କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନି। ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସ୍ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ […]
ନୟାଗଡ଼: ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ଯୋଗ୍ୟ ଛାତ୍ରଛାତ୍ରୀ ପରିବର୍ତ୍ତେ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଶିଶୁ ଦିବସରେ ନୟାଗଡ଼ର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବୃତ୍ତି ଘୋଷଣା କରିଥିଲେ। NACରେ ଥିବା ସ୍କୁଲ୍ଗୁଡ଼ିକରେ ପ୍ରଥମ ୨୦ ଜଣଙ୍କୁ ଓ ପ୍ରତି ବ୍ଲକ୍ରେ ପ୍ରଥମ ଶହେ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏ […]
ପଟ୍ଟାମୁଣ୍ଡାଇ: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ମୁଳୁବସନ୍ତ ପଞ୍ଚାୟତର ବନ୍ଧସାହି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଦୁଇ ଭାଇ ହେଲେ ଉଦୟଭାନୁ ସାହୁ (୧୩) ଓ କୃତିବାସ ସାହୁ (୭)। ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।
କଟକ: କଟକରେ ପୁଣି ନକଲି କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍ ଜବତ କରିଛି। ଏହି ଘଟଣାରେ କାରଖାନାର ମାଲିକ ସଦାଶିବ ବେହେରାଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍ ସିମେଣ୍ଟ ଏଠାରେ ନକଲି କରି ବିକ୍ରି କରାଯାଉଥିଲା। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆଉ ଏକ ଗୌରବର କଥା। ଭୁବନେଶ୍ୱର ନାଁରେ ଯୋଡ଼ି ହେଲା ଆଉ ଏକ ସମ୍ମାନ। ରାଜସ୍ଥାନ ଜୟପୁରର JECCରେ ଆୟୋଜିତ ସ୍ମାର୍ଟ ସିଟି ଏକ୍ସପୋରେ ଭୁବନେଶ୍ୱରକୁ ମିଳିଛି ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ। ଏହି ବିଭାଗ ପାଇଁ ଦେଶର ଅନ୍ୟ ସ୍ମାର୍ଟ ସିଟି ମଧ୍ୟ ରେସ୍ରେ ସାମିଲ ଥିଲେ। ହେଲେ ଭୁବନେଶ୍ୱର ଅନ୍ୟ ସହରକୁ ପଛରେ ପକାଇ ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ ହାସଲ କରିଛି। ମୁଖତଃ ଯୁବ ପୀଢ଼ିଙ୍କୁ ଗୁରୁତ୍ୱ, […]
ଭୁବନେଶ୍ୱର: ଖୁଚୁରା ବଜାରରେ ଆନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ FDIକୁ କ୍ୟାବିନେଟ୍ ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଭିନ୍ନ ଦାବିକୁ ନେଇ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଦି କେନ୍ଦ୍ର ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ନନେଲେ […]
ଭୁବନେଶ୍ୱର : ଓଡ଼ିଶାରେ ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ । ଦାମ କହିଛନ୍ତି ବିଜୁଙ୍କ ନୀତି ଅାଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଅାଦଳ ଗଠନ ହେବାର ସମ୍ଭାବନା ରହିଛି । ତା ସହ ବିଜେଡିରେ ଏବେ ବିଜୁ ପଟ୍ଟନାୟକଙ୍କ ସଙ୍ଗେ କାମ କରିଥିବା, ତାଙ୍କୁ ଦେଖିଥିବା କିମ୍ବା ତାଙ୍କ ଅାଦର୍ଶରେ ଅନୁପ୍ରାଣିତ ହୋଇଥିବା କୌଣସି ଲୋକ ନାହାନ୍ତି ବୋଲି କହିଛନ୍ତି ଦାମ। କେତେଜଣ ଲୋକ ବିଜୁବାବୁଙ୍କ […]
ରାୟଗଡ଼ା: ସରକାରଙ୍କ ବିରୋଧରେ କହିଲେ ମିଳିବ ନିସ୍ତୁକ ମାଡ଼। ତୃତୀୟ ଥର ପାଇଁ ପଥପ୍ରାନ୍ତ ସଭାରେ ସରକାରଙ୍କ ସମାଲୋଚନା କଲା ବେଳେ ମାଡ଼ ଖାଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ରାୟଗଡ଼ା କାଶୀପୁରରେ ସଭାରେ ଭାଷଣ ଦେବା ବେଳେ ଖାରବେଳଙ୍କୁ ଆକ୍ରମଣ କରାଯାଇଛି। ତେବେ ବିଜେଡିର ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଖାରବେଳ। ଏହି ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍ପି କହିଛନ୍ତି। କାଶୀପୁରରେ ପଥପ୍ରାନ୍ତ ସଭା ଚାଲିଥିବା […]
ଭୁବନେଶ୍ୱର : ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା । ନବୀନ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ଦଳକୁ ଭାଙ୍ଗି ନିଜ ଅାଧିପତ୍ୟ ବିସ୍ତାର କରିବାକୁ ସେହି ଲଫଙ୍ଗାମାନେ ଚାହୁଁଛନ୍ତି ବୋଲି ଅାଜି ସାଂଘାତିକ ମନ୍ତବ୍ୟ ରଖିଛନ୍ତି ବିଜେଡି ନେତା ଉମେଶ ସ୍ୱାଇଁ । କହିଛନ୍ତି ଯେଉଁ ଲଫଙ୍ଗା ଟୋକା ଦଳରେ ଅଛନ୍ତି, ସେମାନେ ମଙ୍ଗଳକାରୀ ନୁହଁନ୍ତି । ନବୀନ ସେମାନଙ୍କ ସମ୍ପର୍କରେ ଅନେକ କିଛି ଜାଣି ପାରୁନାହାନ୍ତି । ବର୍ତ୍ତମାନର […]
ସମ୍ବଲପୁର : ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀ । ଏକ ଚୋରୀ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେଲା ତାଙ୍କ ପୁଅ ଜେଲ୍ରେ ଅଛି। ହେଲେ ଓକିଲଙ୍କ ଅାନ୍ଦୋଳନ ଯୋଗୁ ପୁଅକୁ ମିଳିପାରୁନି ବେଲ୍ । କେବେ କୋର୍ଟ କାମ ଅାରମ୍ଭ ହେବ ଅାଉ ପୁଅକୁ ଜାମିନ ମିଳିବ, ସେଇ ଚିନ୍ତାରେ ମୀନୁ । ବାଲେଶ୍ୱର ସଦର ବ୍ଲକ ତୋଟାପାଳ ଗାଁର ଯଶମନ୍ତୀ ମଙ୍ଗଙ୍କର ବି ସମାନ ସମସ୍ୟା । ୪ ମାସ ହେଲାଣି […]
ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବା BSKY । କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ଏହି ଲଢେଇ ଏବେ ଲୋକଙ୍କ ପାଖକୁ ନେବାକୁ ବିଜେପି ଓ ବିଜେଡିର ତୟାରି । ଗାଁ ଗାଁରେ ହେବ ପ୍ରଚାର । BSKY ଅାରମ୍ଭ ବେଳେ ହିତାଧିକାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ, ଏବେ ରଥ ବୁଲାଇ ପୁଣି ପ୍ରଚାର କରିବାକୁ ଅାରମ୍ଭ ହୋଇଛି ପ୍ରୟାସ। ସେପଟେ ଅାୟୁଷ୍ମାନ ଭାରତ ଓ BSKY କୁ ନେଇ କେନ୍ଦ୍ର, ରାଜ୍ୟ […]
ଭୁବନେଶ୍ୱର : ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗକୁ ଗୁରୁତର ସହ ନେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦେଶର କୋଣ ଅନୁକୋଣରୁ ଅାସିଥିବା ଛାତ୍ରଙ୍କ ସୁରକ୍ଷା ଦିଅାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅାଲୋଚନା ପରେ ଏହି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଅନ୍ୟପଟେ ତ୍ରିପୁରାରେ ଓଡ଼ିଆ […]
ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍କିପାଳ ଗ୍ରାମରେ ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ନାବାଳକ। ୪ ଜଣ ନାବାଳକ ଗାଧୋଉଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ, ତେବେ ଅନ୍ୟ ୨ ନାବାଳକ ସୋମନାଥ ବାରିକ ଓ ସ୍ମୃତି ସ୍ୱାଇଁ ପାମିର ପ୍ରଖର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ଖବର ପାଇ ଓଡ୍ରାଫ୍ ଟିମ୍ ଉଦ୍ଧାର କାମ ଜାରି ରଖିଛି।
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜେଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ। ଜିଲ୍ଲାର କୋଦଳା ସବ୍ଜେଲରୁ ସନ୍ତୋଷ ବେହେରା ନାମକ ବିଚାରଧୀନ କଏଦୀ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଜେଲର ଗେଟ୍ ଜଗିଥିବା ଜଣେ କର୍ମଚାରୀଙ୍କୁ ଧକ୍କାଦେଇ ସେ ଚମ୍ପଟ ମାରିଥିବା ଅଭଯୋଗ ହୋଇଛି। ଗତ ସେପ୍ଟେମ୍ବର ମାସ ୧ ତାରିଖରେ ଏକ ଡକାୟତି ମାମଲାରେ ସନ୍ତୋଷକୁ ଗିରଫ କରିଥିଲା କବିସୂର୍ଯ୍ୟନଗର ପୁଲିସ୍। ଏହି ଘଟଣା ପୂର୍ବରୁ ଜିଲ୍ଲାରେ ଗତ ୧୧ ତାରିଖରେ ଭଞ୍ଜନଗର ସବ୍ଜେଲରୁ ବାବୁ […]
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଅାଯାଇଛି । ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସୂଚନା ଅଧିକାର ଅାଇନ ବଳରେ ମାଗିଲେ ବି ମିଳିବନି ରିପୋର୍ଟ। ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାର୍ବଜନୀନ ହେବନାହିଁ। ତେବେ ବ୍ରହ୍ମ ବିଭ୍ରାଟ ହୋଇଥିବା […]
ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅାଲୋଚନା କରାଯାଉଛି । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଅଛନ୍ତି । ଅାମିକସ କ୍ୟୁରୀଙ୍କ ଶ୍ରୀମନ୍ଦିର ପରିଦର୍ଶନ ସହ ପୂର୍ବରୁ ଗଠିତ ୩ଟି ସବ୍କମିଟିର ରିପୋର୍ଟ ଅାଦି ଉପରେ ଅାଲୋଚନା ହୋଇଥିବା ସୂଚନା ମିଳିଛି। ଅାଜିର ବୈଠକରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ମଧ୍ୟ ଉପସ୍ଥାପିତ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନିଉ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୁଶଧର ବାଗ୍। ତାଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡ଼ିଛି। କୁଶଧର ରାଜନୀତି ବିଜ୍ଞାନର ପିଏଚ୍ଡି କରୁଥିଲେ। କେମିତି ସେ ଛାତରୁ ପଡ଼ିଗଲେ, ତାହା ସ୍ପଷ୍ଟ ହୋଇପାରିନି। ମାଲଗୋଦାମ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
ବାରିପଦା: ନକଲି ଆଇଆର୍ଏସ୍ ଅଫିସର ଗିରଫ। ନିଜକୁ ଭାରତୀୟ ରାଜସ୍ୱ ସେବା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ବାରିପଦା ପୁଲିସ୍ ହାତରେ ଧରାପଡ଼ିଛନ୍ତି ନକଲି ଆଇଆର୍ଏସ୍ ଅଫିସର। ତାଙ୍କ ନାଁ ରଜତ କୁମାର ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବଉଳପାଳ ଗାଁରେ। ତାଙ୍କଠାରୁ ଦୁଇଟି ମୋବାଇଲ୍, ୧୦ହଜାର ଟଙ୍କା ଓ ଅନେକ ଜାଲ୍ କାଗଜପତ୍ର ଜବତ କରାଯାଇଛି। ପୂର୍ବରୁ ମଧ୍ୟ ରଜତ ଅନେକ ଲୋକଙ୍କୁ ଚାକିରିର […]
ଭୁବନେଶ୍ୱର: ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିୟମ ଲାଗୁ କରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଥିବାରୁ ବିଭାଗ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁମାନେ ଆନ୍ଦୋଳନରେ ସାମିଲ ହୋଇ […]
