• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

farmer
ପୁଣି ଚାଷୀ ଅାତ୍ମହତ୍ୟା ଅଭିଯୋଗ

କୋରାପୁଟ: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମାଳିଗୁଡ଼ାର ଚାଷୀ ଲୋକନାଥ ପାଙ୍ଗି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷ କ୍ଷତି ଯୋଗୁ ଗତକାଲି ସନ୍ଧ୍ୟାରେ ସେ ଚାଷ ଜମିକୁ ଯାଇ କୀଟନାଶକ ଔଷଧ ପିଇଥିଲେ। ଘରକୁ ଆସି ଏନେଇ ସ୍ତ୍ରୀକୁ କହିବା ପରେ ତାଙ୍କୁ ପଟାଙ୍ଗୀ ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଋଣ ବୋଝ ଓ ଚାଷ କ୍ଷତି […]

  • Tuesday, 20 July 2021
indianexpress
ଢେଙ୍କାନାଳ: ଗଛକଟା ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଢେଙ୍କାନାଳ: ବଳରାମପୁରରେ ବିୟର୍‌ ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କଟାଯିବା ଘଟଣାରେ ତୁରନ୍ତ ଗଛ କାଟିବା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଆରଡିସିଙ୍କୁ ମଧ୍ୟ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ପୁଲିସ୍‌ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି […]

  • Tuesday, 20 July 2021
photo
ସହିଦ ସ୍ତମ୍ଭ ଚାରିକଡୁ ମିଳିଲା ୧୦ଟି କଟା ହାତ ପାପୁଲି

ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ ହେବା ପରେ ଉତ୍ତେଜନା ଦେଖା ଦେଇଛି। ପାପୁଲି ଫିଙ୍ଗା ଯିବାକୁ ନେଇ ବୀରଭୂମି ପଡ଼ିଆରେ ବିରୋଧୀ ଜନମଞ୍ଚ ସଦସ୍ୟମାନେ ଏକାଠି ହେବା ସହିତ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ତେବେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ମୃତ ଆଦିବାସୀଙ୍କର ବୋଲି ଜଣାପଡ଼ିଛି। ଟାଟା ଷ୍ଟିଲ୍‌କୁ […]

  • Tuesday, 20 July 2021
5
 ଦୁର୍ନୀତି ଓ ଅଫିସର୍‌ ରାଜ୍ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର: ନବୀନଙ୍କୁ ମୋଦି ଓ ଶାହାଙ୍କ ଶାଣିତ ଆକ୍ରମଣ ତିନି ଦିନ ଭିତରେ ଅନେକ କିଛି ଇଙ୍ଗିତ କରିଛି। ମୋଦି-ଶାହା ଯୋଡ଼ି ଉଠାଇଥିବା ପ୍ରସଙ୍ଗ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ବଡ଼ ଅସ୍ତ୍ର ହେବାକୁ ଯାଉଛି। ନବୀନଙ୍କ ବିରୋଧରେ ମୋଦିଙ୍କ ମୁହଁରୁ ବାହାରିଥିବା ଦୁର୍ନୀତି କଥାକୁ ବିଜେପି ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି। ସେହିପରି ଶାହା କହିଥିବା ଅଫିସର୍‌ ରାଜ୍‌ କଥା ବି ଦଳ ପ୍ରସଙ୍ଗ କରିବ। ଯୋଜନା ଅନୁସାରେ ଦଳ ପକ୍ଷରୁ ପ୍ରତି ବୁଥ୍‌ରେ […]

  • Tuesday, 20 July 2021
fAR
ଉଠା ଜଳସେଚନ ବ୍ୟବସ୍ଥା ଫେଲ୍‌, ପାଣି ଅଭାବରୁ ଉଜୁଡ଼ି ଯାଉଛି ଫସଲ

