ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୁରେନ୍ଦ୍ରଙ୍କୁ […]
ବୌଦ୍ଧ: ଶାରୀରିକ ପରୀକ୍ଷା ବେଳେ ପୁଣି ଜଣେ ଚାକିରି ଆଶାୟୀ ଯୁବକଙ୍କ ମୃତ୍ୟୁ। କନ୍ଷ୍ଟେବଲ ଇଣ୍ଟରଭ୍ୟୁ ଦେବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଆଇଆରବି ନିଯୁକ୍ତି ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ନୟାଗଡ଼ ନୂଆଗାଁ ବ୍ଲକ୍ ଅଞ୍ଚଳର ପ୍ରବାସୀ ନାୟକ। ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବାସୀ ଦୌଡ଼ୁଥିବା ବେଳେ ଆଉ ୨୦୦ ମିଟର ବାକିଥାଇ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ […]
ସୁନ୍ଦରଗଡ଼: ପୂଜା ସାରି ଘରକୁ ଫେରିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୧୯ଜଣ ମହିଳା ବୋଲ୍ବମ୍ ଭକ୍ତ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଗୋମାଡିହିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବଡ଼ଗାଁ ଗଡ଼ବାହଲ ଅଞ୍ଚଳର କିଛି ମହିଳା ଏକ ପିକ୍ଅପ୍ ଭ୍ୟାନରେ ରାଜଗାଙ୍ଗପୁର ସ୍ଥିତ ଘୋଗର ଧାମକୁ ପୂଜା ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରିବା ବେଳେ ସେମାନେ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍ ଧକ୍କା […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହି […]
ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ବା ଓସଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ନିଜ ଇସ୍ତଫା ସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍ଚୀଙ୍କୁ ରାଜ୍ୟ ସରକାର […]
ଭୁବନେଶ୍ୱର: ସାରା ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଖୋଲିଲାଣି, ହେଲେ ଏଯାଏଁ ପଢ଼ା ଆରମ୍ଭ ହୋଇନି। କାରଣ ଦାବି ହାସଲ ପାଇଁ ଅଧ୍ୟାପକ, ଅଧ୍ୟାପିକା ଏବେ ଆନ୍ଦୋଳନରେ। ବ୍ଲକ୍ ଗ୍ରାଣ୍ଟ କଲେଜକୁ ପିଲାଏ ସବୁ ଦିନ ଆସୁଛନ୍ତି, ଆଉ କ୍ଲାସ୍ ନକରି ଘରକୁ ଫେରୁଛନ୍ତି। ସେହିପରି ହାଇସ୍କୁଲର ଶିକ୍ଷକମାନେ ବି ପାଠ ପଢ଼ାଇବା ଛାଡ଼ି ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେଉଛି ସତ, ହେଲେ ଅଧିକାଂଶ […]
ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର। ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ […]
ଭୁବନେଶ୍ୱର: ସପ୍ତାହେ ରଖିଲେ ୨ ଗୁଣା, ଆଉ ମାସେ ରଖିଲେ ୩ରୁ ୫ ଗୁଣା ଲାଭ ମିଳିବ। ଏଭଳି କିଛି ପ୍ରଲୋଭନ ଦେଖାଇ ସେୟାର ବଜାରରେ ଇନ୍ଭେଷ୍ଟ୍ ନାଁରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ଠକେଇ। ବିଦେଶୀ ମୁଦ୍ରା କିଣି ଇନ୍ଭେଷ୍ଟ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ ଦୁର୍ବୃତ୍ତ। ଏହି ଠକ ଗ୍ୟାଙ୍ଗର ଖିଲାଡିମାନଙ୍କ ମଧ୍ୟରୁ ୪ଜଣ ଏବେ ପୁଲିସ୍ ଜାଲରେ। ସେମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟରେ ବୋଲି ଜଣାପଡ଼ିଛି। ପ୍ରଥମେ ଇଣ୍ଟରନେଟ୍ ମାଧ୍ୟମରେ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଗତ ସନ୍ଧ୍ୟାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଧୂଳିଝଡ଼ ହୋଇଛି। ତେବେ ଆଜି ମଧ୍ୟ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି-ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକାଳ […]
ଭୁବନେଶ୍ୱର: ଆଜି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିପାଇଁ ସବୁ କସରତ ଶେଷ ହୋଇଛି। ଦଳର ବରିଷ୍ଠ ନେତାଙ୍କ ସହ ମାରାଥନ ବୈଠକ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟର କିଛି ପ୍ରାର୍ଥୀ ଘୋଷଣା ହୋଇପାରେ। ହେଲେ ଆଜି ଦିଲୀପ ରାୟ ବିଜେଡିରେ ମିଶିବା ସମ୍ଭାବନା ରହିଛି। ଗତ ଶନିବାର ସନ୍ଧ୍ୟାରେ ଦିଲ୍ଲୀପ ରାୟ […]
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ଟିକଟ୍ ପଞ୍ଜୀକରଣ ହୋଇପାରୁ ନଥିବାରୁ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଦରମା ନଦେବାରୁ କର୍ମଚାରୀମାନେ ପଞ୍ଜୀକରଣ କାର୍ଯ୍ୟରୁ ଓହରିଯାଇଛନ୍ତି। ଫଳରେ ପଞ୍ଜୀକରଣ ହୋଇପାରୁନି କି, ରୋଗୀ ଏବଂ ସମ୍ପର୍କୀୟଙ୍କୁ ଟିକଟ୍ ମିଳିପାରୁନାହିଁ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ୟୁନିସପ୍ ନାମକ ଏକ ଠିକା ସଂସ୍ଥା ପଞ୍ଜୀକରଣ ଦାୟିତ୍ୱ ନେଇଛି।
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଭାଇ ଅଭିନାଶକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ,ଖୁଜେନପାଲି ଗାଁର ବିଜୟ ବନଛୋର ଦୀର୍ଘ ବର୍ଷ ହେବ ଅଭିନାଶ ଗହିରଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲେ। ଏମିତିକି ଅଭିନାଶଙ୍କ ଭଉଣୀ ବାହା ହେବା […]
ବାରିପଦା(ମାଣିକଲାଲ୍ ପାଣି): ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଅଭିନବ ପ୍ରତିବାଦ। ଚାଲି ଚାଲି ୫ କିଲୋମିଟର ଗଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଛାତ୍ରୀ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କିଲୋମିଟର ଚାଲିଛନ୍ତି। ଆଜି ସକାଳେ ହଷ୍ଟେଲର ୧୫ ଜଣ ଛାତ୍ରୀ ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ବାରିପଦା ଅଫିସ୍କୁ ବାହାରିଥିଲେ। ତେବେ ସେମାନେ ୫ କିଲୋମିଟର ଯିବା ପରେ ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପହଞ୍ଚି ଛାତ୍ରୀଙ୍କୁ ଅଟକାଇଥିଲେ। […]
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟରାତ୍ରରେ ଟ୍ରକ୍କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୀରମିତ୍ରପୁରର ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ଏଥିସହ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ […]
କୋଣାର୍କ: ଜୁଆର ମାଡ଼ରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଣାର୍କ ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ନିଖୋଜ ଥିବା ମତ୍ସ୍ୟଜୀବୀ ଜଣଙ୍କର ନାମ ନିରଞ୍ଜନ ବେହେରା। ସେ ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଢେଉ ମାଡ଼ରେ ଡଙ୍ଗା ଓଲଟି ପଡିଥିଲା। ଭୁବନେଶ୍ୱରରୁ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ନିରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ।
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତରରୁ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରେ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି। ତେଣୁ […]
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଦଶପଲ୍ଲା ଅଗ୍ନିଶମ ବିଭାଗ ସହ ବନ ବିଭାଗ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଆଖ ପାଖ ଅଞ୍ଚଳ ଧୂଆଁମୟ ହେବା ସହ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହାସହ ଯାତାୟତରେ ମଧ୍ୟ […]
କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ବ୍ୟବସାୟୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ପରେ ପୁଲିସ୍ ମାମଲାର ଖୋଳତାଡ଼ କରୁଛି। ସେହିପରି କଟକ ପୀଠାପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଚେନ୍ ଲୁଟ୍ କରିଛନ୍ତି। ଏଥିରେ ମହିଳା ଜଣକ ଆହତ […]
ବାଲିଗୁଡ଼ା( ଅଜିତ୍ ନାୟକ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ମାଓବାଦୀଙ୍କ ଓଡ଼ିଶା ଶାଖା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ବ୍ୟାନରରେ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍କେଖ ରହିଛି। ଏହା ବ୍ୟତୀତ ନେତାଙ୍କୁ ପୋଷ୍ଟରରେ […]
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଏସଟିଏଫ୍ ଯୋଜନା ରଖିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ୍ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତ ଦୂର ଲମ୍ବିଛି ତାର ଖୋଳତା଼ଡ଼ କରାଯାଉଛି। ବାଘକୁ ଗୁଳି କରି ହତ୍ୟା ପରେ ଶିକାରୀ ଛାଲ ବେପାର କରୁଥିବା ଜଣାପଡ଼ିଛି। ୪ଟି କଲରାପତରିଆ ବାଘକୁ […]
ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରେ ପୋଡ଼ାଜଳା ସହ ରାସ୍ତା ଅବରୋଧ କରିଛନ୍ତି।
ବାରିପଦା : ଗରିବଙ୍କୁ ଘର ଦେଇ ବାହାବା ନେବାର ପ୍ରତିଯୋଗିତାରେ ଟୁଇଷ୍ଟ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ତିଅାରି କରିବାରେ ରାଜ୍ୟର ପାରିବାପଣିଅା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି କେନ୍ଦ୍ର ତିନି ବର୍ଷ ପାଇଁ ରାଜ୍ୟକୁ ଦିଅାଯାଇଥିବା ଟାର୍ଗେଟର ମାତ୍ର ଅଧାପୂରଣ ହୋଇଛି। ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗାର ଲାଭାରା ହେମ୍ବ୍ରମ୍ବ । ୭ ଜଣିଆ ପରିବାରର ଅାଶ୍ରା ହେଉଛି ଏ ଛୋଟ ଟାଇଲ ଛପର ଭଙ୍ଗା ଦଦରା ଘର। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘରଟିଏ ପାଇଁ […]
ନୂଆଦିଲ୍ଲୀ: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏଥିସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୧୪ରେ ଇଞ୍ଜିନିୟର ଚାକିରି ଛାଡ଼ି ସେ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜେଡି ଟିକେଟରେ ନବରଙ୍ଗପୁରରୁ […]
କେନ୍ଦ୍ରାପଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଳି ନୂଆବଜାର ଠାରେ ଶତାଧିକ ଲୋକ ଏକାଠି ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। କର୍ମୀମାନେ ବାଜପେୟୀଙ୍କ ଅମର ଆତ୍ମାର ସତ୍ଗତି ପାଇଁ ସମବେତ ଦୀପ ଦାନ କରି ପ୍ରାର୍ଥନା କରିଥିଲେ। ବାଜପେୟୀଙ୍କ ଭଳି ବାଗ୍ମୀ, ବିଚକ୍ଷଣ, ଯୋଗଜନ୍ମା ଓ ମହାନ୍ ଜନନାୟକଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି […]