ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ୩୪ଟି ଝାଡ଼ଖଣ୍ଡୀ ହାତୀ ଜଙ୍ଗଲ ଭିତରେ ପଶିଥିବା ଜଣାପଡ଼ିଛି। ୩୪ଟି ଝାଡ଼ଖଣ୍ଡୀ ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ଅଛନ୍ତି। ସେପଟେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତ ବର୍ଷ […]
ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍କାଉଣ୍ଟର। ଗତ କିଛି ଦିନ ତଳେ ପୁଲିସ୍ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ପୁଣି ଏକ ଏନ୍କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ହୋଇଥିବା ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ ଓରଫ୍ ବାଦଲ ଆହତ ହୋଇଛି। ହିଞ୍ଜିଳିକାଟୁ-ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକରେ ଏହି ଏନ୍କାଉଣ୍ଟର ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜିତୁ ଏବଂ ତାର ସାଙ୍ଗ […]
ଭୁବନେଶ୍ୱର: ଯାହାଙ୍କ ପାଇଁ ଦିଲ୍ଲୀ ଦଉଡ଼, ଭୁବନେଶ୍ୱରରେ ପ୍ରତିବାଦ, ସେହି ଅନ୍ନଦାତା ଏବେ ପେଷି ହେଉଛି ସମସ୍ୟା ଘେରରେ। ଉଣା ଅଧିକେ ପ୍ରାୟ ସବୁ ସ୍ଥାନରେ ଧାନ ବିକିବାକୁ ନାକେଦମ ହେଉଛି ଚାଷୀ। ଧାନର ସହାୟକ ମୂଲ୍ୟ ତ ଦୂରର କଥା ମଣ୍ଡି ନ ଖୋଲିବାରୁ ଧାନ ଧରି ଦିନରାତି ମଣ୍ଡିରେ ପଡ଼ି ରହୁଛନ୍ତି ଚାଷୀ। ଶୀତ କାକରରେ ଖୋଲା ଆକାଶ ତଳେ ଶୋଇ ରହି ଧାନକୁ ଜଗି ରହିଛି ଚାଷୀ। ଏହି ଘଟଣା ହେଉଛି ସୁବର୍ଣପୁର […]
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଢେଙ୍କାନାଳରେ ପହଞ୍ଚିଛି। କ୍ରାଇମ୍ବ୍ରାଞ୍ଚ୍ର ୪ଜଣିଆ ଟିମ୍ ଢେଙ୍କାନାଳରେ ପହଞ୍ଚି ଡିଏଫ୍ଓ ଏବଂ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ରେ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଘଟଣାକୁ ନେଇ ଢେଙ୍କାନାଳ ମିଳିତ ବଜାର ପୂଜା କମିଟି ପକ୍ଷରୁ ଡିଏଫ୍ଓ ଅଫିସ ଘେରାଉ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ […]
ଭୁବନେଶ୍ୱର: ଦୁଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବା ପରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। କଟକରେ ବାର୍ ଆସୋସିଏସନ୍ ତରଫରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇଛି। କଟକରେ ଆଜି ହାଇକୋର୍ଟର ବିଭିନ୍ନ ଫାଟକରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟର ବିଭିନ୍ନ ଫାଟକରେ ୨୫ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ ବାଲେଶ୍ୱରରେ ମଧ୍ୟ ଆନ୍ଦୋଳନକୁ ତୀବ୍ରତର କରିଛି ବାଲେଶ୍ୱର ବାର୍ ଆସୋସିଏସନ୍। ଜିଲ୍ଲା ଦୌରା […]
ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍ରେ ଅଗ୍ନିକାଣ୍ଡ। ମେଡିକାଲ୍ କଲେଜର ୨ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନଥିଲେ। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ନିଆଁ ଲାଗି ଯିବା ଫଳରେ ପୂରା ପରିବେଶ ଧୂଆଁମୟ ହୋଇ ଯାଇଥିଲା। ଠିକ୍ […]
ଭଦ୍ରକ: ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ଏହି ବନ୍ଦ ଡାକରା ଦେଇଛି। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଜିଲ୍ଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ବନ୍ଦ ବେଳେ କୌଣସି ହିଂସାକାଣ୍ଡ ନ ଘଟାଇବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। […]
ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକରେ, କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା ବି କରିଛନ୍ତି। ବିଶେଷ କରି ସରକାରଙ୍କ ଆର୍ଥିକ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ନନ୍ଦକିଶୋର। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି। ମୁଣ୍ଡପିଛା ଆୟରେ ଅଗ୍ରଗତି ହୋଇଛି, କିନ୍ତୁ ଜାତୀୟ ହାରଠାରୁ ତଥାପି ଦୂରରେ ରହିଛି ରାଜ୍ୟ। ଏଣୁ ସରକାରଙ୍କୁ ଏ ଦିଗରେ ଆହୁରି ଅନେକ କିଛି […]
ବରଗଡ଼: ମହାବଳ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଏବଂ ଦାମୋଦର ପଡ଼ା ଗାଁ ନିକଟ ଜଙ୍ଗଲରୁ ପୋତା ଅବସ୍ଥାରେ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ୩ଜଣିଆ ଟିମ୍ ମହାବଳକୁ ଉଦ୍ଧାର କରିଛନ୍ତି। ମୃତ ମହାବଳ ବାଘର ମୁଣ୍ଡ ନଥିବା ବେଳେ ଗୋଡ଼ର ନଖ ମଧ୍ୟ କଟା ଯାଇଥିବା […]
ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅନୁଗୁଳ ଜିଲ୍ଲା କଞ୍ଜରାରେ ହିଂସା ଘଟଣାରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅନୁଗୁଳ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ୍ ନାମଞ୍ଜୁର ହେବାରୁ ଭାଗିରଥୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରୁ ବିଳମ୍ବିତ ରାତିରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଫଳରେ ଗିରଫ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଗତ ୨୧ ତାରିଖରେ ସୁନ୍ଦରୀ […]
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେହିପରି ଜଙ୍ଗଲ ଓ ବିଜୁଳି ବିଭାଗ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଯୋଗୁ ଓଡ଼ିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଧର୍ମେନ୍ଦ୍ର […]
କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ। କେତେବେଳେ ସରକାରୀ ଯୋଜନାର ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତା ବାଣ୍ଟି କୋଟିଆ ଦଖଲ ଲାଗି ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ ସରକାରୀ ଯୋଜନାର ଓଡ଼ିଆ ପୋଷ୍ଟର୍ ମାରି ଚୁପ୍ ବିସିଛନ୍ତି। ଭାଷାଗତ ସମସ୍ୟା ଯୋଗୁ ଲୋକେ ନା ବୁଝିପାରୁଛନ୍ତି ସେହି ଓଡ଼ିଆ ପୋଷ୍ଟରକୁ ନା ଜାଣିପାରୁଛନ୍ତି ଓଡ଼ିଶା ସରକାରଙ୍କ […]
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ, ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନବିଭାଗର ୩ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେହିପରି […]
ବରଗଡ଼: ବରଗଡ଼ ଜିଲ୍ଲା ଇଥାନଲ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ଚୋରାରେ ବାଲି ପଥର ଆଣି କାମ କରୁଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟ୍ର ପାଚେରୀ କାମ କରୁଥିବା ମୁମ୍ବାଇର ବିଜୟା ବିଲ୍ଡର୍ସ ନାମକ ଏକ ଠିକା ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ଚାଷ ଜମିରେ ଥିବା ବୋର ୱେଲ୍ରୁ ପାଣି ଓ ପାଖରେ ଥିବା ନଦୀରୁ ବେଆଇନ୍ ଭାବେ ବାଲି ଉଠାଉ ଥିବା ଅଭିଯୋଗ ହୋଇଥିଲା। ସେହିପରି ଅମ୍ବାଭୋନା ବ୍ଲକରେ ଥିବା ସମ୍ବଲପୁରୀ […]
ଭୁବନେଶ୍ୱର: ବାଣ ଫୁଟା ଏବଂ ବିକ୍ରିକୁ ନେଇ ଡିଜିପିଙ୍କ ନିର୍ଦ୍ଦେଶନାମା ଜାରି ପରେ କମିଶନରେଟ ପୁଲିସ୍ର ତତ୍ପରତା। ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଅଙ୍କକଷା ଆରମ୍ଭ କରିଛି। ପୁଲିସ୍ କମିଶନର ସବୁ ଥାନା ଅଧିକାରୀଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଥିବାବେଳେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ପ୍ରଥମ କରି ନିୟମ ଲାଗୁ ହେଉଥିବାରୁ ପୁଲିସ୍, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପେଟ୍ରୋଲିୟମ ଏବଂ ଏକ୍ସପ୍ଲୋସିଭ୍ ସେଫ୍ଟି ବିଭାଗ ଦ୍ୱାରା ମିଳିତଯାଞ୍ଚ କରାଯିବ ବୋଲି ସୂଚନା […]
ମୟୂରଭଞ୍ଜ: କପ୍ତିପଦା ତହସିଲ ଅଧିନରେ ଥିବା ଶାରୀଶୁଆ ଗାଁରେ ବେଧଡ଼କ ଚାଲିଛି ପଥର ଖାଦାନ ବ୍ଲାଷ୍ଟିଂ। ପ୍ରଶାସନର ଆଖି ଆଗରେ ଖାଦାନ ବ୍ଲାଷ୍ଟିଂ ହେଉଥିବା ବେଳେ ସବୁ ଜାଣି କିଛି ନ ଯାଣିବା ଭଳି ରାଜସ୍ୱ ରହୁଥିବା ଅଭିଯୋଗ ହେଉଛି। ବେଆଇନ ପଥର ବ୍ଲାଷ୍ଟିଂ ଦ୍ୱାରା ଆଖ ପାଖ ଅଞ୍ଚଳର କାନ୍ଥରେ ଫାଟ ଦେଖାଦେଲାଣି। ହାତୀଙ୍କ ଚଳପ୍ରଚଳ ସ୍ଥାନ ହୋଇଥିବାରୁ ବ୍ଲାଷ୍ଟିଂ ଶବ୍ଦ ଭୟରେ ହାତୀ ଗାଁ ମୁଖା ହୋଇ ବ୍ୟାପକ ନଷ୍ଟକରୁଥିବା ଅଭିଯୋଗ ହୋଇଛି। କେବଳ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଛଇଳା ଦାସ। ସେ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କିନ୍ତୁ କୌଶଳ କ୍ରମେ ସେଠାରୁ ସେ ଖସି ଆସିଥିଲେ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରାପଡ଼ା: ରଙ୍ଗୀନ ଆଲୋକ ସାଙ୍ଗକୁ ଆଖି ଝଲସିଲା ଭଳି ସାଜସଜା। କେଉଁଠି ଟାଇଟନିକ୍ ତ ଆଉ କେଉଁଠି ତାଜ ମହଲ। ଏମିତି ଭଳିକି ଭଳି ସାଜସଜାରେ ଝଲସୁଛି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜା ମଣ୍ଡପ। ସହରର ୬୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ପ୍ରତି ମଣ୍ଡପରେ ଆକର୍ଷଣୀୟ ସାଜସଜା ହୋଇଛି। ଏଥିପାଇଁ ପୂଜା କମିଟି ଗୁଡ଼ିକ ବିଶେଷ ଧ୍ୟାନ ଦେବା ସହ ସ୍ୱତନ୍ତ୍ର ବଜେଟ୍ କରିଛନ୍ତି। ସୁଉଚ୍ଚ ତୋରଣ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। କେନ୍ଦ୍ରାପଡ଼ା ସହରର […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଫଳରେ ଏହାର ପ୍ରଭାବରେ ଉପକୂଳରେ ଆସନ୍ତା କାଲିଠୁ ୩୦ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଗଞ୍ଜାମ, କଟକ, ନୟାଗଡ଼, ରାୟଗଡ଼ା ଏବଂ […]
ପଟ୍ଟାମୁଣ୍ଡାଇ: ନାବାଳିକାକୁ ସାପ ଦେଖାଇବାକୁ କହି ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଗାଁର ଜଣେ ଯୁବକ ନାବାଳିକା ଜଣଙ୍କୁ ସାପ ଦେଖାଇବାକୁ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ନାବାଳିକା ଜଣକ ସବୁଦିନ ଭଳି ଗତକାଲି ମଧ୍ୟ ଟ୍ୟୁସନ୍ ଯାଇଥିଲେ। ହେଲେ ଟ୍ୟୁସନ୍ ବନ୍ଦ ଥିଲା। ଏହି ସମୟରେ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ସାପ […]
ଭୁବନେଶ୍ୱର: ଚାଷୀ ରାଜନୀତିର ବିକ୍ଷୋଭ ଓ ସମାବେଶ ପ୍ରତିଯୋଗିତାରେ ଯୋଗ ଦେଇଛି କଂଗ୍ରେସ ଦଳ। ଏଥିପାଇଁ ଦଳର କୃଷକ ସେଲ୍ ତଥା କିଷାନ କଂଗ୍ରେସ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। କୃଷି ଋଣ ଛାଡ଼, ବୋନସ୍ ପ୍ରଦାନ ଓ ଧାନର MSP ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି। କଂଗ୍ରେସ ଚେତାବନୀ ଦେଇଛି, ଦାବି ପୂରଣ ନ ହେଲେ ଦିଲ୍ଲୀରେ ନୁହେଁ, ପଲ୍ଲୀରେ ହେବ ଆନ୍ଦୋଳନ। ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସତର୍କ […]
କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଞ୍ଜୁ ରାଉତ। ତାଙ୍କ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରେ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ଏସ୍ସିବିକୁ ସ୍ଥାନାନ୍ତର ହୋଇଥିଲେ। ଗତ ଚାରି ଦିନ ଧରି ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।
କଳାହାଣ୍ଡି: ମର୍ଣ୍ଣିଂ ୱାକ୍ରେ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୧୭ ବର୍ଷୀୟ କୈଳାସ ମାଝି। ସେ ପାଣିଗାଁର ବୋଲି ଜଣାପଡ଼ିଛି। ସବୁଦିନ ଭଳି ଆଜି ଭୋର ସମୟରେ କୈଳାସ ମର୍ଣ୍ଣିଂ ୱାକ୍ରେ ଡୁମେରମୁଣ୍ଡା ରାସ୍ତାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା […]