• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kantabanji
ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଜଣେ ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଧିମୁଣ୍ଡା ନିକଟରୁ ବାଲିରେ ପୋତା ଯାଇଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଘନଶ୍ୟାନ ରଣା। ତାଙ୍କୁ ୯ ବର୍ଷ ବୟସ। ଗତ ୧୩ ତାରିଖରୁ ଘନଶ୍ୟାନ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ମୁଣ୍ଡବିହୀନ ଶବଟି ଘନଶ୍ୟାମଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
baijayant panda
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବାତ୍ୟା ମୁକାବିଲାରେ ସେନା ଓ ଓଡ୍ରାଫର ଭୂମିକାକୁ ବୈଜୟନ୍ତ ପଣ୍ଡା ପ୍ରଶଂସା କରିଛନ୍ତି। ପୁଣି ଥରେ ବିନା ମୂଲ୍ୟରେ ପୂର୍ବପରି ତାଙ୍କ ହେଲିକପ୍ଟର ବ୍ୟବହାର କରିବା ପାଇଁ ସେ କହିଛନ୍ତି। ବାତ୍ୟାରେ ୪୫ ଜଣଙ୍କର ମୃତ୍ୟୁ ନେଇ ରିପୋର୍ଟ ଆସୁଛି। ନିଖୋଜଙ୍କ ପରିବାର ଉଦ୍ଧାର, ରିଲିଫ୍ ଚାହୁଁ ଥାଇ ପାରନ୍ତି […]

  • Tuesday, 20 July 2021
naveen patnaik
୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ୭୩ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ, ସେ ତାଙ୍କ ଜନ୍ମଦିନକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି। ବାତ୍ୟା ‘ତିତ୍‌ଲି’ ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ । ପ୍ରତିବର୍ଷ ନବୀନ ନିବାସରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବେଶ୍‌ ଭିଡ଼ ଜମେ। ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ […]

  • Tuesday, 20 July 2021
v
ରେଳଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ

ପୁରୀ: ଡେଲାଙ୍ଗ ବ୍ଲକ୍‌ କଣାସ ରୋଡ୍‌ ଷ୍ଟେସନ ରେଳଧାରଣାରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ନେଇ ସେହି ସ୍ଥାନରେ ଉତ୍ତେଜନା ଦେଖା ଦେଇଛି। ଯୁବକଙ୍କୁ କେହି ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ କଣାସରେ ପୁରୀ- କଟକ ପାସେଞ୍ଜରକୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୃତକ ଜଣକ ସ୍ଥାନୀୟ ଅଂଚଳ ଜଗଦଳପୁରର ଧିରେନ କୁମାର ରାଉତରାୟ ବୋଲି ଜଣାପଡ଼ିଛି। ତେବେ ଦେଢ଼ ଘଣ୍ଟା ଧରି ଅଟକ ପରେ ଟ୍ରେନ୍‌ […]

  • Tuesday, 20 July 2021
representational image
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାର ବେଦବ୍ୟାସ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ନାବାଳିକା ଦୁଇ ଦିନ ହେଲା ନିଖୋଜ ଥିଲେ। ଏକ ସ୍କୁଲ୍‌ ପଛ ବୁଦା ମୂଳରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।

  • Tuesday, 20 July 2021
src
‘ତିତ୍‌ଲି’ ମୃତକଙ୍କ ପରିବାରକୁ ୩ ଦିନ ମଧ୍ୟରେ କ୍ଷତି ପୂରଣ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ରେ ମୃତ୍ୟୁବରଣ କରିଥିବା ପରିବାରକୁ ତୁରନ୍ତ ସହାୟତା ରାଶି ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ‌ଆର୍‌ଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତିପୂରଣ ଦେବା […]

  • Tuesday, 20 July 2021
accident
ଦୁଇଟି ଟ୍ରକ୍‌ ମୁହାମୁହିଁ ଧକ୍କା; ୨ ମୃତ, ୨ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ଏନ୍‌ଏଚ୍‌-୧୬ ଛପୁଲିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଛପୁଲିଆ ଛକ ନିକଟରେ ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଆହତଙ୍କ ପରିଚୟ ମିଳି ପାରିନଥିବା ଜଣାପଡ଼ିଛି।

