ଭବାନୀପାଟଣା/ମାଲକାନଗିରି/ରାୟଗଡ଼ା/କନ୍ଧମାଳ: ପାଣି ଘେରରେ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ। ଏଇ ଚାରି ଜିଲ୍ଲାରେ ଏକ ପ୍ରକାର ଠପ୍ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ରାୟଗଡ଼ା ଜିଲ୍ଲା ଭାଲୁମାସ୍କାରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଷ୍ଟେସନ୍ ନିକଟରେ ଅଟକି ରହିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି […]
ଭୁବନେଶ୍ୱର : ପୁଣି ପାଗରେ ପରିବର୍ତ୍ତନ । ଶୀତ, ବର୍ଷା, ଶୀତ ପରେ ପୁଣି ପାଗ କୋହଲା । ପାଣିପାଗ ବିଭାଗର ସୂଚନା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ନୟାଗଡ଼, କଟକ, ଦେବଗଡ଼, […]
ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଇଛି। ବଡ଼ି ଭୋରରୁ ହିଁ ଏହାର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି । ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଝାରସୁଗୁଡ଼ାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ […]
ଭୁବନେଶ୍ୱର : ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ । ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ । ଟିକଟର ଦାମ ରହିଛି ୨ଶହ, ୧୫୦ […]
କଟକ : ଗତକାଲି ବିଳମ୍ବିତ ରାତିରେ SCBରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । ସେ ହଂକଂରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ଏବେ SCBରେ ମୋଟ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଲଜ୍ଜା। ନାବାଳିକାକୁ ଅସଦାଚରଣ କରି ଗିରଫ ହୋଇଛି ଜାଗୁଲାଇପଡ଼ାର ଦିଲୀପ ବେହେରା ନାମକ ଜଣେ ବ୍ୟକ୍ତି। ବଳଭଦ୍ର ଜୀଉଙ୍କ ରଥ ଦାଣ୍ଡରୁ ସାସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ସେହିଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲା ଦିଲ୍ଲୀପ। ଏ ନେଇ ନାବାଳିକା ଜଣକ କାନ୍ଦି ତାଙ୍କ ଘରେ କହିବାରୁ, କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ ତାଙ୍କ ପରିବାର ଲୋକ। ଏହାକୁ ଭିତ୍ତିକରି ପୁଲିସ ଅାସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। […]
ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ […]
ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତି ଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି। ଫଳରେ ମାଲକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ ବଣ୍ଡା ଘାଟିରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଛି। ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଖଇରପୁଟରେ ଜମିକୁ ଚାଷ କରିବାକୁ ଯାଇଥିବାବେଳେ ନଦୀରେ ଭାସି […]
କୋଣାର୍କ : ଜଳବନ୍ଦୀ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପରିସରରେ ଜମି ରହିଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଏହି ବିଶ୍ୱ ଐତିହ୍ୟ ଜଳାର୍ଣ୍ଣବ ହୋଇପଡିଛି। ଜଳ ନିଷ୍କାସନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ୪ଟି ପମ୍ପ ଲଗାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ହେଉନାହିଁ। ମନ୍ଦିର ମୁଖ୍ୟ ଫାଟକ ଅାଗରେ ପାଣିର ସୁଅ ଛୁଟୁଛି। ପାଣି ଭିତରେ ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]
ବ୍ରହ୍ମପୁର : ବାଟବଣା କାଳିଆ ଟଙ୍କା । କାଳିଆ ଯୋଜନାରେ ସହାୟତା ପାଇବାକୁ ହିତାଧିକାରୀ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଦରଖାସ୍ତ ଭରିଲେ। କିନ୍ତୁ ସରକାର ପଠାଇଥିବା ଟଙ୍କା ଗଲା ଆଉ ଜଣଙ୍କ ଜମାଖାତାକୁ। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁରରୁ। ଜଣେ କି ଦୁଇ ଜଣ ନୁହେଁ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କ ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହେବା ପରେ, ଏକ ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଛି […]
କଟକ : ବିଶ୍ୱସ୍ତରୀୟ ମେଡିକାଲ୍ରେ କଟକ ଏସ୍ସିବି। ସେଥିପାଇଁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାମ। ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ନିତ କରୁଛନ୍ତି କଟକ ଜିଲ୍ଲା ପ୍ରଶାସନ। ଆଜି ଯୋବ୍ରା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ଅନୀଲ କୁମାର ସାମଲଙ୍କ ଉପସ୍ଥିତିରେ ଏସ୍ସିବି ସମ୍ପ୍ରସାରଣ କାମ ପାଇଁ ଜାଗା ଖାଲି କରିବାକୁ ଚିହ୍ନଟ ହୋଇଥିବା ୫୫ଜଣ ଛୋଟବଡ଼ ବ୍ୟବସାୟୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଆର୍ଡିସି ଓ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତିରେ […]
ଭୁବନେଶ୍ୱର : ଓଡ଼ିଶାରୁ ଦୂର ହୋଇଛି ‘କରୋନା’ ସନ୍ଦେହ। ଚୀନରୁ ଫେରିଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କର ପୁଣେ ଭାଇରୋଲୋଜି ଲ୍ୟାବ୍ରୁ ଆସିଥିବା ଯାଞ୍ଚ ରିପୋର୍ଟ ନେଗେଟିଭ୍ ଥିବା ନିଜେ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶାରୁ ୬ ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୫ଟି ନେଗେଟିଭ୍ ଆସିଛି। ତେଣେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସ୍ୱତନ୍ତ୍ର ବେଡ୍ ଓ ମୁଖ୍ୟ ହସ୍ପିଟାଲ୍ରେ ୩୦ […]
ଭୁବନେଶ୍ୱର : ବିଡିଏ ଅଫିସ୍ରେ ଖଚାଖଚ୍ ଭିଡ଼। ବେଆଇନ ନିର୍ମାଣକୁ ବୈଧ କରାଇନେବା ଲାଗି ପହଞ୍ଚିଛନ୍ତି ଆବେଦନକାରୀ। ଆସନ୍ତାକାଲି ସର୍ବକ୍ଷମା ଡେଡ୍ଲାଇନ୍ ସରୁଥିବା ବେଳେ ଶେଷ ମୁହୂର୍ତ୍ତରେ ଆଜି ବହୁସଂଖ୍ୟାରେ ଲୋକ ଆବେଦନ କରିବାକୁ ବିଡିଏ ଅଫିସ୍ରେ ପହଞ୍ଚିଥିଲେ। ଏପଟେ ଲୋକଙ୍କ ଆଗ୍ରହକୁ ଦେଖି ଆବେଦନ ସମୟକୁ ବଢାଇଛି ନଗର ଉନ୍ନୟନ ବିଭାଗ । ଆସନ୍ତାକାଲି ପରିବର୍ତ୍ତେ ୨୦ ତାରିଖ ଯାଏଁ ଆବେଦନ କରାଯାଇପାରିବ। ତେବେ ତାପରେ ଆଉ ସୁଯୋଗ ଦିଆଯିବନି ବୋଲି ବିଭାଗ ସ୍ପଷ୍ଟ କରିଛି […]
