ବାରିପଦା: ପର୍ଯ୍ୟଟକଙ୍କୁ ଆକ୍ରମଣ ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକେ ୧୮ ଜଣ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଖବର ଅନୁସାରେ, ପଶ୍ଚିମବଙ୍ଗ ଦିଘାରୁ କିଛି ପର୍ଯ୍ୟଟକ ଶିମିଳିପାଳ ସୀତାକୁଣ୍ଡ ବୁଲିବାକୁ ଆସିଥିଲେ। ତେବେ ସ୍ଥାନୀୟ କିଛି ଯୁବକ ପର୍ଯ୍ୟଟକଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାରୁ ପ୍ରତିବାଦ କରିଥିଲେ ପର୍ଯ୍ୟଟକ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ଯୁବକମାନେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରୁ ଆସିବା ପରେ […]
ଭୁବନେଶ୍ୱର: ମୋଦି କେୟାର୍ ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବିଜେପି ଲୋକଙ୍କ ପାଖକୁ ଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ଜନଜାଗରଣ ପାଇଁ ଆସନ୍ତା ୩୦ରୁ ୭ ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଚାଲିବ। ପ୍ରତି ମଣ୍ଡଳରେ ୪ରୁ ୫ଟି ସଭା କରାଯାଇ ଜନଜାଗରଣ କରାଯିବ। ଏହି ପ୍ରସଙ୍ଗରେ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ମଧ୍ୟ […]
କଟକ: ମହାନଦୀ ପୋଲ ଉପରୁ ବସ୍ ଖସିପଡ଼ିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ୪୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୯ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଯାତ୍ରୀବାହୀ ବସ୍ଟି ତାଳଚେରରୁ କଟକ ଆସିବା ବେଳେ ଏକ […]
ଢେଙ୍କାନାଳ: ବଳରାମପୁର ଗଛକଟା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରସ୍ତାବିତ ମଦ ଫାକ୍ଟ୍ରି ବାତିଲ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଥିରୁ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସ୍ଥାନୀୟ ଶାସକ ଦଳର ନେତା। ରାତି ଅଧିଆ ଗଛକଟାକୁ ୪ ଦିନ ବିତିଥିଲେ ହେଁ ଏଯାଏ ଗାଁ ଲୋକଙ୍କ ମନରୁ କ୍ଷୋଭ କମିନି। ଆଜି ଉତ୍ତରାଞ୍ଚଳ ଆର୍ଡିସି ଡି.ଭି. ସ୍ୱାମୀ ଧ୍ୱଂସ ପ୍ରାୟ ଜଙ୍ଗଲ ବୁଲି ଗାଁ ଲୋକଙ୍କୁ ଭେଟିଥିଲେ। ସେଠି ଆଉ […]
ଚେନ୍ନାଇ: ଚେନ୍ନାଇରେ ଆୟୋଜିତ ହୋଇଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’। ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜୀ ନିବେଶ ଏବଂ ଶିଳ୍ପ କ୍ଷେତ୍ର ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହ୍ୱାନ କରିଛନ୍ତି। ଏନେଇ ରାଜ୍ୟରେ ପୁଞ୍ଜି ନିବେଶକାରୀଙ୍କୁ ଯଥେଷ୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତଶ୍ରୁତି ଦେଇଛନ୍ତି। […]
ଭୁବନେଶ୍ୱର: ଫସଲହାନୀ କି ଋଣ ବୋଝ କାରଣରୁ ରାଜ୍ୟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ଘରୋଇ କଳି ଓ ମଦ୍ୟପାନ ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ଗତ ୫ ବର୍ଷରେ ରାଜ୍ୟରେ ୨୨୭ ଚାଷୀ ଆତ୍ମହତ୍ୟା କରିଛନ୍ତି। ହେଲେ ଜଣେ ହେଲେ ବି ଚାଷୀ ଉପରୋକ୍ତ କାରଣରୁ ଆତ୍ମହତ୍ୟା କରିନଥିବା କହି ସରକାର ଏହି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। କିନ୍ତୁ […]
