ଭୁବନେଶ୍ୱର: ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ଭଦ୍ରକ ଜେଲର୍ ଚିନ୍ମୟ ପାତ୍ର। ଜଣଙ୍କ ପରେ ଜଣେ ମହିଳା ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ଦିନ ତଳେ ଜଣେ ଇଂଜିନିୟରିଂ ଛାତ୍ରୀ ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବେ ଅାଉ ଜଣେ ବିବାହିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳ ଏହି ମହିଳାଙ୍କ ସହ ପ୍ରଥମେ ରଙ୍ଗ୍ ନମ୍ବରରୁ କଲ୍, ପରେ ପ୍ରେମ ନିବେଦନ […]
କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅାହତ ହୋଇଛନ୍ତି। ଦ୍ରୁତ ଗତିରେ ଯାଉଥିବା କାର୍ଟି ସ୍କୁଟିକୁ ଧକ୍କା ଦେଇ କାରଟି ଓଲଡି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ କାର୍ରେ ଥିବା ୫ ଜଣ ଅାହତ ହୋଇଛନ୍ତି। ଅାହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ପାରାଦୀପ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ଚିନ୍ତାର କାରଣ ହୋଇଛି।
ଭୁବନେଶ୍ୱର: ଓଡ଼ିଶାରେ ବି ହୋଇପାରେ ଅାଗୁଅା ନିର୍ବାଚନ। ଅାଜି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଅାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଅାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ପିନାକୀ ମିଶ୍ର କହିଛନ୍ତି, ଅାଗୁଅା ନିର୍ବାଚନ ପାଇଁ କେନ୍ଦ୍ର ଯୋଜନା କରୁଛି। ଯଦି ଅାଗୁଅା ନିର୍ବାଚନ ହୁଏ, ଓଡ଼ିଶାକୁ ତା’ ସହ ସାମିଲ କରାଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପିନାକୀ […]
ଭୁବନେଶ୍ୱର : ହୋ ହାଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ଗୃହରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣର ସୁଧ ପଇଠ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ସହିତ ଏକକ ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୪୧ କୋଟି ଟଙ୍କାର ବ୍ୟବସ୍ଥା […]
ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅାଉ ଏକ ବାଣ। ୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ଅଭିଯୋଗ ଅାଣିଛନ୍ତି ଦାମ। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଅାଜି ଦାମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ ସାର ଅାସିଥିଲା। ଗଛ ମୂଳରେ ସାର ଦିଅାଯାଇଥାନ୍ତା, ଗଛ କିନ୍ତୁ […]
ଭୁବନେଶ୍ୱର : ଅାଜି ବିଧାନସଭା ଅାରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଥିଲେ। ଅାଜି ବିଧାନସଭାରେ ଉପସ୍ଥାପିତ ହେବାର ଅଛି ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ । ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି […]
ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଶୁଣାଣି ଅାଜି ସୁପ୍ରିମ୍କୋର୍ଟରେ ହେବନି। ଅାଜି ହେବାକୁ ଥିବା ଶୁଣାଣି ଘୁଞ୍ଚି ଯାଇଛି। ସୁପ୍ରିମ୍କୋର୍ଟଙ୍କୁ ଅାଉ ୪ ସପ୍ତାହ ସମୟ ମାଗିଛନ୍ତି ଅାମିକ୍ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମ୍ପର୍କରେ ଅାବେଦନକାରୀ ପକ୍ଷ ଓକିଲ ଶୁଭ୍ରାଂଶୁ ପାଢୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି […]
ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍ ଓ କାଳିଆ ପାଣି ପୁଲିସ୍ ଏହି ଟଙ୍କା ଜବତ କରିଛନ୍ତି। ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ୍ ଅଟକ ରଖିଛି। ତେବେ ଏତେ ଟଙ୍କା କାହିଁକି ନିଆଯାଉଥିଲାଏନେଇ ପୁଲିସ୍ ତଦନ୍ତ କରୁଛି।
ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନରେନ୍ଦ୍ର ମୋଦି। ଏଥିସହ ସମସ୍ତଙ୍କ ସ୍ୱପ୍ନ ସାକାର ହେଉ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ନବବର୍ଷ ଏବଂ ମହାବିଷୁବ […]
ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ ସାମିଲ ହୋଇଥିଲେ। ଏହି ମିନି ମାରାଥନକୁ ସିଂହଦ୍ୱାର ନିକଟରୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଏସପି,ପୌର କାର୍ଯ୍ୟର୍ନିବାହୀ ଅଧିକାରୀ […]
ଜୟପୁର(ଟି.ଗୌରୀଶଙ୍କର) :କୋରାପୁଟ ଜିଲ୍ଲା ବନଖଣ୍ଡ ଅର୍ନ୍ତଗତ ଜୟପୁର ଘାଟିରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ଗତକାଲିଠୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ ଜଙ୍ଗଲରେ ଥିବା ଲକ୍ଷାଧିକ ମୂଲ୍ୟର ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଅାଜି ଗୁରୁ ଦିବସ । ଗୁରୁଙ୍କୁ ପୂଜା, ସ୍ମରଣ ଓ ଗୁରୁଙ୍କ ଅାଦର୍ଶରେ ନିଜକୁ ଅନୁପ୍ରାଣିତ କରିବାର ଏକ ପବିତ୍ର ଅବକାଶ । ୧୮୮୮ ମସିହା ସେପ୍ଟେମ୍ବର ଅାଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା କରିବା ସହ ଭୋଗ କରିବାର ପରମ୍ପରା ରହିଛି। ବିଭିନ୍ନ […]
ଭୁବନେଶ୍ୱର: ଆଜି ହନୁମାନ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ହନୁମାନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି। ଲୋକେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି। ବିଶେଷ କରି ସମ୍ବଲପୁର, ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିଛି। ବ୍ରହ୍ମପୁର ସହରର ରାମଲିଙ୍ଗା ଟ୍ୟାଙ୍କ ରୋଡ୍, ହିଲପାଟଣା ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଧୁମ୍ ଧାମରେ ହନୁମାନ ଜୟନ୍ତୀ ପାଳନ ହେଉଛି। ସେହିପରି ସମ୍ବଲପୁରର ବିଭିନ୍ନ ପଡାରୁ ଆଜି ଆଖଡା ଶୋଭାଯାତ୍ରା […]
ପଦ୍ମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ପଦ୍ମପୁର ପୁଲିସ୍ ପକ୍ଷରୁ ରେଡ୍ କରାଯାଇଥିଲା। ପାଇକମାଲରୁ ୨୩୦ଟି କଫ୍ ସିରପ ବୋତଲ, ୭ କେଜିରୁ ଅଧିକ ଗଞ୍ଜେଇ ଏବଂ ୩ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି।
ଭୁବନେଶ୍ୱର : କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ସାଧାରଣ ଲୋକେ। କୋର୍ଟ ଭିତରେ ଲୋକଙ୍କ ରୋଷର ଶିକାର ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ ଜଟଣୀ ଥାନା ଅଧିକାରୀ ସଞ୍ଜିବ ମହାନ୍ତି । ସଞ୍ଜୀବଙ୍କୁ ଅାଜି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ତାଙ୍କୁ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ଏମିତିକି ଭିଜିଲାନ୍ସ ଅଧିକାରୀଙ୍କ ହେପାଜତରେ ଥିବା ସଞ୍ଜୀବଙ୍କୁ ମାରଧର ଓ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା । ତେବେ କୋର୍ଟରେ ଜାମିନ ନାମଞ୍ଜୁର […]
କଟକ(ଦେବାଶିଷ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ପଟୁଣିଆ ପଞ୍ଚାୟତ ଡିହ ନରସିଂହପୁର ଗାଁର ସୁଶାନ୍ତ ଗନ୍ତାୟତ। ସେ ଗତ ୧୨ ତାରିଖରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲେ। ହେଲେ ଫସଲ ଭଲ ନହେବାରୁ ସେ ମାନସିକ ଚାପରେ […]
ଭୁବନେଶ୍ୱର :୨୦ ଦିନରେ ପହଞ୍ଚିଲା ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅାନ୍ଦୋଳନ। ହେଲେ ଏଯାଏ କୌଣସି ସମାଧାନର ବାଟ ବାହାର କରିପାରିନାହାଁନ୍ତି ସରକାର। ପୂର୍ବ ଘୋଷଣା ଅନୁଯାୟୀ ଅାସନ୍ତାକାଲି ଗୁରୁ ଦିବସକୁ ମିଳିତ ମଞ୍ଚ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି କୁହାଯାଇଛି। ଏପଟେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନକୁ ଶିକ୍ଷକଙ୍କୁ ନିନ୍ଦା କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ କହିଛନ୍ତି […]
ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଗତ ୧୧ ତାରିଖ ସନ୍ଧ୍ୟାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଖବର ଜଣାପଡ଼ିବା ପରେ ଗାଁରେ ରଫାଦଫା କରିବାକୁ ଚେଷ୍ଟା କରାଯାଇଥିଲା। ଆଜି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ନାବାଳିକାକୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଅଭିଯୁକ୍ତ […]
ଯାଜପୁର(ଗୁଲାମ ଗସ୍): ଏଟିଏମ୍କୁ ତାଡ଼ି ନେଇ ଗଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚଣ୍ଡିଖୋଲ ନିକଟସ୍ଥ ଏଚ୍ଡିଏଫ୍ସି ବ୍ୟାଙ୍କର ଏଟିଏମ୍କୁ ଦୁର୍ବୃତ୍ତ ତାଡ଼ି ନେଇଛନ୍ତି। ଆଜି ସକାଳେ ଏଟିଏମ୍ ମେସିନ୍ ନଥିବା ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା, ତାହା ସ୍ପଷ୍ଟ ହୋଇନିା
ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି ବେଳର ଭାଷଣକୁ ପ୍ରତିବାଦ କଲେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ । କେଭି କାହିଁକି ରାଜନୈତିକ ଭାଷଣ ଦେଲେ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ସେପଟେ ଦେବାଶିଷଙ୍କ ପ୍ରତିବାଦ ନେଇ ଗୃହ ବାହାରେ ପ୍ରତିକ୍ରିୟାରେ କେଭି କହିଛନ୍ତି, ଶୋକ ପ୍ରସ୍ତାବରେ ମୁଁ ମନର କଥା […]
କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍ ମଦନପୁର-ରାମପୁରରେ ଥିବା ଉଭୟ ଅଧିକାରୀଙ୍କ ଘରେ ଚଢ଼ାଉ କରିଛନ୍ତି।
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶା ମାନଚିତ୍ରରେ ଭୁବନେଶ୍ୱରକୁ ସ୍ଥାନ ମିଳିଥିଲା। ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସହର ପାଇଁ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ବାସ୍ତବ ରୂପରେ ପରିଣତ ହୋଇଥିଲା। ତେବେ ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ଯୋଗ ଦେଇଛନ୍ତି। ୧୯୩୩ ମସିହାରେ ଓଡ଼ିଶାର ସ୍ୱତନ୍ତ୍ର […]
ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ରାମନବମୀ ପାଇଁ ଭଦ୍ରକରେ […]
ଭୁବନେଶ୍ୱର: ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ। କମିଶନରେଟ୍ ପୁଲିସ ପକ୍ଷରୁ ଚାଲୁଥିବା ‘ନୋ ଇୟୋର ପୁଲିସ’ ସ୍କିମରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପୁଲିସ ପ୍ରାୟ ୧ ଘଣ୍ଟା ଧରି ଅାଲୋଚନା କରିବ। ପିଲାମାନଙ୍କୁ ମୋମୋ ଚ୍ୟାଲ଼େଂଜ ଭଳି […]