
ଭୁବନେଶ୍ୱର: ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଟେଲର। FDIକୁ ରିଟେଲ୍ ଟ୍ରେଡ୍ରେ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ କରିବା, ବିଦେଶୀ ପୁଞ୍ଜିକୁ ରିଟେଲ୍ ବ୍ୟବସାୟରେ ପୁଞ୍ଜିନିବେଶ କରିବାକୁ ଅନୁମତି ନଦେବା ଭଳି ୧୨ଟି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟବସାୟୀ। ଯଦି କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ନନେଲେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡ଼ିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ମାଲଗୋଦାମ, ରିଟେଲ କାଉଣ୍ଟର ଓ ମାଲ୍ ଅନଲୋଡିଂ […]
କଳାହାଣ୍ଡି: ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଲାଗି ମାଗଣାରେ ରହିବା, ଖାଇବା ସହ ପାଠ ପଢ଼ା ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ କରି ସ୍କୁଲ୍ ବିଲ୍ଡିଂ ସହ ଛାତ୍ରୀବାସ ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ପାହାଡ଼ିଆ ଅଞ୍ଚଳର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଯୁଗସାଏପାଟଣାରେ ୫ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ଛାତ୍ରୀ ନିବାସ ଭୁତକୋଠି ପାଲଟିଲାଣି। ଛାତ୍ରୀ ନିବାସ […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଜାରି ରହିଛି। ଏ ନେଇ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ବ୍ଲକ୍ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରାଯାଇଛି। କ୍ରୀଡ଼ା ସଚିବ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ। ସେହିପରି କେନ୍ଦୁଝର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇଛି। ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ […]
ଅଗରତାଲା: ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଓ ୧୦ଜଣ ଶିକ୍ଷକ ଏଭଳି ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକ ନିର୍ଯାତନା ଦେଉଥିବା ନେଇ ଛାତ୍ରମାନେ ଗତ ୨୦ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତିଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏମିତିକି ସ୍ଥାନୀୟ ଲୋକ ଓ ତ୍ରିପୁରା ଛାତ୍ର ଓଡ଼ିଆ ପିଲାଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିବା ସହ ସୁରକ୍ଷା […]
ଭୁବନେଶ୍ୱର: ଚାରା ଘୋଟାଲା, ସମବାୟ ସ୍କାମ୍, ଓମ୍ଫେଡ୍ ପଲିଥିନ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟରେ କିନ୍ତୁ ଏଯାଏଁ ଲୋକାୟୁକ୍ତ ଗଠନ ହୋଇନାହାଁନ୍ତି। ୩ ମାସ ଭିତରେ ଲୋକୟୁକ୍ତ ଗଠନ କରିବା ପାଇଁ ଗତ ଜୁଲାଇ ୧୦ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। […]
ଭୁବନେଶ୍ୱର: ଜମି ଆସୁଛି ବିଶ୍ୱକପ୍ ହକିର ଫିଭର୍। ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେଣେ ଓଡ଼ିଶାରେ ପ୍ରଥମ ଥର ଲାଗି ପାଦ ଥାପିଛନ୍ତି ବିଶ୍ୱକପ ହକି ଆନ୍ଥେମର ଶ୍ରଷ୍ଠା ତଥା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ। ୨୭ ଓ ୨୮ ତାରିଖ ଉଦ୍ଘାଟନୀ ଉତ୍ସବର ପ୍ରସ୍ତୁତି ଲାଗି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଆନ୍ଥେମ୍କୁ ଉନ୍ମୋଚନ କରିଛନ୍ତି। ଏହି ଆନ୍ଥେମ୍କୁ […]