ରାୟଗଡ଼ା: ଯୋଜନା ଅନେକ ବହୁ କଷ୍ଟରେ ସେହି ଯୋଜନା ଚାଷୀଙ୍କ ପାଖରେ ପହଞ୍ଚିଲେ ମଧ୍ୟ ତଦାରଖ ଅଭାବରୁ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ବ୍ଲକରେ ଉଠା ଜଳସେଚନ ପ୍ରକଳ୍ପ ତ ହେଉଛି ହେଲେ  ବର୍ଷେ ହେଲାଣି ଅଚଳା ଦେଖନ୍ତୁ ଏହି ରିପୋର୍ଟ। ଆମ ରାଜ୍ୟରେ ୭୦ଭାଗ ଚାଷୀ ହୋଇଥିବାରୁ ତାଙ୍କ ପାଇଁ ଅନେକ ଯୋଜନା ଘୋଷଣା କରି ବାହାବା ନେଉଛନ୍ତି ସରକାର। ହେଲେ ଏହାର ବାସ୍ତବ ଚିତ୍ର […]

  • Tuesday, 20 July 2021
asika
ସଙ୍କଟରେ ଚିନି ଶିଳ୍ପ

ଗଞ୍ଜାମ: ସଙ୍କଟରେ ଚିନି ଶିଳ୍ପ। ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଭିତ୍ତିକ ଚିନି ଶିଳ୍ପରେ ଚଳିତ ବର୍ଷ ଆଖୁପେଡ଼ା ପାଇଁ ଅନିଶ୍ଚିତତା ଦେଖାଦେଇଛି। ବର୍ଷରେ ପାଖାପାଖି ୩ ମାସ ଏଠାରେ ଆଖୁ ପେଡ଼ା ହୋଇଥାଏ। ଏଥିପାଇଁ ଚାଷୀଙ୍କ ସହ ଚୁକ୍ତି ହୋଇଥାଏ। କିନ୍ତୁ ଏବର୍ଷ ‘ତିତ୍‌ଲି’ ବାତ୍ୟାର ପ୍ରଭାବରେ ଚାଷୀଙ୍କର ଶହ ଶହ ହେକ୍ଟର୍‌ ଆଖୁ ଫସଲ ନଷ୍ଟ ହୋଇଯାଇଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ହେକ୍ଟର୍‌ ହେକ୍ଟର୍‌ ଜମିରେ ଆଖୁ ଚାଷ କରିଥିଲେ ଚାଷୀ। କିଏ […]

  • Tuesday, 20 July 2021
atm
୨ ଏଟିଏମ୍‌ରୁ ବ୍ୟାଟେରୀ କାଢ଼ିନେଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରର ୨ଟି ଏଟିଏମ୍‌ରୁ ବ୍ୟାଟେରୀ ଲୁଟ୍ ହୋଇଛି। ୨ ଜଣ ଲୁଟେରା ୟୁକୋ ବ୍ୟାଙ୍କ୍ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ ଭିତରେ ପଶି ବ୍ୟାଟେରୀ ଲୁଟ୍‌ କରିନେଇଛନ୍ତି। ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଲୁଟ୍‌ର ଦୃଶ୍ୟ କଏଦ୍‌ ହୋଇଛି। ଏ ନେଇ ସଂପୃକ୍ତ ବ୍ୟାଙ୍କ୍ ପକ୍ଷରୁ ଛତ୍ରପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ୍‌ […]

  • Tuesday, 20 July 2021
4
ମହିଳାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ମହାରଥୀ: ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର: ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଆପତ୍ତି ଉଠାଇଛି। ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏକ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମନ୍ତ୍ରୀ, କେଉଁ ପରିସ୍ଥିତିରେ କାହିଁକି ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି […]

  • Tuesday, 20 July 2021
nian
ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ: ପୋଡ଼ିଗଲା ଘର, ଚାଲିଗଲା ଜୀବନ, ଆସିଲେନି ଫାୟାର୍‌ ମ୍ୟାନ୍‌

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍‌ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି। ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ […]

  • Tuesday, 20 July 2021
Capture
‘ମିଷ୍ଟର୍‌ ୟୁନିଭର୍ସ’ପ୍ରତିଯୋଗିତାରେ ଭାଗନେବେ ଓଡ଼ିଆ ବଡି ବିଲ୍‌ଡର୍

ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ହାମ୍‌ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଓଡ଼ିଶାର ବଡି ବିଲ୍‌ଡର୍‌ ଜନ୍ମେଜୟ ମହାନ୍ତି ଭାଗନେବେ। ସେ ଏହି ପ୍ରତିଯୋଗିତା ପାଇଁ ‘ଇଣ୍ଡିଆନ୍‌ ବଡି ବିଲ୍‌ଡର୍ସ ଫେଡେରେସନ୍‌’ ପକ୍ଷରୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଜନ୍ମେଜୟ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱର ଛାଡ଼ିବେ। ପୂର୍ବରୁ ସ୍ପନ୍‌ସର୍‌ ଅଭାବରୁ ଅନେକ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଏଥର ନିଜସ୍ୱ ଉଦ୍ୟମରେ ସେ ଜର୍ମାନୀ  ଯାଉଛନ୍ତି। ମିଷ୍ଟର୍‌ ୟୁନିଭର୍ସ […]

  • Tuesday, 20 July 2021
gandhi
୧୫୦ ତମ ଗାନ୍ଧି ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଏହି କ୍ରମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମାହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ପୂର୍ତ୍ତି ପାଇଁ ୨ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। […]

  • Tuesday, 20 July 2021
Untitled-1-Recovered
ପୁଣି ବାଣ ମାରିଲେ ଦାମ, କହିଲେ ପାଣ୍ଡିଆନ୍‌ ଏମିତି ବି କରିଥିଲେ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଏଥର ଦାମ ବାଣ ମାରି ପ୍ରସ୍ତାବିତ ଭାଗଚାଷୀ ଆଇନର ଗୁମର ଖୋଲିଛନ୍ତି। ପାଣ୍ଡିଆନ୍‌ଙ୍କ ଯୋଗୁଁ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରି ନଥିବା ସେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ସେ ସଦସ୍ୟ ଥିଲେ। ୨୦୧୭ ସେପ୍ଟେମ୍ବର୍‌ ମାସରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲେ। କିନ୍ତୁ ସେତେବେଳେ ପାଣ୍ଡିଆନ୍ ମନା କରିଛନ୍ତି ବୋଲି […]

  • Tuesday, 20 July 2021
girl stabbed
ମଝି ରାସ୍ତାରେ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଅଡ଼ଶପୁର ଉଦୟନାଥ କଲେଜ ଛାତ୍ରୀଙ୍କୁ ମଝି ରାସ୍ତାରେ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।  କ୍ୟାମ୍ପସ୍‌ ବାହାରେ ଛାତ୍ରୀଙ୍କ ସହପାଠୀ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଛାତ୍ରୀଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଛୁରାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ତେବେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।  

  • Tuesday, 20 July 2021
o
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପ୍ରଧାନଶିକ୍ଷକଙ୍କ ବାରିପଦା ବାସଭବନ, ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ରଘୁନାଥପୁର ଠାରେ ୨ଟି ଘର, ୭ଟି ପ୍ଲଟ୍‌, ଚାରି ଚକିଆ ଗାଡ଼ି, ୨ଟି ବାଇକ୍ ସହ ଅନେକ ବ୍ୟାଙ୍କ ପାସ୍‌ବୁକ୍‌ ଓ ବ୍ୟାଙ୍କ ଲକର ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମୋଟ ସମ୍ପତ୍ତି ଆକଳନ କରାଯାଉଛି।

  • Tuesday, 20 July 2021
loot
ଅଧ ରାତିରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍‌। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଏହି ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷ ମଧ୍ୟରେ ନଗଦ ୧୪ ହଜାର ଟଙ୍କା, ୫ଟି ସୁନା ହାର, ୬ଟି କାନ ଫୁଲ, ହୀରା କାନ […]

  • Tuesday, 20 July 2021
bhisar
ପୁଣି ବିବାଦରେ ଭିମ୍‌ସାର୍‌ ନିର୍ଦ୍ଦେଶକ, ୱାର୍ଡରେ ରୋଗୀଙ୍କୁ କଲେ ଲଣ୍ଡା

ସମ୍ବଲପୁର: ପୁଣି ବିବାଦ ଘେରକୁ ଆସିଛନ୍ତି ଭିମ୍‌ସାର୍ ନିର୍ଦ୍ଦେଶକ ପ୍ରଫେସର୍‌ ଅଶ୍ୱିନୀ ପୂଜାହାରୀ। ମେଡ଼ିକାଲ୍‌ର ଆଉଟ୍‌ଡୋରରେ ପୂଜାହାରୀ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କାଟି ପକାଉଥିବାର ଦେଖିବାକୁ ମିଳିଛି। ନିର୍ଦ୍ଦେଶକଙ୍କ କହିବା କଥା, ସଂପୃକ୍ତ ରୋଗୀ ଜଣକ ଅଭ୍ୟାସଗତ ମଦ୍ୟପ। ତେଣୁ ତାଙ୍କ ମା’ଙ୍କ ଅନୁରୋଧକ୍ରମେ ମଦ ଛାଡ଼ି ଗଙ୍ଗାରେ ସ୍ନାନ କରିବାକୁ ପରାମର୍ଶ ଦେବା ସହ ରୋଗୀଙ୍କ ମୁଣ୍ଡରୁ ସେ କିଛି ଚୁଟିକୁ କାଟିଦେଇଛନ୍ତି ବୋଲି ପୂଜାହାରୀ କହିଛନ୍ତି। ସେହିଭଳି ଭାଇରାଲ୍ ହେଉଥିବା ଏକ ଭିଡିଓରେ […]

  • Tuesday, 20 July 2021
bharti ...
ମୋଦିଙ୍କ ପରେ ଶାହାଙ୍କ ଟାର୍ଗେଟ୍, ଭୟରେ ଲାଗୁ କଲେନି ଆୟୁଷ୍ମାନ ଯୋଜନା

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଅମିତ କହିଛନ୍ତି, ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି। ରାଜ୍ୟ ସରକାର ଅସାଧୁ ମିଲର୍‌ଙ୍କ ସହ ମେଣ୍ଟ କରିଛନ୍ତି। ମିଲର୍‌ଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ବୋଲି ଶାହା କହିଛନ୍ତି। ସେ […]

  • Tuesday, 20 July 2021
8
କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ଼: ସଇଁତଳା ବ୍ଲକ୍‌ ଘୁନସର ପ୍ରାଥମିକ ବିଦ୍ୟାଳୟର୨୫ରୁ ଅଧିକ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସଇଁତଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥାବସ୍ଥା ଅନୁଧ୍ୟାନ ପାଇଁ ପାଇଁ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି।

  • Tuesday, 20 July 2021
batasi 2
ରାଜପଥ ସଂପ୍ରସାରଣକୁ ନେଇ ଚିନ୍ତାରେ ଚୌଦ୍ୱାର ବ୍ୟବସାୟୀ

କଟକ:  ରାସ୍ତା ଓସାର ହେଲେ ଗାଡ଼ି ଚଳାଚଳରେ ସୁବିଧା ହେବ। ଆଉ ଦିନକୁ ଦିନ ବଢୁଥିବା ଟ୍ରାଫିକ୍‌ ମସସ୍ୟାର ବି ସମାଧାନ ହେବ। ଏଥିପାଇଁ ମଙ୍ଗୁଳି ଛକଠାରୁ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଯାଏ ରାସ୍ତା ସଂପ୍ରସାରଣ ହେଉଛି। କିନ୍ତୁ ରାସ୍ତା ସଂପ୍ରସାରଣର ଖବର ପାଇବା ପରେ ଏବେ ଚୌଦ୍ୱାରର ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଓସାରିଆ ରାସ୍ତା ପାଇଁ ଭଙ୍ଗାହେବ ଦୋକାନ ଘର। ଓଟିଏମ୍‌ ବଜାର ବନ୍ଦ ହେବା ପରେ ଦୋକାନ କରି ଚଳୁଥିବା […]

