କୋରାପୁଟ: ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଦାବି କଲେ ବି କେହି ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ନିରାଶ ହେବା ପରେ ନିଜ ଉଦ୍ୟମରେ ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଲେ, କୋରାପୁଟ ଓ ନାରାୟଣ ପାଟଣା ସୀମାନ୍ତରେ ୭ ଖଣ୍ଡ ଗାଁର ଲୋକେ। ଏଥିପାଇଁ ପାହାଡ଼ ଘେରା ରାସ୍ତାରେ ବଡ଼ ବଡ଼ ପଥ ହଟାଇ ନିଜସ୍ୱ ପରିଶ୍ରମରେ ସେମାନେ ଏବେ ଗାଁ ରାସ୍ତା ନିର୍ମାଣରେ ଲାଗିପଡ଼ିଛନ୍ତି। […]
ରାୟଗଡ଼ା: ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ନିନ୍ଦିତ ଚିତ୍ର। ଫୋନ୍ କଲେ ବି ଆସିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ପୁଣି ଭାରରେ ବୁହା ହେଲା ରୋଗୀ। ଏଭଳି ଘଟଣା ଘଟିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଘାଗୁଡ଼ିମାଳ ଅଞ୍ଚଳରେ। ଗାଁର ନାଗବଂଶ ପଶୁ ନାମକ ଜଣେ ବ୍ୟକ୍ତିଙ୍କ ଦେହ ଖରାପ ହେବାରୁ ତାଙ୍କୁ କଲ୍ୟାଣସିଂହପୁର ମେଡିକାଲକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଆସିପାରିବେ ନାହିଁ ବୋଲି ସିଧାସିଧା ମନା […]
ବ୍ରହ୍ମପୁର : ବ୍ରହ୍ମପୁରରେ ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ। ଗିରଫ ପରେ ସଂପୃକ୍ତ ଡାକ୍ତରଙ୍କୁ ଧରି ତନାଘନା ଜାରି ରଖିଛି ପୁଲିସ। କ୍ଲିନିକ୍ ସମେତ ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ନେଇ ଛାନ୍ଭିନ୍ କରୁଛି ବ୍ରହ୍ମପୁର ପୁଲିସ। ଭୁବନେଶ୍ୱରରୁ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନେକ ଦିନ ଧରି ନିଖୋଜ ଥିବା ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା […]
ବାରିପଦା: ଦାମଙ୍କ ସଭାକୁ ଭଣ୍ଡୁର କରିବା ଉଦ୍ୟମ ପଛରେ କାହାର ହାତ ? ଗତକାଲି ବାରିପଦା ସଭା ପରେ ଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ଜବାବ ଦେଇ ଦାମ ସିଧା ମୟୁରଭଞ୍ଜର ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜ ଗୋସେଇଁଙ୍କ ପାଇଁ ଅରୁଣ ତାଙ୍କ ସଭା ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଥିବା କହି ତୃତୀୟ ମହଲାକୁ ବି ପରୋକ୍ଷରେ ଟାଣିଛନ୍ତି ଦାମ। ରବିବାର ବାରିପଦାରେ ଦାମଙ୍କ ଦୁର୍ନୀତି […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଅାକ୍ରମଣର ପ୍ରତିବାଦ ସ୍ୱରୂପ ଅାଜି ଡାକ୍ତର, ନର୍ସ ଓ ଅାଶାକର୍ମୀ ଧାରଣାରେ ବସିଥିଲେ। ଏହା ବ୍ୟତୀତ କେମିଷ୍ଟ ଅାଣ୍ଡ ଡ୍ରଗିଷ୍ଟ ଅାସୋସିଏସନ୍ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ସେପଟେ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଯାଏଁ ଅାନ୍ଦୋଳନ ଜାରି ରଖିବାକୁ ଚେତାବନୀ […]
ଭୁବନେଶ୍ୱର : ବିଧାନସଭାରେ ବିବୃତି ରଖିବେ କୃଷି ମନ୍ତ୍ରୀ। ଚାରା ଦୁର୍ନୀତି ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ କୃଷି ମନ୍ତ୍ରୀ । ଚଳିତ ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଅାରମ୍ଭରୁ ବିରୋଧୀ ତାରା ଘୋଟାଲାକୁ ନେଇ ହୋ ହାଲ୍ଲା କରିବା ସହ ସିବିଅାଇ ତଦନ୍ତ ଦାବି କରିଥିଲେ। ଫଳରେ ପ୍ରଶ୍ନ କାଳ ଚାଲିପାରି ନଥିଲା । ପରେ ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପୁଣି ଏ ପ୍ରସଙ୍ଗ […]
