• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ରଗତତୋ
ଓଟିଭି ପ୍ରଭାବ: ସୁଧୁରିଲା ଡାକ୍ତରଖାନାର ଅବସ୍ଥା

ଜୟପୁର: ଓଟିଭି ପ୍ରଭାବ। ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଏବେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ। ଏହି ଡାକ୍ତରଖାନାରେ ଜରୁରୀ ଚିକିତ୍ସା ସହିତ ଏକ୍ସରେ, ରକ୍ତ ପରୀକ୍ଷା ଆଦି କରାଯାଇ ପାରିବ। ଆବଶ୍ୟକ ଚିକିତ୍ସା ସରଞ୍ଜାମ ସହିତ ଦରକାର ମୁତାବକ ଡାକ୍ତର ଓ ଅନ୍ୟ କର୍ମଚାରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଗତ ଅକ୍ଟୋବର୍ ମାସ ୧୫ ତାରିଖରେ […]

  • Tuesday, 20 July 2021
mini bus
ଓଲଟି ପଡ଼ିଲା ମିନି ବସ୍‌; ୧୨ ଶ୍ରମିକ ଆହତ

ଭୁବନେଶ୍ୱର: ଓଲଟି ପଡ଼ିଲା ମିନି ବସ୍‌। ଫଳରେ ୧୨ଜଣ ଶ୍ରମିକ ଆହତ ହୋଇଛନ୍ତି। ହଂସପାଳ ବାଇପାସ୍‌ ନିକଟରେ ଅର୍ଥାତ୍‌ ଶିଶୁପାଳଗଡ଼ଠୁ ହଂସପାଳ ପର୍ଯ୍ୟନ୍ତ ଥିବା ବାଇପାସ୍‌ ନିକଟରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ ପିପିଲି ଅଭିମୁଖେ ଯାଉଥିବା ମିନି ବସ୍‌ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍‌ରେ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଯାତ୍ରା କରୁଥିବା ଜଣାପଡ଼ିଛି।

  • Tuesday, 20 July 2021
representational image
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ବରଗଡ଼: ହାତୀ ଆକ୍ରମଣରେ ବରଗଡ଼ ଜିଲ୍ଲା ପଦ୍ମପୁର କନ୍ଦାଡଙ୍ଗର ପଞ୍ଚାୟତ ସମିତି ସଭ୍ୟ ଧୋବା ନାୟକଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ସେ ଧାନ ଖଳାରେ ଜଗିଥିବାବେଳେ ହାତୀ ପଶି ଆସିଥିଲେ। ଘଉଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ ଓ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

  • Tuesday, 20 July 2021
baijayant panda
ଦୁବାଇରୁ ଓଡ଼ିଆ ଯୁବକ ସୁଶାନ୍ତଙ୍କ ମୃତଦେହ ଫେରାଇ ଆଣିବାକୁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଦୁବାଇରେ ମୃତ୍ୟୁ ହୋଇଥିବା ଓଡ଼ିଆ ଯୁବକ ସୁଶାନ୍ତ ଜେନାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଚିଠି ଲେଖି ନିବେଦନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ମୃତକ ସୁଶାନ୍ତ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ରନ୍ଦା ଗାଁର। ସେ ୨୦୧୭ ମସିହା ନଭେମ୍ବର ୨୭ ତାରିଖ ଠାରୁ ଦୁବାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି […]

  • Tuesday, 20 July 2021
college student
କଲେଜ ଛାତ୍ରୀଙ୍କୁ ହତ୍ୟା

ଗଞ୍ଜାମ: କଲେଜ ଛାତ୍ରୀଙ୍କୁ ହତ୍ୟା। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ଏସ୍‌ ନୂଆଗାଁର ଜଣେ କଲେଜ  ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଭବାନୀ ବେହେରା। ଭବାନୀଙ୍କ ଘର ପୁରୀ ଜିଲ୍ଲାରେ। ସେ ତାଙ୍କ ଅଜା ଘରେ ରହି ପଢୁଥିଲେ। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଏହି ଘଟଣାରେ ଅଭିଯୁକ୍ତ ଗୌତମ ପ୍ରଧାନ ଜରଡ଼ା ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତକୁ ପଚରାଉଚରା ପରେ ପୁଲିସ୍‌ […]