  • Tuesday, 20 July 2021
Bali-Jatra
ତୁଟିନି ଅଡ଼ୁଆ, ଅନିଶ୍ଚିତତା ଭିତରେ କଟକ ବାଲିଯାତ୍ରା

କଟକ: ତୁଟି ପାରୁନି ଅଡ଼ୁଆ କି ବାହାରୁନି ସମାଧାନର ବାଟ। କଟକ ବାଲିଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ପ୍ଲଟ୍‌ ଆବଣ୍ଟନକୁ ନେଇ ମୁହାଁମୁହିଁ ଅବସ୍ଥାରେ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ। ସଂଘର କହିବା କଥା ହେଉଛି, ପ୍ରଥମେ ପ୍ଲଟ୍‌ ଆବଣ୍ଟନ ପିଛା ଅଧିକ ମୂଲ୍ୟ ନେବାର ନିୟମ ଥିଲା, ପରେ ଗୋଟିଏ ଫର୍ମକୁ ଗୋଟିଏ ପ୍ଲଟ୍‌ର ନିୟମ, କୌଣସି ଖବର ନ ଦେଇ ଏହିପରି ପ୍ରଶାସନ ପ୍ରତିଦିନ ନୂଆ ନୂଆ ନିୟମ ଲାଗୁ କରୁଛି […]

  • Tuesday, 20 July 2021
telengiri
ପୁଣି ଅନିଶ୍ଚିତତା ମଧ୍ୟରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ

ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ। ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର […]

  • Tuesday, 20 July 2021
elephant
ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ୧୭ଜଣିଆ ହାତୀପଲ ଦିନରେ ଗାଁ ନିକଟ ପାହାଡ଼ରେ ରହୁଥିବାବେଳେ ରାତିରେ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ହାତୀପଲ ରାଜଗାଙ୍ଗପୁର ସହର ନିକଟ ସୁନାଖଣ୍ଡି, ଭାଲୁଦୁମା, ଭିକାପଡ଼ା, ଜହରୁମାଲ, ସିଂଘାପଡ଼ି ଭଳି ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। କ୍ରମାଗତ ଫସଲ ନଷ୍ଟ ସହ ଭାଲୁଦୁମାରେ ହାତୀପଲ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଅଙ୍ଗନବାଡ଼ି ଘର ଭାଙ୍ଗି […]

  • Tuesday, 20 July 2021
jaga
ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଭେଳିକି

ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାକୁ ଭୂମି ଅଧିକାର ଦେବାର ଭେଳିକି। ୬ ମାସ ତଳେ ‘ଜାଗା’ ମିଶନର ଶୁଭାରମ୍ଭ କରି ସରକାରଙ୍କ ହାତରୁ ପଟ୍ଟା ପାଇଥିବା ଲୋକ ଏବେ ଅଧିକାର ପାଇଁ ସଂଘର୍ଷ କରୁଥିବା ବେଳେ ଆଜି ସରକାର ପୁଣି ୬୫୦୦ ଲୋକଙ୍କୁ ପଟ୍ଟା ବାଣ୍ଟିଛନ୍ତି। ବିଶ୍ୱର ସର୍ବବୃହତ ଯୋଜନା ବୋଲି ପ୍ରଚାର କରି ଏଥିରେ ୧୮ ଲକ୍ଷ ଲୋକଙ୍କୁ ଭୂମି ଅଧିକାର ଦେବେ ବୋଲି ସରକାର ବିଜ୍ଞାପନରେ କହିଛନ୍ତି। ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ […]

  • Tuesday, 20 July 2021