• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
ରାଜ୍ୟପାଳଙ୍କୁ କୃଷକ ସେଲ୍‌ର ସ୍ମାରକପତ୍ର

ଭୁବନେଶ୍ୱର: ଚାଷୀ ରାଜନୀତିର ବିକ୍ଷୋଭ ଓ ସମାବେଶ ପ୍ରତିଯୋଗିତାରେ ଯୋଗ ଦେଇଛି କଂଗ୍ରେସ ଦଳ। ଏଥିପାଇଁ ଦଳର କୃଷକ ସେଲ୍ ତଥା କିଷାନ କଂଗ୍ରେସ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। କୃଷି ଋଣ ଛାଡ଼, ବୋନସ୍ ପ୍ରଦାନ ଓ ଧାନର MSP ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି। କଂଗ୍ରେସ ଚେତାବନୀ ଦେଇଛି, ଦାବି ପୂରଣ ନ ହେଲେ ଦିଲ୍ଲୀରେ ନୁହେଁ, ପଲ୍ଲୀରେ ହେବ ଆନ୍ଦୋଳନ। ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସତର୍କ […]

  • Tuesday, 20 July 2021
dengue
ଏସ୍‌ସିବିରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଞ୍ଜୁ ରାଉତ। ତାଙ୍କ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରେ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିଲେ। ଗତ ଚାରି ଦିନ ଧରି ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।

  • Tuesday, 20 July 2021
youth murder
ମର୍ଣ୍ଣିଂ ୱାକ୍ ବେଳେ ନାବାଳକଙ୍କୁ ହତ୍ୟା

କଳାହାଣ୍ଡି: ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୧୭ ବର୍ଷୀୟ କୈଳାସ ମାଝି। ସେ ପାଣିଗାଁର ବୋଲି ଜଣାପଡ଼ିଛି। ସବୁଦିନ ଭଳି ଆଜି ଭୋର ସମୟରେ କୈଳାସ ମର୍ଣ୍ଣିଂ ୱାକ୍‌ରେ ଡୁମେରମୁଣ୍ଡା ରାସ୍ତାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା […]

  • Tuesday, 20 July 2021
pipili
ପିପିଲି ମାମଲାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯୋଗକୁ ସାମ୍‌ନାକୁ ଆଣିଛି କଂଗ୍ରେସ। ଦଳର ମିଡିଆ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ୍ ସାକ୍ଷୀ ସଜେଇ ମାମଲାର ଦଫା ରଫା କରିଛି। କୋର୍ଟରେ ସରକାରୀ ଓକିଲ ବି ବୟାନ ବଦଳାଇଥିବା ସାକ୍ଷୀଙ୍କୁ ଜେରା କରିନଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ। ତେବେ କଂଗ୍ରେସର ଏ […]

  • Tuesday, 20 July 2021
angul
ଚାହୁଁ ଚାହୁଁ ଜଳିଗଲା ଟ୍ରକ୍‌

ଅନୁଗୁଳ: ଚାହୁଁ ଚାହୁଁ ଜଳିଗଲା ଟ୍ରକ୍‌। ଆଉ ସୌଭାଗ୍ୟବଶତଃ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲ୍‌ପର୍। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖେମଳା ଛକ ନିକଟରେ ଆଜି ଭୋର ସମୟରେ ଏହି ଘଟଣା ଘଟିଛି। ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଲୁହା ପଥର ବୋଝେଇ ଦଶ ଚକିଆ ଟ୍ରକ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିବା ନେଇ ଅଭିଯୋଗ ହୋଇଛି। ଟ୍ରକ୍‌ଟି ରାଉରକେଲାରୁ ପାରାଦୀପ ଅଭିମୁଖେ ଯାତ୍ରା କରୁଥିଲ ତେବେ କାହିଁକି ଏବଂ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ […]

  • Tuesday, 20 July 2021
tathagata
ବିଜେପିର ନିକଟତର ହେଉଛି କି ବିଜେଡି ?

ଭୁବନେଶ୍ୱର: କ’ଣ ପୁଣି ଥରେ ବିଜେଡି, ବିଜେପିର ନିକଟତର ହେଉଛି କି ? ସମଦୂରତା କଥା କହିବା ସହ ବିଜେପି ମେଣ୍ଟରେ ସାମିଲ ହେବାକୁ ନା ନା କହୁଥିବା ବିଜେଡିର କେନ୍ଦ୍ର ସରକାରରେ ସାମିଲ ହେବା ଲାଗି ରହିଛି କି ଲାଳସା ? ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସିବିଆଇକୁ ମ୍ୟାନେଜ୍ କରୁଥିବା ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ ତଥାଗତ ଶତପଥୀ ଦେଇଥିବା ଉତ୍ତରରୁ ଏମିତି କିଛି ଆଭାସ ମିଳୁଛି। ସେ କହିଛନ୍ତି, ‘ଯଦି ଗୋଟେ କୌଣସି ଗୋଟେ ରାଜ୍ୟର ସରକାର, […]

  • Tuesday, 20 July 2021
elephant
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୭ ହାତୀଙ୍କ ଜୀବନ

ଢେଙ୍କାନାଳ: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି। କମଳାଙ୍ଗ ଗାଁ ନିକଟରେ ଥିବା ରେଲୱେ ଟ୍ରାକ୍‌ ପାଇଁ ବିଦ୍ୟୁତ୍ ତାର ଟଣା ଯାଇଥିବା କୁହାଯାଉଛି। ତେବେ ବିଦ୍ୟୁତ୍‌ ତାର ୧୭ ଫୁଟ୍ ଉଚ୍ଚରେ ଟଣାଯିବା ନେଇ ନିୟମ ଥିବା ବେଳେ ଏହା ୮ ଫୁଟ୍‌ରେ ଟଣା ଯାଇଥିଲା ବୋଲି ସୂଚନା ମିଳିଛି। […]

  • Tuesday, 20 July 2021
RP Sharma
ଏଣିକି ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍‌ ଡିଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ରାଜ୍ୟର ସବୁ ଜିଲ୍ଲାର ଏସ୍‌ପି ଓ ଡିସିପି ମାନଙ୍କୁ ପୁଲିସ୍‌ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କୌଣସି ହିଂସା ବେଳେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ହେବ, ତେବେ ଦାୟିତ୍ୱରେ ଥିବା ପୁଲିସ୍‌ ଅଧିକାରୀମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ FIR ଦାଏର କରିବେ […]

  • Tuesday, 20 July 2021
old temple
ନଦୀ ଭିତରୁ ମିଳିଲା ପୁରାତନ ମନ୍ଦିରର ଭଗ୍ନାବଶେଷ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ଗାଁ ନିକଟ କାଠପାଳ ପୋଲ ଠାରେ ସୋନ ନଦୀ ଭିତରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି। କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଏହି ସବୁ ଭଗ୍ନାବଶେଷ ଦେଖିବାକୁ ପାଇଥିଲେ। ଏହା ପଥର, ଇଟା ଓ ଚୂନରେ ତିଆରି ହୋଇଥିବା ଜଣାପଡଡ଼ିଛି। ପୂର୍ବରୁ ଏହି ସ୍ଥାନରେ ଜନବସତି ଥିଲା। କାଳକ୍ରମେ ସୋନ ନଦୀର ଗତିପଥ ବଦଳିଯିବାରୁ ଜନବସତି ନଦୀ ଗର୍ଭରେ ମିଶି ଯାଇଥିବା ଗ୍ରାମବାସୀ କହିଛନ୍ତି। ପୂର୍ବରୁ […]

  • Tuesday, 20 July 2021
sundari
ଲୁଚି ଲୁଚି ବୁଲୁଛି ‘ସୁନ୍ଦରୀ’

