ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ଗିରଫ। ଗତକାଲି ରାତିରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କୁ ମହଙ୍ଗା ପଡ଼ିଛି । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଚଳିତମାସ […]
ଭୁବନେଶ୍ୱର: ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୋଲକାତାର ଜଣେ ଯୁବତୀ ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଆଗରୁ ଏୟାର ଓଡ଼ିଶାରେ କାମ କରୁଥିଲେ। ଏବେ ସେ ଏୟାର୍ ଡେକାନରେ କାମ କରୁଛନ୍ତି। ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସନ୍ତୋଷ ପାଣି ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସନ୍ତୋଷ ପାଣି। ସେ […]
ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ JMFC କୋର୍ଟରେ ଅାତ୍ମସମର୍ପଣ କଲେ ମହିମା ମିଶ୍ର। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କର ଜାମିନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ସେ କୁଜଙ୍ଗ କୋର୍ଟରେ ହାଜର ହୋଇ ଅାତ୍ମସମର୍ପଣ କରିଛନ୍ତି। ଷ୍ଟିଭେଡର ବିବାଦକୁ ନେଇ ପାରାଦୀପରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିଯୁକ୍ତ ଥିଲେ ଶିଳ୍ପପତି ମହିମା ମିଶ୍ର। ବହୁ ଦିନ ଧରି ଫେରାର ରହିବା ପରେ ତାଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ପୁଲିସ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ତମ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଓଡ଼ିଶାର କ୍ରୀଡ଼ା, ପର୍ଯ୍ୟଟନ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ସଂପର୍କରେ ମୋଦି କହିବା ସହ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନଭେମ୍ବର୍ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ଦେଖିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ଏହାସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଖୁବ୍ ପ୍ରଶଂସା କରିବା ସହିତ ଯୁବ ଶକ୍ତିର ଗୁରୁତ୍ୱ ଦର୍ଶାଇଛନ୍ତି। ଅକ୍ଟୋବର୍ […]
ଭୁବନେଶ୍ୱର : କଂଗ୍ରେସର ହାତ ଧରିଛନ୍ତି ବୀରମିତ୍ରପୁର ସ୍ୱାଧୀନ ବିଧାୟକ ଜର୍ଜ ତିର୍କି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଜର୍ଜ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହାସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ପରାମର୍ଶଦାତା ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାଛଡ଼ା ଅନ୍ୟ ଚାରି ଜଣ ସମାଜସେବୀ କଂଗ୍ରେସରେ ମିଶିଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରି ଜିତେନ୍ଦ୍ର ସିଂହ ପ୍ରମୁଖ […]
ଅନୁଗୁଳ : ସାତକୋଶିଅାରେ ଓ୍ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟର ୪ ଜଣିଅା ଟିମ୍। ଏହି ଟିମ୍ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବ। ଜଙ୍ଗଲରେ ସୁନ୍ଦରୀ କିପରି ବ୍ୟବହାର କରୁଛି ? ତାର ଗତିବିଧି କଣ ରହିଛି ତାକୁ ଅନୁଧ୍ୟାନ କରିବ ଟିମ୍ । ଯଦି ସୁନ୍ଦରୀର ବ୍ୟବହାର ଉଗ୍ର ରହେ, ତେବେ ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ଛଡ଼ା ଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା। ସୁନ୍ଦରୀକୁ କାବୁ କରିବା […]
ଭଦ୍ରକ: ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ବାସୁଦେବପୁରରେ କଂଗ୍ରେସ୍ର ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ମାଧବାନନ୍ଦଙ୍କ ସମେତ କିଛି ପୂର୍ବତନ ନଗରପାଳ, ସରପଞ୍ଚ ଓ ଶତାଧିକ କଂଗ୍ରେସ୍ କର୍ମୀ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସୂଚନା ଥାଉକି, ମାଧବାନନ୍ଦ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ଥରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ବେଳେ, ୩ ଥର କଂଗ୍ରେସ୍ର […]
ଭୁବନେଶ୍ୱର: ପୁଣି ଦାମ ବାଣ। ବେଦାନ୍ତକୁ ବକ୍ସାଇଟ୍ ଯୋଗାଇଦେବାରେ ରାଜ୍ୟ ସରକାର ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ଦରଠାରୁ କାହିଁ କେତେ କମ୍ ଦରରେ ବେଦାନ୍ତକୁ ବକ୍ସାଇଟ୍ ପଥର ଦେଉଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଦିନକୁ କୋଟି କୋଟି ଟଙ୍କା ଲୁଟ୍ ହେଉଥିବା ଦାମ କହିଛନ୍ତି। କମ୍ପାନୀ ମାଲିକଠାରୁ ଲାଞ୍ଚ ନେଇ ଜାତୀୟ ସମ୍ପତ୍ତି ଲୁଟ୍ କରାଯାଉଥିବା ଦାମ ଅଭିଯୋଗ ଆଣିଛନ୍ତି। ବକ୍ସାଇଟ୍ ପାଇଁ ଦର ଧାର୍ଯ୍ୟ […]
ପୁରୀ : ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ ଇମ୍ଫା ଅଧିକାରୀ। ପୁରୀରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ। ପୁରୀ ଯାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନୋଟିସ୍ କ୍ରମେ ହାଜର ହୋଇଥିବା ଜଣାପଡିଛି। ଚିଲିକା ଉପରେ ହେଲିକର ଉଡ଼ିବା ଅଭିଯୋଗ ମାମଲାରେ ନୋଟିସ୍ କରିଥିଲା ପୁରୀ ପୁଲିସ। ପାଇଲଟ, ଦୁଇ ସହଯାତ୍ରୀ ଓ ଇମ୍ଫା ଅାଭିଏସନକୁ ନୋଟିସ୍ କରାଯାଇଥିଲା। ଏହି ମାମଲାକୁ ନେଇ […]
ଭୁବନେଶ୍ୱର: ସମ୍ବାବ୍ୟ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର। ତିନି ଦିନ ଧରି ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି। ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଥିବା ଯୁଗ୍ମ ରିଲିଫ୍ କମିଶନର୍ କହିଛନ୍ତି। ଏହାଛଡ଼ା ଗଞ୍ଜାମ, […]
କଟକ: ଦୁଇ ଭାଗରେ ବିଭକ୍ତ ହେବା ପରେ ଥମିନି ଓକିଲଙ୍କ ଅସନ୍ତୋଷ। ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଓକିଲ ସଙ୍ଘ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବାକୁ ନେଇ ଅସନ୍ତୋଷ ତେଜିଛି। ବିଜେଡି ଲିଗାଲ୍ ଫ୍ରଣ୍ଟର୍ ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଘଟଣାକୁ ନେଇ କ୍ଷୁବ୍ଧ ଥିବା ଆସୋସିଏସନ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି। କେବଳ […]