କଟକ: ମହାନଦୀ ପୋଲ ଉପରୁ ବସ ଖସିବା ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଆର୍ ପି ଶର୍ମା। ଦୁର୍ଘଟଣାରେ ଆହତମାନଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ କିଚିତ୍ସା ଲାଗି ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏଥିସହିତ ଡିଜି ଏକ ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି। ଦୁର୍ଘଟଣା ସମ୍ପର୍କିତ କୌଣସି ସହାୟତା ପାଇଁ +916712304001 ଏହି ନମ୍ବର୍କୁ […]
ଭୁବନେଶ୍ୱର : ଅସରାଏ ବର୍ଷାରେ ରାଜଧାନୀ ବେହାଲ । ପାଣିରେ ବୁଡ଼ିଲା ଭୁବନେଶ୍ୱରର ରାଜରାସ୍ତା । ଅାଜି ସକାଳେ ୟୁନିଟ୍ ୪, ଶାସ୍ତ୍ରୀନଗର ଅଞ୍ଚଳରେ କିଛି ସମୟ ଧରି ମୂଷଳ ଧାରାରେ ବର୍ଷା ହୋଇଥିଲା । ଏଥିରେ ରାଜଭବନ ଅଞ୍ଚଳରେ କିଛି ସମୟ ଧରି ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାରେ ପାଣି ଚାଲିଥିଲା।
କଟକ: ମହାନଦୀ ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍। ବସ୍ଟି ତାଳଚେରରୁ କଟକ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜଗତପୁରରୁ ଶିଖରପୁର ମଝିରେ ଥିବା ମହାନଦୀ ପୋଲରୁ ଖସିପଡ଼ି ବସ୍ଟି ନଦୀଶଯ୍ୟା ବାଲିରେ ପଡ଼ିଥିବା ଜଣାପଡ଼ିଛି। ବସ୍ଟି ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି। ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ନଦୀର ଉଭୟ ପଟରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ଦୁଇଟି ବୋଟ୍ ଲାଗିଛି। […]
ମୟୁରଭଞ୍ଜ : କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଅାଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ । ମୟୁରଭଞ୍ଜ ଚିତ୍ରଡା ଦମକଳ କେନ୍ଦ୍ରର ୨, ନୟାଗଡ଼ ଦଶପଲ୍ଲାର ୨ ଏବଂ ବାଲିଅାପାଳର ୨ ଜଣ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ଅାଜି କଟକ ସ୍ଥିତ କେନ୍ଦ୍ରୀୟ ରେଞ୍ଜ୍ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଅାଯାଇଛି। ଗତ ସୋମବାର ଠାରୁ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ ସଂଘ ଅାନ୍ଦୋଳନକୁ ଓହ୍ଲାଇଛନ୍ତି। […]
ଜଗତସିଂହପୁର : ଗାଁରୁ ବର୍ଷା ଜଳ ନିଷ୍କାସନ ଦାବିରେ ତାତିଲେ ଲୋକେ । ଦାବି ପୂରଣ ନେଇ ପାରାଦୀପ IOCLର ମୁଖ୍ୟ ରାସ୍ତା ଅବରୋଧ। ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ରଙ୍ଗିଅାଗଡ଼, ସିଜୁ, ବଗଦିଅା, ପାରାଦୀପ ଗଡ଼, ଫତେପୁର ଏବଂ ତ୍ରିଲୋଚନପୁର ଭଳି ୫ଟି ମୌଜାର ଲୋକେ ଏହି ବର୍ଷା ଜଳ ନିଷ୍କାସନ ଦାବିରେ ରାସ୍ତାରୋକ କରିଛନ୍ତି । ଅଭିଯୋଗ ଅନୁସାରେ, ଅାଇଓସିଏଲ୍ ପ୍ରକଳ୍ପ ପରେ ବିଭିନ୍ନ […]
ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ଗତକାଲି ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ଏହି ନୋଟିସ୍ ଆଣିଛନ୍ତି ତାରା। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗାରିମାକୁ କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍କୁ […]
ବରଗଡ଼: ୫ ଦଫା ଦାବି ନେଇ ଆଜି ବରଗଡ଼ରେ ବିରାଟ ଚାଷୀ ସମାବେଶ ହୋଇଛି। ବରଗଡ଼ ଜିଲ୍ଲା ଚାଷୀ ସମନ୍ୱୟ ସମିତି ପକ୍ଷରୁ ଏହି ସମାବେଶ ଅନୁଷ୍ଠିତ ହୋଇଛି। ଚାଷୀ ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଚାଷୀଙ୍କ ସମାଗମ ହୋଇଛି। ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଚାଷୀମାନେ ଏକତ୍ରିତ ହେବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଛନ୍ତି। ଶୋଭାଯାତ୍ରା ସହର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିବେ। କୃଷି ଋଣଛାଡ଼, […]