  • Tuesday, 20 July 2021
naveeen
ଜଳସେଚିତ ଜମିର ପରିମାଣକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଳସେଚିତ ଜମିର ପରିମାଣକୁ ନେଇ ତେଜିଲା କେନ୍ଦ୍ର ଓ ରାଜ୍ୟ ରାଜନୀତି। ଏ ପ୍ରସଙ୍ଗ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓଡ଼ିଶାରେ ମାତ୍ର ୨୨ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ତଥ୍ୟକୁ ପ୍ରତିବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଗତକାଲି ପ୍ରଧାମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଚିଠିରେ କାଉଣ୍ଟର […]

  • Tuesday, 20 July 2021
dog eating baby head
କୁକୁର ମୁହଁରେ ଶିଶୁର ମୁଣ୍ଡ!

କଟକ: ବୁଲା କୁକୁର ମୁହଁରେ ଶିଶୁର ମୁଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ କଟକ ଶିଶୁ ଭବନ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଶିଶୁର ମୁଣ୍ଡ କେଉଁଠୁ ଆସିଲା, ସେ ସମ୍ପର୍କରେ କିଛି ଜଣାପଡ଼ନି। ଏନେଇ ଶିଶୁଭବନ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯାଉଛି। କଟକ ବଡ଼ ମେଡିକାଲ୍‌ ପରିସରରେ ରବିବାର ଦିନ ଜଣେ ଅସହାୟ […]

  • Tuesday, 20 July 2021
constaBL
ବଢ଼ିଲା ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା

ଭୁବନେଶ୍ୱର: ବଢ଼ିଲା ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା। ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନେଷ୍ଟବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏ ନେଇ ପୁଲିସ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି, ଡିଜିପି ଆର.ପି. ଶର୍ମା। ଡିଜିପି କହିଛନ୍ତି, ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା […]

  • Tuesday, 20 July 2021
KOTIYA
କୋଟିଆ ହାତେଇବାକୁ ଆନ୍ଧ୍ରର କାରସାଦି: ଭତ୍ତା ସହ ବାଣ୍ଟୁଛି ପୁଷ୍ଟିକର ଖାଦ୍ୟ

କୋରାପୁଟ: ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆ ଗାଁ ଉପରେ ଆନ୍ଧ୍ର ପ୍ରଦେଶର ଆଖି। ଏହି ଅଞ୍ଚଳ ଓଡ଼ିଶା ସୀମାରେ ଥିଲେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରିରଖିଛି ଆନ୍ଧ୍ର। ଲୋକଙ୍କୁ ଭୁଲେଇ ପ୍ରଲୋଭନ ଦେଖାଇ ନିଜ ଲକ୍ଷ୍ୟ ହାସଲ ଲାଗି ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। କୋଟିଆ ଗାଁରେ ଅନୁଷ୍ଠିତ ହୋଇଥିବା ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ହେଉଛି ଏହାର ଏକ ନମୁନା। ଏହା ଅନ୍ତର୍ଗତ ଲୋକଙ୍କୁ ଭତ୍ତା ବଣ୍ଟା ଯିବା ସହ ଶିଶୁଙ୍କ ଲାଗି […]

  • Tuesday, 20 July 2021
dead body
ଗଳିତ ଶବ ଉଦ୍ଧାର

ଭଞ୍ଜନଗର: ତିତ୍‌ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି। ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ଗତ ୧୧ତାରିଖରେ ତିତ୍‌ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।

  • Tuesday, 20 July 2021
mahamenta
ବିଜେଡି ବିରୋଧୀ ମହାମେଣ୍ଟରେ ସାମିଲ୍‌ ହେବେ ଏମାନେ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ ନୂଆ ରାଜନୈତିକ ସମୀକରଣ। ଗଠନ ହେବ ମହାମେଣ୍ଟ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ଭେଟେରାନ୍ ନେତାଙ୍କୁ ନେଇ ଏହି ମହାମେଣ୍ଟ ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଖାରବେଳ। ହେଲେ ବିଜେଡି ଯିବା ନେଇ […]

  • Tuesday, 20 July 2021
bus overturns
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌; ୧୦ ଆହତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ରାଇବଣିଆରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍‌ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

  • Tuesday, 20 July 2021
sundari
ପୁଣି ଶିକାର କଲା ସୁନ୍ଦରୀ!

ଅନୁଗୁଳ: ପ୍ରଥମେ ଜଣେ ମଣିଷ, ଦିନେ ନ ଯାଉଣୁ ଆଉ ଏକ ବଳଦ ଶିକାର କରିଛି ବାଘୁଣୀ ‘ସୁନ୍ଦରୀ’।  ‘ସୁନ୍ଦରୀ’ର ଦୁଇଟି ଦୁଇଟି ଶିକାର ପରେ ଅନୁଗୁଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଲୋକଙ୍କ ବିରୋଧ ଯୋଗୁଁ ଗାଁକୁ ଯାଇ ପାରୁନାହାନ୍ତି  ବିଶେଷଜ୍ଞ ଟିମ୍।  ଏହି ଟିମ୍‌ରେ ଅଛନ୍ତି OUAT ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର। ଏମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍‌କ୍ଲୋଜର୍‌କୁ ଆଣିବାକୁ ଚେଷ୍ଟା କରିବେ। କିନ୍ତୁ ଉତ୍ତେଜନା ଯୋଗୁଁ ଏହି ବିଶେଷଜ୍ଞ ଟିମ୍ […]

  • Tuesday, 20 July 2021
elephant
କ୍ଷେତ ଜଗିଥିବା ବେଳେ ଦଳି ଦେଲା ହାତୀ!

ରାଉରକେଲା/ସୁନ୍ଦରଗଡ଼: ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ  ଗୋବର୍ଦ୍ଧନ ଲାକ୍ରା। ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ଗୋବର୍ଦ୍ଧନ ଚାଷଜମିକୁ ଜଗିଥିବା ବେଳେ ହାତୀ ଦଳି ଦେଇଥିବା ଜଣାପଡ଼ିଛି। ସେପଟେ ରାଉରକେଲା ବେଦବ୍ୟାସ ନିକଟ କଲୁଙ୍ଗା  ସମିଲ ଅଞ୍ଚଳରେ ୧୦ଟି ହାତୀ ପଶି ଆସିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀମାନଙ୍କୁ ଘଉଡ଼ାଇବାକୁ ବନବିଭାଗ […]

  • Tuesday, 20 July 2021
bjp
ସମବାୟ ମନ୍ତ୍ରୀଙ୍କ ଘର ଆଗରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିଛି। ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭୁବନେଶ୍ୱର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ ମୋର୍ଚ୍ଚା କର୍ମକର୍ତ୍ତା। ରାସ୍ତାରେ ଧାନ ରଖି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନରତ ବିଜେପି କୃଷକ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିଲା ପୁଲିସ୍। ତେବେ ଏ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

  • Tuesday, 20 July 2021
jagatsinghpur
ଶାଶୁ, ଶ୍ୱଶୁର, ଜ୍ୱାଇଁ ଜୀବନ୍ତ ଦଗ୍ଧ; ଗୁରୁତର ଅବସ୍ଥାରେ ଝିଅର ମୃତ୍ୟୁ

ଜଗତସିଂହପୁର: ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ! ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଝିଅର ମୃତ୍ୟୁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣା ସ୍ଥଳରେ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ପ୍ରାଣ ହରାଇଥିଲେ। ତେବେ ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ କୁଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ […]

  • Tuesday, 20 July 2021
prasanna achrya
ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ଆସନ୍ତା ୮ ତାରିଖରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେବ ଦଳ। ଦିନ ତମାମ ଚାଲିବାକୁ ଥିବା ଧାରଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ପରେ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି  ସ୍ମାରକ ପତ୍ର ଦେବେ ବିଜେଡି ପ୍ରତିନିଧି ଦଳ। ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଦିଲ୍ଲୀରେ ଅନୁଷ୍ଠିତ ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରସନ୍ନ […]

  • Tuesday, 20 July 2021
deputy src
ତିତ୍‌ଲି ପ୍ରଭାବରେ ମୃତ ଗୃହପାଳିତ ପଶୁ ଓ ଆସବାବପତ୍ର ନଷ୍ଟ ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ମରିଥିବା ପରିବାରକୁ ୩୦ ହଜାର ଟଙ୍କା, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର। ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ। ସମତଳ ଅଞ୍ଚଳରେ ଘର ନଷ୍ଟ […]

