ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର୍. ରେହମାନ୍। ଓସ୍କାର୍ ବିଜେତା ରେହମାନ୍ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍ ହକିର ଉଦ୍ଘାଟନୀ ଉତ୍ସବର ସଙ୍ଗୀତ ପରିବେଷଣ କରିବେ ରେହମାନ୍। ଉଦ୍ଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱର ଓ କଟକରେ ରେହମାନଙ୍କ ‘ଶୋ’ ହେବ ବୋଲି ପୂର୍ବରୁ ହକି ଇଣ୍ଡିଆ ସୂଚନା ଦେଇଛି।
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସାହସ ପାଇ ବହୁ ଅଫିସର୍ ସ୍ୱେଚ୍ଛାଚାରୀ ହୋଇଗଲେଣି। ସେମାନେ ଆଇନ କାନୁନ୍ ମାନିବାକୁ ରାଜି ନୁହଁନ୍ତି ବୋଲି ଦାମ ରାଉତ କହିଛନ୍ତି। ବିଶାଲ ଦେବ ଯାହା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ, ଏବଂ ମୁଁ ଏହାକୁ ନିନ୍ଦା କରୁଛି ବୋଲି ଦାମ ପ୍ରତିକ୍ରିୟାରେ କହିଛନ୍ତି। ସରକାର ଯେଉଁମାନଙ୍କ ପରାମର୍ଶରେ […]
ଭୁବନେଶ୍ୱର: ଅବସରପ୍ରାପ୍ତ IAS ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏତିକି ବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ୍ ଯୋଗାଇଛି। ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏଥର ପୁଅର ନିର୍ବାଚନ ଲଢ଼ିବା ନେଇ ବିଶ୍ୱଭୂଷଣ କହିଛନ୍ତି, ପୃଥ୍ୱୀରାଜ ଏଥର ଚିଲିକାରୁ ବିଧାନସଭା ଲଢ଼ିବେ ବୋଲି ଆପାତତଃ ସ୍ଥିର ହୋଇଛି। […]
ଭୁବନେଶ୍ୱର: ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ବାହାର କରାଯାଇଛି ଗଳାବାଟ। ଏଣିକି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମେଗା ଇଭେଣ୍ଟ୍ ବେଳେ ମଦ କାରବାର ସମୟ ବଢ଼ାଯିବ। ଏଥିଲାଗି ଓଡ଼ିଶା ଅବକାରୀ ନିୟମାବଳୀରେ ସଂଶୋଧାନ କରାଯାଇଛି। ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲୁଛି। କେଉଁଠି ମଦ ଦୋକାନକୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ନିଶା ନିବାରଣ ପାଇଁ ଶୋଭାଯାତ୍ରା କରାଯାଉଛି। ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ବିୟର୍ ବଟ୍ଲିଂ ପ୍ଲାଣ୍ଟ୍ ପାଇଁ ବଳି ପଡ଼ିଲା […]
ପୁରୀ: ପ୍ରଥମେ ‘ତିତ୍ଲି’ ଆଉ ଏବେ ଚକଡ଼ା ପୋକ ଚାଷୀଙ୍କୁ ନୟାନ୍ତ କଲାଣି। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ଚରି ଯାଇଥିବାବେଳେ ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବ, ସେଇ ଚିନ୍ତାରେ ପଡ଼ିଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଲକର ବିଭିନ୍ନ ସ୍ଥାନରେ। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ମାଡ଼ିଯିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଅନ୍ୟପଟେ ଦେଶୀ ଉପାୟରେ ଚକଡ଼ାକୁ କିଛିମାତ୍ରାରେ […]
ବରଗଡ଼: ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା। ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ହଇରାଣ ହେଉଛନ୍ତି ଚାଷୀ। ଭଲ ଚାଷ ହୋଇଥିଲେ ବି ଫସଲ ରଖିବାକୁ ଯାଗା ନାହିଁ। ପୁଣି ଶୀତଳ ଭଣ୍ଡାର ବି ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ। ବରଗଡ଼ ଜିଲ୍ଲା ଜର୍ମୁଡ଼ା ଗାଁରେ ଚଳିତବର୍ଷ ଏକର ଏକର ଜମିରେ ଫୁଲକୋବି ଏବଂ ପତ୍ରକୋବି ଚାଷ କରିଥିଲେ ଚାଷୀ। ଚାଷ […]
ଭୁବନେଶ୍ୱର: ଅମାନିଆ ତୁଣ୍ଡକୁ ନେଇ ପୁଣି ଅଡୁଆରେ ପଡ଼ିଯାଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ବିଜେପି ବିଧାୟିକାଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଥିବା ମହାରଥୀ ଏଥର ପିପିଲି ଅଞ୍ଚଳର ମହିଳାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ମହାଭାରତ। ତେବେ ଏଥିରେ ମହାରଥୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି। ମନ୍ତ୍ରୀଙ୍କ ଘରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି ଦଳୀୟ କର୍ମୀ। ପିପିଲି ଥାନାରେ ବି ମନ୍ତ୍ରୀଙ୍କ […]
କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁର୍ଦୁଗୁଡ଼ା ଗାଁର ଜଶ୍ମିନ୍ ଦଳବେହରା ନାମକ ଜଣେ ନାବାଳିକା ସେହି ଗାଁର ରମେଶ ରଇତ ନାମକ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ଉଭୟ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତାଙ୍କ ପରିବାର ଲୋକେ ଆର.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଯୁବକ […]
କଟକ: ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାଲିଯାତ୍ରା ପଡ଼ିଆ। ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି । କିଏ ଟେଣ୍ଟ୍ ଭିଡ଼ିବାରେ ବ୍ୟସ୍ତ ତ ଆଉ କିଏ ଲାଇଟ୍ ସଜାଇବାରେ। ଚଳିତବର୍ଷ ପାଖାପଖି ୪୪ଏକର ଜମିରେ ୧୩୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ସେଥିମଧ୍ୟରୁ ଓର୍ମାସ୍ ପାଇଁ ୩୫୦ଷ୍ଟଲ୍ ରହିଛି। ଏହାସହ ଦର୍ଶକଙ୍କ ପାଇଁ ଚଳତିବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପଡ଼ିଆକୁ ଡଷ୍ଟ୍ […]
ବାରିପଦା: ପର୍ଯ୍ୟଟକଙ୍କୁ ଆକ୍ରମଣ ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକେ ୧୮ ଜଣ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଖବର ଅନୁସାରେ, ପଶ୍ଚିମବଙ୍ଗ ଦିଘାରୁ କିଛି ପର୍ଯ୍ୟଟକ ଶିମିଳିପାଳ ସୀତାକୁଣ୍ଡ ବୁଲିବାକୁ ଆସିଥିଲେ। ତେବେ ସ୍ଥାନୀୟ କିଛି ଯୁବକ ପର୍ଯ୍ୟଟକଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାରୁ ପ୍ରତିବାଦ କରିଥିଲେ ପର୍ଯ୍ୟଟକ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ଯୁବକମାନେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରୁ ଆସିବା ପରେ […]
ଭୁବନେଶ୍ୱର: ମୋଦି କେୟାର୍ ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବିଜେପି ଲୋକଙ୍କ ପାଖକୁ ଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ଜନଜାଗରଣ ପାଇଁ ଆସନ୍ତା ୩୦ରୁ ୭ ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଚାଲିବ। ପ୍ରତି ମଣ୍ଡଳରେ ୪ରୁ ୫ଟି ସଭା କରାଯାଇ ଜନଜାଗରଣ କରାଯିବ। ଏହି ପ୍ରସଙ୍ଗରେ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ମଧ୍ୟ […]
କଟକ: ମହାନଦୀ ପୋଲ ଉପରୁ ବସ୍ ଖସିପଡ଼ିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ୪୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୯ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଯାତ୍ରୀବାହୀ ବସ୍ଟି ତାଳଚେରରୁ କଟକ ଆସିବା ବେଳେ ଏକ […]