ବାଲେଶ୍ୱର : ନିଶା ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ । ପାଦରେ ଚାଲି ଚାଲି ବାଲେଶ୍ୱରରୁ ଭୁବନେଶ୍ୱର ପହଞ୍ଚିବେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ମାଅା ଘର ଫାଉଣ୍ଡେସନ୍ ପକ୍ଷରୁ ଅାରମ୍ଭ ହୋଇଛି ଏହି ପଦଯାତ୍ରା । ଅାଜିଠୁ ଅାରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରେ ପହଞ୍ଚିବ । ବାଲେଶ୍ୱର ଫକିରମୋହନଙ୍କ ଜନ୍ମପୀଠ ଶାନ୍ତି କାନନରୁ ବାହାରିଛି ଏହି ପଦଯାତ୍ରା । ୧୪ଟି ସ୍ଥାନରେ ରହଣି ସହିତ ଏହାର ଲକ୍ଷ୍ୟ ରଖିଛି ନିଶା ସେବନର […]
ସମ୍ବଲପୁର: ଭିମ୍ସାର୍ ବିବାଦ ପାଇଁ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କମିଟି ଗଠନ କରିଛି। ନିର୍ଦ୍ଦେଶକ ପ୍ରଫେସର୍ ଅଶ୍ୱିନୀ ପୂଜାହାରୀଙ୍କ ନାଁରେ ଜୁନିଅର୍ ଡାକ୍ତର ସଂଘ କରିଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହୋଇଛି। ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ଶରତ ଚନ୍ଦ୍ର ମିଶ୍ର କମିଟିର ସଦସ୍ୟ ଅଛନ୍ତି। ୧୦ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଛନ୍ତି।
ଗଜପତି : ଖାଲି ଥିବା ଶିକ୍ଷକ ପଦବୀକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ । ଶିକ୍ଷକ ପଦବୀ ପୂରଣ ଦାବିରେ ହଷ୍ଟେଲ ଛାଡ଼ିଲେ ପିଲା । ମୋହନା ଜିରାଙ୍ଗ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ିଛନ୍ତି । ଏହାସହ ହଷ୍ଟେଲ୍ରେ ବିଦ୍ୟୁତ୍, ପାଣି ବ୍ୟବସ୍ଥା ଠିକ୍ ଭାବେ ଉପଲବ୍ଧ ହେଉନଥିବାରୁ ହଷ୍ଟେଲ ଛାଡ଼ିଥିବା କୁହାଯାଉଛି । ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଏହି ସବୁକୁ ନେଇ ଦାବି ହୋଇ ଅାସୁଥିଲା […]
ଯାଜପୁର : ଚାଷୀ ଅାତ୍ମହତ୍ୟା ଅଭିଯୋଗ। ଏହି ଅଭିଯୋଗ ଅାସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରରୁ। ମୃତକ ହେଲେ ଗୌରାଙ୍ଗ ବଳ। ପରିବାର ଲୋକଙ୍କ କହିବା ଅନୁସାରେ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଅାଣିଥିଲେ। ତେବେ ଋଣ ଚିନ୍ତାରେ ସେ ଘର ପଛରେ ଏକ ଗଛରେ ଦଉଡ଼ି ଦେଇ ଅାତ୍ମହତ୍ୟା କରିଥିବା ତାଙ୍କର ପତ୍ନୀ କହିଛନ୍ତି। ଏ ସଂପର୍କରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଭୁବନେଶ୍ୱର: ପ୍ରସ୍ତାବିତ ମଦ କାରଖାନା ବାତିଲ୍ ନିଷ୍ପତ୍ତି ନେଇ ପ୍ରଶ୍ନ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି, ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ୍ ନିର୍ଦ୍ଦେଶ ହୋଇଛି। ଜୁଲାଇରେ ସରକାର ଏହାକୁ ଅନୁମୋଦନ ଦେଇ ଶିଳାନ୍ୟାସ କରିଥିଲେ। ଏବେ ବାତିଲ୍ କରିବା ତଥା ମଦ କାରଖାନାକୁ ବଟଲିଂ ପ୍ଲାଣ୍ଟ୍ କୁହାଯିବା ନେଇ ପ୍ରଶ୍ନ ଉଠିଛି। ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଏହାକୁ ଅନୁମୋଦନ କରାଯାଇଥିଲେ ବି […]
ଭୁବନେଶ୍ୱର: ଆଜି ମଧ୍ୟ ବିଧାନସଭାରେ ଅଚଳ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁ ପ୍ରଥମ ଭାଗ ଗୃହକାର୍ଯ୍ୟ ଆଦୌ ଚାଲିପାରି ନାହିଁ। ଏପରିକି ଗୃହ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ହୋଇଛି। ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଶ୍ନକାଳରେ ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି-କଂଗ୍ରେସର ଭିତିରି […]