ଭୁବନେଶ୍ୱର: ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଟେଲର। FDIକୁ ରିଟେଲ୍ ଟ୍ରେଡ୍ରେ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ କରିବା, ବିଦେଶୀ ପୁଞ୍ଜିକୁ ରିଟେଲ୍ ବ୍ୟବସାୟରେ ପୁଞ୍ଜିନିବେଶ କରିବାକୁ ଅନୁମତି ନଦେବା ଭଳି ୧୨ଟି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟବସାୟୀ। ଯଦି କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ନନେଲେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡ଼ିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ମାଲଗୋଦାମ, ରିଟେଲ କାଉଣ୍ଟର ଓ ମାଲ୍ ଅନଲୋଡିଂ […]
କଳାହାଣ୍ଡି: ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଲାଗି ମାଗଣାରେ ରହିବା, ଖାଇବା ସହ ପାଠ ପଢ଼ା ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ କରି ସ୍କୁଲ୍ ବିଲ୍ଡିଂ ସହ ଛାତ୍ରୀବାସ ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ପାହାଡ଼ିଆ ଅଞ୍ଚଳର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଯୁଗସାଏପାଟଣାରେ ୫ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ଛାତ୍ରୀ ନିବାସ ଭୁତକୋଠି ପାଲଟିଲାଣି। ଛାତ୍ରୀ ନିବାସ […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଜାରି ରହିଛି। ଏ ନେଇ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ବ୍ଲକ୍ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରାଯାଇଛି। କ୍ରୀଡ଼ା ସଚିବ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ। ସେହିପରି କେନ୍ଦୁଝର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇଛି। ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ […]
ଅଗରତାଲା: ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଓ ୧୦ଜଣ ଶିକ୍ଷକ ଏଭଳି ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକ ନିର୍ଯାତନା ଦେଉଥିବା ନେଇ ଛାତ୍ରମାନେ ଗତ ୨୦ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତିଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏମିତିକି ସ୍ଥାନୀୟ ଲୋକ ଓ ତ୍ରିପୁରା ଛାତ୍ର ଓଡ଼ିଆ ପିଲାଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିବା ସହ ସୁରକ୍ଷା […]
ଭୁବନେଶ୍ୱର: ଚାରା ଘୋଟାଲା, ସମବାୟ ସ୍କାମ୍, ଓମ୍ଫେଡ୍ ପଲିଥିନ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ରାଜ୍ୟରେ କିନ୍ତୁ ଏଯାଏଁ ଲୋକାୟୁକ୍ତ ଗଠନ ହୋଇନାହାଁନ୍ତି। ୩ ମାସ ଭିତରେ ଲୋକୟୁକ୍ତ ଗଠନ କରିବା ପାଇଁ ଗତ ଜୁଲାଇ ୧୦ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। […]
ଭୁବନେଶ୍ୱର: ଜମି ଆସୁଛି ବିଶ୍ୱକପ୍ ହକିର ଫିଭର୍। ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେଣେ ଓଡ଼ିଶାରେ ପ୍ରଥମ ଥର ଲାଗି ପାଦ ଥାପିଛନ୍ତି ବିଶ୍ୱକପ ହକି ଆନ୍ଥେମର ଶ୍ରଷ୍ଠା ତଥା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ। ୨୭ ଓ ୨୮ ତାରିଖ ଉଦ୍ଘାଟନୀ ଉତ୍ସବର ପ୍ରସ୍ତୁତି ଲାଗି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଆନ୍ଥେମ୍କୁ ଉନ୍ମୋଚନ କରିଛନ୍ତି। ଏହି ଆନ୍ଥେମ୍କୁ […]