  • Tuesday, 20 July 2021
ganjam
୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି

ଗଞ୍ଜାମ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଦୁଆ ଗାଁରେ। ଏହି ଗାଁର ରବିନ୍ଦ୍ର ନାୟକଙ୍କ ପତ୍ନୀ ହୀରାମଣି ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଏହି ଛୁଆଟି ଅର୍ଦ୍ଧ ପ୍ରସବ ଅବସ୍ଥାରେ ରହିଥିଲା। ଏହା ଦେଖି ଗାଁ ଲୋକେ ହୀରାମଣିଙ୍କୁ ଡାକ୍ତରଖାନା […]

  • Tuesday, 20 July 2021
Capture
ବିଜେଡି ବିରୋଧରେ ହେବ ମହାମେଣ୍ଟ !

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ  ଓଡ଼ିଶାରେ ବିଜେଡି ବିରୋଧରେ ମହାମେଣ୍ଟ ହେବ। ଏ ନେଇ ସୂଚନା ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ମହାମେଣ୍ଟ ଲାଗି  ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଓ ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଜାରି  ରହିଥିବା ସେ କହିଛନ୍ତି। ଏ ନେଇ ୧୦ରୁ ୧୫ ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲ କହିଛନ୍ତି ଖାରବେଳ ସ୍ୱାଇଁ। ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସକୁ ଯିବେ ନାହିଁ ବୋଲି […]

  • Tuesday, 20 July 2021
accident..
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିକିଲି ମେହେର ସାହି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଜୟରାମ ସାନ୍ତା(୨୦)। ତାଙ୍କ ଘର ଧୁମାମ ଗାଁରେ। ଆଉ ଜଣଙ୍କ ପରିଚୟ ମିଳି ପାରି ନାହିଁ। ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ […]

  • Tuesday, 20 July 2021
tigress
ମଣିଷ ମାରି ଖାଇଲା ‘ସୁନ୍ଦରୀ’!

ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ପୁଣି ଆତଙ୍କ ଖେଳାଇଛି। ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ତ୍ରିନାଥ ସାହୁ ବୋଲି ସୂଚନା ମିଳିଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘୁଣୀ ‘ସୁନ୍ଦରୀ’ ଲୁଚିଥିବା ସୂଚନା ମିଳିଛି। ଏ ସଂପର୍କରେ ସୂଚନା ପାଇବା […]

  • Tuesday, 20 July 2021
k
ଠକ ବିଦେଶୀକୁ ଧରିଲା ପୁଲିସ୍

କଟକ: କଟକ ଶିଶୁଭବନ ଡାକ୍ତର ପ୍ରଫେସର୍‌ ମଙ୍ଗଳ ଚରଣ ମୁର୍ମୁଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଘଟଣାରେ, ପୁଲିସ ଅଭିଯୁକ୍ତ ବିଦେଶୀ ନିକୋଲାସ କଜ୍‌ୱେଙ୍କୁ ଗିରଫ କରିଛି। ସେ ଘାନାର ନାଗରିକ ନିକୋଲାସ୍ ଫୋନ୍ ଯୋଗେ ଡାକ୍ତର ମୁର୍ମୁଙ୍କ ସହ ଯୋଗାଯୋଗରେ ଥିଲେ।  ତେବେ ଡାକ୍ତର ମୁର୍ମୁ ଶିଶୁରୋଗ ବିଶେଷଜ୍ଞ ଜାଣିବା ପରେ ଶିଶୁରୋଗ ସମ୍ବନ୍ଧୀୟ ଉପକରଣ ଯୋଗାଇଦେବା ଆଳରେ ୧୮ଲକ୍ଷ ୫୦ହଜାର ଟଙ୍କା ମାଗିଥିଲା। ଏନେଇ ଡାକ୍ତର ମୁର୍ମୁ ଟଙ୍କା ଦେବା ପାଇଁ ନିକୋଲାସ୍‌କୁ କଟକ ଡକାଇଥିଲେ। […]

  • Tuesday, 20 July 2021