସ୍ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ଉଠାଇବାକୁ ଉଦ୍ୟମ କଲାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅବରୋଧକାରୀଙ୍କୁ ପ୍ଲାଣ୍ଟ ସାଇଟ୍ ପୁଲିସ୍ ଉଠାଇ ନେଇଥିବା ବେଳେ ୩୬ ଜଣଙ୍କୁ ଗିରଫ ରଖିଛି। ଏଥିଯୋଗୁ […]
ମୟୂରଭଞ୍ଜ: ବୈଶିଙ୍ଗା ଥାନା ଢେଉଁଚାପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ସନିଆ ମୁର୍ମୁ ଓ ତାଙ୍କ ପତ୍ନୀ ସୁମି ମୁର୍ମୁ। ସେମାନଙ୍କର ଏକ ଛୋଟ ଘର ଓ ଅଳ୍ପ ଜମି ଥିବା ବେଳେ କେହି ସନ୍ତାନ ନଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ ଅନେକ ସମୟରେ ଦୁଃଖିତ ରହୁଥିବା ପଡ଼ୋଶୀ […]
ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିବେ । ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୂପ ଏହି ପଦ୍ମବେଶ […]
ଭୁବନେଶ୍ୱର : ସ୍ମାର୍ଟସିଟିରେ ଦେଖାଦେଉଥିବା କୁତ୍ରିମ ବନ୍ୟା ପାଇଁ କେନ୍ଦ୍ର ଦାୟୀ । ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସିଧାସଳଖ ଦାୟୀ କରି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଅାଉ ଏପଟେ ଛବି ସୁଧାରିବାକୁ ୭ଟି ନୂଅା ଡ୍ରେନ୍ ନିର୍ମାଣ ନାଁରେ ଅାଉ ଏକ ଫନ୍ଦି ବାହାର କରିଛି ବିଏମ୍ସି। ତେବେ ଏହି ୭ଟି ଡ୍ରେନ୍ କେତେ ସହାୟକ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। ଉବୁଟୁବୁ ସ୍ମାର୍ଟସିଟି। ଭୁବନେଶ୍ୱର […]
ଭୁବନେଶ୍ୱର : ଏଣିକି ବସ୍ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ପୁରୁଷ ବସିଲେ ଦେବାକୁ ପଡିବ ଜରିମାନା। ଏହାସହ କଟକଣା ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍। ମଙ୍ଗଳବାର ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ୍ ଭବନରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ପାଇଁ ବସ୍ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଏସ୍ପିଓ ହ୍ୱାଟ୍ସ […]
ବାଲେଶ୍ୱର : ସମ୍ବଲପୁର ଓ ବଲାଙ୍ଗିର ପରେ ଅାଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମାଛ ଗୋଦାମରେ ରେଡ୍। ବଜାରରେ ଗଚ୍ଛିତ ଥିବା ମାଛରେ ବିଷାକ୍ତ ଫର୍ମାଲିନ୍ ମିଶାଯାଉଛି କି ନାହିଁ ତାର ନମୂନା ଯାଞ୍ଚ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇଥିଲା। ବିଷାକ୍ତ କେମିକାଲ୍ସ ମିଶିବା ଘଟଣା ପ୍ରଘଟ ହେବାପରେ ଏବେ ଉଭୟ ଗ୍ରାହକ ଓ ମାଛ ବ୍ୟବସାୟଙ୍କ ଉପରେ ଏହାର ପ୍ରଭାବ ପଡିଛି। […]
ମୋହନା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ଅନେସା […]
ଭୁବନେଶ୍ୱର : ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ […]
ଭୁବନେଶ୍ୱର : ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଏକ ଚେୟାର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରି କହିଛନ୍ତି ଯେ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ […]
ଭୁବନେଶ୍ୱର : ଗବେଷଣା ଲାଗି ଉଦ୍ଦିଷ୍ଟ OUAT କୁକୁଡ଼ା ଫାର୍ମରେ bird flu ସଂକ୍ରମଣ। ପରେ ତ୍ୱିରତ ପଦକ୍ଷେପ ରୋଗ ଯେଭଳି ନବ୍ୟାପିବ ସେଥିଲାଗି ଫାର୍ମର ସବୁ କୁକୁଡାଙ୍କୁ ମାରି ପୋତାଯାଇଛି। OUAT ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁଡ଼ାଙ୍କୁ ସଂଗ୍ରହ କରି ମରାଯାଉଛି। ଘରୋଇ ଭାବେ କୁକୁଡ଼ା ରଖିଥିବା ଚାଷୀ, ଫାର୍ମ ଓ ଚିକେନ କାଉଣ୍ଟର ସବୁଠୁ କୁକୁଡ଼ା ସଂଗ୍ରହ ହେଉଛି। ସେପଟେ ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ […]
ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ବଦଳାଉଛନ୍ତି। ଏହାର ତଦନ୍ତ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଯୁବକ ଭଗବାନ ବାଘ ଏନେଇ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୋଗ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଭଗବାନ ବାଘ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରି ତଦନ୍ତ କରିବାକୁ କୋର୍ଟ ବୀରମହାରାଜପୁର ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ […]
ପୁରୀ: ଜିଲ୍ଲା କାରାଗାରରେ ଜଣେ ଆଜୀବନ ବନ୍ଦୀର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ତ୍ରିଲୋଚନ ମଲ୍ଲିକ। ତାଙ୍କ ଘର କାକଟପୁର ଅଂଚଳରେ। ତ୍ରିଲୋଚନ ଆଜି ସକାଳୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିଲୋଚନ ୨୦୦୬ ମସିହାରେ ତାଙ୍କ ପୁତୁରାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ରୁ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ।
କଟକ: ପାର୍ଟନରସିପ୍ରେ ଚାଲିଥିଲା ବ୍ରାଉନସୁଗାର ବେପାର। କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ସ୍କର୍ପିଓରେ ଚାଲାଣ ହେଉଥିଲା ଏହି ଧଳା ଜହର, ଆଉ ଏହି ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କଟକର ଖପୁରିଆ ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏହି ରାକେଟ୍ର ପର୍ଦ୍ଦାଫାସ କରିଛି। ବ୍ରାଉନସୁଗାର ଖଡ଼ଗପୁରରୁ ଅଣାଯାଇଥିଲା, ଏହା ଜଳେଶ୍ୱରରେ ପହଞ୍ଚିବା ପରେ କଟକ […]
କଟକ: ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶା ଯାଉଥିବା ଅଭିଯୋଗ ପରେ କଟକରେ ବିଭିନ୍ନ ମାଛ ଗୋଦାମ ଉପରେ ଚଢ଼ଉ ହୋଇଛି। କଟକ ପ୍ରେସ୍ ଛକରେ ଥବା ମାଛ ଗୋଦାମରେ CMC ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରେ ମହଜୁଦ ଥିବା ମାଛକୁ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରୁଛି CMC। ସ୍ୱାସ୍ଥ୍ୟ ବିଭାଗ ଗତକାଲି ସହରର ବିଭିନ୍ନ ସ୍ଥାନରୁ ସଂଗୃହୀତ ୮ଟି ନମୂନା ପରୀକ୍ଷାରୁ ନେଗେଟିଭ୍ ବାହାରିଥଲା। ତେବେ ଆଜି ନମୂନା ସଂଗ୍ରହ ଓ ପରୀକ୍ଷା ପରେ କଟକ […]
ଭୁବନେଶ୍ୱର : ଏନ୍ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍ସି ଓ ଏସ୍ଟି ସହ ଓବିସି ରଖିବାକୁ ଦାବି କରାଯାଇଛି ବୋଲି ସେ କହିଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି। […]
ଭୁବନେଶ୍ୱର : ୫୮ ବର୍ଷରେ ଜଣେ ନିଗମ କର୍ମଚାରୀଙ୍କ ଅବସର ନେଇ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ୭ ପ୍ରତିଶତ ସୁଧ ସହ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ହାଉସିଂ କର୍ପୋରେସନର ବ୍ରିଜେଶ ଗିରି ନାମକ ଜଣେ ସିନିୟର ଆକାଉଣ୍ଟାଣ୍ଟ ଅଫିସରଙ୍କ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଘୋଷଣା ଏବଂ ଲାଗୁ ମଧ୍ୟରେ ବଳି ପଡ଼ିଥିଲେ ବ୍ରିଜେଶ। ଘୋଷଣା ଦିନରୁ ଲାଗୁ ମଧ୍ୟରେ ଥିବା […]
ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ। ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ […]