ଅନୁଗୁଳ: ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ସୁଚନା ଅନୁସାରେ, ଆଜି ସକାଳେ ଭୋଇପଡ଼ା ନିକଟବର୍ତ୍ତୀ ଗାଁର କିଛି ଲୋକ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଗିରିଶ […]
କୋରାପୁଟ: ଗ୍ରାମ୍ୟ ଜଳଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଯୋଗାଣ ନାଁରେ ଜାଲିଆତି ହେଉଥିବା ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ମାଳିପୁଟ ଗ୍ରାମପଞ୍ଚାୟତ ସିପାହୀପୁଟ ଗାଁରୁ। ପାନୀୟ ଜଳର ସୁବିଧା ପଇଁ ଏଠାରେ ପ୍ରକଳ୍ପ ନିର୍ମାଣ ଲାଗି ୨୦୦୮ରେ ୧ କୋଟି ୩୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ତେବେ ପ୍ରକଳ୍ପ ଅଧପନ୍ତରିଆ ଭାବେ ନିର୍ମାଣ କରି କାମଚଳା ଭାବେ ଗାଁକୁ ପାଣି ଯୋଗାଣ ଆରମ୍ଭ ହୋଇଛି। ସଂପୂର୍ଣ୍ଣ […]
ନୂଆପଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି ମକା ଚାଷୀଙ୍କ ଚିନ୍ତା। ଚଳିତ ବର୍ଷ ବର୍ଷା ଅଭାବ ସତ୍ତ୍ୱେ ଜିଲ୍ଲାରେ ମକା ଚାଷ ଠିକ୍ ହୋଇଛି। ହେଲେ ଠିକ୍ ଅମଳ ବେଳକୁ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦାମରେ ମକା ବିକୁଛନ୍ତି। ମକା କ୍ୱିଣ୍ଟାଲ୍ ପିଛା ୯ଶହ ଟଙ୍କାରୁ ହଜାରେ ଟଙ୍କା ମଧ୍ୟରେ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଥିବା ମକା ଚାଷୀ କହିଛନ୍ତି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମୋଟ ୬ […]
ବ୍ରହ୍ମପୁର: ନଦୀରେ ବୁଡ଼ି ମାଆ ପୁଅଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପନାଡ଼ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଘୋଡ଼ାହାଡ଼ ନଦୀରେ ବୁଡ଼ି ଯାଇ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଷମା ମହାରଣା (୩୫) ଓ ତାଙ୍କ ପୁଅ ସୁଧାଂଶୁ ମହାରଣା(୯)। ମାଆ ପୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଗାଧୋଉଥିବା ବେଳେ ପୁଅ ବୁଡ଼ି ଯାଉଥିବା ଦେଖି ସୁଷମା ତାଙ୍କୁ ବଞ୍ଚାଇବାକୁ […]
ପୁରୀ: କୋଣାର୍କରେ ପୁଲିସ୍ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ମାଳଦା ଗାଁର ଯୋଗେନ୍ଦ୍ର ଦାସ। ଯୋଗେନ୍ଦ୍ର ମାସକ ତଳର ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ। ତେବେ ଜେଲ୍ରେ ଅସୁସ୍ଥ ହୋଇପଡ଼ିବା ପରେ ଜାମିନରେ ମୁକୁଳି କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଯୋଗେନ୍ଦ୍ରଙ୍କୁ ମିଛ ମାମଲାରେ ଫସାଇ ନିମାପଡ଼ା ପୁଲିସ୍ ଗିରଫ କରିଥିଲା। ଏବଂ ନିସ୍ତୁକ ପିଟିଥିବା ପରିବାର ଲୋକେ […]
ମୋହନା: କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ କରାଯାଇଛି। ନିଜ ଘର ସାମ୍ନାରେ ଥିବା କୂଅରେ ସେମାନଙ୍କ ମୃତଦେହ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ସେମାନଙ୍କ ମୃତଦେହକୁ କୂଅରୁ ବାହାର କରିଥିଲେ। ମୃତ ଦୁଇ ଭଉଣୀ ହେଲେ ସ୍ୱପ୍ନା ଆଚାରୀ(୨୨) ଓ କିରଣ ଆଚାରୀ(୧୪)। ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। […]
ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଡିଜେଲ୍ ଦର କମିବାରୁ ରାଜ୍ୟରେ ବସ୍ ଭଡ଼ା କମିଛି। ସାଧାରଣ ବସ୍ ଭଡ଼ା କିଲୋମିଟର୍ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍ ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର୍ ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ର କିଲୋମିଟର୍ ପିଛା ଭଡ଼ା ୪ ପଇସା କମିଛି। […]
ପୁରୀ: ପେଟ୍ରୋଲ ପମ୍ପରେ ଉତ୍ତେଜନା। ପୁରୀ ଡାକ୍ତରଖାନା ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ପେଟ୍ରୋଲ କମ୍ ପରିମାଣର ବାହାରିବାକୁ ନେଇ ଜଣେ ଗ୍ରାହକ ପ୍ରତିବାଦ କରିଥିଲେ। ଯାହାକୁ ନେଇ ପେଟ୍ରାଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ପେଟ୍ରୋଲ ପମ୍ପରେ ଭଂଗାରୁଜା କରିଥିଲେ। ଖବର ପାଇ […]
ଭୁବନେଶ୍ୱର: ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଛକରେ ଆଜି ଜଣେ ସାମ୍ବାଦିକଙ୍କୁ ୨ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ସାମ୍ବାଦିକ ରାଧାକୃଷ୍ଣ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ବ୍ଲକ୍ ଛକ ନିକଟରେ ରାଧାକୃଷ୍ଣ ହକର୍ଙ୍କୁ ପେପର ଦେବା ପାଇଁ ଆସିଥିଲେ। ସେତିକି ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ପଛପଟୁ ଖଣ୍ଡାରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ […]
ଭୁବନେଶ୍ୱର: ଭୁବନେଶ୍ୱରର ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ ବୁଲିଲା ଇଂଲଣ୍ଡ ହକି ଟିମ୍। ସ୍କୁଲ୍ କ୍ୟାମ୍ପସ୍ରେ ଇଂଲଣ୍ଡ ଖେଳାଳିଙ୍କୁ ପାରମ୍ପରିକ ଶୈଳୀରେ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଏନ୍ସିସି ଛାତ୍ରଛାତ୍ରୀ ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଇଂଲଣ୍ଡ ହକି ଟିମ୍ର ଅଧିନାୟକ ସମସ୍ତ ଖେଳାଳିଙ୍କ ପରିଚୟ କରାଇଥିଲେ। ସାଇ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ କଟାଇଥିଲେ ଇଂଲଣ୍ଡ ଖେଳାଳି। ଏହି ଅବସରରେ ସାଇ ସ୍କୁଲ ଟିମ୍ ଓ […]
ବାଙ୍କି: ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଲା କୋଠା ଘର। କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ପୂର୍ବ ଶତ୍ରୁତାକୁ ନେଇ କୋଠଘର ଉପରକୁ ବୋମାମାଡ଼ କରାଯାଇଥିଲା। […]
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବିତ ଅଞ୍ଚଳରୁ ଫେରି ସରକାରଙ୍କ ଉପରେ ବର୍ଷିଲା ବିଜେପି। ୧ ହଜାର ଟଙ୍କା, ୫୦ କେଜି ଚାଉଳ ଛଡ଼ା ଆଉ କିଛି ଦିଆଯାଇନି ବୋଲି ବିଜେପି ଅଭିଯୋଗ କରିଛି। ତିତ୍ଲି ପ୍ରଭାବିତ ଅଞ୍ଚଳ କଇଁପୁରରୁ ଫେରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛି ବିଜେପି। ପ୍ରଭାବିତଙ୍କୁ ୧୦ ଦିନ ହେଲା କୌଣସି ପ୍ରକାର ସହାୟତା ମିଳିନି। ଲାକେ ସ୍କୁଲ୍ ଘରେ ଆଶ୍ରୟ ନେଇଥିବା ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି। ବିଜେଡିକୁ […]
ପାରାଦୀପ : ପାରାଦୀପରେ ରାସ୍ତା ଦୁର୍ଘଟଣା କମାଇବାକୁ ନେଚର୍ ଡ୍ରାଇଭ୍ ଟ୍ରଷ୍ଟର ଅଭିନବ ପ୍ରୟାସ। ରାତିରେ ବୁଲୁଥିବା ଗାଈ ଗୋରୁ ଏବଂ ବୁଲା କୁକୁରଙ୍କ ବେକରେ ରେଡିଅମ୍ ପଟି ଗୁଡାଇବା ସହ ସେମାନଙ୍କ ଶିଙ୍ଗରେ ରେଡିୟମ୍ ଷ୍ଟିକର୍ ଲଗା ଯାଇଛି । ଯାହାଫଳରେ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ଟ୍ରଷ୍ଟର କର୍ମକର୍ତ୍ତା କହିଛନ୍ତି । ପାରାଦୀପକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଗାଡି ଚଳାଚଳ କରୁଥିବାବେଳେ ରାତି ସମୟରେ ବୁଲୁଥିବା […]
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଅାସନ୍ତା ୧୧ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଅାଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅାସନ୍ତା ୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅାଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତାପରଦିନ ଅର୍ଥାତ ୪ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୦ […]
ଭୁବନେଶ୍ୱର: ରାଜଧାନୀକୁ ଘାରିଛି ବିଶ୍ୱକପ୍ କହିର ଫିଭର୍। ସବୁଠି ହକିକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଥିବା ବେଳେ ବଡ଼ ଆୟୋଜନ ଭିତରେ କିନ୍ତୁ ସରକାରଙ୍କ ଛୋଟ ମାନସିକତାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ସେ ଅଭିଯୋଗ କରିଛନ୍ତି, ସରକାର ହକି ପାଇଁ କମ୍ ବରଂ ଦଳର ପ୍ରଚାର ପାଇଁ ଅଧିକ ପ୍ରୟାସ କରୁଛନ୍ତି। ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ସରକାର ପାତରଅନ୍ତର କରୁଥିବା ଅଭିଯୋଗ […]
କୋରାପୁଟ : ସ୍କୁଲରୁ ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲା ଛାତ୍ରୀ। କୋରାପୁଟ ସହରର ଏକ ପ୍ରାଥମିକ ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି ଜଣେ ଅାଦିବାସୀ ମହିଳା। ପିଲାଟି ସ୍କୁଲରେ ଝାଡ଼ା କରିଦେବାରୁ ତାକୁ ଘରକୁ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ତେବେ ଘରକୁ ନ ଯାଇ ଛାତ୍ରୀ କେଉଁ ଅାଡେ ଚାଲିଯାଇଥିଲା । ରାସ୍ତାରେ ବସି କାନ୍ଦୁଥିବା ବେଳେ ଜଣେ ଅାଦିବାସୀ ମହିଳା ଛାତ୍ରାୀଙ୍କୁ ଉଦ୍ଧାର […]
କୋରାପୁଟ : ଦୁର୍ଗମ ପାହାଡ ମଝିରେ ଥିବା ଗାଁ କୁ ନାହିଁ ରାସ୍ତା। ଫଳରେ ଅାସିପାରିଲାନି ଅାମ୍ବୁଲାନ୍ସ। ଦୀର୍ଘ ୩ କି.ମି ପାହାଡିଅା ରାସ୍ତାରେ ବୁହା ହୋଇ ଅାସିଲେ ପ୍ରସୂତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମୁଣ୍ଡଗଡତି ଅଞ୍ଚଳରେ। ଗାଁରେ ନୀଳୁ ଜାନିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଅାମ୍ବୁଲାନ୍ସକୁ ଖବର ଦିଅାଯାଇଥିଲା। ତେବେ ପାହାଡିଅା ଗାଁ ହୋଇଥିବାରୁ ଅାମ୍ବୁଲାନ୍ସ ୩ କି.ମି. ଦୂରରେ ରହିଥିଲା। ଫଳରେ ନୀଳୁଙ୍କ ସମ୍ପର୍କୀୟ କିଛି ମହିଳା […]
ମାଲକାନଗିରି: ପୁଣି ଫେଲ୍ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ସେବା। ଆଠ କିଲୋମିଟର୍ ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁରୁ ୮ କିଲୋମିଟର୍ ଦୂରରେ ରହିଯାଇଥିଲା। ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ପଦ୍ମିନୀଙ୍କୁ ଭାରରେ ୮ କିଲୋମିଟର୍ ବୋହି ନେଇଥିଲେ। ପରେ ଆମ୍ବୁଲାନ୍ସରେ […]
ଗଞ୍ଜାମ: ‘ତିତ୍ଲି’ ମାଡ଼ରେ ପାଣିରେ ବୁଡ଼ି ରହିଥିବା ଧାନଗଛ ପାଣି ଛାଡ଼ିବା ପରେ ଅଗାଡ଼ି ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ କର୍ପୁର ନୂଆଗାଁରୁ ଆସିଛି ଏଭଳି ଅଭିଯୋଗ। ଧାନ ଅଗାଡ଼ି ହେବା ପରେ ବିଲରୁ ଧାନ ଆଣିବା ପରିବର୍ତ୍ତେ ଫସଲକୁ ନିଆଁ ଲଗାଇ ଦେଇଛନ୍ତି ଚୀଷୀ। ଚାଷରେ କ୍ଷତି ହେବା ପରେ ଏଠାକୁ କୌଣସି ସରକାରୀ ଅଧିକାରୀ ଆସି ଆକଳନ ନ କରିବାରୁ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ […]