ଭୁବନେଶ୍ୱର: ଲୁଚି ଲୁଚି ବୁଲୁଛି ବାଘୁଣୀ ‘ସୁନ୍ଦରୀ’। ୩ ଦିନ ଧରି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ଫେଲ୍ ମାରିବା ପରେ ବନ ବିଭାଗ ଏବେ ମଧ୍ୟପ୍ରଦେଶ ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି। ଦିନେ ଦୁଇଦିନ ଭିତରେ ମଧ୍ୟପ୍ରଦେଶର ଟିମ୍ ପହଞ୍ଚିବା ପରେ ସୁନ୍ଦରୀ କାବୁ ହେବବୋଲି ଆଶା କରାଯାଉଛି। ସେପଟେ ସୁନ୍ଦରୀକୁ ଧରିବାରେ ଯେତିକି ବିଳମ୍ବ ହେଉଛି, ସ୍ଥାନୀୟ ଅଞ୍ଚଳବାସୀ ସେତିକି ଅଧିକ ଆତଙ୍କିତ ହୋଇପଡୁଛନ୍ତି। ସାତକୋଶିଆର ବାଘମୁଣ୍ଡା ନିକଟବର୍ତ୍ତୀ ଛାଞ୍ଚୁଣିଆ ଜଙ୍ଗଲରେ ଲୁଚି ଲୁଚି ବୁଲୁଛି […]

  • Tuesday, 20 July 2021
konark
ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି; ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା

କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ବନ୍ଦ ଡାକରା ଯୋଗୁ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ କରାଯାଇଛି। ଫଳରେ ସହରକୁ ଗାଡ଼ି ଆସିପାରୁନାହିଁ। ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ନାହିଁ […]

  • Tuesday, 20 July 2021
jana
ଚାଷୀଙ୍କୁ ମନେଇବାକୁ କଂଗ୍ରେସର ରଣନୀତି

ବଲାଙ୍ଗିର: ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗିରରେ କଂଗ୍ରେସର ମେଗା ଶୋ। ଚାଷୀଙ୍କୁ ନିଜ ସପକ୍ଷରେ କରିବା ପାଇଁ  ନୂଆ ରଣନୀତି ଆପଣାଇଛି ଦଳ। ଏଥିପାଇଁ ଆଜି ବଲାଙ୍ଗିରରେ ଜନ ଜାଗରଣ ସମାବେଶର ଆୟୋଜନ କରିଛି କଂଗ୍ରେସ। ରାଜ୍ୟର କୃଷୀ ଋଣ ଛାଡ଼, ଏମ୍ଏସ୍‌ପି ବୃଦ୍ଧି ଏବଂ ସ୍ୱାମିନାଥନ୍ କମିଶନ୍‌ଙ୍କ ଦାବିକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଦାବି ରହିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ମୁସ୍ତାନ ଅଲ୍ଲି ସମେତ ଅନ୍ୟ ବରିଷ୍ଠ […]

  • Tuesday, 20 July 2021
encounter
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ; ଗୁଳି, କାର୍‌ ଓ ଟଙ୍କା ଜବତ

ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍‌କାଉଣ୍ଟର। ଚମାଖଣ୍ଡି ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସାହୁ ଓ ବିଶ୍ୱଜିତ୍‌ ବାରିକ ଆହତ ହୋଇଛନ୍ତି। ସେମାନଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ସେମାନଙ୍କଠାରୁ ୨ଟି ମାଉଜର୍‌, ୪ଟି ଗୁଳି, କାର୍ ସହ ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଗତକାଲି ମନୋଜ ଓ ବିଶ୍ୱଜିତ୍‌ ଭୁବନେଶ୍ୱରରୁ ଛତ୍ରପୁର ଦେଇ ଆସୁଥିବା ସମୟରେ ପୁଲିସ୍‌ ଖବରପାଇ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। […]

  • Tuesday, 20 July 2021
TS_second_in_farmers
ପୁଣି ଜୀବନ ହାରିଲେ ଚାଷୀ

ଝାରସୁଗୁଡ଼ା: ପୁଣି ଜୀବନ ହାରିଲେ ଚାଷୀ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସମାସିଙ୍ଘାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ଯୁଧିଷ୍ଠିର ମଲ୍ଲିକ। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଋଣଭାର ସହି ନପାରି ଭାଗଚାଷୀ ଯୁଧିଷ୍ଠିର ମଲ୍ଲିକ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତବର୍ଷ ଯୁଧିଷ୍ଠିର ଝିଅର ବାହାଘର କରିଥିଲେ। ଏଥିପାଇଁ ସେ ଋଣ କରିଥିଲେ। ଆଶା କରିଥିଲେ ଏ ବର୍ଷ ଭଲ ଫସଲ ହେଲେ […]

  • Tuesday, 20 July 2021
heavy rainfall
ପୁଣି ଲଘୁଚାପ! ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜ୍ୟର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ।  ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶାରେ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ବର୍ତ୍ତମାନ ରାଜ୍ୟରେ ସକାଳେ ଏବଂ ସନ୍ଧ୍ୟା ସମୟରେ କୁହୁଡ଼ି […]

  • Tuesday, 20 July 2021
abhijit mitra
ଅଭିଜିତ୍‌ଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍‌ ଆୟାର ମିତ୍ରଙ୍କ ଜାମିନ୍‌ ଆବେଦନ ପୁଣିଥରେ ଖାରଜ ହୋଇଛି। ଜାମିନ୍‌ ଆବେଦନ ଖାରଜ ପରେ ଅଭିଜିତ୍‌ଙ୍କୁ ନିମାପଡ଼ା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅଭିଜିତ୍‌ ବିଚାର ବିଭାଗୀୟ ହାଜତରେ ରହିବେ। ଅଭିଜିତ୍‌ଙ୍କୁ ଅଧିକ ପଚରାଉଚରା ପାଇଁ କୋଣାର୍କ ଜେଏମ୍‌ଏଫ୍‌ସିଙ୍କ ନିକଟରେ କୋଣାର୍କ ପୁଲିସ୍‌ ୨ ଦିନିଆ ରିମାଣ୍ଡ ଆବେଦନ କରିଛି। ଗତକାଲି ୪ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ନେବା ପରେ କୋଣାର୍କ ଜେଏମ୍‌ଏଫ୍‌ସିଙ୍କ […]

  • Tuesday, 20 July 2021
billlllll
ଘରେ ବିଦ୍ୟୁତ ସଂଯୋଗ ନାହିଁ, କିନ୍ତୁ ଆସୁଛି ବିଲ୍‌

ରାୟଗଡ଼ା: ସୌଭାଗ୍ୟ ବିଦ୍ୟୁତକରଣ ଯୋଜନାରେ ଗାଁରେ ପୋତା ଯାଇଛି ବିଦ୍ୟୁତ ଖୁଣ୍ଟ। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର ବସିଛି। ଏପରିକି ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଲା କେବେ ଆଲୁଅ ଆସିବ, ସେନେଇ ଲୋକେ ଭାଳି ହେଉଥିବାବେଳେ ଆଲୁଅ ବଦଳରେ ସେମାନଙ୍କ ପାଖକୁ ଆସିଛି ଲମ୍ବା ବିଜୁଳି ବିଲ୍‌ର ଚିଠା। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାର ମଝିଗୁଡ଼ା, ଗୁଇଗୁଡ଼ା, ରାଜବିକ୍ରମପୁର […]

  • Tuesday, 20 July 2021
3
ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ବାଲେଶ୍ୱର ବାର୍‌ ଆସୋସିଏସନ୍‌ର ସମର୍ଥନ

ବାଲେଶ୍ୱର: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବାଲେଶ୍ୱର ବାର୍ ଆସୋସିଏସନ୍‌। କଟକରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ବାର୍ ଆସୋସିଏସନ୍‌ର ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କୁ ନ୍ୟାୟ ନମିଳିବା ଯାଏ ଓକିଲ ସଂଘର ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଗୋଟେ ପ୍ରକାର ଠପ୍ ହୋଇ ଯାଇଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ […]

  • Tuesday, 20 July 2021
ganjam
ଋଷିକୂଲ୍ୟା ନଦୀରେ ୨ ଭାଇ ଭାସିଯିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ଶୁଭମ୍‌। ଆଜି ସକାଳେ ଗାଁ ଠାରୁ କିଛି ଦୂରରେ ଶୁଭମ୍‌ର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗତକାଲି ଭୀମପୁର ଗାଁର ଗୌତମ ପ୍ରଧାନଙ୍କ ଦୁଇ ପୁଅ ସଂଗ୍ରାମ ଓ ଶୁଭମ୍ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦିନ ତମାମ୍‌ ଖୋଜାଖୋଜି କରିଥିଲେ ବି ଉଦ୍ଧାର […]

  • Tuesday, 20 July 2021
youth arrested
ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଓ ମନ୍ତବ୍ୟ ଦେଇ ସ୍ୱାମୀ ଗିରଫ

କଟକ: ସୋଶାଲ୍‌ ମିଡିଆରେ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ବିକାଶ ରଞ୍ଜନ ସିଂ। ତାଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗାଁରେ। ସୂଚନା ଅନୁସାରେ, ବିକାଶ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଯୌତୁକ ପାଇଁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଯୁବତୀ ଜଣକ ଛାଡ଼ପତ୍ର ଦେବାକୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ […]

  • Tuesday, 20 July 2021
puri
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବା ଧର୍ମ ମାସ କାର୍ତ୍ତିକ। ବିଶ୍ୱାସ ରହିଛି ଏହି ମାସରେ ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଆଜି ବଡ଼ି ଭୋରରୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିଥିଲେ। ଏହାପରେ ବିଭିନ୍ନ ପୂଜା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ହବିଷ୍ୟାଳୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ୨୫୦୦ ହବିଷ୍ୟାଳୀଙ୍କ ପାଇଁ […]

  • Tuesday, 20 July 2021
election
୨୦୧୯ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ କମିଶନରଙ୍କ ଏସ୍‌ଓପି କିପରି ପାଳନ କରାଯିବ, […]

  • Tuesday, 20 July 2021
tigress
ଫାସରେ ଫସୁନି ‘ସୁନ୍ଦରୀ’

ଅନୁଗୁଳ: ଫାସରେ ଫସୁନି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’କୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଅଭିଯାନ ବି ଫେଲ୍ ମାରିଛି। ଦୁଇ ଦିନ, ଦୁଇ ରାତି ବିତି ଯାଇଥିଲେ ସୁଦ୍ଧା ଏବେ ଯାଏ ଧରାପଡ଼ିନି ସୁନ୍ଦରୀ। ତମାମ୍‌ ରାତି ଅପରେସନ୍‌ ସତ୍ତ୍ୱେ ମଧ୍ୟ କାବୁ ହୋଇପାରିନି ବାଘୁଣୀ। ଅନ୍ୟପଟେ, ମିଶନ ‘ସୁନ୍ଦରୀ’ ଫେଲ୍‌ ମାରୁଥିବାରୁ OUAT ବିଶେଷଜ୍ଞ ଫେରି ଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ନେଇ ଚତୁର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ […]

  • Tuesday, 20 July 2021
iyer mitra
ହାଜର ହେଲେ ଅଭିଜିତ୍‌ ଆୟର ମିତ୍ର

ଭୁବନେଶ୍ୱର: ଓଡ଼ିଶା ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍‌ ଆୟର ମିତ୍ର କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭାକୁ ଆସି ଗୃହ କମିଟି ଆଗରେ ହାଜର ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ପଚରାଉଚରା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ବି ସରିଛି। ଗୃହ କମିଟି ଆଗରେ ହାଜର ହେବା ପରେ ନିଜ ମନ୍ତବ୍ୟ ପାଇଁ ଅଭିଜିତ୍‌ କ୍ଷମା ମାଗିଥିବା ସୂଚନା ମିଳିଛି। ଅଭିଜିତ୍‌ କୋଣାର୍କ ମନ୍ଦିର, ଓଡ଼ିଶା ଓ […]

  • Tuesday, 20 July 2021
pengoliun
ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ଜଣେ ଗିରଫ

ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍‌ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍ ଥିବା ଜଣା ପଡ଼ିଛି। ଏମାନଙ୍କ ସହାୟତାରେ ଜମସେଦ ମିଆଁମାର ଓ ଚୀନକୁ ବଜ୍ରକାପ୍ତା ଚାଲାଣ କରୁଥିଲା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବି ତା ନାଁରେ ମାମଲା ଅଛି। ତେଣୁ ଜମସେଦକୁ ରିମାଣ୍ଡରେ ଆଣି […]

  • Tuesday, 20 July 2021