ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗର ତଦନ୍ତ ଅାଳରେ ଓଡ଼ିଶା ପୁଲିସ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ହାଜର ହେବା ଲାଗି ତାଙ୍କୁ ପୁଲିସ କରିଥିବା ସମନ ବିଭ୍ରାନ୍ତିକର ଓ ବିରୋଧାତ୍ମକ ଥିବା ସେ ଟୁଇଟ୍ କରି ଦର୍ଶାଇଛନ୍ତି। ଏଥିରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି, ୨୧ ତାରିଖରେ ହାଜର ହେବାକୁ ଗତ ୧୯ ତାରିଖ ଦିନ ଅରଖକୁଦା ମେରାଇନ ଥାନାର ଇନଚାର୍ଜ IIC ଥିବା ପୁରୀ […]
ଭଦ୍ରକ: ସଚେତନତା କାର୍ଯ୍ୟକ୍ରମ ବେଳେ ପିଟାପିଟି ହେଲେ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆଜି ଏକ ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରାକୁ ଗୋଟିଏ ଗୋଷ୍ଠୀକୁ ଡକା ନଯିବାରୁ ଅନ୍ୟ ଗୋଷ୍ଠୀ ତାତିଥିବା କୁହାଯାଉଛି। ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ଥାନାକୁ ମାମଲା ଯିବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ମୁହାମୁହିଁ ହୋଇଛନ୍ତି […]
ଭୁବନେଶ୍ୱର: କେବଳ ଦିଲ୍ଲୀ ନୁହେଁ, ପ୍ରଦୂଷଣର ବିଷ ବଳୟରେ ଛଟ୍ପଟ୍ ହେଉଛି ଓଡ଼ିଶାର ୬ଟି ସହର। ରାଜଧାନୀ ଭୁବନେଶ୍ୱର ସମେତ କଟକ ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲାରେ ପ୍ରଦୂଷଣ ମାତ୍ରା ଉଦ୍ବେଗଜନକ ସ୍ଥିତିରେ ରହିଛି। ଧୂଳି-ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ୁଛି ଜୀବନ। ରାସ୍ତାଘାଟ, ଘରଦ୍ୱାର ସବୁଠି ବହଳ ଧୂଳିର ଆସ୍ତରଣ। ତା’ ସାଙ୍ଗକୁ କୋଇଲା ଜଳି ପୂରା ପରିବେଶ ଧୂଆଁମୟ ହୋଇଯାଉଛି। ପାଣି ପକାଇ କୋଇଲା ଗୁଣ୍ଡର ଆସ୍ତରଣକୁ ସଫା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଏଭିଳି ଦୃଶ୍ୟ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିଟେନ୍ ବୈଠକରେ ରାଜ୍ୟ କ୍ୟାବିନେଟ୍ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛି। ଏଥିରେ ଭବାନୀପାଟଣା ମେଡିକାଲ୍ କଲେଜ୍ ପାଇଁ ୨୨୦ ଟଙ୍କା କୋଟି ମଞ୍ଜୁର ହୋଇଥିବାବେଳେ କଟକ ଶିଶୁଭବନର ନୂଆ କୋଠା ନିର୍ମାଣ ପାଇଁ ୧୧୭ କୋଟି ମଞ୍ଜୁର ହୋଇଛି। ମହାନଦୀ ଭଳି ଅନ୍ୟ ୩ଟି ନଦୀ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ପାର୍ଶ୍ୱରେ ବୃକ୍ଷରୋପଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟରେ ଜିଲ୍ଲାସ୍ତରରେ ଗ୍ରୀନ୍ ମହାନଦୀ ମିଶନ୍ କମିଟି ଗଠନ […]
ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଅାଲୋଚନା। ଗତକାଲି ରାତିରେ ପୁରୀରେ ପହଞ୍ଚିଥିବା ଗୋପାଳ ସୁବ୍ରମଣ୍ୟମ୍ ଅାଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିଭିନ୍ନ ପକ୍ଷଙ୍କ ସହ ବୈଠକ ଅାରମ୍ଭ କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ଅାଲୋଚନା କରିଛନ୍ତି। ଏହି ସମୟରେ ଆମିକସ୍କ୍ୟୁରିଙ୍କୁ ଶ୍ରୀମନ୍ଦିର ସଂପର୍କରେ ବିସ୍ତୃତ ତଥ୍ୟ ଦିଅାଯାଇଛି। ଶ୍ରୀମନ୍ଦିରର ଇତିହାସ, […]