ଭୁବନେଶ୍ୱର : ଅକ୍ଟୋବର ୧୩ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଅାସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲରେ ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅକ୍ଟୋବର ୧୩ ତାରିଖକୁ ଘୁଂଚାଇ ଦିଅାଯାଇଛି। ଏନେଇ ଟ୍ରିବ୍ୟୁନାଲ ପକ୍ଷରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଜଣାଇ ଦିଅାଯାଇଛି। ଟ୍ରିବ୍ୟୁନାଲରେ ସଂପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିନଥିବାରୁ ଏ ଶୁଣାଣିକୁ ଘୁଞ୍ଚାଇ ଦିଅାଯାଇଛି । ମହାନଦୀ ଜଳ ବିବାଦ ଲାଗି […]
ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ବିରୋଧ। ଏ ସଂପର୍କରେ ଗଣମାଧ୍ୟମକୁ ଚିଠି ଲେଖି MKVBD ପକ୍ଷରୁ କୁହାଯାଇଛି ଯେ, ଅାଦିବାସୀଙ୍କୁ ବିକାଶ ନୁହେଁ, ବରଂ ବିନାଶ ପାଇଁ କରାଯାଇଛି ଗୁରୁପ୍ରିୟା ସେତୁ। ପ୍ରାକୃତିକ ସଂପଦ ଚୋରି ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଲିମେଳାରୁ ଅଧିକ ବିଦ୍ୟୁତ ଉତ୍ପାଦନ ପାଇଁ ଡ୍ୟାମରେ ଅଧିକ ପାଣି ରଖାଯାଉଛି। ଏହା ଦ୍ୱାରା ୭ଟି ପଞ୍ଚାୟତର ଫସଲ ନଷ୍ଟ ହୋଇଛି। […]
ଭୁବନେଶ୍ୱର: ପୁଅ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ୍ ପାଇଁ ମୋତେ ଆବେଦନ କଲେ, ନପାରିବାରୁ ପୁଅକୁ ମୋହରା କରାଯାଉଛି। ଅନେକ ବରିଷ୍ଠ ଲୋକଙ୍କ ଟିକେଟ କଟିଛି, ତେଣୁ ସମସ୍ତେ ମିଶି ଷଡ଼ଯନ୍ତ୍ର କରିଛନ୍ତି। ୫ ଟଙ୍କା ନେଇଥିବା କଥା ବି ଯଦି କେହି ପ୍ରମାଣ ଦିଏ ତେବେ […]
ମୟୁରଭଂଜ : ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଅାସିଛି ଏଭଳି ଅଭିଯୋଗ। ମୃତକ ହେଲେ ଚାମା ସିଜୋଇ। ଗତ ୧୭ ତାରିଖରେ ସେ ହାଟକୁ ବ୍ୟବସାୟ ପାଇଁ ଅାସିଥିଲେ। ତା ପରଠାରୁ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ଚାମାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ବେଳେ ଚାମାକୁ ତାର ସାଙ୍ଗମାନେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାସ ଖେଳକୁ […]
ଅନୁଗୁଳ: ସାତକୋଶିଆରେ ମୃତ ମହାବଳ ବାଘର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି। ବାଘର ମୃତ୍ୟୁ ଘା ଓ ପରବର୍ତ୍ତୀ ସମୟରେ ହୋଇଥିବା ସଂକ୍ରମଣ ଯୋଗୁ ହୋଇଛି ବୋଲି ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ହସ୍ତଗତ ହେବା ପରେ ଏହି ସୂଚନା ଦେଇଛି ବନ ବିଭାଗ। ଏହାସହ ସଂକ୍ରମଣରୁ ମହାବଳର ମଲ୍ଟିପଲ୍ ଅର୍ଗାନ ଅକାମୀ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୪ ତାରିଖରେ ବାଘ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ୧୫ ତାରିଖରେ ଏନ୍ସିଏର […]
ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆସନ୍ତାକାଲିଠାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି। ଏଥିସହ ଆଗାମୀ ୨୯ ଓ ୩୦ ତାରିଖ ଦୁଇଦିନ ମହାବନ୍ଦ ପାଳନ ପାଇଁ ସଂଘ ଚେତାବନୀ ଦେଇଛି। ବନ୍ଦରେ ଓକିଲ ସଂଘ ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସାମିଲ ହେବେ ବୋଲି ଜଣାପଡ଼ିଛି। ଏ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ […]