କେନ୍ଦୁଝର/ଆନନ୍ଦପୁର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାରେ ଆନନ୍ଦପୁର ପୁଲିସ ୪ ଜଣଙ୍କୁ ଅଟକ କରିଛି। ଅଭିଯୁକ୍ତମାନଙ୍କ ଜେରା ଚାଲିଥିବା ଆନନ୍ଦପୁର ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି । ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କ ନିପର୍ସ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଆନନ୍ଦପୁରରେ ଏକ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବା ପ୍ରେମୀଯୁଗଳଙ୍କୁ ଅଭିଯୁକ୍ତମାନେ ଧମକ ଚମକ ଦେଇ ଆପତ୍ତିଜନକ ଭିଡିଓ ସୁଟିଂ ପରେ ଭାଇରାଲ କରିଥିଲେ। ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ […]
ଭୁବନେଶ୍ୱର: କୋଷ୍ଟାଲ ହାଇେୱ ନେଇ NHAI ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ମନକୁ ପାଉନି। ତେଣୁ ପୁଣି ଥରେ ଉକ୍ତ ଯୋଜନାର ରୂପରେଖ ପ୍ରସ୍ତୁତ କରିବାକୁ NHAI କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି । ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଦେଇଥିବା ସୂଚନା ଅନୁସାରେ, NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ […]
କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଅପରାହ୍ନରେ କଟକ ଜିଲା ସାଲେପୁର ବ୍ଲକ ଗସ୍ତରେ ଯାଇଥିଲେ। ବୈଜୟନ୍ତ ହେଲିକପ୍ଟର ମାଧ୍ୟମରେ ସାଲେପୁର ମଧ୍ୟକଚ୍ଛରେ ପହଞ୍ଚିଥିଲେ। ଏହାପରେ ଏକ ବାଇକ୍ ରାଲିରେ ବିଭିନ୍ନ ଗାଁକୁ ଯାଇଥିଲେ । ଗସ୍ତ ସମୟରେ ବୈଜୟନ୍ତ ଗତ ସପ୍ତାହରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ବର୍ଷୀୟ ପ୍ରଦୀପ ନାୟକଙ୍କ ପରିବାରକୁ ଭେଟି ଶୋକବ୍ୟକ୍ତ କରିଥିଲେ। ପରେ ପଞ୍ଚାୟତର ଅନ୍ୟ ଅସହାୟ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ […]
ସମ୍ବଲପୁର/ କେନ୍ଦୁଝର : ସମ୍ବଲପୁର ଓ କେନ୍ଦୁଝର ଜିଲାର ୨ ଟି ସ୍ଥାନରେ ବସ୍ ଓଲଟି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲା ଜୁଜୁମୁରା ନିକଟ ବେହେରନବସା଼ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସମ୍ବଲପୁର […]
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବା ବେଳେ ଜଣେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଆତ୍ମହତ୍ୟା ପାଇଁ ମହିଳା ଜଣକ କୁଆଖାଇ ବ୍ରିଜ୍ ଉପରକୁ ନଦୀକୁ ଡେଇଁଥିବା ସୂଚନା ମିଳିଛି। ସୂଚନା ଥାଉ କି, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଥିଲେ। ୨ ଛାତ୍ର ୟୁନିଟ-୯ ବାଳକ […]
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। କୁଆଖାଇ ବ୍ରିଜ୍ ନିକଟରେ ଗାଧୋଇଲା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପାଣିରେ ଭାସି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଛନ୍ତି। ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ହେଲେ ୨ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ୨ଜଣ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ। […]
ଭୁବନେଶ୍ୱର: ଦୁର୍ବଳ ହୋଇଛି ମୌସୁମୀ। ଫଳରେ ଆସନ୍ତା ୨ରୁ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ୨୯ ତାରିଖ ବେଳକୁ ମୌସୁମୀ ଶକ୍ତିଶାଳୀ ହେବ। ଫଳରେ ୨୯, ୩୦ ତାରିଖ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ଦେଖିବାକୁ ମିଳିଛି। ବୈତରଣୀରେ ଏବେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟର ଫାଟ ସୃଷ୍ଟି ହୋଇଛି। ଏବେ ଏଠାରେ ବାଲି ବସ୍ତା ପକା ଯାଉଥିବା ଦେଖିବାକୁ ମିଳିଛି। ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ […]
କେନ୍ଦୁଝର: ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ପ୍ରଚାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଡ୍ସ ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ପଣ୍ଡିଚେରୀରେ କାମ କରୁଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ HIV ସଂକ୍ରମିତ ବୋଲି ଜଣାପଡ଼ିଥିଲା । ପରେ ସେ ଓଡ଼ିଶା […]
କେନ୍ଦୁଝର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲକୁ ନେଇ କେନ୍ଦୁଝର ଆନନ୍ଦୁପର ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ପ୍ରେମୀଯୁଗଳଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଆନନ୍ଦପୁର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି […]
ବୌଦ୍ଧ: ମହାନଦୀ ସୁରକ୍ଷା ଓ ମହାନଦୀର ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ସବୁଜ ମହାନଦୀ ଅଭିଯାନ। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ୍ରେ ଦେଉଳି ଠାରେ ମୁଖ୍ୟମନ୍ତ୍ରୀ ବୃକ୍ଷରୋପଣ କରିଛନ୍ତି। ଏହି ଅଭିଯାନ ଜରିଆରେ ମହାନଦୀ ଓ ତେଲନଦୀ ପଠାରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଆଜି ଗୋଟିଏ ଦିନରେ ୫ହଜାରରୁ ଅଧିକ ଗଛ ଲଗାଯାଇଥିବା ବେଳେ ଉଭୟ ନଦୀ କୂଳେକୂଳେ ଆଗକୁ ୧୧୦ […]
ବଲାଙ୍ଗିର: ଗତ ପାଞ୍ଚ ଦିନ ଧରି ବନ୍ଦ ରହିଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ସ୍ପିଲ୍ ୱେ ନିର୍ମାଣ କାମ। ଏକକାଳୀନ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ଦାବିରେ ପରଧିଆପାଲି ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ ଏହି କାମ ବନ୍ଦ ରହିଛି। ପ୍ରତି ମାସରେ ଜନଶୁଣାଣି ହେବା ସତ୍ୱେ ୨୦୧୩ ପଲିସି ଅନୁଯାୟୀ ଏକକାଳୀନ କ୍ଷତିପୂରଣ ସହିତ ଉଚିତ ଥଇଥାନ ଦିଆଯାଉ ବୋଲି ଆନ୍ଦୋଳନକାରୀ ଜିଦ୍ ଧରିଛନ୍ତି। ଲୋୟର ସୁକତେଲ ଡ୍ୟାମ କାର୍ଯ୍ୟକ୍ଷମ ହେଲେ, ୨୯ ଟି ଗାଁ […]
ରାଉରକେଲା: ବାପା, ପୁଅଙ୍କ ଜୀବନ ନେଲା ବିଦ୍ୟୁତ୍। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ମନ୍ଦିର ରୋଡ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସତ୍ୟନାରାୟଣ ସାହା ଏବଂ ତାଙ୍କ ପୁଅ ସଞ୍ଜୟ ସାହା। ସୂଚନା ଅନୁସାରେ, ରାଉରକେଲାରେ ପ୍ରବଳ ବର୍ଷା ହେଉଥିବାରୁ ସତ୍ୟନାରାୟଣଙ୍କ ଘରେ ପାଣି ପଶିଯାଇଥିଲା। ଏହି ପାଣିରେ ବିଦ୍ୟୁତ୍ ପ୍ରବାହିତ ହେବା ଫଳରେ ପ୍ରଥମେ ସତ୍ୟନାରାୟଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସଞ୍ଜୟ ବି ବିଦ୍ୟୁତ୍ […]
ଭୁବନେଶ୍ୱର: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍। ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ କଳ୍ପନା ଛକ ନିକଟରେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍ରେ ୫୦ ରୁ ୬୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବ୍ରେକ୍ ଫେଲ୍ ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଇଁ ସତର୍କ ସୂଚନା । ୪ଟି ଜିଲ୍ଲାରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ।
ନୂଆପଡ଼ା: ମୌତ୍ କା କୂଆଁ ଭାଙ୍ଗି ପଡ଼ିବା ଫଳରେ ୬ଜଣ ଆହତ ହୋଇଛନ୍ତି। ନୂଆପଡ଼ା ସିନାପାଲିରେ ଏହି ଅଘଟଣ ଘଟିଛି। ସୂଚନ ଅନୁସାରେ, ସିନାପାଲିରେ ପଡ଼ିଥିବା ମୀନାବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ପଡ଼ିଥିବା ମୌତ୍ କା କୂଆଁ ଖେଳ ଚାଲିଥିବା ବେଳେ ହଠାତ୍ ଏହା ଭାଙ୍ଗି ପଡ଼ିଥିଲା। ଫଳରେ ଖେଳ ଦେଖୁଥିବା ୬ ଜଣ ଦର୍ଶକ ଏହା ଭିତରେ ପଡ଼ିଯାଇଥିଲେ। ଆହତ ସମସ୍ତଙ୍କୁ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୪ […]
ବାଲେଶ୍ୱର: ଘରୁ ଆସିବା ବେଳେ ହେଲ୍ମେଟ୍ ଆଣି ନ ଥିଲେ । ବାଟରେ ଚେକିଂରୁ ବର୍ତ୍ତିବା ପାଇଁ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଦୁର୍ଭାଗ୍ୟକୁ କିଛି ଲୋକ ତାଙ୍କୁ ପିଲା ଚୋର ଭାବିଲେ। ତାଙ୍କୁ ବାନ୍ଧିପକାଇ ନିସ୍ତୁକ ମାଡ଼ ମାରିଲେ। ପୁଲିସ ଖବର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ଲକ୍ଷ୍ମୀନାରାୟଣ ସିଂ ନାମକ ଜଣେ ପରିବା ବ୍ୟବସାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ପରିବା ଆଣି ବାଲେଶ୍ୱର ଟାଉନ୍ […]
ଭୁବନେଶ୍ୱର : ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ, କଳାକୃତି ସବୁ କୁଆଡ଼େ ଗଲା। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)ର ଏକ ଟ୍ୱିଟ୍କୁ ନେଇ। ଏଏସ୍ଆଇ ଲୁହାଭାର ଓହ୍ଲାଇବା ପରେ କୋଣାର୍କ କିଭଳି ଦେଖାଯାଉଛି ଦର୍ଶାଇ କିଛି ଫଟୋ ଟ୍ୱିଟ୍ କରିଥିଲେ। ଯେଉଁଥିରେ ନା ଅଛି ନର୍ତ୍ତକୀଙ୍କ ନୃତ୍ୟମୁଦ୍ରା ନା ବାରଶ’ ବଢ଼େଇଙ୍କ […]
ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା ‘ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍’ ପକ୍ଷରୁ ‘ରାଜଯୋଗ ଫର ବୁଷ୍ଟିଙ୍ଗ୍ ସ୍ପୋର୍ଟସ ପରଫାନ୍ସାସ୍’ ଶୀର୍ଷକ ସେମିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ପୋର୍ଟସ୍ ୱିଙ୍ଗ୍ ପକ୍ଷରୁ ପଟିଆ ସେବା କେନ୍ଦ୍ରରେ ହକି ଯୁବଖେଳାଳିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସେମିନାରକୁ ଆଇଟି ୱିଙ୍ଗ୍ ମାଉଁଣ୍ଟଆବୁରୁ ଆସିଥିବା ଇଂ. ରାଜଯୋଗିନୀ ବ୍ରହ୍ମାକୁମାରୀ ସବିତା ପରିଚାଳନା କରିଥିଲେ। ଏଥିସହ […]
ଭୁବନେଶ୍ୱର : ଓଡ଼ିଶାରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ହତ୍ୟା କରାଯାଉଛି। କେନ୍ଦ୍ରାପଡ଼ାର ରଞ୍ଜନ ଦାସ ଓ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରୁ ଏଭଳି ଆଭାସ ମିଳୁଛି। ସୂଚନା କର୍ମୀଙ୍କ ପାଇଁ ଓଡ଼ିଶା ଏବେ ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଗଲାଣି। ତେଣୁ ଓଡ଼ିଶା ସରକାର ତୁରନ୍ତ ‘ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟ’ କାର୍ଯ୍ୟକାରୀ କରାନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାର […]
ଭୁବନେଶ୍ୱର : ଏକ ସଫଳ ଲେଖାର ମୂଲ୍ୟାୟନ କେବଳ ଦୁଇଜଣ ବ୍ୟକ୍ତି କରିପାରନ୍ତି। ଜଣେ ସ୍ରଷ୍ଟା ଓ ଆଉଜଣେ ବିଦଗ୍ଧ ପାଠକ। ଆଜି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଅନୁଷ୍ଠିତ, ଜଣାଶୁଣା କଥାକାର ଅମରେଶ ବିଶ୍ୱାଳଙ୍କ ଦୁଇଟି ଉପନ୍ୟାସିକା ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହିପରି ମନ୍ତବ୍ୟ ଦେଇଛନ୍ତି ଅତିଥିମାନେ। ଏହି ଅବସରରେ ଅମରେଶଙ୍କ ଲିଖିତ ଦୁଇଟି ଉପନ୍ୟାସିକା- ‘ପାପ’ ଓ ‘ପ୍ରଣତିର ପ୍ରେମିକମାନେ’ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଶିଷ୍ଟ କବି ଓ ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁଙ୍କ ସଭାପତିତ୍ୱରେ […]
ବ୍ରହ୍ମପୁର : ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ। ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଅଧିକାଂଶଙ୍କ ଘରେ ଚୁଲି ଜଳିନି। ନିଜ କୁନି କୁନି ହାତରେ ଶନିବାର ବନେଇଥିବା ସେହି କାଗଜ ଶିକୁଳି ଆଜି […]
ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ଗୁଳି ଘଟଣାରେ ବଡ଼ ଟ୍ୱିଷ୍ଟ ଆସିଛି। ଗୁଳିମାଡ଼ ଘଟଣାର ଖୁଲାସା କଲେ ଡିସିପି ଅନୁପ ସାହୁ। ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିଲା ବେଳେ ଅକସ୍ମାତ୍ ଫୁଟିଛି ଗୁଳି। ଜେରା ପରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କୁ ଗିରଫ କରାଯାଇଛି। ଶିଶୁ ବିହାର ଠାରେ ରହୁଥିବା ଯୁବତୀଙ୍କ ନିକଟକୁ ଆସିଥିଲା ଆଶିଷ। ଅଭିଯୁକ୍ତଙ୍କ ନାମରେ ଅପରାଧିକ ରେକର୍ଡ ଥିବା ଜଣାପଡ଼ିଛି। ବନ୍ଧୁକରେ ଉଭୟ ଖେଳୁଥିବା ବେଳେ ଗୁଳି ଫୁଟିଥିବା ଡିସିପି […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ଚୋରା ବନ୍ଧୁକ ରାକେଟ୍। ଆଜି ଏହାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ। ଗଣ୍ଡମୁଣ୍ଡାରେ ଚୋରା ବନ୍ଧୁକ ବିକିବାକୁ ଡିଲ୍ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ବନ୍ଧୁକ ବିକ୍ରି କରୁଥିବା ଡିଲର ଓ ଅନ୍ୟଜଣେ ବନ୍ଧୁକ କିଣୁଥିବା ବ୍ୟକ୍ତି ବୋଲି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ସୂଚନା ଦେଇଛି। ଚୋରା ବନ୍ଧୁକ କାରବାର କରୁଥିବା ଡିଲର ଜଣେ ଛାତ୍ର। ସେ ଭୁବନେଶ୍ୱରରେ ଏକ […]
ବ୍ରହ୍ମପୁର : ଗଂଜାମ ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ନିର୍ବନ୍ଧ କାମ ପାଇଁ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଘରୋଇ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୯ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୁରୁତର ହୋଇପଡ଼ିଛନ୍ତି ପ୍ରାୟ ୩୦ ଜଣ ଯାତ୍ରୀ । ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ ? ତାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ପ୍ରାଥମିକ ଭାବେ ବିଦ୍ୟୁତ […]