ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ୨୭ ତାରିଖରେ ଭୁବନେଶ୍ୱରରେ ଉଦ୍ଘାଟନୀ ଉତ୍ସବ ହେବାକୁ ଥିବାବେଳେ ଏହି ଦିନ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଦିନ ସାଢେ ୧ଟାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଢେ ୧ଟାରୁ ବନ୍ଦ ରହିବ। ୨୮ ତାରିଖରେ କଟକରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ […]
ଭୁବନେଶ୍ୱର: ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଅନ୍ ସପ୍ ନୁହେଁ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ ବୋଲି ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି। ଅନ୍ ସପ୍ରେ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା ବୋଲି ସେ କହିଛନ୍ତି। ହକି […]
କେନ୍ଦ୍ରାପଡ଼ା: କାକତିଆ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜନଗର ବ୍ଲକ୍ ବାଲିକଣା, ଭଗବାନପୁର ଓ ରାଜପୁର ଯାଇ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ସାନ୍ତ୍ୱନା ଦେଇଛନ୍ତି। ସେ ରାଜନୀତିରେ ଥାଆନ୍ତୁ କି ନଥାନ୍ତୁ କେନ୍ଦ୍ରାପଡ଼ାବାସୀଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ହେବେ ବୋଲି କହିଛନ୍ତି ବୈଜୟନ୍ତ। ଏଥିସହ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଥିବାରୁ ଗାଡ଼ି ଚଳାଇବାବେଳେ ହେଲମେଟ୍ ଓ […]
ଗଜପତି : ‘ତିତ୍ଲି’ ତାଣ୍ଡବରେ ସବୁ କିଛି ହରାଇଥିବା ଲୋକଙ୍କ ସ୍ଥିତି ସୁଧୁରିବାର ନା ନେଉନି। ବାତ୍ୟା ପ୍ରପୀଡ଼ିତଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସଜାଡ଼ିବାକୁ ସମ୍ବଳ ନାହିଁ। ଏଭଳି ସ୍ଥିତିରେ ‘ତିତ୍ଲି’ କ୍ଷତିଗ୍ରସ୍ତ ଲୋକଙ୍କ ଏକମାତ୍ର ସାହାରା ପାଲଟିଛି ଅଙ୍ଗନଓ୍ୱାଡ଼ି କେନ୍ଦ୍ର। ସେଠାରେ ବି ସଠିକ୍ ଜାଗା ହେଉନଥିବାରୁ ବାହାରେ ପାଲ ତଳେ ଜୀବନ ବିତାଉଛନ୍ତି ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ରାୟଗଡ଼ ବଡ଼ସଡ଼ା ଗାଁରେ। ପ୍ରକୃତିର କରାଳ ରୂପ […]
ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ବଅଁରପାଳ ବ୍ଲକ୍ ଏଜୁକେସନ୍ ଅଫିସ୍ର ହେଡ୍ କ୍ଲର୍କ୍ ରଞ୍ଜନ କୁମାର ନାୟକ। ଏରିଆର ବିଲ୍ ପ୍ରସ୍ତୁତ କରିବା ପାଇଁ ପରାତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ରଞ୍ଜନକୁ ଗିରଫ୍ କରିଛି ଭିଜିଲାନ୍ସ। ଲାଞ୍ଚ ମାଗିବା ନେଇ ପ୍ରଶାନ୍ତ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ଯୋଜନା ମୁତାବକ ଶିକ୍ଷକ ହେଡ୍ କ୍ଲର୍କ୍ଙ୍କୁ ୩ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସର ଏକ ଟିମ୍ ହେଡ୍ […]
ନବରଙ୍ଗପୁର: ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜଣେ ନିରୀହ ଯୁବକଙ୍କୁ ଏସ୍ପି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ସେ ଦାବି କରିଛନ୍ତି। ଏହାସହ ସ୍ଥାନୀୟ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଦୀପ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଡିସେମ୍ବର ୪ରେ ନବରଙ୍ଗପୁର ବନ୍ଦ ପାଳନ ହେବ ବୋଲି […]
ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଜିଲ୍ଲା ପାଇଁ ନୂଆ କିଛି ଘୋଷଣା କରିଛନ୍ତି। ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ରିଂଗ ରୋଡ୍ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ବାରିପଦା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଦୀର୍ଘ ବର୍ଷ ହେଲା ବାରିପଦାରେ ଚାଲିଥିବା ଆୟୂର୍ବେଦ କଲେଜକୁ ସରକାରୀ କରିବା […]
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରି ଜାରି ରହିଛି। କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଧୀରେ ଧୀରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଯୋଗୁଁ ଲୋକେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ତେବେ ଶୀତ ବଢୁଥିବାରୁ ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।
କେନ୍ଦୁଝର: କେନ୍ଦୁଝରରେ ଦୁଗ୍ଧ ଉତ୍ପାଦନକାରୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଦୁଗ୍ଧ ଉତ୍ପାଦନକାରୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। କ୍ଷୀରର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଡିଏମ୍ଏଫ୍ ଫଣ୍ଡରୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟଙ୍କୁ ଆର୍ଥିକ ସହାୟତା ଭଳି […]
କଟକ: ଐତିହାସିକ କଟକ ବାଲିଯାତ୍ରାର ଆଜି ଚତୁର୍ଥ ଦିନ। ସନ୍ଧ୍ୟାରେ ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ବୁଲାବୁଲି ସାଙ୍ଗକୁ ଚଟ୍ପଟା ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକେ। ଗତକାଲି ରବିବାର ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା। ସେହିପରି ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଫୁଡ୍ ଷ୍ଟଲ୍ ଉପରେ ଚଢ଼ାଉ କରାଯାଇଥିଲା। ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲରୁ ଅଧିକ ବାସି ଖାଦ୍ୟ ନଷ୍ଟ […]
ଭୁବନେଶ୍ୱର: ବିଜେଡିର ଜନ ସଂପର୍କ ପଦଯାତ୍ରା ବେଳେ ନବ ନିର୍ମାଣ କୃଷକ ସଂଗଠନର ବିରୋଧ। କୁଜଙ୍ଗ ବ୍ଲକ୍ର ଫତେପୁରଠାରେ ବିଜେଡି ସମାବେଶକୁ ଦଳୀୟ ନେତା ଯାଉଥିବା ବେଳେ ଘୋଡାମରାଠାରେ ରାସ୍ତା ଅବରୋଧ କରି ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଦାବିପତ୍ର ଦେଇଥିଲେ। ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା କୃଷକମାନଙ୍କର ଦାବି ପୂରଣ କରା ନ ଗଲେ ଡିସେମ୍ବର ମାସରୁ ଆଉ କୌଣସି ନେତାମାନଙ୍କୁ ଗାଁରେ ପୂରାଇ ଦିଆଯିବନାହିଁ ବୋଲି ସଂଗଠନର ସଦସ୍ୟ ଚେତାବନୀ ଦେଇଛନ୍ତି। […]
ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛନ୍ତି। ତାସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ୍ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଉ ଗଂଜାମ ଜିଲ୍ଲା ବୁଗୁଡ଼ା […]
ଭୁବନେଶ୍ୱର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓଙ୍କ ଧମକ। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କୁ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି କହିଛନ୍ତି ଭାସ୍କର ରାଓ। କେବଳ ସେତିକି ନୁହେଁ ଅାଗକୁ କଣ ହେବ ସେ ଗଣମାଧ୍ୟମ […]
ଭୁବନେଶ୍ୱର : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ର ସଂଘର୍ଷ। ଦୁଇ ଗୋଷ୍ଠୀର ଅାକ୍ରମଣରେ ୧୪ ଛାତ୍ର ଅାହତ। ଘଟଣାରେ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ୍। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। ଗତକାଲି କମେଣ୍ଟ ମରା ଘଟଣାକୁ ନେଇ କିଟ୍ କ୍ୟାଂପସରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଲଙ୍କାକାଣ୍ଡ ଘଟିଥିଲା। କଲମ ବଦଳରେ ହାତରେ ଇଟା, ପଥର, ବାଉଁଶ […]
ସମ୍ବଲପୁର: ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍ କନକ୍ଲେବ୍’ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ […]
ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍ ସିମ୍ରନ୍ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି। ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରେ ସିମରନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୟୁଗ୍ଙ୍କୁ ପଚରାଉଚୁରା ସମୟରେ ପୁଲିସ୍ […]
କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ମହାକୁମ୍ଭକୁ ନେଇ ସାରା ଓଡ଼ିଶାରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରନ୍ ଫର୍ ହକି-ମିନି ମାରାଥନ୍ ଆୟୋଜିତ ହୋଇଛି। ସମ୍ବଲପୁର ସହରରେ ହକି ବିଶ୍ୱକପ୍ର ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ମିନି ମାରାଥନ ହୋଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ମିନି ମାରାଥନ ଆୟୋଜିତ ହୋଇଛି। ୧୩ ନମ୍ବର ସେକ୍ଟର ମେଲଣ ପଡିଆରୁ ମାରାଥନ ବାହାରି ରିଂ ରୋଡ ପରିକ୍ରମା ପରେ ଉଦିତନଗର ପରେଡ […]
ଯାଜପୁର: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପନାସିଆ ପଦ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ଆହତ ମହିଳାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନାଁ ରବିଶଙ୍କର। ସୂଚନା ଅନୁସାରେ, ସ୍ତ୍ରୀର ମୋବାଇଲ ରେକର୍ଡିଂକୁ ଯାଞ୍ଚ କରିବା ପରେ ରବିଶଙ୍କର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି। ସ୍ୱାମୀର ମରଣାନ୍ତକ ଆକ୍ରମଣରେ ଗୁରୁତର ଭାବେ ଆହତ […]
ଭୁବନେଶ୍ୱର: ଓଟିଭି ପ୍ରଭାବ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ମୌସୁଧା ଗାଁର ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି ଉଚ୍ଛେଦ ହୋଇଛି। ୨ଏକରରୁ ଅଧିକ ଏହି ଜମି ସରକାରୀ ଖାତାରେ ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଗତ କିଛି ବର୍ଷ ହେଲା ଏହାକୁ ଜବରଦଖଲ କରିବା ସହ ତାର ବାଡ ବୁଲାଇଥିଲେ। ଏମିତିକି ଜଙ୍ଗଲ ଜମିରେ ପୋଖରୀ ମଧ୍ୟ ଖୋଳି ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଆର୍ଆଇ ଏହାର ତଦନ୍ତ କରି […]
ଭୁବନେଶ୍ୱର: ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇନଥିଲେ। ତେଣୁ ଆଜି ହେଉଛି ଅସଲ ଛାଡ଼ଖାଇ। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ରବିବାର ଥିବାରୁ ବ୍ୟବସାୟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କିଏ ରୋହି ତ କିଏ ଭାକୁର ଆଉ କିଏ ଚିଙ୍ଗୁଡ଼ି କିଣୁଛି। ତେବେ ମାଂସ ଦୋକାନରେ ଲୋକଙ୍କ ବେଶି ଗହଳି ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଗୋଟିଏ […]
ଭୁବନେଶ୍ୱର: OTV ବିରୋଧରେ ତାରା ବାହିନୀପତିଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ନେଇ ଓପିସିସି ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ହେମନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି। ତାରାଙ୍କ ପଦକ୍ଷେପକୁ ଦଳ ବିରୋଧୀ ଦର୍ଶାଇ ସେ ନିଜ ପଦ ଛାଡ଼ିଛନ୍ତି। କେବଳ ଏତିକି ନୁହଁ ତାରାଙ୍କ ପଦକ୍ଷେପ କଂଗ୍ରେସ ବିଚାରଧାରାର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି। OTV ବିରୋଧରେ ତାରା ଆଣିଥିବା ସ୍ୱାଧିକାର ଭଙ୍ଗ ଘଟଣାକୁ ନିନ୍ଦା କରିବା ସହ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ବୋଲି ହେମନ୍ତ […]
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ରୀଡ଼ା ସଚିବ ବିଶାଲ୍ ଦେବଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ଦୁଇ ମାନବାଧିକାର କର୍ମୀ – ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଏହି ନୋଟିସ୍ ପଠାଇଛନ୍ତି। ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସେକ୍ସନ ୧୩ ଅନୁସାରେ ବିଶାଲଙ୍କୁ ସେମାନେ ନୋଟିସ୍ ପଠାଇଛନ୍ତି। ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍ରେ ଦାବି ହୋଇଛି। ଯଦି ସେ କ୍ଷମା ନ ମାଗନ୍ତି, ତା’ହେଲେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆରେ ମାମଲା ରୁଜୁ […]
ପାରାଦୀପ: ୟୁନିଫର୍ମରେ ନଥିବାରୁ ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍ର ଏକ ଟିମ୍କୁ ହଟହଟା ହେବାକୁ ପଡ଼ିଛି। ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମା ଦେଇଥିଲେ। ତେବେ ପରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସମ୍ପର୍କରେ ଅବଗତ ହୋଇଥିଲେ। ପାରାଦୀପଗଡ଼ରେ ଏହି ଘଟଣା ଘଟିଛି। ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ ପୁଲିସ୍ର […]
ଖୋର୍ଦ୍ଧା: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖୋର୍ଦ୍ଧାରେ ଲୁଟେରାଙ୍କ ଲୁଟ୍ ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ରେ ସିରିଜ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ୍ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର୍ ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଦୋକାନର ସଟର୍କୁ ଭାଙ୍ଗିବା ନେଇ ଦୋକାନ ମଧ୍ୟକୁ ଚୋର ପଶିଥିବା […]