ସୁବର୍ଣ୍ଣପୁର: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ନିଜସ୍ୱ ଖାଦ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଯାହା ପାଇଁ ସରକାର ଏହି ଯୋଜନା ଆରମ୍ଭ କଲେ ସେହି ଗରିବଙ୍କ ପେଟରେ କିନ୍ତୁ ନାତ ମାରୁଛି ଆମ ବ୍ୟବସ୍ଥା। ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁରର ଡୁଙ୍ଗୁରିପାଲିର ବିନିକାରୁ। ଗରିବ ନିରାଶ୍ରୟ ପାଇଁ ନୂଆ ଯୋଜନାରେ ରାସନ କାର୍ଡ ବ୍ୟବସ୍ଥା ଥିଲେ ବି ଏହା ମିଳୁନି। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲିରେ ରାସନ କାର୍ଡ […]
କଟକ : ପୁଣି ପ୍ରାଣଘାତୀ ମୋମୋକୁ ନେଇ ଅାତଙ୍କ । କଟକ ବୟାଳିଶମୌଜା ଝାରକଟା ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଦାଆରେ ନିଜର ହାତ କାଟିଦେଇଥିବା ଅାଶଙ୍କା କରାଯାଉଛି । ଅାହତ ଯୁବକଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଅାହତ ଯୁବକଙ୍କ ନାଁ ସୁନୀଲ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏକ ଅନଲାଇନ ଭିଡ଼ିଓ ଗେମ୍ ଖେଳି ସେ ଏଭଳି […]
କେନ୍ଦୁଝର: କେଉଁଠି ପ୍ରଶାସନର ବିଫଳତା ଯୋଗୁଁ ଶବକୁ ସମ୍ମାନ ମିଳୁ ନ ଥିବାବେଳେ ଆଉ କେଉଁଠି ସମାଜର କୁସଂସ୍କାର ଯୋଗୁ ଶବକୁ ମିଳୁନି ସାହିଭାଇଙ୍କ କାନ୍ଧ। ମଦ ଯୋଗୁ ହତ୍ୟାକାଣ୍ଡ ପରେ ସାମାଜିକ ବାସନ୍ଦକୁ ନେଇ ଶବ ସତ୍କାରବେଳେ ସହଯୋଗ କଲେ ନାହିଁ ସାହିଭାଇ। ଶେଷରେ ଶବ ସତ୍କାର ସ୍ଥାନକୁ ନେଇ ଛିଡ଼ା କଲେ ବିବାଦ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଧନୁର୍ଜୟପୁର ଗାଁର ମୁଣ୍ଡା ସାହିରେ। ଅଟୋରେ ଝିଅର ମୃତଦେହକୁ […]
ରାଉରକେଲା: ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ତେବେ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରବିବାର ରାତିରେ ଚକ୍ରଧରପୁର ନିକଟରେ ବିଭିନ୍ନ ଯାତ୍ରୀବାହୀ ଏବଂ ମାଲ୍ବାହୀ ଟ୍ରେନ୍ରେ ମାଓବାଦୀମାନେ ପୋଷ୍ଟର ମାରି ସେମାନଙ୍କ ସ୍ଥିତିକୁ ପୁଣି ଜାହିର କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା-ଚକ୍ରଧରପୁର ମଧ୍ୟରେ ଟ୍ରେନ୍ ଚଳାଚଳ […]
ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ସିଟ୍ରେ ଅଦଳବଦଳ। ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସିଟ୍ ମଧ୍ୟ ବଦଳିଛି । ପୂର୍ବରୁ ସେ ଗୃହର ବ୍ଲକ୍ Dର ୩ନମ୍ବର ସିଟ୍ରେ ବସୁଥିଲେ। ଏବେ ସେ ବ୍ଲକ୍ Fର ୧୦ନମ୍ବର ସିଟ୍ରେ ବସିବେ। ସେହିପରି ବ୍ଲକ୍ Fର ୭ନମ୍ବର ସିଟ୍ରେ ବିଜୟ କୁମାର ନାୟକ ଓ ବ୍ଲକ୍ Fର ୮ନମ୍ବର ସିଟ୍ ସିଟ୍ରେ ଲକ୍ଷ୍ମଣ ମୁଣ୍ଡା ବସିବେ। […]
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ମୋଟ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ୧୧ ଜଣଙ୍କ ଯାଞ୍ଚ ଚାଲିଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏହି ୭୨ ଜଣଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ରର ମତ୍ସ୍ୟଜୀବୀ ଅଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ସୋରଡ଼ା ଓ ଦାରିଙ୍ଗିବାଡ଼ିକୁ ଛାଡ଼ି ସବୁ ରାସ୍ତାର ମରାମତି ଶେଷ ହୋଇଥିବା ଏବଂ ସହରାଞ୍ଚଳରେ ପାନୀୟ ଜଳ […]
କଳାହାଣ୍ଡି/ମୟୂରଭଞ୍ଜ: କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ଅଘଟଣ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗାଁରେ ୨ଜଣ ନାବାଳିକା ପୋଖରୀରେ ବୁଡ଼ିଯିବାରୁ ଉଭୟଙ୍କ ମୃତ ହୋଇଛି। ନାବାଳିକା ଦ୍ୱୟ ପୋଖରୀରେ ଗାଧୋଇବା ବେଳେ ଏହି ଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁଣ୍ଡାଠାକୁରା […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ମେଟଗୁଡ଼େମ୍ ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ନେଇ ସୁକ୍ମା ଏସ୍ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି। ମୃତ ଯୁବତୀଙ୍କ ତଣ୍ଟି କଟା ଯାଇଥିବା ସୂଚନା ମିଳିଛି। କେହି ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରି ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଇଥିବା ପୁଲିସ୍ କହିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍ପି ଏବଂ ସାଇଣ୍ଟିଫିକ୍ ଟିମ୍ […]
ଭୁବନେଶ୍ୱର: ‘ତିତ୍ଲି’ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ମୁକାବିଲାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ଓ ଗଞ୍ଜାମର ପ୍ରଭାବିତ ଅଞ୍ଚଳ ବୁଲି ଫେରିବା ପରେ ଧର୍ମେନ୍ଦ୍ର ଫେସବୁକ୍ରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଭିଡିଓରେ କହିଛନ୍ତି, ବାତ୍ୟା ଆସିବ ବୋଲି ଆଗରୁ ଜଣାଥିଲେ ମଧ୍ୟ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକଙ୍କୁ ଏ ନେଇ ଆଗରୁ ସଚେତନ କରାଯାଇ ନ ଥିଲା। ସେହିପରି ସବୁ […]
କଟକ: ସେଦିନର ଲକ୍ଷ୍ମୀ ଆଜି ମାରିଆ ଏରନାଣ୍ଡେସ୍ । ପ୍ରାୟ ୧୮ ବର୍ଷ ପରେ ପୁଣି ଲକ୍ଷ୍ମୀ ଆସିଛି ବସୁନ୍ଧରାକୁ । ୧୯୯୯ ମସିହାରେ ୧୦ ବର୍ଷର ନିରୀହ ଝିଅ ଘରୋଇ ସହାୟକ ଭାବେ କାମ କରୁଥିବା ଖବର ପାଇ ବଡ଼ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଏହାପରେ କଟକ ବସୁନ୍ଧରାରେ ଥିବା ଲକ୍ଷ୍ମୀକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସ୍ପେନ୍ ଦମ୍ପତ୍ତି । ୨୦୦୧ ମସିହାରେ ସ୍ପେନ ଯାଇଥିବା ଲକ୍ଷ୍ମୀ ଏବେ […]
ବିଶାଖାପାଟଣା: ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ବେଶ୍ ଧୁମ୍ଧାମ୍ରେ ଦଶହରା ପାଳନ କରିଛନ୍ତି। ବିଶାଖାପାଟଣା ଏବଂ ବାଙ୍ଗାଲୋରରେ କିଭଳି ରହିଥିଲା ଦଶହରାର ଧୁମ ପଢ଼ନ୍ତୁ ଏହି ରିପୋର୍ଟରେ। ବାଙ୍ଗାଲୋର ଭରତୁର୍ରେ ବଡ଼ ଧୁମ୍ଧଆମ୍ରେ ପାଳନ ହୋଇଥିଲା ଦଶହରା। ପାରମ୍ପାରିକ ବାଦ୍ୟରେ ପୂରି ଉଠୁଥିଲା ପରିବେଶ। ଘଣ୍ଟ ଘଣ୍ଟାର ତାଳେ ତାଳେ ଚାଲିଥିଲା ମାଆଙ୍କ ଆରଧନା। କଳିଙ୍ଗ ୟୁଥ୍ ଆସୋସିଏସନ୍ ତରଫରୁ ପ୍ରତିବର୍ଷ ଏଠାରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଥର ଦଶହରା […]