  • Tuesday, 20 July 2021
lord durga
ଆଜି ମଣ୍ଡପରେ ସପ୍ତମୀ ପୂଜା

ଭୁବନେଶ୍ୱର: ଧରାପୃଷ୍ଠକୁ ଆଗମନ କରିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା।  ଅନ୍ୟାୟ. ଅତ୍ୟାଚାରର ବିନାଶ କରି ସତ୍ୟଧର୍ମ ପ୍ରତିଷ୍ଠା ପାଇଁ ମା’ଙ୍କର ଆବିର୍ଭାବ ହୋଇଛି।  ବିଳମ୍ବିତ ରାତିରେ ରୀତିନୀତି ସହ ମା’ଙ୍କର ଷଷ୍ଠୀ ପୂଜା ହୋଇଥିଲା।  ଏହାପରେ ସୁସଜ୍ଜିତ ବେଶରେ ପୂଜାମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା। କେଉଁଠି ସୁବର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତ ଆଉ କେଉଁଠି ଚାନ୍ଦିମେଢ ଆହୁରି ଆକର୍ଷଣୀୟ କରୁଛି।  ପାର୍ଶ୍ୱ ଦେବାଦେବୀମାନେ ଅଳଙ୍କାର ଯୁକ୍ତ ହୋଇ ମା’ ଦୁର୍ଗାଙ୍କ ଶୋଭାକୁ […]

  • Tuesday, 20 July 2021
boomb
ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଗତକାଲି ରାତିରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ୩ଟି ବୋମା ମାଡ଼ କରାଯାଇଛି। ପୂର୍ବରୁ ମଧ୍ୟ ତାଙ୍କ ବାଜପୁର ଘର ଓ ପାହାଡ଼ରେ ଥିବା ପ୍ରୋକିନ ମେସିନ ଉପରେ ବୋମା ମାଡ଼ ହୋଇଥିବା ସୂଚନା ଦେଇଛନ୍ତି ପ୍ରକାଶ। ଏନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର […]

  • Tuesday, 20 July 2021
sundari
ବଳଦକୁ ‘ସୁନ୍ଦରୀ’ ମାରି ଖାଇଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା। ମହାବଳ କାହ୍ନା ସହ ଏକାଠି ରହିବା ନେଇ ଆଶା କରାଯାଉଥିଲା। କିନ୍ତୁ କିଛି ଦିନ ଘଞ୍ଚ ଜଙ୍ଗଲରେ ରହିବା […]

  • Tuesday, 20 July 2021
d
ଭୟାବହ ଅଗ୍ନିକାଣ୍ଡ: ଘର ସହିତ ଜଳିଗଲେ ୨୫ ଛେଳି ୪ ଗୋରୁ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଜୋରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨୫ଟି ଛେଳି ଓ ୪ଟି ଗୋରୁ ଜଳିଯାଇଛନ୍ତି। ଏଥିସହିତ ଅଗ୍ନିକାଣ୍ଡରେ ଚାରୋଟି ଧାନ ବଦାଡ଼ି ମଧ୍ୟ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁର ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ […]

  • Tuesday, 20 July 2021
da hike...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର; ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଉପହାର। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟି-ଆଇକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ ଏହା ୯%ରେ ପହଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ […]

  • Tuesday, 20 July 2021
jay panda
ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିମାନ ବନ୍ଦରରେ ହ୍ୟାଙ୍ଗର୍‌ରେ ସିଲ୍ ୩ଟି ହେଲିକପ୍ଟରୁ ୨ଟିକୁ ବାହାର କରିବାକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Again appealing to @Naveen_Odisha for police to unseal the Bhubaneswar hangar whr 3 helicopters are idle (at least release the 2 against which thr are no allegations!) & use them free of cost for rescue […]

  • Tuesday, 20 July 2021
business man
ଡେଲି ମାର୍କେଟ୍‌ରେ ଗୁଳିକାଣ୍ଡ; ବ୍ୟବସାୟୀ ଆହତ

ସମ୍ବଲପୁର: ପୂର୍ବ ଶତ୍ରୁତା ଓ ବଚସାକୁ କେନ୍ଦ୍ର କରି ସମ୍ବଲପୁର ବୁଢ଼ାରଜା ଡେଲି ମାର୍କେଟ୍‌ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ମଣ୍ଟୁ ପୋଢ଼ ନାମକ ଜଣେ ପରିବା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସିରିଆ ଜେନାକୁ ଅଇଁଠାପାଲି ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, କୌଣସି କଥାକୁ କେନ୍ଦ୍ର କରି ସିରିଆ ଓ ମଣ୍ଟୁଙ୍କ ମଧ୍ୟରେ […]

  • Tuesday, 20 July 2021
ee
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଦେବଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର କୁମାର ମହାତୋ ୨୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଭିଜିଲାନ୍ସ ଡିଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ଦିଲୀପ। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ସଂଧ୍ୟାରେ ନିର୍ବାହୀ […]

  • Tuesday, 20 July 2021
anubhav
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି

କଟକ: ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି। ସୋଶାଲ୍‌ ମିଡିଆ ଜରିଆରେ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ପାଖରେ ଦେଖିବାକୁ ସିପୁନ୍‌ ନିବେଦନ କରିଥିଲେ। ସିପୁନ୍‌ଙ୍କ ଏହି ନିବେଦନର ଭିଡିଓ ଦେଖିବା ପରେ ଅନୁଭବ ନିଜେ ତାଙ୍କୁ ଭେଟିବାକୁ ସ୍ଥିର କରିଥିଲେ। କଟକ ଏସ୍‌ସିବି ପରିସରରେ ଥିବା ସିପୁନଙ୍କ ଘରକୁ ଯାଇ ଅନୁଭବ ତାଙ୍କୁ ଭେଟିଥିଲେ। ସିପୁନ୍‌ଙ୍କ ଆଖି ସମସ୍ୟାର ଚିକିତ୍ସା ଲାଗି ସହଯୋଗ କରିବେ ବୋଲି ଅନୁଭବ କହିଛନ୍ତି। ଅନ୍ୟପଟେ ଅନୁଭବ ଘରକୁ ଆସିଥିବାରୁ […]

  • Tuesday, 20 July 2021
elephant drown
ମହାନଦୀରେ ଭାସିଗଲେ ହାତୀପଲ

ଭୁବନେଶ୍ୱର: ଭାସିଗଲେ ହାତୀପଲ। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି। ଏମାନେ ପ୍ରାୟ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି। ତେବେ ନଦୀରେ ବନ୍ୟାପାଣିର ସୁଅ ଚାଲିଥିବାରୁ ଏହାର ପ୍ରଖର ସ୍ରୋତରେ ୫ଟି ହାତୀ ଭାସିଯାଇଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, […]

  • Tuesday, 20 July 2021
lpg cylindar
ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ ମିଳିବ ନୂଆ ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ବନ୍ୟା ସ୍ଥିତିରେ ସୁଧାର ଆସିଛି, କିନ୍ତୁ ଏବେବି ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ଆସବାପତ୍ର ନଷ୍ଟ ହୋଇଯାଇଛି। ଏଭଳି ସମୟରେ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି IOCL। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଉପଭୋକ୍ତାମାନଙ୍କର ସିଲିଣ୍ଡର ହଜିଯାଇଥିଲେ, ଉପଯୁକ୍ତ ପ୍ରମାଣ ଦେଇ ସେମାନେ ମାତ୍ର ୨୦୦ଟଙ୍କାରେ […]

  • Tuesday, 20 July 2021
dfsdfsd
ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି, ପ୍ରଶାସନ ନା ସ୍ଥାନୀୟ ଲୋକେ?

