• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

hockey
ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ପାଇଁ ବିପିୟୁଟି ସେମିଷ୍ଟାର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ଲାଗି ଆଜି ହେବାକୁ ଥିବା ବିପିୟୁଟି ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜ ଓ ପରୀକ୍ଷା ସେଣ୍ଟରକୁ ଏ ସମ୍ପର୍କିତ ନୋଟିସ୍‌ ଜାରି ହୋଇଛି। ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

  • Tuesday, 20 July 2021
hatakadi
ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ପଡ଼ିଲା ହାତକଡ଼ି

ଅନୁଗୁଳ: ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ, ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମଝିଗାଁକୁ ପ୍ରୋସେସନ୍‌ରେ ଆସୁଥିଲେ। ତେବେ ପୂର୍ବରୁ ଏ ସଂପର୍କରେ ଅଭିଯୋଗ ପାଇଥିବା ହିନ୍ଦୋଳ ପୁଲିସ୍, ଅନୁଗୁଳ ପୁଲିସ୍‌ ସହାୟତାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା। ତେବେ […]

  • Tuesday, 20 July 2021
rourkela ..
ରାଉରକେଲା ବନ୍ଦ

ରାଉରକେଲା: ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଏବଂ ରାଉରକେଲାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡକାରା ଦିଆଯାଇଛି। ଦୀର୍ଘ ଦିନ ଧରି ଏନେଇ ବାରମ୍ବାର ଦାବି ଉପସ୍ଥାପନ କରାଯାଇଛି। ଏପରିକି ପ୍ରତିକାତ୍ମକ ଭାବେ ମାସକରେ ତିନି ଦିନ କୋର୍ଟ ବନ୍ଦ କରିବା ସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଓକିଲ ସଂଘ […]

  • Tuesday, 20 July 2021
bdk
ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ

ଭଦ୍ରକ: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ। ପରସ୍ପର ଆକ୍ଷେପ ପ୍ରତି ଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସପ୍ତମ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏପରିକି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଧାମନଗର ବିଧାୟକ […]

  • Tuesday, 20 July 2021
hockey
ଆଜି ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍

ଭୁବନେଶ୍ୱର: ଆଜି ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ବଲିଉଡ୍ ସୁପର ଷ୍ଟାର ଶାହରୁଖ ଖାନ୍‌, ମାଧୁରୀ ଦୀକ୍ଷିତଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ୍‌ ଯୋଗ ଦେବେ। ଲାଇଭ ଶୋ’ରେ ରହମାନ୍‌ ପରିବେଷଣ କରିବେ ହକି ବିଶ୍ୱକପର ଆନ୍ଥେମ୍ ‘ଜୟହିନ୍ଦ୍ ଇଣ୍ଡିଆ’। ତା’ସାଙ୍ଗକୁ ହକିପ୍ରେମୀଙ୍କ ହୋସ୍ ଉଡ଼ାଇବେ ଦେଶ ବିଦେଶର ପ୍ରାୟ ୧୮୦୦ କଳାକାର। ଉଦ୍‌ଘାଟନୀ ମଞ୍ଚରେ […]

  • Tuesday, 20 July 2021
ncpcr
ବଢ଼ୁଥିବା ଛାତ୍ରୀ ଦୁଷ୍କର୍ମ ଘଟଣା: ୩୦ ଦିନରେ ତଦନ୍ତ ରିପୋର୍ଟ ଦିଅ

ଭୁବନେଶ୍ୱର: ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ବଢ଼ୁଥିବା ଛାତ୍ରୀ ଦୁଷ୍କର୍ମ ଘଟଣା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ରାଜ୍ୟରେ ଗତ କିଛିଦିନ ମଧ୍ୟରେ ଘଟିଯାଇଥିବା ସମସ୍ତ ଘଟଣାର ତଦନ୍ତ କରି ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନଙ୍କ ସଦସ୍ୟ। ତା’ସହ ଏଭଳି ଘଟଣାକୁ କିଭଳି ରୋକାଯିବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। କନ୍ଧମାଳର ଦାରିଙ୍ଗିବାଡ଼ି, ଢେଙ୍କାନାଳର ସପ୍ତଶଯ୍ୟା, […]

  • Tuesday, 20 July 2021
saha
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହିଁକି ନିରବ ରହିଲେ ଶାହ ?

ଭୁବନେଶ୍ୱର: ମୋଦି ନରମିଲେ, ଅମିତ ଶାହ ବର୍ଷିଲେ, ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଦୌ ହାତ ମାରିଲେନି ବିଜେପି କମାଣ୍ଡର୍। ତେବେ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ୍ ଅଭିଯୋଗ ଉପରେ ଶାହଙ୍କ ଅଧା ଗରମ ଭାଷଣ ତାଳିପକା ଉଦ୍ୟମ ନୁହେଁ ତ? ସାଲେପୁରରେ ଶାହଙ୍କ ୧୯ରେ ୧୯ ବର୍ଷର ନବୀନ ସରକାରକୁ ହଟାଇବା ଆହ୍ୱାନ ଭିତରେ ଲୁଚିଗଲା ଚିଟ୍‌ଫଣ୍ଡ୍, ଖଣି ଦୁର୍ନୀତି, ଦୁଷ୍କର୍ମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏମିତିକି ରାଜ୍ୟ ବିଜେପି ଉଠାଇ ଆସୁଥିବା ଅନେକ ପ୍ରସଙ୍ଗ ଶାହ […]

  • Tuesday, 20 July 2021
bhrugu
ସମନ ରାଜନୀତି: ସିବିଆଇ ବନାମ ଓଡ଼ିଶା ପୁଲିସ୍‌

ଭୁବନେଶ୍ୱର: ସମନକୁ ନେଇ ତେଜିଲା ରାଜ୍ୟ ରାଜନୀତି। ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇର ସମନ ପରେ ବିଜେପି ନେତାଙ୍କ ବିରୋଧରେ ପୁଲିସ୍‌ର ସମନ ଆସିବା ଘଟଣା ଏବେ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି। ଉଭୟ ଦଳ ପରସ୍ପର ବିରୋଧରେ ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ବର୍ତ୍ତମାନ ସିବିଆଇ ବନାମ ଓଡ଼ିଶା ପୁଲିସ୍‌, ଆଉ ସମନ ଭର୍ସେସ୍ ସମନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜନୈତିକ ଲଢ଼େଇକୁ ରୋଚକ କରିଛି […]

  • Tuesday, 20 July 2021
kalinga stadium
ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ୨୭ ତାରିଖରେ ଭୁବନେଶ୍ୱରରେ ଉଦ୍‌ଘାଟନୀ ଉତ୍ସବ ହେବାକୁ ଥିବାବେଳେ ଏହି ଦିନ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଦିନ ସାଢେ ୧ଟାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଢେ ୧ଟାରୁ ବନ୍ଦ ରହିବ। ୨୮ ତାରିଖରେ କଟକରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ […]

  • Tuesday, 20 July 2021
sashibhusan
ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି

ଭୁବନେଶ୍ୱର: ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଅନ୍ ସପ୍ ନୁହେଁ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ ବୋଲି ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି।  ଅନ୍ ସପ୍‌ରେ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା ବୋଲି ସେ କହିଛନ୍ତି। ହକି […]

  • Tuesday, 20 July 2021
baijaynata
ମୃତକଙ୍କ ପରିବାରକୁ ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସମବେଦନା

କେନ୍ଦ୍ରାପଡ଼ା: କାକତିଆ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜନଗର ବ୍ଲକ୍‌ ବାଲିକଣା, ଭଗବାନପୁର ଓ ରାଜପୁର ଯାଇ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ସାନ୍ତ୍ୱନା ଦେଇଛନ୍ତି। ସେ ରାଜନୀତିରେ ଥାଆନ୍ତୁ କି ନଥାନ୍ତୁ କେନ୍ଦ୍ରାପଡ଼ାବାସୀଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ହେବେ ବୋଲି କହିଛନ୍ତି ବୈଜୟନ୍ତ।  ଏଥିସହ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଥିବାରୁ ଗାଡ଼ି ଚଳାଇବାବେଳେ ହେଲମେଟ୍ ଓ […]

  • Tuesday, 20 July 2021
thathina
‘ତିତ୍‌ଲି’ ବାତ୍ୟାର ତିନି ମାସ ପରେ ବି ସୁଧୁରିନି ସ୍ଥିତି

ଗଜପତି : ‘ତିତ୍‌ଲି’ ତାଣ୍ଡବରେ ସବୁ କିଛି ହରାଇଥିବା ଲୋକଙ୍କ ସ୍ଥିତି ସୁଧୁରିବାର ନା ନେଉନି। ବାତ୍ୟା ପ୍ରପୀଡ଼ିତଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସଜାଡ଼ିବାକୁ ସମ୍ବଳ ନାହିଁ। ଏଭଳି ସ୍ଥିତିରେ ‘ତିତ୍‌ଲି’ କ୍ଷତିଗ୍ରସ୍ତ ଲୋକଙ୍କ ଏକମାତ୍ର ସାହାରା ପାଲଟିଛି ଅଙ୍ଗନଓ୍ୱାଡ଼ି କେନ୍ଦ୍ର। ସେଠାରେ ବି ସଠିକ୍ ଜାଗା ହେଉନଥିବାରୁ ବାହାରେ ପାଲ ତଳେ ଜୀବନ ବିତାଉଛନ୍ତି ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ରାୟଗଡ଼ ବଡ଼ସଡ଼ା ଗାଁରେ। ପ୍ରକୃତିର କରାଳ ରୂପ […]

  • Tuesday, 20 July 2021
vijilNCE
ଭିଜିଲାନ୍ସ ଜାଲରେ ଏଜୁକେସନ୍ ଅଫିସ୍‌ର ହେଡ୍‌ କ୍ଲର୍କ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ବଅଁରପାଳ ବ୍ଲକ୍‌ ଏଜୁକେସନ୍ ଅଫିସ୍‌ର ହେଡ୍‌ କ୍ଲର୍କ୍ ରଞ୍ଜନ କୁମାର ନାୟକ। ଏରିଆର ବିଲ୍ ପ୍ରସ୍ତୁତ କରିବା ପାଇଁ ପରାତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ରଞ୍ଜନକୁ ଗିରଫ୍‌ କରିଛି ଭିଜିଲାନ୍ସ। ଲାଞ୍ଚ ମାଗିବା ନେଇ ପ୍ରଶାନ୍ତ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ଯୋଜନା ମୁତାବକ ଶିକ୍ଷକ ହେଡ୍ କ୍ଲର୍କ୍‌ଙ୍କୁ ୩ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସର ଏକ ଟିମ୍‌ ହେଡ୍ […]

  • Tuesday, 20 July 2021
nabarangpur
ନବରଙ୍ଗପୁର ଏସ୍‌ପିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜଣେ ନିରୀହ ଯୁବକଙ୍କୁ ଏସ୍‌ପି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ସେ ଦାବି କରିଛନ୍ତି। ଏହାସହ ସ୍ଥାନୀୟ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଦୀପ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଡିସେମ୍ବର ୪ରେ ନବରଙ୍ଗପୁର ବନ୍ଦ ପାଳନ ହେବ ବୋଲି […]

  • Tuesday, 20 July 2021
cm
ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଜିଲ୍ଲା ପାଇଁ ନୂଆ କିଛି ଘୋଷଣା କରିଛନ୍ତି। ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ରିଂଗ ରୋଡ୍ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ବାରିପଦା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଦୀର୍ଘ ବର୍ଷ ହେଲା ବାରିପଦାରେ ଚାଲିଥିବା ଆୟୂର୍ବେଦ କଲେଜକୁ ସରକାରୀ କରିବା […]

  • Tuesday, 20 July 2021
cold wave
ରାଜ୍ୟରେ ଶୀତର ଲହରି ଜାରି

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରି ଜାରି ରହିଛି। କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଧୀରେ ଧୀରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଯୋଗୁଁ ଲୋକେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ତେବେ ଶୀତ ବଢୁଥିବାରୁ ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।

  • Tuesday, 20 July 2021
winter2
ଦାବି ନ ଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଢାଳିଲେ କ୍ଷୀର

କେନ୍ଦୁଝର: କେନ୍ଦୁଝରରେ ଦୁଗ୍ଧ ଉତ୍ପାଦନକାରୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଦୁଗ୍ଧ ଉତ୍ପାଦନକାରୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। କ୍ଷୀରର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଡିଏମ୍ଏଫ୍ ଫଣ୍ଡରୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟଙ୍କୁ ଆର୍ଥିକ ସହାୟତା ଭଳି […]

  • Tuesday, 20 July 2021
food
କଟକ ବାଲିଯାତ୍ରାରେ ବହୁ ପରିମାଣର ବାସି ଖାଦ୍ୟ ନଷ୍ଟ

କଟକ: ଐତିହାସିକ କଟକ ବାଲିଯାତ୍ରାର ଆଜି ଚତୁର୍ଥ ଦିନ। ସନ୍ଧ୍ୟାରେ ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ବୁଲାବୁଲି ସାଙ୍ଗକୁ ଚଟ୍‌ପଟା ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକେ। ଗତକାଲି ରବିବାର ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା। ସେହିପରି ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଫୁଡ୍ ଷ୍ଟଲ୍‌ ଉପରେ ଚଢ଼ାଉ କରାଯାଇଥିଲା। ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲରୁ ଅଧିକ ବାସି ଖାଦ୍ୟ ନଷ୍ଟ […]

  • Tuesday, 20 July 2021
farmer
ବିଜେଡିର ଜନ ସଂପର୍କ ପଦଯାତ୍ରାକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ୱର: ବିଜେଡିର ଜନ ସଂପର୍କ ପଦଯାତ୍ରା ବେଳେ ନବ ନିର୍ମାଣ କୃଷକ ସଂଗଠନର ବିରୋଧ। କୁଜଙ୍ଗ ବ୍ଲକ୍‌ର ଫତେପୁରଠାରେ ବିଜେଡି ସମାବେଶକୁ ଦଳୀୟ ନେତା ଯାଉଥିବା ବେଳେ ଘୋଡାମରାଠାରେ ରାସ୍ତା ଅବରୋଧ କରି ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଦାବିପତ୍ର ଦେଇଥିଲେ। ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା କୃଷକମାନଙ୍କର ଦାବି ପୂରଣ କରା ନ ଗଲେ ଡିସେମ୍ବର ମାସରୁ ଆଉ କୌଣସି ନେତାମାନଙ୍କୁ ଗାଁରେ ପୂରାଇ ଦିଆଯିବନାହିଁ ବୋଲି ସଂଗଠନର ସଦସ୍ୟ ଚେତାବନୀ ଦେଇଛନ୍ତି। […]

  • Tuesday, 20 July 2021
dhana
ମଣ୍ଡି ଚିନ୍ତାରୁ ଚାଷୀଙ୍କୁ କେବେ ମିଳିବ ମୁକ୍ତି ? କ୍ରୋଧରେ ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛନ୍ତି। ତାସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ୍‌ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଉ ଗଂଜାମ ଜିଲ୍ଲା ବୁଗୁଡ଼ା […]

  • Tuesday, 20 July 2021
n bhaskar rao
ଖାରବେଳଙ୍କୁ ମାଡ଼ ଘଟଣାର ଖବର ପ୍ରସାରଣକୁ ନେଇ ବିଜେଡି ଉପସଭାପତିଙ୍କ ଧମକ

ଭୁବନେଶ୍ୱର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓଙ୍କ ଧମକ। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କୁ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି କହିଛନ୍ତି ଭାସ୍କର ରାଓ। କେବଳ ସେତିକି ନୁହେଁ ଅାଗକୁ କଣ ହେବ ସେ ଗଣମାଧ୍ୟମ […]

  • Tuesday, 20 July 2021
kiit
କିଟ୍ ଲଙ୍କାକାଣ୍ଡ ଘଟଣାରେ ୨ଟି ମାମଲା ରୁଜୁ, ୫ ଛାତ୍ର ଅଟକ

ଭୁବନେଶ୍ୱର : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ର ସଂଘର୍ଷ। ଦୁଇ ଗୋଷ୍ଠୀର ଅାକ୍ରମଣରେ ୧୪ ଛାତ୍ର ଅାହତ। ଘଟଣାରେ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି କମିଶନରେଟ୍‌ ପୁଲିସ୍‌। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। ଗତକାଲି କମେଣ୍ଟ ମରା ଘଟଣାକୁ ନେଇ କିଟ୍ କ୍ୟାଂପସରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଲଙ୍କାକାଣ୍ଡ ଘଟିଥିଲା। କଲମ ବଦଳରେ ହାତରେ ଇଟା, ପଥର, ବାଉଁଶ […]

  • Tuesday, 20 July 2021
biju
ବିଜୁ ଯୁବ ବାହିନୀର ରିଜିଓନାଲ ୟୁଥ୍‌ କନ୍‌କ୍ଲେଭ୍‌ ପାଇଁ ପ୍ରସ୍ତୁତି

ସମ୍ବଲପୁର: ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍‌ କନକ୍ଲେବ୍‌’ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ […]

  • Tuesday, 20 July 2021
suna
ସିମରନ୍‌ ମୃତ୍ୟୁ ଘଟଣା: ସ୍ୱାମୀ ୟୁଗ୍‌ ସୁନାଙ୍କୁ ରିମାଣ୍ଡରେ ନେଲା ପୁଲିସ୍

ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍‌ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍‌ ସିମ୍‌ରନ୍‌ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି। ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରେ ସିମରନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୟୁଗ୍‌ଙ୍କୁ ପଚରାଉଚୁରା ସମୟରେ ପୁଲିସ୍ […]

  • Tuesday, 20 July 2021
killed
ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ

କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ […]

  • Tuesday, 20 July 2021