ଭୁବନେଶ୍ୱର : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ I ଏହି ଶିଶୁମାନଙ୍କ ଭିତରେ ଭରପୂର ପ୍ରତିଭା ଲୁଚି ରହିଛି I ଏହି ଶିଶୁମାନେ ଆସନ୍ତା କାଲିର ବୈଜ୍ଞାନିକ, ଗଣିତଜ୍ଞ, ଡାକ୍ତର, ରାଜନେତା, ବ୍ୟୁରୋକ୍ରାଟ ଓ ଆହୁରି ଅନେକ କିଛି I ଲୟୋଲା ସ୍କୁଲ ପକ୍ଷରୁ ଅନୁଷ୍ଠିତ ଲୟୋଲା ସିନର୍ଜି -2018ରେ ଏହା ପ୍ରମାଣ କରି ଦେଖାଇଛନ୍ତି କୁନି କୁନି ଶିଶୁ I ସ୍କୁଲର ପ୍ରାୟ ଏକ ହଜାରରୁ ଅଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ […]
ଜଳେଶ୍ୱର (ଅଜିତ ଦାସ): ପରିବାର ଭରଣପୋଷଣ ପାଇଁ ଜାପାନ ଯାଇଥିଲେ। ସେଠାରେ ଏକ ହୋଟେଲ୍ରେ କାମ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଆରୁହାବୃତ୍ତି ଗାଁର ସେକ ମନ୍ତାଜଙ୍କ ମୃତ୍ୟୁ ଘଟିଥିଲା। ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଆଜି ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଛୁଇଁବାକୁ ଦିଆଯାଇନଥିଲା। ମେଡିକାଲ୍ ଟିମ୍ ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ କବର ଦିଆଯାଇଛି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍ […]
ଭୁବନେଶ୍ୱର : ପଥ ଉତ୍ସବ ପରେ ରାଜଧାନୀରେ ପାର୍କ ଉତ୍ସବ । ଦ୍ୱିତୀୟ ରବିବାରରେ ଆଜି ଫରେଷ୍ଟ ପାର୍କ ଓ ବୁଦ୍ଧ ପାର୍କରେ ଦେଖିବାକୁ ମିଳିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଯେଉଁଥିରେ ନାଚ,ଗୀତ ସାଙ୍ଗକୁ ଯୋଗ, ବ୍ୟାୟାମ, ପ୍ଲାଷ୍ଟିକ ନିଷେଧ ପାଇଁ ସଚେତନତା, ସାଇକେଲିଂ ପାଇଁ ସାଧାରଣରେ ସଚେତନତା ସାଙ୍ଗକୁ ପେଣ୍ଟିଂ କରାଯାଇଥିଲା । କୁନି କୁନି ପିଲା ମାନଙ୍କ ଦ୍ୱାରା ସୁନ୍ଦର ଚିତ୍ରାଙ୍କନ ସହିତ ହେଲ୍ଥ ଚେକ୍ଅପ୍ ମଧ୍ୟ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜଧାନୀରେ ୭ […]
ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନାର ବେଦବ୍ୟାସ ଛକ ନିକଟ ଥାନା ପଛପଟ ବସ୍ତିର ଏକ ଘରୁ ଜଣେ JCB ଡ୍ରାଇଭରର ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଡ୍ରାଇଭର ଜଣକ ହେଲେ ଗମେଇ କିଣ୍ଡୋ। ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଗମେଇଙ୍କ ଡାହାଣ ପାଖ ମୁଣ୍ଡରେ ଏକ ଗଭୀର କ୍ଷତ ରହିଛି। ମୃତକଙ୍କ ସ୍ତ୍ରୀ କାରମି କିଣ୍ଡୋ ହାତୀବରୀ ଥାନା […]
ଭୁବନେଶ୍ୱର : ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ତେବେ ଘୋଷିତ ତାଲିକାରୁ ୧୩ ଲକ୍ଷ ୬୫ ହଜାର ୨୫ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ତାଲିକାର ଆଉ ଥରେ ଯାଞ୍ଚ ପାଇଁ ଜାନୁଆରୀ ୧୫ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଡେଡ୍ଲାଇନ ସରିଥିଲେ ବି ଯୋଗ୍ୟ […]
ଭୁବନେଶ୍ୱର : ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଚତୁର୍ଥ କଳିଙ୍ଗ ସାହିତ୍ୟ ମହୋତ୍ସବରେ ଆଜିର ଆଲୋଚନାଚକ୍ର ଥିଲା ‘ଦୈବିକ ପ୍ରଗଳଭତା: ପ୍ରଜ୍ଞାନ, ଆନନ୍ଦ ଓ […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ। ଏଭଳି ପାଗର ପ୍ରଭାବ ଆହୁରି ୨୪ ଘଣ୍ଟା ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାଲେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ୩୦ରୁ ୪୦ […]
ଯାଜପୁର/ଭୁବନେଶ୍ୱର : “ମାଆ କୋଉଠି ଜେଜେ? କୁଆଡ଼େ ଯାଇଛି ? କେବେ ଫେରିବ?” ସାଢ଼େ ତିନି ମାସ ଧରି କୁନି ଝିଅଟି ତା’ ମାଆକୁ ଏମିତି ଖୋଜୁଛି। ଆଉ ଯେତେବେଳେ ମାଆ କଥା ମନେପଡ଼ୁଛି ସଙ୍ଗେ ସଙ୍ଗେ ଜେଜେବାପାଙ୍କୁ ଏମିତି ପଚାରୁଛି। ହେଲେ ଅସହାୟ ଜେଜେବାପା। ନାତୁଣୀ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଆଉ ନାତୁଣୀର ମନ ବୁଝାଇବା ପାଇଁ ନାନା କଥା କହି ବୁଝାଇ ଦେଉଛନ୍ତି ଜେଜେ। ହେଲେ କୁନି ଝିଅର ମନ ବୁଝୁ ନାହିଁ। ଅନବରତ […]
ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ଲଭଲିଙ୍କ ଅଶ୍ଲୀଳ ଆଇଟମ ଡ୍ୟାନ୍ସକୁ ନେଇ ଝଡ଼। ନାରୀ ସୁରକ୍ଷା ମଞ୍ଚ ମହିଳା ସଂଗଠନ ଅଶ୍ଲୀଳ ନୃତ୍ୟକୁ ଆଜି ଜୋରଦାର ବିରୋଧ କରିଛି । ଖଣ୍ଡଗିରିକୁ ଯାଇ ଯାତ୍ରା ଆୟୋଜକଙ୍କୁ ତାଗିଦ କରିବା ସହ କଳିଙ୍ଗ ଗଣନାଟ୍ୟ ଏଥିରୁ ନିବୃତ୍ତ ରହିବାକୁ ଆୟୋଜକଙ୍କୁ ଚରମବାଣୀ ଶୁଣାଇଦେଇଛି। ଏନେଇ ପୁଲିସ କମିଶନରଙ୍କୁ ଏବଂ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମହିଳା ସଂଗଠନ। ସେପଟେ ଖଣ୍ଡଗିରି ପୁଲିସ ଗୋଟିଏ ଦିନ ପୂର୍ବରୁ ସବୁ […]
କୃଷ୍ଣ ପ୍ରସାଦ : ପୁଣି ଚିଲିକାରେ ଅଘଟଣ । ମଝି ହ୍ରଦରେ ଫସି ଅଟକି ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଭସାପୋଲଟି ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି । ପୋଲରେ ଗୋଟିଏ ବସ୍ ସହ କିଛି ବାଇକ୍ ମଧ୍ୟ ଫସି ରହିଛି । ଚିଲିକାର ଜହ୍ନିକୁଦାରୁ ସାତପଡ଼ା ଆସିବା ବେଳେ ମଝିରେ ଫସି ରହିଛି ଭସା ପୋଲ । ଚାନେଲରୁ ବାହାରି ଯାଇଥିବାରୁ […]
ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ବହୁ ଅଭିଭାବକ ଚିନ୍ତାରେ ଅଛନ୍ତି । ଏହା […]
ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ। ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ ପରିବର୍ତ୍ତନ କରାଯାଇଛି। ଯାହା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଟ୍ରେନ ଦ୍ୱାରା ଅଧିକ ଯାତ୍ରୀ ଏଣିକି ଯାତାୟତ କରିପାରିବେ। ଏନେଇ ଆଜି ବିଧିବଦ୍ଧ […]
ଭୁବନେଶ୍ୱର : ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି। ସଂଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ତାଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସଂଜୀବ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି। ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା ୧୫ ହେବ। ବଲାଙ୍ଗୀର ନିବାସୀ ସଂଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲ୍ଏଲ୍ଏମ୍ ଡିଗ୍ରୀ ହାସଲ କରିଛନ୍ତି। ସେ ୧୫ ବର୍ଷ ଧରି ସୁପ୍ରିମ୍କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ […]
ବୌଦ୍ଧ/କଳାହାଣ୍ଡି/ଧର୍ମଗଡ଼ : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ରାଜ୍ୟବ୍ୟାପୀ ଜନଜୀବନକୁ କରିଛି ଅସ୍ତବ୍ୟସ୍ତ। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ଜାରି କରିଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବତୁରା ଧାନକୁ ଧରି ମଣ୍ଡିରେ ଯମଯନ୍ତ୍ରଣା ଭୋଗୁଛି ଚାଷୀ। ସବୁଠି କୋହଲା ପବନ। ଅସ୍ତବ୍ୟସ୍ତ କରୁଛି ଝିପି ଝିପି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟବ୍ୟାପୀ ଅସମ୍ଭାଳ ସ୍ଥିତି। ଏଣେ ଚାଷୀଙ୍କ ପାଇଁ ପାଲଟିଛି ଯମ ଯନ୍ତ୍ରଣା । ବୌଦ୍ଧ ଜିଲ୍ଲାର ଧାନମଣ୍ଡି […]
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ଜୋରଦାର ଢଙ୍ଗରେ ପାଳନ ପାଇଁ ନିଷ୍ପତ୍ତି […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ ବାଘ ଭଳି ମାଂସାଶୀ ପ୍ରାଣୀ ରଖିବାକୁ ପ୍ରସ୍ତାବ । ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି, ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ । କପିଳାସ ଚିଡ଼ିଆଖାନା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍ର ସଦସ୍ୟ ଏହି ସୂଚନା ଦେଇଛନ୍ତି। ଚିଡ଼ିଆଖାନାରେ ସବୁ ଜୀବଜନ୍ତୁଙ୍କ ରହିବାର ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କରି ମୂଲ୍ୟାୟନ କରିଛି ଏହି ଟିମ୍ । କପିଳାସ […]
ଢ଼େଙ୍କାନାଳ : ଆଜିଠାରୁ ଢ଼େଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମାଘ […]
ମାଲକାନଗିରି : ମାଲକାନଗିରିରେ ମାଓ ଦମନ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ। ଗୋଟିଏ ମେସିନଗନ, ୩ଟି ଇନସାସ ରାଇଫଲ୍, ଗୋଟିଏ ଷ୍ଟେନଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚଏଫ ସେଟ୍ କମ୍ ସ୍କାନର, ଟିଫିନ ବୋମା, ବିପୁଳ ମାଓ ପୁସ୍ତିକା ଓ ପୋଷାକ ସହ ବହୁ ସାମଗ୍ରୀ ଜବତ ହୋଇଛି । ଓଡ଼ିଶା ଇତିହାସରେ ଏହା ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ […]
ଯାଜପୁର : ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ। ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାଲିଗିରି ଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ଉଚ୍ଛେତ ପୂର୍ବରୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ […]
ରାଉରକେଲା : ରାଉରକେଲାରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ ବୋମାମାଡ଼ ଘଟଣାରେ ନୂଆମୋଡ଼। କାଉନସିଲରଙ୍କୁ ବୋମାମାଡ଼ କରି ମାରିଦେବାକୁ ଥିଲା ଯୋଜନା। ଏଥିପାଇଁ ସୁପାରି କିଲରଙ୍କୁ ଦିଆଯାଇଥିଲା ୨୦ ଲକ୍ଷ ଟଙ୍କାର ସୁପାରି। ମୋଟା ଅଙ୍କର ସୁପାରି ଦେଇଥିଲେ ଜଣେ ବ୍ୟବସାୟୀ। ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ୩ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଏଭଳି ସୂଚନା ମିଳିଛି।କାଲି ଉଦିତନଗର ଥାନା ବାସନ୍ତୀ କଲୋନୀରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ୍ ବୁଲୁଙ୍କ ଉପରେ ବୋମାମାଡ଼ […]
ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ । ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ […]
ଭୁବନେଶ୍ୱର : ରାଜ୍ୟର ସବୁ ବସ୍ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ । ପ୍ରମୁଖ ବସ୍ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ । ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍ ସୁବିଧା ଯୋଗାଇ ଦିଆଯିବ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜିଠୁ ଏହି ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ […]
ବ୍ରହ୍ମପୁର : ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ । ୟୁନିଫର୍ମରେ ଥାଇ ଟଙ୍କା ବାଜି ଲଗାଇ ଜୋରସୋରରେ ଚାଲିଛି ତାସ୍ ଖେଳ । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏମିତି ଏକ ଭିଡିଓ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଏବଂ ଖେଳୁଥିବା ଏହି ପୁଲିସ କର୍ମଚାରୀମାନେ ଧରାକୋଟ ଥାନାର ବୋଲି ଜଣାପଡ଼ିଛି । କୌଣସି ବ୍ୟକ୍ତି ଏ ଭିଡିଓକୁ ନିଜ ମୋବାଇଲ୍ କ୍ୟାମେରାରେ ରେକର୍ଡ କରି ସୋଶାଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ […]
ଭୁବନେଶ୍ୱର : ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ତା’ ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ପ୍ରିୟଙ୍କାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ କିଡନୀ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ଜଣେ ରୋଗୀଙ୍କ ଜୀବନ ବଞ୍ଚିଛି। ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍ସିବି ଇତିହାସରେ ଯୋଡ଼ି ହୋଇଯାଇଛି […]
ପୁରୀ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ମନ୍ଦିରରେ ଗତକାଲି ରାତିରେ କେହି କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୁପା ମୁକୁଟ ସହ ଅଳଙ୍କାର ଲୁଟି ନେଇଛନ୍ତି। ଏହାସହ ହୁଣ୍ଡି ଭାଙ୍ଗି ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ଜଣାପଡ଼ିଥିଲା। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମନ୍ଦିରକୁ ଯାଇ ଘଟଣାର ତଦନ୍ତ […]