ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ଅାଦର୍ଶ ବିଦ୍ୟାଳୟରୁ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଇଂରାଜୀ ମିଡ଼ିଅମ ସ୍କୁଲରେ ବିନା ଇଂରାଜୀ ଶିକ୍ଷକରେ କିଭଳି ଶିକ୍ଷାଦାନ ହେବ ସେନେଇ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ରେ ତାଲା ପକାଇ ଅାନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିବାବକ ବି ସେମାନଙ୍କ ସହ ଅାନ୍ଦୋଳନରେ ବସିଥିଲେ। ସ୍କୁଲରେ ୨୩୭ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ଲାଗି ୬ ଜଣ ଶିକ୍ଷକ ରହିଛନ୍ତି। ଏଭଳି ସ୍ଥିତିରେ ବିନା […]
ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ ଫସିରହିଥିଲେ । ତାଙ୍କ ସହ ୨ଟି ବୋଟ୍ ମଧ୍ୟ ଫସିଯାଇଥିଲା । ତେବେ କୂଳକୁ ଫେରିଅାସିଥିବା ଅନ୍ୟ ମତ୍ସଜୀବୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଠାରୁ ସୂଚନା […]
ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପରିବର୍ତ୍ତନର ବିଗୁଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବା ପରେ ଅମ୍ଲିପାଲିରେ ଅାୟୋଜିତ ସାଧାରଣ ସଭାରେ ମୋଦି ନବୀନ ସରକାରକୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଛନ୍ତି, ପିସି ଯୋଗୁଁ ପେସି ହେଉଛନ୍ତି ଓଡ଼ିଶାବାସୀ । ରାଜ୍ୟ ସରକାରଙ୍କୁ କଠୋର ଶବ୍ଦରେ ସମାଲୋଚନା କରି କହିଲେ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି । ପିସି ଯୋଗୁଁ […]
ବୌଦ୍ଧ: ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ବୌଦ୍ଧ ସବ୍ଜେଲ୍ରେ ବିଚାରାଧୀନ କଏଦୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଗୋପାଳ ବିଶ୍ୱାସ। ଗତକାଲି ସେ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋପାଳ ଗତ ମେ ମାସରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜେଲ୍ରେ ଥିଲେ। ତେବେ ଏହି ଘଟଣା ପରେ ପୁଲିସ୍ […]
ଝାରସୁଗୁଡ଼ା : ଲୋକାର୍ପିତ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି। ଏହା ସହିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା ନେଇ ମୋଦି ଘୋଷଣା କରିଛନ୍ତି। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ କଚ୍ଛ ଜିଲ୍ଲାରେ କେବଳ ୫ଟି ଏୟାର୍ପୋର୍ଟ ଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଏୟାର୍ପୋର୍ଟ ଥିଲା। ବିଳମ୍ବରେ ହେଲେ […]
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ତାଙ୍କୁ ସ୍ୱାଗତ କରିଥିଲେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା […]
ଖୋର୍ଦ୍ଧା: ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ପକ୍ଷୀ ଶିକାର ଜାରି ରହିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ୩୦ଟି ବିଦେଶାଗତ ପକ୍ଷୀଙ୍କର ଶିକାର କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ୨ଜଣ ଶିକାରୀଙ୍କୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଏବଂ ଅଭିମାନପୁରର ଗୋପୀନାଥ ପରିଡ଼ା। ଶିକାର ହୋଇଥିବା ୩୦ଟି ପକ୍ଷୀର ମୃତଦେହ ଉଦ୍ଧାର ହୋଇଛି। ଶୀତ ଆସିବା ସହ ସାଇବେରିଆ […]
କଟକ: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ ହୋଇଯାଇଛି। ଆଜି ଭୋର୍ରେ କଟକର ଛତ୍ରବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ପ୍ରାୟ ତିନିଟା ବେଳେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ସୁବାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ ଡୋରି’, […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଆଜି ଦ୍ୱିତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ବିଜ୍ନେସ୍ ଲିଡର୍ସିପ୍ ସମିଟ୍ ଅନୁଷ୍ଠିତ ହେଉଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି। ମୁକେଶଙ୍କ ସହିତ ନବୀନ ଜିନ୍ଦଲ୍, ସଜ୍ଜନ ଜିନ୍ଦଲ୍, ଗୌତମ ଅଦାନୀ, ରଜୀନସ କୁମାର, ସଞ୍ଜୀବ ପୁରୀ ମଧ୍ୟ କନ୍କ୍ଲେଭ୍ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କନ୍କ୍ଲେଭ୍ରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା […]
ମାଲକାନଗିରି/ବାଲେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ସତୀଗୁଡ଼ା କେନାଲ୍ରେ ଏକ ଘାଇ ସୃଷ୍ଟି ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଏକର ଏକର ଜମିରେ ବନ୍ୟା ଜଳ ମାଡ଼ିଯାଇଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ […]
ସୁନ୍ଦରଗଡ଼: ଆଜି ବିଜେପି ପକ୍ଷରୁ ବଣାଇ ବନ୍ଦ ଡାକରା ଦିଆଯାଇଛି। ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ଏହାକୁ ନେଇ ଆଜି ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। କେବଳେ ସେତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି। ଏଥିପାଇଁ ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି […]
ଜୟପୁର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ ପର୍ଲିଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ତେବେ ବସ୍ରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି ବ୍ରହ୍ମପୁରରୁ ଉମରକୋଟ୍ ଯାଉଥିଲା। ଅନ୍ୟପକ୍ଷରେ, ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନି।
ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍ଘାଟନ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ୧୦ଟାରେ ତାଳଚେରରେ ପହଞ୍ଚି ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ […]
ଭୁବନେଶ୍ୱର: ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ହେବ ବୃକ୍ଷରୋପଣ। ଏଥିପାଇଁ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ଏକ ନିଷ୍ପତ୍ତି ନେଇଛି। ତେବେ ଗତ ଜୁଲାଇରେ ବି ବହୁ ଆଡ଼ମ୍ବରରେ ୫ ଶହ କୋଟି ଟଙ୍କା ବଜେଟ୍ରେ ସରକାର ଗ୍ରୀନ୍ ମହାନଦୀ ମିଶନ୍ ଆରମ୍ଭ କରିଥିଲେ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ହଜାର ହଜାର ଗଛ ମରିଗଲାଣି ତ ଆଉ କେଉଁଠି […]
ଅନୁଗୁଳ : ବଦଳିଲେ ସାତକୋଶିଅା ଡିଏଫ୍ଓ । ସାତକୋଶିଅା ଡିଏଫ୍ଓ ଏମ୍.ଏମ୍. ଟି ରେହମାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରକାର । ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ କାରଣରୁ ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ରେହମାନଙ୍କ ସ୍ଥାନରେ ଅାଉ କାହାକୁ ସେଠାକୁ ପଠାଯିବ, ସେ ନିଷ୍ପତ୍ତି ହୋଇନାହିଁ । ବାଘୁଣୀ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ଉତ୍ତ୍ୟକ୍ତ ଲୋକେ ସାତକୋଶିଅା ଓ ଏହାର ଅାଖପାଖ ଅଞ୍ଚଳରେ ଲଙ୍କାକାଣ୍ଡ ଭିଅାଇଥିଲ । […]
ପୁରୀ : ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? କାହିଁକି ୧, ୨ ଓ ୧୨ ନମ୍ବର ପ୍ରସ୍ତାବ ଉପରେ ହୋଇପାରୁନି ସହମତି ? ଜାଣିବାକୁ ଅାଜି ଦିନ ତମାମ ମାରାଥନ୍ ଅାଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି ଅାମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଅାଜି ଭୋରରେ ପ୍ରଥମେ ସେବାୟତଙ୍କ ଅଗୋଚରରେ ଜଗନ୍ନାଥ ଦର୍ଶନ କରିଥିଲେ ସୁବ୍ରମଣ୍ୟମ୍। ତାପରେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ […]
ଭୁବନେଶ୍ୱର : ଓଡ଼ିଶା ଛାଡ଼ି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ବାତ୍ୟା ‘ଡାଏ’ । ଓଡ଼ିଶା ଉପରେ ଅାଉ କୌଣସି ଭୟ ନାହିଁ। ହେଲେ ଯିବା ପୂର୍ବରୁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ନିଜର ପ୍ରଭାବ ଦେଖାଇଛି ‘ଡାଏ’ । ବାତ୍ୟାର ପ୍ରଭାବରେ ବିଶେଷ କରି ମାଲକାନଗିରି ଏବଂ ବାଲେଶ୍ୱର ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉଭୟ ଜିଲ୍ଲାରେ ଶହ ଶହ ଗାଁ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଭିନ୍ନ ନଦୀର […]
ଢେଙ୍କାନାଳ: ଭୁବନ ଅନନ୍ତପୁର ଗ୍ରାମର ଶାଖା ଡାକ ଘରେ ଥିବା ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ବିଜୟ କୁମାର ଦେହୁରୀ ନାମକ ଜଣେ କର୍ମଚାରୀ ଜମା ଟଙ୍କା ହଡ଼ପ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଜମାକାରୀମାନେ ସୁକନ୍ୟା ଯୋଜନାରେ ଅନନ୍ତପୁର ଶାଖା ଡାକଘରେ ଟଙ୍କା ଜମା କରିଥିଲେ। କିନ୍ତୁ କର୍ମଚାରୀ ଜଣକ ଜମାକାରୀଙ୍କ ଖାତାରେ ଟଙ୍କା ଜମା ନ କରି କେବଳ କାଗଜ କଲମରେ ଲେଖି ଟଙ୍କା ସବୁ ଆତ୍ମସାତ କରିଥିବା ଅଭିଯୋଗ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ କୁହାଯାଉଥିବା ବିଜୁ ଯୁବ ବାହିନୀକୁ ଅାକାଉଣ୍ଟାଣ୍ଟ ଜେନେରାଲଙ୍କ ରେଡ୍ ସିଗ୍ନାଲ। ଡେପୁଟି ଏଜି, କ୍ରୀଡ଼ା ଓ ଯୁବ ବ୍ୟାପାର ସିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଯାଇଛି, ଯଦି ବିଜୁ ଯୁବ ବାହିନୀ ଯୋଜନା ବାବଦରେ ହିସାବ ଦେବାକୁ ସମୟ ନାହିଁ, ତେବେ ଏ ଯୋଜନା କାର୍ଯ୍ୟକାରୀ ପାଇଁ ବି ଅାପଣ ଧ୍ୟାନ ଦେଇପାରିବେନି। ସୁତରାଂ ଯୋଜନା ବାବଦ ଅର୍ଥ ସଂପୂର୍ଣ୍ଣ ଅଡିଟ୍ ନସରିଲା ଯାଏଁ ଖର୍ଚ୍ଚ କରନି। […]
ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶେରଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶେରଗଡ଼ଠାରେ ୮କୋଟି ବ୍ୟୟରେ ଆଇଟିଆଇ, ୧କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, ୮କୋଟି ଟଙ୍କା ବ୍ୟୟରେ ନନ୍ଦିନୀ ନାଳ ଉପରେ ସେତୁ, ୨୫ଲକ୍ଷ ବ୍ୟୟରେ […]
ଭୁବନେଶ୍ୱର: ପୁଣି ପୁଅର କାର୍ନାମା ପାଇଁ ଅଡ଼ୁଆରେ ପଡ଼ିଯାଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଦେବାଶିଷଙ୍କ ପରେ ଏବେ ପୁଅ ଦେବପ୍ରିୟ ବାପା ବଦ୍ରି ପାତ୍ରଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ପୂର୍ବରୁ ମରଣାନ୍ତକ ଆକ୍ରମଣ ଓ ଆତଙ୍କ ସୃଷ୍ଟି କରୁଥିବା ଘଟଣାରେ ଗିରଫ ହୋଇ ଜଣେ ପୁଅ ଦେବାଶିଷ ପାତ୍ର ଜେଲ୍ରେ ଥିବାବେଳେ ଏବେ ଆଉ ଜଣେ ପୁଅ ଦେବପ୍ରିୟଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଛି। ଘଷିପୁରା ଥାନାରେ ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକ ଦେଇଥିବା […]
ଅାନନ୍ଦପୁର : ଦଲାଲଙ୍କ କବଳରୁ ଖସିଅାସିଲେ ବିକ୍ରି ହୋଇଥିବା ୧୦ ଜଣ ମହିଳା ଓ ପୁରୁଷ ଦାଦନ। ଅାନନ୍ଦପୁର ସୋସ ଥାନା ଅଞ୍ଚଳରୁ ୪ ଜଣ ଦଲାଲଙ୍କ ମାଧ୍ୟମରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ବାହାରେ କାମ କରି ଭଲ ରୋଜଗାର କରିବାର ଅାଳ ଦେଖାଇ କୋଲକତାକୁ ନେବାକୁ କହି ନାଗାଲାଣ୍ଡ ନେଇଯାଇଥିଲା ଦଲାଲ। ସେଠାରେ କାମ କରିବା ପରେ ପାରିଶ୍ରମିକ ଦେବା ବଦଳରେ ଶ୍ରମିକଙ୍କୁ ନିର୍ଯାତନା ଦିଅାଯାଉଥିବା […]
ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା। ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘ […]
ଭୁବନେଶ୍ୱର : ଅାଜି ପବିତ୍ର ମହରମ୍। ଏହା ହେଉଛି ମୁସଲମାନଙ୍କ ଏକ ପ୍ରମୁଖ ପର୍ବ। କର୍ବଲା ଯୁଦ୍ଧକୁ ମନେପକାଇ ମହରମ୍ ପାଳନ କରାଯାଏ। ଏହି ଯୁଦ୍ଧରେ ମହାପୁରୁଷ ମହମ୍ମଦଙ୍କ ନାତି ଇମାମ ହୁସେନ ଅଲିଙ୍କ ମୃତ୍ୟୁ ହୋଇଥିଲା। ଇରାକ ରାଜଧାନୀ ବାଗଦାଦ୍ ନିକଟରେ ଏହି ଯୁଦ୍ଧ ହୋଇଥିଲା। ହୁସେନ ଅଲିଙ୍କ ବଳିଦାନକୁ ମନେପକାଇ ମହରମ୍ ପାଳନ କରାଯାଇଥାଏ। ଏହି ସମୟରେ ମଧ୍ୟ ମହାପୁରୁଷ ମହମ୍ମଦ ମକ୍କାରୁ ମଦିନାକୁ ଅାସିଥିଲେ। ଏହାକୁ ହିଜ୍ରା କୁହାଯାଇଥାଏ। ମୁସଲମାନଙ୍କ ଅନୁସାରେ ଅାଜିଠାରୁ […]
ଅନୁଗୁଳ: ଓଡ଼ିଶାରେ ଦରକାର ପରିବର୍ତ୍ତନ। ରାଜ୍ୟବାସୀଙ୍କ ଭିତରେ ଏଭଳି ଭାବନା ସୃଷ୍ଟି ହେଲାଣି ବୋଲି ସେ ଅନୁମାନ କରୁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟରେ ଯେପରି ଭାବେ ଶାସନ ଚାଲିଛି, ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ବଢ଼ି ଚାଲିଛି। ଲୋକମାନେ ଏହାର ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ ପାଇବେ ଛିଡ଼ା ହେବେ ବୋଲି ବୈଜୟନ୍ତ କହିଛନ୍ତି। ବଅଁରପାଳରେ ଅନୁଷ୍ଠିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହା କହିଛନ୍ତି। ଅନୁଗୁଳର ବଅଁରପାଳ ସମେତ, ନାଲ୍କୋ ଏଫ୍ସିଆଇ […]