ଭୁବନେଶ୍ୱର: କାକଟପୁର ମା’ ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତକାଲି ଜଣେ ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରିବା ଓ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ୍ ୩ ସେବାୟତଙ୍କୁ ଗିରଫ କରିଥିଲା। ୩ ସେବାୟତଙ୍କୁ ପୁଲିସ୍ର ଗିରଫ ପ୍ରତିବାଦରେ ଆଜି ସେବାୟତ ସମିତି ପକ୍ଷରୁ ମା’ ମଙ୍ଗଳା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାରେ ଅସହଯୋଗ କରାଯାଇଛି। ମା’ ମଙ୍ଗଳକାଙ୍କ ନୀତିକାନ୍ତି ସ୍ୱାଭାବିକ ରହିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ନକରି ନିରାଶ […]
ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଏହାକୁ ନେଇ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଆଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ତେବେ ଦାମଙ୍କୁ ରାବଣପୋଡ଼ି ଅନୁମତି ନ ମିଳିବାରୁ ଅସନ୍ତୋଷ ବଢ଼ିଛି। ଯାହାର ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ବଜାର ବନ୍ଦ ଡାକରା ଦିଆଯାଇଛି। ଫଳରେ ଏରସମାରେ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାନ୍ତଙ୍କ ରାବଣପୋଡ଼ି […]
ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା। ଭଗବାନ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର, ପାରାଦୀପ, ରାଉରକେଲା ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହୋଇଯାଇଛି। ପାରାଦୀପରେ ୭ଦିନ ଧରି ଚାଲିବ ବିଶ୍ୱକର୍ମା ପୂଜା। ଏଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିଳ୍ପାନୁଷ୍ଠାନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ […]
ପିପିଲି: ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରାଛକର ସିଫାଠାରେ ବାଇକ୍ ସହ ଏକ କାର୍ର ଧକ୍କା ହୋଇଥିଲା। ବାଇକ୍କୁ ଧକ୍କା ଦେବା ପରେ କାର୍ଟି ରାସ୍ତା କଡ଼ରେ ଥିବା ନାଳକୁ ଓଲଟି ପଡ଼ିଥିଲା। ଫଳରେ ବାଇକ୍ରେ ଥିବା ଦୁଇ ଆରୋହୀ ଏବଂ କାର୍ରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବାଇକ୍ ଆରୋହୀ ଦ୍ୱୟ ପତି-ପତ୍ନୀ […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ଥିଲେ। ଏଥିସହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୋଳଗୋବିନ୍ଦ […]
ଗଞ୍ଜାମ/ ରାୟଗଡ଼ା: ‘ତିତ୍ଲି’ ବାତ୍ୟାର ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଏବେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି ହିଞ୍ଜିଳିର ଏହି ଦୁଇ ପଞ୍ଚାୟତର ପ୍ରାୟ ୨ହଜାର ଚାଷୀ। କିନ୍ତୁ ବାତ୍ୟା ମାଡ଼ରେ […]
ଭୁବନେଶ୍ୱର : ଦେଶରେ ଜନବାଦୀ ଅାନ୍ଦୋଳନକୁ ଅର୍ବାନ ମାଓବାଦର ଅାଖ୍ୟା ଦେଉଛି ମୋଦି ସରକାର। ଏଭଳି ଅାନ୍ଦୋଳନକୁ ଚପାଇ ଦେବାକୁ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀଙ୍କୁ ଗିରଫ କରୁଛି ପୁଲିସ। ଏ ସ୍ଥିତି ଏବେ ଜରୁରୀକାଳୀନ ସ୍ଥିତିଠୁ ବି ଅାହୁରି ସଂଗୀନ ହୋଇଥିବା ଅଭିଯୋଗ ଅାଣିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ସମ୍ପାଦକ ଉମାକାନ୍ତ । ବିଜେପି ଏହାକୁ ଖଣ୍ଡନ କରିବା ସହ ଦେଶ ବିରୋଧୀ ଶକ୍ତିଙ୍କ ବିରୋଧରେ ଏହା ବଡ଼ କ୍ରାକ୍ଡାଉନ୍ ବୋଲି କହିଛି। ଦୁର୍ନୀତି […]