ଭୁବନେଶ୍ୱର: ‘କରୋନା’ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଜାରି କରିଛନ୍ତି ଆଡଭାଇଜରି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପାଇଁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ […]
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ (ଏସ୍ସିବି)ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ଡେଡ୍ବଡି। ଏଠାରେ ନା ଆବଶ୍ୟକ ସଂଖ୍ୟକ ମୃତଦେହ ଅଛି, ନା ଶରୀର ଦାନ ପାଇଁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ ଭର୍ଚୁଆଲ୍ ଆନାଟୋମୀ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ତେବେ ଏହାର ଉପଯୋଗିତାକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ। ଏସ୍ସିବି ଆନାଟୋମି ବିଭାଗରେ ପଢ଼ୁଛନ୍ତି ୨୫୦ ଛାତ୍ରଛାତ୍ରୀ। […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ […]
ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର) : ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ କାଳିଜାଈରୁ ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡ଼ିଯାଇଥିଲା। ପଛରେ ଆସୁଥିବା ଡଙ୍ଗା ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗରୁ ପ୍ରକାଶ, ଆଙ୍କୁଳାର ବାସନ୍ତୀ ଭୁଜବଳ ପୁଅର ଚୁଟି ପକାଇବା ପାଇଁ କାଳିଜାଈ ପୀଠକୁ ଯାଇଥିଲେ। ସେଠାରେ ସେ ଏକ ଭୋଜି ଆୟୋଜନ କରିଥିଲେ। ସେଥିରେ ଯୋଗଦେବା ପାଇଁ ୩୫ ଜଣ […]
ସୁନ୍ଦରଗଡ଼ (ବିଜୟ ବରୁଆ) : ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ବିଜେଡିର ପାୱାରଫୁଲ୍ ମନ୍ତ୍ରୀଙ୍କ ଭିତରେ ସେ ଅନ୍ୟତମ। ତାଙ୍କୁ କିଏ ବା ନଜାଣିଛି। ହେଲେ ଗତକାଲି ରାତିରେ ସେ ହଟହଟା ହୋଇଛନ୍ତି। ମନ୍ତ୍ରୀ ମହାଶୟ ଟୋଲ୍ ଫି’ ଦେବା ପରିବର୍ତ୍ତେ ନିଜର ପରିଚୟ ଦେଇଥିଲେ। ତାହା ପରେ ମଧ୍ୟ ଟୋଲ୍ ଗେଟ୍ କର୍ମଚାରୀ ଛାଡ଼ି ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମନ୍ତ୍ରୀ ଶ୍ରୀ ସିଂହ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗେଟ୍ […]
ପୁରୀ : ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍ କଷ୍ଟ୍ୟୁମ୍-୨୦୨୦” ଆଉ ଟପ୍ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ […]
ଖଲ୍ଲିକୋଟ : କ୍ୟୁବାର ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ କ୍ରେନ୍ ଛିଣ୍ଡି ପଡିବାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କହ୍ନେଇପୁର ଗ୍ରାମର ରମେଶ ମହାରଣା। ରମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ଘରର ଏକମାତ୍ର ରୋଜଗାରିଆ ପୁଅର ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି । ସେପଟେ ଆମେରିକାରୁ ରମେଶଙ୍କ ମରଶରୀର କିଭଳି ଅଣାଯିବ ସେନେଇ ଚିନ୍ତା […]
ପୁରୀ : ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ମୁମ୍ବାଇ ଇସ୍କନ ମୁଖ୍ୟଙ୍କ କୁଶପୁତ୍ତଳିକା ବି ଦାହ କରିଛନ୍ତି ଆନ୍ଦୋଳନକାରୀ। ଏତଲାରେ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କୁ ଗିରଫ କରିବା […]
ଭୁବନେଶ୍ୱର : ମହାମାରୀର ରୂପ ନେଉଛି ‘କରୋନ୍’ ଭାଇରସ୍। ଏଥିରେ ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ସେମାନଙ୍କ ମଧ୍ୟରୁ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସ୍ସିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ରକ୍ତ ନମୁନା ପରୀକ୍ଷା ପାଇଁ […]
ମାଲକାନଗିରି: ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍ଭି ୩୭କୁ ସଂଯୋଗ କରୁଥିବା ଏକ ପୋଲ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି। ବର୍ଷାର ପାରିମାଣ ବଢୁଥିବାରୁ ପାହାଡ଼ିଆ ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ସେହି ଅଞ୍ଚଳର ଲୋକେ ମଧ୍ୟ ଯାତାୟତ […]
ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳ ପ୍ରତିକ୍ରିୟା ଦେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ବିଜେପି ସରକାର ସହ ଘନିଷ୍ଠତା ଭିତରେ କେନ୍ଦ୍ରୀୟ ବଜେଟକୁ ରୋକଠୋକ୍ ପ୍ରଶଂସା କି ସମାଲୋଚନା କରିବା ସ୍ଥିତିରେ ଶ୍ରୀ ପଟ୍ଟନାୟକ ନଥିବା ତାଙ୍କର ଆଜିର ବୟାନରୁ ଜଳଜଳ ହୋଇ ଜଣାପଡ଼ିଛି। ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ ଉପରେ ଶ୍ରୀ ପଟ୍ଟନାୟକ ମିଶ୍ର […]
ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଦୁର୍ଘଟଣାରେ ୫ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ଅସୁରା ଗାଁରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ୩ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସେମାନଙ୍କ ଗାଁରେ ହୋଇଥିବା ବେଳେ ଜଣଙ୍କ ଅନ୍ତିମ ସଂସ୍କାର ପୁରୀରେ ସମ୍ପନ୍ନ ହୋଇଛି। ତେବେ ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର ଆଜି ହେବ ବୋଲି ସୂଚନା ମିଳିଛି। ସେପଟେ ଏହି ଘଟଣାରେ ଆହତ ୪ ଜଣଙ୍କ ଭିତରୁ ଜଣଙ୍କର […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥିକ ବଜେଟ ହେଉଛି ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ଏହା ସବୁ ବର୍ଗର ଆଶା-ଆକାଂକ୍ଷାକୁ ପୂରା କରିବା ଭଳି ବଜେଟ୍ ବୋଲି ରାଜ୍ୟ ବିଜେପି କହିଛି। ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୭୦ ବର୍ଷର କଂଗ୍ରେସ […]
କଟକ (ଦେବାଶିଷ ମହାନ୍ତି): କମିଲା ବସ୍ ଭଡ଼ା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରାଯାଇଛି। ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୧.୨୩ରୁ ୧.୨୧ ପଇସାକୁ ହ୍ରାସ କରାଯାଇଛି। ତୈଳ ଦର ବୃଦ୍ଧି ଘଟିଥିବାରୁ ଜାନୁଆରୀ ୬ ତାରିଖରେ ବସ୍ […]
ଜଳେଶ୍ୱର ( ଅଜିତ୍ କୁମାର ଦାସ) : ଜାପାନର ଏକ ରେସ୍ତୋରାଁରେ କାମ କରୁଥିବା ବେଳେ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଲିକ୍ ହୋଇ ଦୁଇ ଜଣ ଓଡ଼ିଆ କାରିଗରଙ୍କ ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୩୦ ତାରିଖ ଦିନ ତାଙ୍କ ପରିବାର ଲୋକେ ଏହି ଖବର ପାଇଛନ୍ତି । ୨ ଜଣ ଓଡ଼ିଆ ମୃତକ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କେସବା କମର୍ଦା ଅଞ୍ଚଳର ଶେଖ […]
ଭୁବନେଶ୍ୱର : ଶୁଣିଲାନି NHAI । ଶେଷରେ ଇସ୍କନ ଜଳବନ୍ଦୀ ସମସ୍ୟାର ସମାଧାନ ଲାଗି ଅଣ୍ଟା ଭିଡ଼ିଛନ୍ତି ସରକାର। ତିଅାରି କରିବେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍। ପାଣ୍ଠି ବି ନିଜେ ଖର୍ଚ୍ଚ କରିବେ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ଲାଗି ଅଗ୍ନିସେବା ବିଭାଗକୁ ହାଇ ଡିସ୍ଚାର୍ଜ ପମ୍ପ୍ ଯୋଗାଇ ଦିଅାଯିବ। ଅାଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଅାଯାଇଛି ଏହି ନିଷ୍ପତ୍ତି। ଅାସନ୍ତା ମାସରେ ଟେଣ୍ଡର ଡକାଯିବ। ଅାସନ୍ତା ବର୍ଷ […]
ଭଦ୍ରକ : ମଦ ବେପାରୀଙ୍କୁ ଗିରଫ ସହ ସେମାନଙ୍କ ଘରର ଛାନଭିନ୍ କରିବା ଦାବିରେ ତାତିଲେ ଗ୍ରାମବାସୀ। ପୁଲିସକୁ ୪ ଘଣ୍ଟା ଧରି ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ଥାନା ବାଉଁଶବାଗରେ। ଗାଁରେ ବେଆଇନ ମଦ ବିକ୍ରି ହେଇଥିବା ନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ତିହିଡ଼ି ପୁଲିସର ଏକ ଟିମ୍ ଗାଁରେ ପହଞ୍ଚିବା ବେଳେକୁ ମଦ ବେପାରୀମାନେ ଫେରାର ହୋଇଯାଇଥିଲେ। ଘଟଣାର ଖୋଳତାଡ଼ କରାଯିବ ବୋଲି କହି ପୁଲିସ ଫେରୁଥିବା ସମୟରେ […]
ଭୁବନେଶ୍ୱର : ଭେଡେନ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ବରଗଡ଼ ପୁଲିସ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଆଜି ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ ନିଶିକାନ୍ତ ମିଶ୍ର ଆଜି ପୀଡ଼ିତା ଓ ତାଙ୍କ ପରିବାର ସହ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିଧିବଦ୍ଧ ଅବଗତ କରାଇଥିଲେ। ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତଦନ୍ତରେ ଅହେତୁକ ବିଳମ୍ବ ଓ […]
ଭୁବନେଶ୍ୱର : ଆସନ୍ତାକାଲି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟରେ କିଭଳି ରୂପରେଖ ରହିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ରେଲେଓ୍ୱ ପାଇଁ ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁଦାନ ଦାବି କରିନଥିଲେ ମଧ୍ୟ, ପୂର୍ବାପେକ୍ଷା ଏହା ଉତ୍ସାହପ୍ରଦ ରହିବ ବୋଲି ପରିବହନ ମନ୍ତ୍ରୀ ଆଶା […]
ଭୁବନେଶ୍ୱର : ସେସୁ ପରେ ନେସ୍କୋ ଏବଂ ସାଉଥ୍କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ବକେୟା ଅଛି ପ୍ରାୟ ୧୫ଶହ କୋଟି ଟଙ୍କା । ସେହିପରି ୩୯ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୯୫ କୋଟି ଟଙ୍କା ଏବଂ ୧୯ ଶହ […]
ପାରାଦୀପ (ରମାକାନ୍ତ ନାୟକ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍, ହଂକଂ ଓ ସିଙ୍ଗାପୁରରୁ ଆସିଥିବା ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଏହି ଜାହାଜ ଗୁଡ଼ିକୁ ପୋର୍ଟ ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ଦିଆଯାଇଛି। ହେଲେ କ୍ରିଉ ମେମ୍ବର ଜାହଜରୁ ତଳକୁ ଓହ୍ଲାଇବାକୁ ମନା କରାଯାଇଛି। ଅନ୍ୟ ବିଦେଶୀ ଜାହାଜର କ୍ରିଉ ମେମ୍ବର ମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ […]
ଭୁବନେଶ୍ୱର : ଏଥର ଓଜେଇଇ ଅନ୍ଲାଇନରେ ହେବ। ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମେ’ ପ୍ରଥମ ସପ୍ତାହରେ ପ୍ରଥମ ଓଜେଇଇ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଗତବର୍ଷ କେବଳ ପିଜି କୋର୍ସରେ CBT ପଦ୍ଧତି […]
ଭୁବନେଶ୍ୱର : ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ କଡ଼ା ଭାଷାରେ ନିନ୍ଦା କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଶ୍ରୀ ଜଗନ୍ନାଥଙ୍କୁ ନେଇ କାହିଁକି ଏପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଯିଏ କରିଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଯତ୍ନବାନ ହେବା ଦରକାର ବୋଲି ସୁର କହିଛନ୍ତି। ସେହିଭଳି ଏହି ଘଟଣାକୁ ନେଇ ବିଜେପି ମଧ୍ୟ ତ୍ରୀବ ପ୍ରତିକ୍ରିୟା ପ୍ରକାଶ […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ଟାଙ୍କି ଦେବା ନେଇ ସିବିଆଇ ତଦନ୍ତ ସୁପାରିଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି IOCL ସିଜିଏମ୍ ପ୍ରୀତୀଶ ଭରତ। ସେ କହିଛନ୍ତି ଯେ, ଟିଟୋକୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା। ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଛି ବୋଲି କହିଛନ୍ତି IOCL ସିଜିଏମ୍। ତେବେ ପେଟ୍ରୋଲ ଟାଙ୍କି ହାତେଇବାରେ ରାଜନେତାଙ୍କ ଲିଙ୍କ୍କୁ ଅସ୍ୱୀକାର କରିଛନ୍ତି ସେ। IOCLର […]
କେନ୍ଦୁଝର: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। କେନ୍ଦୁଝର ରାଇଘାଟୀ ପଞ୍ଚାୟତ ମଲ୍ଲୀସାହି ଗାଁର ବବ୍ରୁବାହନ ନାଏକ ଶୌଚ ପାଇଁ ଯାଉଥିବାବେଳେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ଦୁଇ ଗୋଡ଼ ଏବଂ ହାତକୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ତାଙ୍କୁ ଭାଲୁ କବଳରୁ ରକ୍ଷା କରିଥିଲେ। ବର୍ତ୍ତମାନ ସେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।