କଳାହାଣ୍ତି: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଅଶୋଭନୀୟ ଆଚରଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ବିଭିନ୍ନ ରାଜନୈତିକ ଦଳ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଆଜି ବି କିଛି ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସାମ୍ବାଦିକ ସଂଘ ପକ୍ଷରୁ କ୍ରୀଡ଼ା ସଚିବଙ୍କୁ ଆଚରଣକୁ ନିନ୍ଦା କରାଯାଇଛି। ସେହିଭଳି କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ କଂଗ୍ରେସ ନେତା ଜାକବ ପ୍ରଧାନ […]
ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଆଭିମୁଖ୍ୟକୁ ନେଇ କଂଗ୍ରେସରେ କୁହୁଳୁଛି କନ୍ଦଳ। ଦଳରେ ଥାଇ, କାହା ସ୍ୱାର୍ଥ ପାଇଁ କାମ କରୁଛନ୍ତି ତାରା, ତାକୁ ନେଇ ପ୍ରଶ୍ନ ଉଠିଛି। ବିଧାନସଭା ପ୍ରଶ୍ନୋତ୍ତର କାଳର ନିଚ୍ଛକ ସତ ଘଟଣା ଲୋକଙ୍କ ସାମ୍ନାକୁ ଆଣିଥିବା ଓଟିଭି ବିରୋଧରେ ତାରା କାହିଁକି ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ, ଏହାକୁ ନେଇ କଂଗ୍ରେସ ଦଳର ଜଣକ ପରେ ଜଣେ ନେତା ମୁହଁ ଖୋଲୁଛନ୍ତି। ତେବେ ତାରା କାହା ଚାପ […]
ଭୁବନେଶ୍ୱର: ଦାମଙ୍କ ନୂଆ ଦଳର ନାଁ ହେଲା, ‘ବିଜୁ ସମତାକ୍ରାନ୍ତି ଦଳ’। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ଏହି ନାଁ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ଯଜ୍ଞେଶ୍ୱର ବାବୁଙ୍କ ଉପସ୍ଥିତିରେ ଦାମ ତାଙ୍କ ନୂଆ ଦଳର ନାଁ ଘୋଷଣା କରିଛନ୍ତି। ରାଜ୍ୟରେ ୧୮ ବର୍ଷର ଗତାନୁଗତିକ ଧାରା ବଦଳାଇବା ସହିତ ରାଜ୍ୟ ରାଜନୀତିର ଇତିହାସ କଡ଼ […]
କନ୍ଧମାଳ: ବ୍ରିଟିଶ୍ ଅମଳରୁ ରୋଗୀସେବା ଯୋଗାଇବା ଲାଗି କନ୍ଧମାଳ ଜିଲ୍ଲାର ବାଲନ୍ଦାପଡ଼ାରେ ନିର୍ମିତ ହୋଇଥିବା ମେଡ଼ିକାଲ୍ରେ ଆଜି ତାଲା ଝୁଲୁଛି। ସରକାରୀ ଚିକିତ୍ସାଳୟ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରଞ୍ଜାଜାମ ରହିଛି। ହେଲେ ଡାକ୍ତର ସମେତ କର୍ମଚାରୀ ଅଭାବରୁ ମେଡ଼ିକାଲ୍ରେ ତାଲା ପଡ଼ିଛି। ସମୟ ହେଲେ ଫାର୍ମାସିଷ୍ଟ ଆଖପାଖ ଅଞ୍ଚଳର କିଛି ରୋଗୀଙ୍କୁ ଦେଖୁଛନ୍ତି। ଏଥି ପ୍ରତି କିନ୍ତୁ ନା ଜିଲ୍ଲା ପ୍ରଶାସନ ନା ସ୍ୱାସ୍ଥ୍ୟ ବିଭାଗ କାହାର ବି ନଜର ପଡ଼ୁନି। ବାଲନ୍ଦାପଡ଼ାରେ ଖାଲି […]
କୋରାପୁଟ: ଜିଲ୍ଲାରେ ଆଦିବାସୀ ଚାଷୀଙ୍କ ଲାଇଫ୍ ଲାଇନ୍ କହିଲେ ଅଦା ସହ ଆଳୁ ଏବଂ ବିନ୍ସ ଚାଷ। ହେଲେ ଜିଲ୍ଲାର ପଟାଙ୍ଗୀ ଏବଂ ସେମିଳିଗୁଡ଼ା ଅଞ୍ଚଳରେ ଏବେ ଏହି ଚାଷରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ। ପ୍ରଥମେ ବର୍ଷାମାଡ଼ରେ ଅଦାରେ ପୋକ ଲାଗିଥିବା ସହିତ ଫସଲ ନଷ୍ଟ ହୋଇଥିବା ବେଳେ ଏବେ କିନ୍ତୁ ଜଳ ଅଭାବରୁ ପୋଡ଼ିଗଲାଣି ଅଦା ସମେତ ଆଳୁ କନ୍ଧମୂଳ ଆଉ ବିନ୍ସ ଫସଲ। ଜୁନ୍ ମାସରେ ଅସରାଏ ବର୍ଷା ପରେ ପଟାଙ୍ଗୀ ବ୍ଲକ୍ର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର୍. ରେହମାନ୍। ଓସ୍କାର୍ ବିଜେତା ରେହମାନ୍ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍ ହକିର ଉଦ୍ଘାଟନୀ ଉତ୍ସବର ସଙ୍ଗୀତ ପରିବେଷଣ କରିବେ ରେହମାନ୍। ଉଦ୍ଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱର ଓ କଟକରେ ରେହମାନଙ୍କ ‘ଶୋ’ ହେବ ବୋଲି ପୂର୍ବରୁ ହକି ଇଣ୍ଡିଆ ସୂଚନା ଦେଇଛି।