ଭୁବନେଶ୍ୱର : ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାମଲା ବର୍ତ୍ତମାନ ବିଚାରାଧୀନ ଅଛି। କୋର୍ଟ ଯାହା ନିଷ୍ପତ୍ତି ନେବେ। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ […]
ମାଲକାନଗିରି: ଗଞ୍ଜେଇ ଚୋରାଚାଲାଣରେ ସାମ୍ବାଦିକଙ୍କ ସଂପୃକ୍ତି ଅଭିଯୋଗ। ଏହି ଅଭିଯୋଗରେ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲାର ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକ। ବାଲିମେଳା ପୋଲିସ ୪ଜଣ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ମାନେ ହେଲେ ଜିତେନ୍ଦ୍ର ରାଉତ, ନାରାୟଣ ଦାସ, ବିକାଶ ପାଢ଼ୀ ଏବଂ ସତ୍ୟ ପାଢ଼ୀ। ଏମାନେ ଆନ୍ଧ୍ରରୁ ପଞ୍ଜାବକୁ ଗଞ୍ଜେଇ ବୋଝେଇ କଣ୍ଟେନରକୁ ସୀମାପାର୍ କରାଇବାର ଦାୟିତ୍ୱ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଯେଉଁ କଣ୍ଟେନର୍ରେ ଥିଲା ୧୦ କ୍ୱିଣ୍ଟାଲ୍ ଗଂଜେଇ। ଏହି ବାବଦକୁ […]
ବଲାଙ୍ଗିର : ୫୦ ବର୍ଷ ବିବାହ ବାର୍ଷିକୀରେ ଶରୀର ଦାନ । ଏଭଳି ନିଷ୍ପତ୍ତି ନେଇଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦମ୍ପତି ବିଜୟ କୁମାର ବନଶଲ ଓ ପତ୍ନୀ ଇନ୍ଦୁ ବନଶଲ। ମୃତ୍ୟୁ ପରେ ଭୀମଭୋଇ ମେଡ଼ିକାଲ କଲେଜକୁ ନିଜ ଶରୀର ଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତି । ବିବାହର ୫୦ ବର୍ଷ ପୂର୍ତ୍ତି ଅବସରରେ ଶରୀର ଦାନ ପାଇଁ ସତ୍ୟପାଠ ଦାଖଲ କରିଛନ୍ତି । ସମାଜସେବୀ ବିଜୟ କୁମାର ପୂର୍ବରୁ ଅନେକ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ବଡ଼ହାଟର ଏହି ପେଟ୍ରୋଲ ପମ୍ପକୁ ନେଇ ତନାଘନା। ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନିଜିର ବିବିଙ୍କ ନାଁରେ ରହିଛି ଏ ପେଟ୍ରୋଲ୍ ପମ୍ପ। ୨୦୧୬ ମାର୍ଚ୍ଚ ୩୧ରେ ପମ୍ପ ଚାଲିବା ନେଇ ଲାଇସେନସ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ତେବେ ବଡ଼କଥା ହେଉଛି ପେଟ୍ରୋଲ ପମ୍ପକୁ ଯିବା ଅାସିବା ପାଇଁ ଥିବା ଏ ରାସ୍ତାକୁ କେନ୍ଦ୍ରାପଡ଼ା ପୌରପାଳିକା ଟିଟୋ ପରିବାରକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ୨୦୧୫ ଜୁଲାଇରେ ଏ ନେଇ ପୌରପାଳିକାରେ ଏକ ପ୍ରସ୍ତାବ […]
ପାରଳାଖେମୁଣ୍ଡି : ଶଗଡ଼ରେ ପାରଳାଖେମୁଣ୍ଡି ବିଧାୟକ। ଶତାଧିକ ବିଜେପି କର୍ମୀଙ୍କ ସହ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଚାଷୀମାରଣ ନୀତି ଓ ଜିଲ୍ଲା ପରିବହନ ବିଭାଗର ମନଇଚ୍ଛା ଫାଇନ ଆଦାୟକୁ ବିଧାୟକ ବିରୋଧ କରିଆସୁଥିଲେ । ତେବେ ଏହାପରେ ବି ଜିଲ୍ଲା ପ୍ରଶାସନ ନଶୁଣିବାରୁ ଆଜି ବିଧାୟକ କେ.ନାରାୟଣ ରାଓ ଶତାଧିକ ବଜେପି କର୍ମୀ ଓ ଚାଷୀ ମାନଙ୍କୁ ନେଇ ଶଗଡ଼ରେ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ […]
ନୂଆଦିଲ୍ଲୀ: ଜଷ୍ଟିସ କେ.ଏସ୍. ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ, ଜଷ୍ଟିସ ଜାଭେରୀଙ୍କ ନାଁ ଚୟନ କରିଛନ୍ତି। ଜଷ୍ଟିସ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଅଛନ୍ତି। ସେ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନ ନେବେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ଶରଣଙ୍କ ପଦୋନ୍ନତି ହୋଇଛି। ଗତ ୧୬ ତାରିଖରେ ଶରଣଙ୍କ ପଦୋନ୍ନତି କରିଛନ୍ତି କଲେଜିୟମ।
ଭୁବନେଶ୍ୱର : ବଲାଙ୍ଗିର ଶିକ୍ଷା ଜିଲ୍ଲା ଅଧିନରେ ଥିବା ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ। ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ […]
ଭୁବନେଶ୍ୱର: କିଏ ହେବେ କଂଗ୍ରେସ ନିର୍ବାଚନ ପ୍ରଚାରର ମଙ୍ଗୁଆଳ? ସାରା ରାଜ୍ୟରୁ ପ୍ରାୟ ଶହେ ନେତାଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି ପିସିସି। କେବଳ ରାଜ୍ୟ ନୁହେଁ, ୨୦ଜଣ କେନ୍ଦ୍ରୀୟ ନେତାଙ୍କ ନାଁ ବି ରହିଛି ତାଲିକାରେ। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ, ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ୍, ଶଶି ଥରୁର, ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେ, ଗୁଲାମନବୀ ଆଜାଦ୍ ପ୍ରମୁଖ। ଏଆଇସିସି ପକ୍ଷରୁ […]
ଭୁବନେଶ୍ୱର : ଆସନ୍ତା ୧୮ରେ ଆସିବାକୁ ଯାଉଥିବା ରାଜ୍ୟ ବଜେଟ୍। ଏହା ପୂର୍ବରୁ ବଜେଟ୍କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏଥର କଣ ହେବ ରାଜ୍ୟ ବଜେଟ୍ର ରୂପରେଖ? ବଜେଟ୍ ଆକାର ବଢିବ ନା କମିବ? କେତେ କମିବ କେନ୍ଦ୍ରୀୟ ଅନୁଦାନ? କେନ୍ଦ୍ର ବଜେଟ୍ ଆସିବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅର୍ଥ ବିଭାଗର ହିସାବ କହୁଛି, କେନ୍ଦ୍ର ବଜେଟ ଯୋଗୁ ଏଥର ରାଜ୍ୟର ହିସାବ କିତାବ ଗଡ଼ବଡ଼ ହୋଇପାରେ। କାରଣ ରାଜ୍ୟ, କେନ୍ଦ୍ରଠାରୁ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ବରିଷ୍ଠ ଓଏଏସ୍ ଗଣେଶ୍ୱର ଜେନାଙ୍କୁ ଇଡକୋ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ବରିଷ୍ଠ ଆଇଏଏସ୍ ରଘୁରାମ ଆୟରଙ୍କୁ ସ୍କୁଲ ଓ […]
ଭୁବନେଶ୍ୱର : ଓଡ଼ିଶାରେ ‘କରୋନା’କୁ ନେଇ ଭୟଭୀତ ହେଲାଭଳି କୌଣସି ପରିସ୍ଥିତି ଉପୁଜିନି। ତଥାପି ଭାରତରେ ‘କରୋନା’ ପ୍ରବେଶ କରିସାରିଥିବାରୁ ରାଜ୍ୟରେ ଯେଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରାଯାଇପାରିବ, ସେଥିପାଇଁ ଭୁବନେଶ୍ୱର RMRCରେ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ଯୋଗଦେଇଥିବା ଘରୋଇ ଓ ସରକାରୀ ମେଡ଼ିକାଲର ପ୍ରତିନିଧିଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଲାବ୍ ଟେକ୍ନିସିଆନମାନେ ସତର୍କତାର ସହ ସନ୍ଦିଗ୍ଧଙ୍କଠାରୁ ନମୂନା ସଂଗ୍ରହ କରିବାକୁ ତାଗିଦ କରାଯାଇଛି। ସେପଟେ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତି […]
ବାଲେଶ୍ୱର : ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ ରହୁଛି। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ଆଜି […]