ଦେବଗଡ଼: ଆଧୁନିକତା ମଧ୍ୟରେ ବଞ୍ଚି ରହିଛି ପ୍ରାଚୀନ ଆଦିବାସୀ ପରମ୍ପରା। ମାଦଳ ତାଳେତାଳେ ଚାଲିଛି ଗୋରୁଗାଈଙ୍କ ଶୋଭାଯାତ୍ରା। ମଝିରେ ମଝିରେ ଫୁଟୁଛି ତାଳ ଫୋଟକା। ଦେବଗଡ଼ ବାରକୋଟ ବ୍ଲକ୍ ପଲଣ୍ଡା ପଞ୍ଚାୟତର ଇନ୍ଦ୍ରାଣୀଝରଣ ଗାଁରେ ପାଳିତ ହୋଇଛି ଗଣପର୍ବ ସହରାଇ। ପ୍ରତିବର୍ଷ କାର୍ତ୍ତିକ ତ୍ରୟୋଦଶୀରୁ ଦୀପାବଳି ଯାଏ ୩ ଦିନ ଧରି ସହରାଇ ପର୍ବ ପାଳନ କରାଯାଏ। ପର୍ବରେ ଉଭୟ ଦେବଗଡ଼ ଓ ସୁନ୍ଦରଗଡ଼ର ମୁଣ୍ଡାରୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥାନ୍ତି। ଦେବଗଡ଼ର ଇନ୍ଦ୍ରାଣୀଝରଣ ଗାଁକୁ ଆଉ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ୍ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି। ପୂର୍ବରୁ ସେ ପୁରୀ ଏସ୍ପିଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। ତେବେ ପୁରୀ ଏସ୍ପି ତାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ମେରାଇନ୍ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ତେବେ […]
ଭଦ୍ରକ: ଯେଉଁ ବୟସରେ ଖେଳକୁଦ କରିବା କଥା, ସେ ବୟସରେ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ। ମାତ୍ର ୧୨ ବର୍ଷ ବୟସରେ ନଷ୍ଟ ହୋଇଯାଇଛି ଦୁଇଟି ଯାକ କିଡ୍ନୀ। ଭଦ୍ରକ ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗ୍ରାମର ଖଗେଶ୍ୱର ବଳଙ୍କ ପୁଅ ଶୁଭବ୍ରତ ଭୋଗୁଛନ୍ତି ଏଭଳି ଯନ୍ତ୍ରଣା। ଜନ୍ମରୁ ୪ ବର୍ଷ ପରେ ଅସୁସ୍ଥ ହୋଇପଡ଼ିଥିଲେ ଶୁଭବ୍ରତ। ଏହାପରେ କଟକ ନେଇ ପରୀକ୍ଷା କରିବା ତାଙ୍କର ଦୁଇଟିଯାକ କିଡ୍ନୀ ଖରାପ ହୋଇ ଯାଇଥିବା ଜଣାପଡ଼ିଥିଲା। ଏହାପରେ […]
ଭୁବନେଶ୍ୱର: ଡିପ୍ ଡିପ୍ରେସନ୍ରେ ପରିଣତ ହେଲା ଝଡ଼ ବାତ୍ୟା ‘ଡାଏ’। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଘଣ୍ଟାକୁ ୨୬ କିଲୋମିଟର ବେଗରେ ଏହି ଝଡ଼ ବାତ୍ୟା ‘ଡାଏ’ ଗତି କରୁଛି। ଧିରେଧିରେ ଛତିଶଗଡ଼ ମୁହାଁଇବ ‘ଡାଏ’। ଆସନ୍ତା ୬ ଘଣ୍ଟାରେ ଏହା ଅଧିକ […]
ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ରେ ୫.୮୦ ମିଟର ଉପରେ ଜଳ ପ୍ରବାହିତ ହେଉଛି। କେବଳ ଜଳକା ନୁହେଁ ସ୍ୱନ ଓ ଗଙ୍ଗାହାର ନଦୀରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ବର୍ଷା […]
ଭୁବନେଶ୍ୱର: ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ ଓ ତାଙ୍କ ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ରାଜନୈତିକ ପତିଆରା ହ୍ରାସ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବଦ୍ରି ପାତ୍ର ଅଭିଯୋଗ କରିଛନ୍ତି। ଏଇପାଇଁ ରାମଚନ୍ଦ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସୌମ୍ୟ ଓ ନିରଞ୍ଜନଙ୍କ ଉପରେ ବର୍ଷିଛନ୍ତି ବଦ୍ରି। ତେବେ ଏ ନେଇ […]
ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସପ୍ତମ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଖଣି ଆଗରେ ଶ୍ରମିକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଖଣିରେ ଅଚଳାବସ୍ଥା ଦୂର ଲାଗି ଗତକାଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ଅନ୍ୟ ସଂଘ କର୍ମକର୍ତ୍ତା ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ହୋଇ ନାହିଁ। ଆହତ ଶ୍ରମିକ ସୁସ୍ଥ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଝଡ଼ ବାତ୍ୟାର ରୂପ ନେଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳ ଭାଗକୁ ଅତିକ୍ରମ କରିଛି। ଝଡ଼ ବାତ୍ୟା ‘ଡାଏ’ ବର୍ତ୍ତମାନ ଗୋପାଳପୁରରୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିଛି। ତେବେ ସ୍ଥଳଭାଗକୁ ଛୁଇଁଲା ପରେ ଏହା କ୍ରମଶଃ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ […]
ଭୁବନେଶ୍ୱର: ଆସନ୍ତା ବର୍ଷ ମେ ୧୨ ତାରିଖରେ ହେବ OJEE ପରୀକ୍ଷା। ଜାନୁଆରୀ ୨୫ରୁ ଏଥିପାଇଁ ଅନ୍ଲାଇନ୍ ଯୋଗେ ଆବେଦନ ଆରମ୍ଭ ହେବ। ଅନଲାଇନ୍ଲେ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୫ ରହିଛି। ଆବେଦନକାରୀ ଏପ୍ରିଲ୍ ୨୦ରେ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବେ। ସେହିପରି ଜୁଲାଇ ୨୧ ତାରିଖରେ ହେବ ସ୍ପେଶାଲ OJEE ପରୀକ୍ଷା। ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏହି ସୂଚନା ଦେଇଛନ୍ତି। ସେହିପରି […]
ଭୁବନେଶ୍ୱର : ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଲୋଚନା ବିଫଳ । ୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘ ଅାଲୋଚନା ବିଫଳ ହୋଇଥିବା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୂଚନା ଦେଇଛି। ସରକାର ସେମାନଙ୍କର କୌଣସି ଦାବି ମାନିବାକୁ ରାଜି ହେଲେନି ବୋଲି କହିଛି ମଞ୍ଚ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଣଶିକ୍ଷା, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷକ ସଂଘ ନେତା ସାମିଲ ଥିଲେ । ଅାଜି ବିଧାନସଭା ଅଧିବେଶନ ସରିଥିବାବେଳେ ଦୀର୍ଘ […]
ଭୁବନେଶ୍ୱର: ରାଜ୍ୟରେ କମ୍ପ୍ୟୁଟର୍ ଶିକ୍ଷାର ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ଚଞ୍ଚକତା କରି ହଡପ୍ କରାଯାଇଛି। ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି ବା SIET ଭଳି ସଂସ୍ଥାକୁ ତାଲା ପକାଇ, ଓଡ଼ିଶା ନଲେଜ୍ କର୍ପୋରେସନ୍ ମାଧ୍ୟମରେ ଟଙ୍କା ଚଳୁ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ସତ ପଦାକୁ ଆସିଛି। ବିଭିନ୍ନ ରାଜ୍ୟରେ ଥିବା SIET ଜରିଆରେ ଇନ୍ଫର୍ମେସନ୍ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ICT ପ୍ରୋଗ୍ରାମ ଲାଗୁ କରିବାକୁ […]
ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ, ରାଜ୍ୟ ରାଜନୀତିରେ ନୂଅା ସମୀକରଣ ସୃଷ୍ଟି ହେବାର ସଙ୍କେତ ଦେଉଛି। ତେବେ ବିଜେପିର ଏଭଳି ନୂଅା ପ୍ଲାନ କାହିଁକି? ମିଶନ୍ ୧୨୦ ପାଇଁ ବିଜେପି କଷୁ ଥିବା ନୂଅା ଅଙ୍କରେ କେଉଁ କେଉଁ ଦଳ ଅଛନ୍ତି? ଛୋଟ ଛୋଟ ଅାଞ୍ଚଳିକ ଦଳ ବିଜେପି ସହିତ ଯିବେ କି? ନା ଅାଗକୁ କିଛି ନୂଅା ଆଞ୍ଚଳିକ ଦଳ ଗଠନ ହେବାର ଅାଭାସ ପାଇ ଏହି କାର୍ଡ ଖେଳିଛନ୍ତି ଧର୍ମେନ୍ଦ୍ର? ବର୍ତ୍ତମାନ ସ୍ଥିତିରେ […]
ଭୁବନେଶ୍ୱର: ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର୍। ଅନେକ ବର୍ଷ ଧରି ରାଜ୍ୟ ସରକାର ଏହି ପ୍ରଚାର କରି ଆସୁଛନ୍ତି। ଜଙ୍ଗଲ ଜମିରେ ରହୁଥିବା ୪ ଲକ୍ଷ ୨୦ ହଜାର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି ବୋଲି ମନ୍ତ୍ରୀ କହୁଛନ୍ତି। ହେଲେ ବାସ୍ତବତା କିଛି ଅଲଗା। ରାଜ୍ୟ ଖାଦ୍ୟ କମିଶନଙ୍କ ଚିଠି ତା’ର ଗୁମର ଖୋଲିଛି। ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତଥ୍ୟକୁ ଆଧାର କରି ଫୁଡ୍ କମିଶନ୍ ଲେଖିଛନ୍ତି, […]
ଭୁବନେଶ୍ୱର : ମାଡ଼ି ଅାସୁଛି ଝଡ଼ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି ବେଗରେ ପବନ ବହିବାର ଅାଶଙ୍କା ରହିଛି। ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ରାତି ପ୍ରାୟ ୧୨ଟା ବେଳକୁ ସାଇକ୍ଳୋନିକ୍ ଷ୍ଟ୍ରମ୍ ଗୋପାଳପୁର […]
କଟକ: କଟକ ମ୍ୟୁନିସ୍ପାଲ୍ଟି କର୍ପୋରେସନ୍ ବୈଠକରେ ହଙ୍ଗାମା। ରାସନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଭିନ୍ନ ଦଳର କର୍ପୋରେଟର୍ମାନେ ମେୟରଙ୍କୁ ଘେରିଥିଲେ। ଏ ସଂପର୍କରେ ନିଜର ଅସନ୍ତୋଷ ପ୍ରକାଶ କରି ମେୟରଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ଏଥିପାଇଁ ମେୟର ମିନାକ୍ଷୀ ବେହେରା ଅଡୁଆରେ ପଡ଼ିଥିଲେ। ଏ ସହିତ ଏଲ୍ଇଡି ଲାଇଟ୍, ଜଣ୍ଡିସ୍ ଓ ପରିମଳ ସମସ୍ୟାରେ ସିଏମ୍ସି ଫେଲ୍ ମାରିଥିବା ଅଭିଯୋଗ କରି କର୍ପୋରେଟରମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଗରୁ କାଳୀପୂଜା ଓ […]
ସମ୍ବଲପୁର: ଖରିଫ୍ ଚାଷ ପାଇଁ ଆସନ୍ତା ୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମେ କଳାହାଣ୍ଡି ଓ ବରଗଡ଼ ଜିଲ୍ଳାରୁ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଏ ନେଇ ସମ୍ବଲପୁରରେ ଏକ ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କଳାହାଣ୍ଡି ଓ ବରଗଡ଼ ପରେ ଅନ୍ୟ ଜିଲ୍ଲାରୁ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ରାଜ୍ୟରେ ୫୫ ଲକ୍ଷ ଟନ୍ ଧାନ ସଂଗ୍ରହ […]
ଭୁବନେଶ୍ୱର : ୨୦୧୭ ଅାର୍ଥିକ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅନିୟମିତତା ନେଇ ସିଏଜି ରିପୋର୍ଟରେ ବହୁ ସାଂଘାତିକ ତଥ୍ୟ ଲୋକଲୋଚନକୁ ଅାଣିଛି । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଅାନ ଯାଇ କିଣାଯାଇଛି ଦାମୀ ଅତ୍ୟାଧୁନିକ ମେସିନ୍। ରଖିବାକୁ ସ୍ଥାନ ନଥିବାରୁ କାମରେ ନଲାଗି ପଡିରହିଛି ୪ କୋଟି ୪୯ ଲକ୍ଷ ଟଙ୍କାର ମେସିନ୍। ୨୦୧୭ ଅାର୍ଥିକ ବର୍ଷର ହିସାବନିକାଶର ଯାଞ୍ଚ କରି ଏହା ନଜରକୁ ଅାଣିଛନ୍ତି […]
ଖୋର୍ଦ୍ଧା : ଅାସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପାଇଁ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ଅାଜି ମଧ୍ୟ […]
ଭୁବନେଶ୍ୱର: ଛାତ୍ରୀଙ୍କ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏଣିକି ଲେଡିଜ୍ ହଷ୍ଟେଲ୍ରେ ସିସି କ୍ୟାମେରା ଲାଗିବ। ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ଛାତ୍ରୀ ନିବାସଗୁଡ଼ିକରେ ଏହି ସିସି କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ହଜାରେ ଲେଡିଜ୍ ହଷ୍ଟେଲ୍ରେ ସିସି କ୍ୟାମେରା ଲଗାଯିବାକୁ ଯୋଜନା ଥିବା ବେଳେ ପରବର୍ତ୍ତୀ ସମୟରେ ମୋଟ ୭ ହଜାର ହଷ୍ଟେଲ୍ରେ ସିସି କ୍ୟାମେରା ଲାଗିବ। ସିସି କ୍ୟାମେରା ଲଗାଇବାକୁ ପୁଲିସ୍ ହାଉସିଂକୁ ଦାୟିତ୍ୱ […]