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସାହସ ପାଇ ବହୁ ଅଫିସର୍ ସ୍ୱେଚ୍ଛାଚାରୀ ହୋଇଗଲେଣି। ସେମାନେ ଆଇନ କାନୁନ୍ ମାନିବାକୁ ରାଜି ନୁହଁନ୍ତି ବୋଲି ଦାମ ରାଉତ କହିଛନ୍ତି। ବିଶାଲ ଦେବ ଯାହା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ, ଏବଂ ମୁଁ ଏହାକୁ ନିନ୍ଦା କରୁଛି ବୋଲି ଦାମ ପ୍ରତିକ୍ରିୟାରେ କହିଛନ୍ତି। ସରକାର ଯେଉଁମାନଙ୍କ ପରାମର୍ଶରେ […]
ଭୁବନେଶ୍ୱର: ଅବସରପ୍ରାପ୍ତ IAS ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏତିକି ବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ୍ ଯୋଗାଇଛି। ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏଥର ପୁଅର ନିର୍ବାଚନ ଲଢ଼ିବା ନେଇ ବିଶ୍ୱଭୂଷଣ କହିଛନ୍ତି, ପୃଥ୍ୱୀରାଜ ଏଥର ଚିଲିକାରୁ ବିଧାନସଭା ଲଢ଼ିବେ ବୋଲି ଆପାତତଃ ସ୍ଥିର ହୋଇଛି। […]
ଭୁବନେଶ୍ୱର: ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ବାହାର କରାଯାଇଛି ଗଳାବାଟ। ଏଣିକି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମେଗା ଇଭେଣ୍ଟ୍ ବେଳେ ମଦ କାରବାର ସମୟ ବଢ଼ାଯିବ। ଏଥିଲାଗି ଓଡ଼ିଶା ଅବକାରୀ ନିୟମାବଳୀରେ ସଂଶୋଧାନ କରାଯାଇଛି। ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲୁଛି। କେଉଁଠି ମଦ ଦୋକାନକୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ନିଶା ନିବାରଣ ପାଇଁ ଶୋଭାଯାତ୍ରା କରାଯାଉଛି। ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ବିୟର୍ ବଟ୍ଲିଂ ପ୍ଲାଣ୍ଟ୍ ପାଇଁ ବଳି ପଡ଼ିଲା […]
ପୁରୀ: ପ୍ରଥମେ ‘ତିତ୍ଲି’ ଆଉ ଏବେ ଚକଡ଼ା ପୋକ ଚାଷୀଙ୍କୁ ନୟାନ୍ତ କଲାଣି। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ଚରି ଯାଇଥିବାବେଳେ ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବ, ସେଇ ଚିନ୍ତାରେ ପଡ଼ିଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଲକର ବିଭିନ୍ନ ସ୍ଥାନରେ। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ମାଡ଼ିଯିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଅନ୍ୟପଟେ ଦେଶୀ ଉପାୟରେ ଚକଡ଼ାକୁ କିଛିମାତ୍ରାରେ […]
ବରଗଡ଼: ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା। ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ହଇରାଣ ହେଉଛନ୍ତି ଚାଷୀ। ଭଲ ଚାଷ ହୋଇଥିଲେ ବି ଫସଲ ରଖିବାକୁ ଯାଗା ନାହିଁ। ପୁଣି ଶୀତଳ ଭଣ୍ଡାର ବି ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ। ବରଗଡ଼ ଜିଲ୍ଲା ଜର୍ମୁଡ଼ା ଗାଁରେ ଚଳିତବର୍ଷ ଏକର ଏକର ଜମିରେ ଫୁଲକୋବି ଏବଂ ପତ୍ରକୋବି ଚାଷ କରିଥିଲେ ଚାଷୀ। ଚାଷ […]
ଭୁବନେଶ୍ୱର: ଅମାନିଆ ତୁଣ୍ଡକୁ ନେଇ ପୁଣି ଅଡୁଆରେ ପଡ଼ିଯାଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ବିଜେପି ବିଧାୟିକାଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଥିବା ମହାରଥୀ ଏଥର ପିପିଲି ଅଞ୍ଚଳର ମହିଳାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ମହାଭାରତ। ତେବେ ଏଥିରେ ମହାରଥୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି। ମନ୍ତ୍ରୀଙ୍କ ଘରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି ଦଳୀୟ କର୍ମୀ। ପିପିଲି ଥାନାରେ ବି ମନ୍ତ୍ରୀଙ୍କ […]
କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁର୍ଦୁଗୁଡ଼ା ଗାଁର ଜଶ୍ମିନ୍ ଦଳବେହରା ନାମକ ଜଣେ ନାବାଳିକା ସେହି ଗାଁର ରମେଶ ରଇତ ନାମକ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ଉଭୟ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତାଙ୍କ ପରିବାର ଲୋକେ ଆର.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଯୁବକ […]
କଟକ: ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାଲିଯାତ୍ରା ପଡ଼ିଆ। ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି । କିଏ ଟେଣ୍ଟ୍ ଭିଡ଼ିବାରେ ବ୍ୟସ୍ତ ତ ଆଉ କିଏ ଲାଇଟ୍ ସଜାଇବାରେ। ଚଳିତବର୍ଷ ପାଖାପଖି ୪୪ଏକର ଜମିରେ ୧୩୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ସେଥିମଧ୍ୟରୁ ଓର୍ମାସ୍ ପାଇଁ ୩୫୦ଷ୍ଟଲ୍ ରହିଛି। ଏହାସହ ଦର୍ଶକଙ୍କ ପାଇଁ ଚଳତିବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପଡ଼ିଆକୁ ଡଷ୍ଟ୍ […]
ବାରିପଦା: ପର୍ଯ୍ୟଟକଙ୍କୁ ଆକ୍ରମଣ ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକେ ୧୮ ଜଣ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଖବର ଅନୁସାରେ, ପଶ୍ଚିମବଙ୍ଗ ଦିଘାରୁ କିଛି ପର୍ଯ୍ୟଟକ ଶିମିଳିପାଳ ସୀତାକୁଣ୍ଡ ବୁଲିବାକୁ ଆସିଥିଲେ। ତେବେ ସ୍ଥାନୀୟ କିଛି ଯୁବକ ପର୍ଯ୍ୟଟକଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାରୁ ପ୍ରତିବାଦ କରିଥିଲେ ପର୍ଯ୍ୟଟକ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ଯୁବକମାନେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରୁ ଆସିବା ପରେ […]
ଭୁବନେଶ୍ୱର: ମୋଦି କେୟାର୍ ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବିଜେପି ଲୋକଙ୍କ ପାଖକୁ ଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ଜନଜାଗରଣ ପାଇଁ ଆସନ୍ତା ୩୦ରୁ ୭ ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଚାଲିବ। ପ୍ରତି ମଣ୍ଡଳରେ ୪ରୁ ୫ଟି ସଭା କରାଯାଇ ଜନଜାଗରଣ କରାଯିବ। ଏହି ପ୍ରସଙ୍ଗରେ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ମଧ୍ୟ […]
କଟକ: ମହାନଦୀ ପୋଲ ଉପରୁ ବସ୍ ଖସିପଡ଼ିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ୪୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୯ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଯାତ୍ରୀବାହୀ ବସ୍ଟି ତାଳଚେରରୁ କଟକ ଆସିବା ବେଳେ ଏକ […]
ଢେଙ୍କାନାଳ: ବଳରାମପୁର ଗଛକଟା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରସ୍ତାବିତ ମଦ ଫାକ୍ଟ୍ରି ବାତିଲ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଥିରୁ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସ୍ଥାନୀୟ ଶାସକ ଦଳର ନେତା। ରାତି ଅଧିଆ ଗଛକଟାକୁ ୪ ଦିନ ବିତିଥିଲେ ହେଁ ଏଯାଏ ଗାଁ ଲୋକଙ୍କ ମନରୁ କ୍ଷୋଭ କମିନି। ଆଜି ଉତ୍ତରାଞ୍ଚଳ ଆର୍ଡିସି ଡି.ଭି. ସ୍ୱାମୀ ଧ୍ୱଂସ ପ୍ରାୟ ଜଙ୍ଗଲ ବୁଲି ଗାଁ ଲୋକଙ୍କୁ ଭେଟିଥିଲେ। ସେଠି ଆଉ […]