ଭୁବନେଶ୍ୱର : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାନଯିବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ପ୍ରଶାସନର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଭୁଲ୍ ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେପଟେ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଅାଚାର୍ଯ୍ୟ । ସୂଚନା ଅଧିକାର ଅାଇନ ମୌଳିକ ଅଧିକାରର ଅଂଶ ବିଶେଷ । ତେଣୁ RTIରେ ରିପୋର୍ଟ ମିଳିବ ନାହିଁ ବୋଲି କହିବା […]
ମୟୂରଭଞ୍ଜ: ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଲୁହାପଥର ମାଫିଆ। ଆଜି ଭୋର ସମୟରେ ପୁଲିସ୍ ରାଇରଙ୍ଗପୁର-ଜାମସେଦପୁର NH ୨୨୦ରେ ପାଟ୍ରୋଲିଂ କରୁଥିବା ବେଳେ ଦାଣ୍ଡବୋଷ ଗାଁ ନିକଟରେ ୨ଟି ଲୁହାପଥର ବୋଝେଇ ଡମ୍ପର୍କୁ ଧରିଛି। ଚୋରା ଚାଲାଣ ହେଉଥିବା ଏହି ଲୁହାପଥର ଡମ୍ପର୍ ଗୋରୁମହିଷାଣି ଅଞ୍ଚଳରୁ ଜାମସେଦପୁରକୁ ଯାଉଥିଲା ବୋଲି ସୂଚନା ମିଳିଛି। କିଛି ମାସ ତଳେ ସୁଲେଇପାଟ ଲୁହାଖଣି ଓ ଗୋରୁମହିଷାଣି ଲୁହାପଥର ଖଣି ଅଞ୍ଚଳରୁ ଦୁର୍ବୃତ୍ତମାନେ ଡମ୍ପର୍ ଓ ଟ୍ରକ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। ଜିଲ୍ଲାର ଓର୍କେଲ୍ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ନିକଟରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି ବିଭାଗ। ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଗଛ ଚାଷ କରାଯାଇଥିବା ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। କଟାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।
ଭୁବନେଶ୍ୱର: କାଶୀପୁରରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ହେବ। ଆଜି ଏହା ସ୍ପଷ୍ଟ କରିଛନ୍ତି ପୁଲିସ୍ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଘଟଣା ପରେ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବ କ୍ରାଇମ୍ବ୍ରାଞ୍ଚ୍। ଏ ନେଇ ବିସ୍ତୃତ ଭାବେ ତଦନ୍ତ କରାଯିବ। ଖାରବେଳଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ ଘଟଣାକୁ ବି ତଦନ୍ତ ପରିସରକୁ ଅଣାଯାଇପାରେ ବୋଲି ସୂଚନା ମିଳିଛି। ଅନ୍ୟପଟେ ମାଡ଼ ମାରିବା […]
ଭୁବନେଶ୍ୱର: ଅଭିଜିତ୍ ଆୟର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ ନେଇ ଆଜି ବିଧାନସଭା ଗୃହ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଭିଜିତ୍ଙ୍କୁ ହାଜର ହେବାକୁ ଗୃହ କମିଟି ନୋଟିସ୍ ଜାରି କରିବ। ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହାଜର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ। ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସ୍ୱାଧିକାର ଭଙ୍ଗ ନେଇ […]
ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହୋଇଥିଲା। ନୂଆ କଂସ ଚୟନ କରିବାକୁ କିଛି କମିଟି ସଦସ୍ୟ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଧନୁଯାତ୍ରା ପାଇଁ କମ୍ ସମୟ ଥିବାରୁ ନୂଆ କଂସ […]