ଗଜପତି: ରାୟଗଡ଼ ବ୍ଲକର ବାରଘରରେ ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି ସେ ନେଇ ଏବେ ପ୍ରଶ୍ନ ଉଠିଛି। ଗତକାଲି ମୃତକଙ୍କ ସମ୍ପର୍କୀୟ କହିଥିଲେ ବାତ୍ୟାକୁ ନେଇ ସେମାନଙ୍କ ପାଖରେ ଆଗୁଆ ସୂଚନା ନଥିଲା। ତେବେ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ କିନ୍ତୁ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, ବାତ୍ୟା ‘ତିତ୍‌ଲି’ ପୂର୍ବ ଦିନ ସରକାରୀ ଅଧିକାରୀ ସଂପୃକ୍ତ  ଅଞ୍ଚଳକୁ ଯାଇ ଲୋକଙ୍କୁ ସେଠାରୁ ସ୍ଥାନାନ୍ତରଣ କରିବାକୁ କହିଥିଲେ। କ୍ଷତିଗ୍ରସ୍ତ […]

  • Tuesday, 20 July 2021
water flows in road
ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ

ଜଳେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଜାରି ରହିଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ। ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।

  • Tuesday, 20 July 2021
gajapati
ପାହାଡ଼ ଧସିବା ଘଟଣା: ନିଖୋଜ ୧୬ ଜଣଙ୍କ ମଧ୍ୟରୁ ୧୩ ମୃତଦେହ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ପ୍ରାଣ ହରାଇଥିବା ୧୬ଜଣ ଲୋକଙ୍କ ମଧ୍ୟରୁ ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏବେବି କିଛି ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଆଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଜଣାପଡିଲା ଗଜପତି ଜିଲ୍ଲାରେ […]

  • Tuesday, 20 July 2021
damodar rout
ମନ୍ତ୍ରୀ ଓ ସାଂସଦଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ସେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ କୁଳମଣି ସାମଲଙ୍କ ଉପରେ ବର୍ଷିଛନ୍ତି।  କୁଜଙ୍ଗରେ ପୁଲିସ୍‌ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନ୍‌ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି। ଏତେ ସଂଖ୍ୟାରେ ପୁଲିସ୍‌ ମୋ ପାଇଁ ଆସିଥିଲେ ନା ମନ୍ତ୍ରୀଙ୍କ ପାଇଁ ତାହା ଜାଣିନାହାନ୍ତି ବୋଲି ଦାମ କହିଛନ୍ତି। ଏଥିସହ ଜଗତସିଂହପୁର ଜିଲ୍ଲାର ସାଂସଦ କୁଳମଣି ସାମଲଙ୍କ ଉପରେ ମଧ୍ୟ ବର୍ଷିଛନ୍ତି […]

  • Tuesday, 20 July 2021
contractor arrested
HALରେ ଆର୍ଥିକ ଅନିୟମିତତା ଅଭିଯୋଗରେ ୩ ଠିକାଦାର ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। ତେବେ ୧ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍ ହୋଇ ଥାଇପାରେ ବୋଲି ପୁଲିସ୍ କହିଛି। କିଛି ଦିନ ତଳେ ସୁନାବେଡ଼ା HALରେ […]

  • Tuesday, 20 July 2021
ganjam
ଗଞ୍ଜାମ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବର୍ଷା ଛାଡ଼ିଥିବାରୁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କମିବାରେ ଲାଗିଛି। ଏଥିସହ ଜନବସତି ଅଞ୍ଚଳରୁ ମଧ୍ୟ ପାଣି କମୁଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ପ୍ରଳୟଙ୍କାରୀ ବନ୍ୟାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ଆସିକା ଅଞ୍ଚଳ। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ବିପନ୍ନଙ୍କୁ ଆକାଶ ମାର୍ଗରୁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି।  ଖାଦ୍ୟ ପୁଡ଼ିଆ ଆକାଶ ମାର୍ଗରୁ ପକାଯାଉଛି। ସେପଟେ ବାତ୍ୟା […]

  • Tuesday, 20 July 2021
naveen
୧୫ ଦିନ ପାଇଁ ରିଲିଫ୍‌; ବୟସ୍କଙ୍କୁ ୬୦ଟଙ୍କା, ଶିଶୁଙ୍କୁ ଦୈନିକ ୪୫ଟଙ୍କାର ରିଲିଫ୍‌

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଗତକାଲି ପୂର୍ବାହ୍ନରେ ‘ତିତ୍‌ଲି’ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ […]

  • Tuesday, 20 July 2021