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]
ମୟୂରଭଞ୍ଜ: ବେତନଟୀ ଥାନା ଅଞ୍ଚଳରେ ସାଂଘାତିକ ଘଟଣା ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୯ ତାରିଖରେ ଅଟୋ ରିକ୍ସା ଯୋଗେ ପାଖ ଗାଁକୁ ରାବଣପୋଡ଼ି ଦେଖିବାକୁ ଯାଉଥିଲେ। ଏହି ସମୟରେ ଅଟୋ ଡ୍ରାଇଭର୍ ଓ ତାର ଜଣେ ସହଯୋଗୀ ତାଙ୍କୁ ଗାଁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପରେ ଏସିଡ୍ ଢାଳି ତାଙ୍କୁ ପୋଡ଼ି ମାରିଦେବାକୁ […]
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]
କନ୍ଧମାଳ : ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । କନ୍ଧମାଳ ବାଲିଗୁଡ଼ା ପରମପାଙ୍ଗା ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟଲୋକେ । ପରମପାଙ୍ଗା ଓ ଦଡ଼କଙ୍ଗିଅା ପଞ୍ଚାୟତବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପରମପାଙ୍ଗା ସ୍କୁଲ୍ରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଏମାନଙ୍କ ପାଇଁ କେବଳ ୩ […]
ଯାଜପୁର : ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ । ଏଭଳି ଘଟଣା ଘଟିଛି ଯାଜପୁର ଜିିଲ୍ଲା କୁଅାଖିଅା ଥାନା ଅଞ୍ଚଳରେ। ଗତ ମାସ ୨୨ ତରିଖରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ ଥାନା ରାଉତପୁର ଗାଁ ନଦୀ ପଠାରୁ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ଅପହୃତାଙ୍କ ବୟାନ ରେକର୍ଡ ପରେ ଘଟଣାରେ ସମ୍ପୃକ୍ତ ଥିବା ପିଉସାକୁ ପୁଲିସ ଗିରଫ କରିଛି। […]
ଅନୁଗୁଳ: ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ କେବେ କାବୁ କରାଯିବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆଜି ପଞ୍ଚମ ଦିନରେ ବି ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିପାରିନି। ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ୪ ଦିନ ହେଲା ଭୋକିଲା ଥିବା ସୁନ୍ଦରୀ ଆଜି ବାଘମୁଣ୍ଡା ନିକଟରେ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଆକର୍ଷିତ କରିବା […]
ଭୁବନେଶ୍ୱର: ‘ତିତ୍ଲି’ ତାଣ୍ଡବକୁ ୨ ସପ୍ତାହ ବିତିଲାଣି, ହେଲେ ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ଅନ୍ତ ହେଉନି। ବାତ୍ୟାର ଆଁରେ ଉଜୁଡ଼ିଯାଇଥିବା ଗଜପତିରେ ଏବେ ବି ଘର ସଜଡ଼ା ହୋଇପାରିନି କି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତା ଓ ବିଦ୍ୟୁତ୍ ସେବା ସୁଧୁରିପାରିନି। ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ ବୋଲି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ଗଜପତି ମଙ୍ଗରାଜପୁର ପଞ୍ଚାୟତବାସୀ। ରାସ୍ତା ନ ଥିବାରୁ ରିଲିଫ୍ ଗଣ୍ଡାଏ ପାଇଁ ଆବଡ଼ା ଖାବଡ଼ା ବାଟ ଦେଇ ଯିବାକୁ ପଡ଼ୁଛି […]
କୋରାପୁଟ: ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତିବାଣୀ ଶୁଣାଇଥିବା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିର ଆଉ ଏକ ଗୁମର ଖୋଲିଛି। କୋଟିଏ କି ଦୁଇ କୋଟି ନୁହେଁ ୪ କୋଟିରୁ ଅଧିକ ଟଙ୍କାର ମହାଘୋଟାଲା ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୧ଟି ଲ୍ୟାମ୍ପସ୍ର ଏମ୍ଡି ଓ କର୍ମଚାରୀ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ତେବେ ଚିଠି ଲେଖି ସରକାର ଓ ପ୍ରଶାସନ ଜାଣି ସିଆଣା ଭାବେ ନୀରବ ହୋଇଯାଇଛି। ୧୧ଟି ଲ୍ୟାମ୍ପସ୍ରେ ମିଥ୍ୟା ଭାଉଚର […]
ଭୁବନେଶ୍ୱର: ୧୯ ନିର୍ବାନରେ ସଫଳତା ପାଇଲେ ନବୀନ ଚାହିଁବେ ତାଙ୍କ ଲୋକ ଦିଲ୍ଲୀ ଶାସନରେ ସାମିଲ ହୁଅନ୍ତୁ ବୋଲି ସାଂସଦ ତଥାଗତ ଶତପଥୀ କହିଛନ୍ତି। ତେବେ ତଥାଗତଙ୍କର ଏହି ବୟାନ ୧୮ ବର୍ଷର ଶାସନ ପରେ ବିଜେଡିର ଦିଲ୍ଲୀ ଲାଳସାକୁ ପଦାରେ ପକାଇଛି। ସଙ୍କେତ ଦେଉଛି ଯେ ସମଦୂରତାର କଥା କହୁଥିବା ବିଜେଡି କେନ୍ଦ୍ର ଶାସନରେ ଭାଗିଦାରୀକୁ ଆଖି ରଖିଛି। ତେବେ ବିଜେଡି ନେତାଙ୍କୁ ଯେ ଦିଲ୍ଲୀର ଗାଦି ମୋହ ଗ୍ରାସିଲାଣି ଏକଥା ଧୀରେ ଧୀରେ ସ୍ପଷ୍ଟ […]
ଭୁବନେଶ୍ୱର: ପାଠ ବୋଝରେ ଭାରାକ୍ରାନ୍ତ ନ ହୁଅନ୍ତୁ କୋମଳମତି ଶିଶୁ। ଆଦ୍ୟ ଶୈଶବରେ ଖେଳକୁଦ ଓ ମନୋରଞ୍ଜନ ବଦଳରେ କୁନି କୁନି ପିଲାଙ୍କ ଉପରେ ବୋଝ ନ ହେଉ ସ୍କୁଲ୍ ହୋମ୍ଓ୍ୱାର୍କ। କିଛି ଦିନ ତଳେ ମାଡ୍ରାସ ହାଇକୋର୍ଟ ଦେଇଥିବା ଏଭଳି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ ସରକାର। ତେଣୁ ଓଡ଼ିଶାରେ ବି ସମାନ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବା ଜରୁରୀ ବୋଲି ଦାବି କରିଛନ୍ତି ଉଭୟ ଶିକ୍ଷାବିତ୍ ଓ ଅଭିଭାବକ। ପିଲାଙ୍କୁ ପାଠ ବୋଝରେ […]
ଭୁବନେଶ୍ୱର: ସମାଲୋଚନା ପରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମ। ଯୋଜନାର ସଂସୋଧନ କଲେ ସରକାର। ନିୟମାବଳୀ ଅଧିକରୁ ଅଧିକ ଲୋକଙ୍କୁ ସୁବିଧା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବରୁ କେବଳ ରାଜ୍ୟ ଭିତରେ ଓଡ଼ିଶାବାସୀଙ୍କୁ ଚିକିତ୍ସା ସୁବିଧା ଦେବାକୁ ବ୍ୟବସ୍ଥା ଥିବାବେଳେ, ଏବେ ରାଜ୍ୟ ବାହାରେ ଦେଶ ଭିତରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ରାଜ୍ୟ ସରକାର ଯୋଡ଼ିଛନ୍ତି। ରାଜ୍ୟ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆରସି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ […]
ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କହିଛନ୍ତି ପିସିସିଏଫ୍। ଏ ନେଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ପିସିସିଏଫ୍। ଟ୍ରାନ୍ସମିଶନ୍ ଲାଇନ୍କୁ ବି କେବୁଲ୍ କରାଯାଇ ନଥିବା କଥା ଏଥିରେ ଉଲ୍ଳେଖ ହୋଇଛି। ତେବେ ଏନେଇ ଗତବର୍ଷ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ନା ଆଇନସେବା ମିଳୁଛି, ନା କୌଣସି ମାମଲାର ବିଚାର ହୋଇପାରୁଛି। ହାଇକୋର୍ଟ ଆଇନଜୀବୀଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି, ଜିଦ୍ରେ ଆଇନଜୀବୀ ଅଟଳ ଥିବାରୁ ଦୀର୍ଘ ଦିନ ହେଲାଣି ଅଧିକାଂଶ କୋର୍ଟ ବନ୍ଦ ରହିଛି। ଫଳରେ ଆଇନସେବା ନ ପାଇ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ୨୮ […]