ଢେଙ୍କାନାଳ: ବଳରାମପୁର ଗଛକଟା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରସ୍ତାବିତ ମଦ ଫାକ୍ଟ୍ରି ବାତିଲ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଥିରୁ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସ୍ଥାନୀୟ ଶାସକ ଦଳର ନେତା। ରାତି ଅଧିଆ ଗଛକଟାକୁ ୪ ଦିନ ବିତିଥିଲେ ହେଁ ଏଯାଏ ଗାଁ ଲୋକଙ୍କ ମନରୁ କ୍ଷୋଭ କମିନି। ଆଜି ଉତ୍ତରାଞ୍ଚଳ ଆର୍ଡିସି ଡି.ଭି. ସ୍ୱାମୀ ଧ୍ୱଂସ ପ୍ରାୟ ଜଙ୍ଗଲ ବୁଲି ଗାଁ ଲୋକଙ୍କୁ ଭେଟିଥିଲେ। ସେଠି ଆଉ […]
ଚେନ୍ନାଇ: ଚେନ୍ନାଇରେ ଆୟୋଜିତ ହୋଇଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’। ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜୀ ନିବେଶ ଏବଂ ଶିଳ୍ପ କ୍ଷେତ୍ର ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହ୍ୱାନ କରିଛନ୍ତି। ଏନେଇ ରାଜ୍ୟରେ ପୁଞ୍ଜି ନିବେଶକାରୀଙ୍କୁ ଯଥେଷ୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତଶ୍ରୁତି ଦେଇଛନ୍ତି। […]
ଭୁବନେଶ୍ୱର: ଫସଲହାନୀ କି ଋଣ ବୋଝ କାରଣରୁ ରାଜ୍ୟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ଘରୋଇ କଳି ଓ ମଦ୍ୟପାନ ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ଗତ ୫ ବର୍ଷରେ ରାଜ୍ୟରେ ୨୨୭ ଚାଷୀ ଆତ୍ମହତ୍ୟା କରିଛନ୍ତି। ହେଲେ ଜଣେ ହେଲେ ବି ଚାଷୀ ଉପରୋକ୍ତ କାରଣରୁ ଆତ୍ମହତ୍ୟା କରିନଥିବା କହି ସରକାର ଏହି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। କିନ୍ତୁ […]
କଟକ: ମହାନଦୀ ପୋଲ ଉପରୁ ବସ ଖସିବା ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଆର୍ ପି ଶର୍ମା। ଦୁର୍ଘଟଣାରେ ଆହତମାନଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ କିଚିତ୍ସା ଲାଗି ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏଥିସହିତ ଡିଜି ଏକ ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି। ଦୁର୍ଘଟଣା ସମ୍ପର୍କିତ କୌଣସି ସହାୟତା ପାଇଁ +916712304001 ଏହି ନମ୍ବର୍କୁ […]
ଭୁବନେଶ୍ୱର : ଅସରାଏ ବର୍ଷାରେ ରାଜଧାନୀ ବେହାଲ । ପାଣିରେ ବୁଡ଼ିଲା ଭୁବନେଶ୍ୱରର ରାଜରାସ୍ତା । ଅାଜି ସକାଳେ ୟୁନିଟ୍ ୪, ଶାସ୍ତ୍ରୀନଗର ଅଞ୍ଚଳରେ କିଛି ସମୟ ଧରି ମୂଷଳ ଧାରାରେ ବର୍ଷା ହୋଇଥିଲା । ଏଥିରେ ରାଜଭବନ ଅଞ୍ଚଳରେ କିଛି ସମୟ ଧରି ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାରେ ପାଣି ଚାଲିଥିଲା।
କଟକ: ମହାନଦୀ ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍। ବସ୍ଟି ତାଳଚେରରୁ କଟକ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜଗତପୁରରୁ ଶିଖରପୁର ମଝିରେ ଥିବା ମହାନଦୀ ପୋଲରୁ ଖସିପଡ଼ି ବସ୍ଟି ନଦୀଶଯ୍ୟା ବାଲିରେ ପଡ଼ିଥିବା ଜଣାପଡ଼ିଛି। ବସ୍ଟି ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି। ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ନଦୀର ଉଭୟ ପଟରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ଦୁଇଟି ବୋଟ୍ ଲାଗିଛି। […]
ମୟୁରଭଞ୍ଜ : କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଅାଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ । ମୟୁରଭଞ୍ଜ ଚିତ୍ରଡା ଦମକଳ କେନ୍ଦ୍ରର ୨, ନୟାଗଡ଼ ଦଶପଲ୍ଲାର ୨ ଏବଂ ବାଲିଅାପାଳର ୨ ଜଣ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ଅାଜି କଟକ ସ୍ଥିତ କେନ୍ଦ୍ରୀୟ ରେଞ୍ଜ୍ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଅାଯାଇଛି। ଗତ ସୋମବାର ଠାରୁ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ ସଂଘ ଅାନ୍ଦୋଳନକୁ ଓହ୍ଲାଇଛନ୍ତି। […]
ଜଗତସିଂହପୁର : ଗାଁରୁ ବର୍ଷା ଜଳ ନିଷ୍କାସନ ଦାବିରେ ତାତିଲେ ଲୋକେ । ଦାବି ପୂରଣ ନେଇ ପାରାଦୀପ IOCLର ମୁଖ୍ୟ ରାସ୍ତା ଅବରୋଧ। ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ରଙ୍ଗିଅାଗଡ଼, ସିଜୁ, ବଗଦିଅା, ପାରାଦୀପ ଗଡ଼, ଫତେପୁର ଏବଂ ତ୍ରିଲୋଚନପୁର ଭଳି ୫ଟି ମୌଜାର ଲୋକେ ଏହି ବର୍ଷା ଜଳ ନିଷ୍କାସନ ଦାବିରେ ରାସ୍ତାରୋକ କରିଛନ୍ତି । ଅଭିଯୋଗ ଅନୁସାରେ, ଅାଇଓସିଏଲ୍ ପ୍ରକଳ୍ପ ପରେ ବିଭିନ୍ନ […]
ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ଗତକାଲି ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ଏହି ନୋଟିସ୍ ଆଣିଛନ୍ତି ତାରା। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗାରିମାକୁ କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍କୁ […]
ବରଗଡ଼: ୫ ଦଫା ଦାବି ନେଇ ଆଜି ବରଗଡ଼ରେ ବିରାଟ ଚାଷୀ ସମାବେଶ ହୋଇଛି। ବରଗଡ଼ ଜିଲ୍ଲା ଚାଷୀ ସମନ୍ୱୟ ସମିତି ପକ୍ଷରୁ ଏହି ସମାବେଶ ଅନୁଷ୍ଠିତ ହୋଇଛି। ଚାଷୀ ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଚାଷୀଙ୍କ ସମାଗମ ହୋଇଛି। ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଚାଷୀମାନେ ଏକତ୍ରିତ ହେବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଛନ୍ତି। ଶୋଭାଯାତ୍ରା ସହର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିବେ। କୃଷି ଋଣଛାଡ଼, […]
ବାଲେଶ୍ୱର : ନିଶା ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ । ପାଦରେ ଚାଲି ଚାଲି ବାଲେଶ୍ୱରରୁ ଭୁବନେଶ୍ୱର ପହଞ୍ଚିବେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ମାଅା ଘର ଫାଉଣ୍ଡେସନ୍ ପକ୍ଷରୁ ଅାରମ୍ଭ ହୋଇଛି ଏହି ପଦଯାତ୍ରା । ଅାଜିଠୁ ଅାରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରେ ପହଞ୍ଚିବ । ବାଲେଶ୍ୱର ଫକିରମୋହନଙ୍କ ଜନ୍ମପୀଠ ଶାନ୍ତି କାନନରୁ ବାହାରିଛି ଏହି ପଦଯାତ୍ରା । ୧୪ଟି ସ୍ଥାନରେ ରହଣି ସହିତ ଏହାର ଲକ୍ଷ୍ୟ ରଖିଛି ନିଶା ସେବନର […]
ସମ୍ବଲପୁର: ଭିମ୍ସାର୍ ବିବାଦ ପାଇଁ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କମିଟି ଗଠନ କରିଛି। ନିର୍ଦ୍ଦେଶକ ପ୍ରଫେସର୍ ଅଶ୍ୱିନୀ ପୂଜାହାରୀଙ୍କ ନାଁରେ ଜୁନିଅର୍ ଡାକ୍ତର ସଂଘ କରିଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହୋଇଛି। ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ଶରତ ଚନ୍ଦ୍ର ମିଶ୍ର କମିଟିର ସଦସ୍ୟ ଅଛନ୍ତି। ୧୦ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଛନ୍ତି।