• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mobile
ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ; ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ୱର: ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ ଦେଖାଦେଇଛି। ‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍‌ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌। ଏଥିସହ ସୋଶାଲ୍ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ବିଶେଷ ନଜର ରଖିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି ପିଲାମାନେ କେଉଁ ଆପ୍ଲିକେସନ୍ ବ୍ୟବହାର […]

  • Tuesday, 20 July 2021
Untitled-1
ବଦଳିବ ଟ୍ରେନ୍‌ର ଗତିପଥ, ହେଲ୍‌ପ ଲାଇନ୍‌ ନମ୍ବର୍‌ ଜାରି

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ତିତ୍‌ଲି’। ଏଥିପାଇଁ ରେଳ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ କରାଯାଇଛି। ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍‌ରୁ ବିଜୟନଗ୍ରମ୍ ମଧ୍ୟରେ କୌଣସି ଟ୍ରେନ୍‌ ଚଳାଚଳ କରିବନାହିଁ। କିଛି ଟ୍ରେନ୍‌ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍‌ର ଆସନ୍ତାକାଲିର ଯାତ୍ରା […]

  • Tuesday, 20 July 2021
tropical
ବାତ୍ୟା ପାଇଁ କଲେଜ୍‌ ଇଲେକ୍ସନ୍‌ ବାତିଲ୍‌

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଭୟଙ୍କର ରୂପ ନେବା ବୋଲି SRC ସୂଚନା ଦେଇଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଥିବା ସେ କହିଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ୍‌ ନିର୍ବାଚନ ହେବନି ବୋଲି ଏସଆର୍‌ସି କହିଛନ୍ତି। ଏଥିସହିତ ତଳିଆ ଅଞ୍ଚଳ ଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି। ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏପରିକି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଥିବା […]

  • Tuesday, 20 July 2021
titli
ବନ୍ୟା ପାଇଁ ପ୍ରସ୍ତୁତ ଦଳସମ୍ପଦ ବିଭାଗ

ଭୁବନେଶ୍ୱର: ସମ୍ଭାବ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିଛି ଜଳସମ୍ପଦ ବିଭାଗ। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ ହେବା ପରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜଳସମ୍ପଦ ସଚିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୦୦ ମିଲିମିଟର୍ ବର୍ଷା ହେବା ନେଇ ସମ୍ବାବନା ରହିଛି। ଏହାପରେ ବଂଶଧାରା ଏବଂ ରୂଷିକୂଲ୍ୟା ନଦୀରେ ବନ୍ୟା ଆଶଙ୍କା ମଧ୍ୟ ବଢ଼ିଛି। […]

  • Tuesday, 20 July 2021
Titli1
୨୮୦ କିମି ଦୂରରେ ‘ତିତ୍‌ଲି’, ମୁକାବିଲା ପାଇଁ ପ୍ରସ୍ତୁତି ଜୋର୍‌ଦାର୍

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମର ପରିଣତ ହୋଇଛି ସାମୂଦ୍ରିକ ଝଡ଼ ‘ତିତ୍‌ଲି’। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୨୮୦କିଲୋମିଟର୍‌ ଦୂରରେ ରହିଛି। ତେବେ ଘଣ୍ଟାକୁ ୧୫ କିଲୋମିଟର୍‌ ବେଗରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି। ଏହି ସାମୂଦ୍ରିକ ଝଡ଼ ଆସନ୍ତାକାଲି ସକାଳେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ଏହା ଯେତେ ସମୟ ସମୁଦ୍ର ଗର୍ଭରେ ରହିବ, ସେତେ ଶକ୍ତିଶାଳୀ ହେବ। ସ୍ଥଳଭାଗରେ ପହଞ୍ଚିବା ବେଳକୁ […]

  • Tuesday, 20 July 2021
gan-bbsr
ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଗଣେଶ ପୂଜା ବହୁତ ଜାକଜମକରେ ପାଳିତ ହୋଇଯାଇଛି। ସ୍କୁଲ କଲେଜ ସହିତ ବିଭିନ୍ନ କ୍ଲବ, ବ୍ୟବସାୟିକ ସଂଘ ଓ ସଂଗଠନ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ସଜେଇ ହୋଇଥିଲା। ଏହା ସହିତ ରାଜଧାନୀର ଅନେକ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି। ସହିଦ ନଗର ଉଇନର ଆସୋସିଏସନ୍‌ ମଣ୍ଡପରେ ମୁମ୍ବାଇ ଭଳି ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି […]

  • Tuesday, 20 July 2021
niranjan
ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ

ଭୁବନେଶ୍ୱର: ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ। ଗଣେଶ ଚତୁର୍ଥୀ ଅବସରରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଘରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଗତକାଲି ଶ୍ରୀକାନ୍ତ ଜେନାଙ୍କ ଘରେ ଗଣେଶ ପୂଜା ଆୟୋଜିତ ହୋଇଥିଲା। ନିରଞ୍ଜନଙ୍କ ସହ ଦଳର ଅନ୍ୟ କିଛି ନେତା ଏହି ପୂଜାରେ ଯୋଗ ଦେଇଥିଲେ। ଏହି ଅବସରରେ ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ବେଶ୍ କିଛି ସମୟ ଭାବ ବିନିମୟ ହୋଇଥିଲା। ନିରଞ୍ଜନ ପିସିସି ସଭାପତି ହେବା ପରେ […]

  • Tuesday, 20 July 2021
acsi
ଅଟୋ-ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ

ରାୟଗଡ଼ା: ଯାତ୍ରୀବାହୀ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ରାୟଗଡ଼ା ଜିଲ୍ଲା ଜେକେପୁର ନାଇଡ଼ୁପେଟା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ଆମ୍ମା। ତାଙ୍କ ଘର ଝିଞ୍ଜିଲିବାଡ଼ିରେ। ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ […]

  • Tuesday, 20 July 2021
gulii
ଗୁଳିମାଡ଼ରେ ଢାବା ମାଲିକ ଆହତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି। ଗତକାଲି ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବାବେଳେ ଖଣ୍ଡଗିରି କଳିଙ୍ଗ ଷ୍ଟୁଡ଼ିଓ ନିକଟରେ ଗୁଳି ଫୁଟିଛି। ଗୁଳିମାଡ଼ରେ ଜଣେ ଢାବା ମାଲିକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତ ଢାବା ମାଲିକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ସନ୍ଦେହ ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।  

  • Tuesday, 20 July 2021
Nuakhai
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ବି ଚଳଚଞ୍ଚଳ। ଆଜି ଭୋର ସାଢ଼େ ୪ଟାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଖୋଲା ଯାଇଥିଲା। ନୂଆ ଶାଢ଼ୀ ସହ ଅଳଙ୍କାର ଧାରଣ ପରେ ରୀତିନୀତି ଆରମ୍ଭ ହୋଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ମାଆ ସମଲେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ପରେ ଲୋକେ […]

  • Tuesday, 20 July 2021
3
ବିଜେଡି ବିଧାୟକଙ୍କ ଦାଦାଗିରି, ଅତିଷ୍ଠ ସାଧାରଣ ଲୋକେ  

ଭୁବନେଶ୍ୱର: ଭାଇରାଲ୍‌ ହେଲା ଆଉ ଜଣେ ବିଜେଡି ବିଧାୟକଙ୍କ ଔଦ୍ଧତ୍ୟର ଚିତ୍ର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସମୀର ଦାଶଙ୍କ ପରେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍ ସର୍ବ ସାଧାରଣରେ ତୋଡ଼ ଦେଖାଇବା ଚିତ୍ର ସୋସିଆଲ୍‌ ମିଡିଆରେ ବୁଲିବା ପରେ ବର୍ତ୍ତମାନ ଶାସକ ଦଳ ବିଧାୟକଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଭାଇରାଲ୍‌ ଭିଡିଓରେ କଣ୍ଟାବାଞ୍ଝିର ବିଜେଡି ବିଧାୟକ ଆୟୁବ ଖା‌ନ୍‌ ଜଣେ ବୃଦ୍ଧାଙ୍କ ଉପରେ ତୋଡ଼ ଦେଖାଉଥିବା ଦୃଶ୍ୟ ରହିଛି। ଭିଡିଓ ସ୍ପଷ୍ଟ ଦେଖାଯାଉଛି ଯେ […]

  • Tuesday, 20 July 2021
ANNA
ଦୁର୍ନୀତି ବିରୁଦ୍ଧରେ ଅାନ୍ନାଙ୍କ ଭଳି ବୁଲିବି ସାରା ରାଜ୍ୟ : ଦାମ

ଭୁବନେଶ୍ୱର: ଦଳରୁ ବହିଷ୍କାର ପରେ ଦାମଙ୍କୁ ନୈତିକ ସମର୍ଥନ ଦେବାକୁ ହାଜର ହୋଇଥିଲେ ତାଙ୍କ ଶୁଭେଛୁ ଓ ସମର୍ଥକ। ସକାଳୁ ସକାଳୁ ଦାମଙ୍କ ବାସଭବନରେ ଲାଗିରହିଥିଲା ଗହଳି ଚହଳି। ପାରାଦ୍ୱୀପ ସହ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ବି ପହଁଞ୍ଚିଥିଲେ ଲୋକ। ଦାମଙ୍କୁ ଭେଟିବା ପାଇଁ ପହଁଞ୍ଚିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ୧୫ ମିନିଟର ସଂକ୍ଷିପ୍ତ ଅାଲୋଚନା ପରେ ଦାମଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ବୈଜୟନ୍ତ। ପୂର୍ବତନ ବିଧାୟକ ନାରାୟଣ ରେଡି ମଧ୍ୟ ଦାମଙ୍କୁ […]

  • Tuesday, 20 July 2021
2
ଆସୁଛି ବାତ୍ୟା ‘ତିତ୍‌ଲି’: ଚିନ୍ତାରେ ଚାଷୀ

ଗଜପତି: ସମୁଦ୍ର ଗର୍ଭରେ ଲହଡ଼ି ଭାଙ୍ଗି ସ୍ଥଳଭାଗକୁ ଧାଇଁ ଆସୁଛି ବାତ୍ୟା ‘ତିତ୍‌ଲି’। ଆଉ ମାତ୍ର କେଇ ଘଣ୍ଟା ପରେ ପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ ପବନ ବହିବ। କିନ୍ତୁ ବାତ୍ୟା ଭୟରେ ଚିନ୍ତାରେ ପଡ଼ିଗଲେଣି ପାରଳାଖେମୁଣ୍ଡିର ଚାଷୀ। କାରଣ ଖେତରେ ଲହଡ଼ି ଭାଙ୍ଗୁଛି ବର୍ଷକର ସୁନାର ଫସଲ। ହୁଏତ ଦିନ କେଇଟା ପରେ ଅମଳ ହେବ। କିନ୍ତୁ ତା’ପୂର୍ବରୁ ସବୁକିଛି ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ୧୧ ତାରିଖ ବେଳକୁ ବାତ୍ୟାର ପ୍ରକୋପ ବଢ଼ି […]

  • Tuesday, 20 July 2021
sundari-up
ଫେରିଯିବ 'ସୁନ୍ଦରୀ'

ଭୁବନେଶ୍ୱର : ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ,ସେ ଅାସିଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଅାସନ୍ତା ୧୫ ତାରିଖ ସୁଦ୍ଧା ତାକୁ ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍ ଅାସୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର। ସାତକୋଶିଅାରେ ଛଡ଼ା ଯାଇଥିବା ବାଘ ସୁନ୍ଦରୀ ଜଣେ ମହିଳାଙ୍କୁ ମାରି ଖାଇଦେଇଥିବା ଅଭିଯୋଗ ପରେ ଲୋକେ ଏମିତି ତାତିଛନ୍ତି […]

  • Tuesday, 20 July 2021
batya
ମାଡ଼ିଆସୁଛି ବାତ୍ୟା ‘ତିତ୍‌ଲି’: ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିମି ବେଗରେ ପବନ ବହିବ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’।  ୭୨ ଘଣ୍ଟା ଭିତରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ ଏହି ଝଡ଼। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ଏଥିପାଇଁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ସମ୍ବାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। […]

  • Tuesday, 20 July 2021
dama-up
ବିଜେଡିରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ଡାଇରେକ୍ଟ ଅାଟାକ୍

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ପରେ ଅଧିକ ଶାଣିତ ହୋଇଛି ଦାମଙ୍କ ସ୍ୱର। ଏଥର ସିଧା ନିଶାନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ଥିତି ପାଇଁ ନୀତି ବଦଳାଇଛନ୍ତି ନବୀନ, ଯାହା ବିଜୁ ଅାଦର୍ଶର ପରିପନ୍ଥୀ। ନବୀନଙ୍କ ପ୍ରଶ୍ରୟରେ ବିଜୁଙ୍କ ନାଁକୁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟୁଛନ୍ତି। ବିଜୁଙ୍କ ଅାତ୍ମା କଷ୍ଟ ପାଉଥିବ। ଏପରିକି ନବୀନ ଯେତେଶୀଘ୍ର ଓଡ଼ିଶା ଛାଡ଼ିବେ ସେତେ ରାଜ୍ୟବାସୀଙ୍କ ମଙ୍ଗଳ ବୋଲି କହିବାକୁ ବି ଦାମ ପଛାଇନାହାନ୍ତି। ସେପଟେ ନବୀନ କହିଛନ୍ତି, ଦାମଙ୍କ ସବୁ […]

  • Tuesday, 20 July 2021
Untitled-1
ବାଇକ୍‌ ଧକ୍କାରେ ଫୁଟିଲା ବୋମା, ୩ ଆହତ

ଗଞ୍ଜାମ: ଭଞ୍ଜନଗର ବାଇପାସ୍ ନିକଟରେ ଅଘଟଣ। ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ଜଣ ଆହତ ହୋଇଛନ୍ତି। ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ, ବୋମା ଓ ଗୁଳି ଜବତ ହୋଇଛି। ଆହତମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସମ୍ପୃକ୍ତ ବାଇକ୍ ଆରୋହୀ ବୋମା ଓ ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି।

  • Tuesday, 20 July 2021
mokkil-up
ମହମ୍ମଦ ମୋକିମଙ୍କ ସମେତ ୧୭ ଜଣଙ୍କୁ ଜାମିନ୍

କଟକ  : କଟକ ପୁରୀଘାଟ ପୁଲିସ ଦ୍ୱାରା ରାତି ଅଧିଅା ଗିରଫ ହୋଇଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କୁ ମିଳିଛି ଜାମିନ୍। କଟକ SDJMଙ୍କ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହ ସମସ୍ତ ୧୭ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି। ପୁରୀଘାଟ ଥାନାରେ ପଶି ଭଙ୍ଗାରୁଜା ଅଭିଯୋଗ ଘଟଣାରେ ମୋକିମଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ସହ ସିଏମ୍‌ସିର ୩ କର୍ପୋରେଟର ଗିରିବାଳା ବେହେରା, ଅରୁଣ ସେଠୀ ଏବଂ ଶେଖ ସମ୍ମିମୁଲାଙ୍କ […]

  • Tuesday, 20 July 2021
AUL-Congress-black-flag
ମନ୍ତ୍ରୀଙ୍କୁ ଟମାଟୋମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କୁ ବିରୋଧ ପ୍ରଦର୍ଶନ। ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ପାଇଁ ମନ୍ତ୍ରୀ ନୃସିଂହ ସାହୁ ଯାଉଥିବାବେଳେ କିଛି କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡ଼ି ଉପରକୁ ଟମାଟୋ ଫିଙ୍ଗିଥିଲେ। ଏହାପରେ ଘଟଣାସ୍ଥଳରୁ ୧୫ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଟେକି ନେଇଥିବା ସୂଚନା ମିଳିଛି।

  • Tuesday, 20 July 2021
CM-Naceen
ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ବିରୋଧୀଙ୍କ କଟାକ୍ଷ

ପୁରୀ: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ପଞ୍ଚସଖାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ବକୁଳବନକୁ ଯାଇ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ଭାଷାର ବିବର୍ତ୍ତନ ଉପରେ ଗବେଷଣା ଲକ୍ଷ୍ୟରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସତ୍ୟବାଦୀରେ ୨୫ ଏକର ଜମି ମଧ୍ୟ ଯୋଗାଇ ଦିଆଯାଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ […]

  • Tuesday, 20 July 2021
snake-up up
ସାପ କାମୁଡ଼ାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ମାଲକାନଗିରି  : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କେଣ୍ଡାପାଲ୍ଲୀ ଗାଁରେ ସାପ କାମୁଡ଼ାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ମୃତକ ହେଲେ କେଣ୍ଡାପାଲ୍ଲୀ ଗାଁର ଯୋଡ଼ି ସୁକି। ଗତ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଏମଭି-୭୯ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସ୍ତ୍ରୀକୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀକୁ କାଲିମେଳା ମେଡ଼ିକାଲକୁ ରେଫର କରିଛନ୍ତି।  

  • Tuesday, 20 July 2021
pahur-up
ରାତି ପାହିଲେ ନୂଆଁଖାଇ

ଭୁବନେଶ୍ୱର : ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୀଠ, ମନ୍ଦିର, ଘର, ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଅାପିଅା, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ଅାସନ୍ତାକାଲିର ସେହି ଶୁଭ ମୂହୁର୍ତ୍ତକୁ। ଘରେ ଘରେ ପ୍ରସ୍ତୁତି ଚାଲିଥିବା ବେଳେ ଦୂରରେ ଥିବା ଲୋକେ ଘରେ ଅାସି ପହଂଚିବାରେ ଲାଗିଛନ୍ତି।  ସେପଟେ ଜୁହାର ଭେଟ୍ ଲାଗି ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ସେପଟେ ଭିନ୍ନ ଏକ […]

  • Tuesday, 20 July 2021
accident
ଯାତ୍ରାପାର୍ଟି ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଦୁର୍ଘଟଣା । ଗଣେଶ ପୂଜାରେ ଦୁଇ ସାଙ୍ଗ ପୂଜା ପରେ ବାଇକ୍‌ରେ ବୁଲିବାକୁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ୍‌। ଘଟଣାସ୍ଥଳରେ ହିଁ ଶେଷ ଯାତ୍ରାରେ ଚାଲିଗଲେ ଦୁଇ ସାଙ୍ଗ। ସୂଚନା ଅନୁସାରେ ,ଆଜି ଗଣେଶ ପୂଜା ଥିବାରୁ ଓମ ୟଶବର୍ଦ୍ଧନ ଜେନା କାନପୁରା ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଓ ସୋମେଶ ମୁଦୁଲି କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇଥିଲେ। […]

  • Tuesday, 20 July 2021
ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀରେ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ନାଁରେ ଥିବା ଏକ ପାରା ମେଡିକାଲ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି। କୋଦଣ୍ଡ ବିଭିନ୍ନ ସମୟରେ ଛାତ୍ରୀମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିଲେ। ଛାତ୍ରୀମାନେ ଆଜି ଏକାଠି ହୋଇ ଏହାର ବିରୋଧ କରିବା ସହ […]

  • Tuesday, 20 July 2021
naveen
ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଏବଂ ହାସ୍ୟାସ୍ପଦ ବୋଲି କହିଛନ୍ତି ନବୀନ। ଦାମ ନୂଅା ଦଳ ଗଢ଼ିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବନି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

  • Tuesday, 20 July 2021