• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

burla
ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ବୁର୍ଲା: ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ପୂଜାହାରୀଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି। ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ଦାବିରେ ଭିଏସ୍ଏସ୍ ମେଡିକାଲ୍‌ କଲେଜରେ ଜୁନିଅର ଡାକ୍ତର ଆସୋସିଏସନ୍‌ […]

  • Tuesday, 20 July 2021
bali
ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ

ପୁରୀ: ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ ହୋଇପଡ଼ିଛନ୍ତି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ବେଧଡକ୍ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୧୫ଟି ଟ୍ରକ୍‌, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି। ବାଲି ଚୋରା ଚାଲାଣ ଯୋଗୁ ପୁରୀରେ ଭୂତଳ ବିଦ୍ୟୁତକରଣ […]

  • Tuesday, 20 July 2021
tourist bus
ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌

ଢେଙ୍କାନାଳ: ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ କିଛି ଲୋକ ଏକ ବସ୍‌ରେ ବାଲେଶ୍ୱରକୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଭୋର ସମୟରେ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ବିଲକୁ ଓଲଟି ପଡ଼ିଥିଲେ। ଗାଡ଼ିରେ ୪୦ ରୁ […]

  • Tuesday, 20 July 2021
d
ଦୁର୍ବୃତ୍ତଙ୍କ ସିରିଜ୍ ବୋମାମାଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁର୍ବୁତ୍ତଙ୍କ ବୋମାମାଡ଼। ଗତକାଲି ସନ୍ଧ୍ୟାରେ ସହରରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ସିରିଜ୍ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତ ପ୍ରଥମେ ଇଶ୍ୱର ସପିଙ୍ଗ୍ ମଲ୍‌ ପରେ ଜଗନ୍ନାଥ ୟୁଏଲାର୍ସ ସାମ୍ନାରେ ବୋମାମାଡ଼ କରିଥିଲେ। ତିନି ଦୁର୍ବୁତ୍ତ ବାଉଁଶଲୁଣ୍ଡିରେ ଥିବା ରେବତୀ ମୋଟର୍ସ ଉପରକୁ ବି ବୋମାମାଡ଼ କରିଥିଲେ। ଏଥିରେ ସୋ ରୁମ୍ ମାଲିକଙ୍କ ଭାଇଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ […]

  • Tuesday, 20 July 2021
budgert
ଆଜି ବିଧାନସଭାରେ ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ହେବ। ଏଥିରେ ଗତକାଲି ଆଗତ ହୋଇଥିବା ୫୬ହଜାର ୯୨୧ କୋଟିର ଅନ୍ତରୀଣ ବଜେଟ୍‌ ଉପରେ ଆଲୋଚନା ହୋଇ ଏହାକୁ ଅନୁମୋଦନ ଦିଆଯିବ। ଆସନ୍ତା ୪ମାସ ପାଇଁ ସରକାର ଏହି ଅନ୍ତରୀଣ ବଜେଟ୍‌ ଆଣିଛନ୍ତି। ତେବେ ବିରୋଧୀ ଚାଷୀ, ନିଯୁକ୍ତି ଓ ଚିଟ୍‌ଫଣ୍ଡ୍‌ ଆଦି ଘଟଣାକୁ ପ୍ରସଙ୍ଗ କରିଥିବାରୁ ଗୃହ ସ୍ୱାଭାବିକ ଭାବେ ଚାଲିନପାରେ। ଏହାଛଡ଼ା ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ୍‌ର ମାଡ଼ ପ୍ରସଙ୍ଗକୁ ମଧ୍ୟ ବିଜେପି ବିଧାନସଭାରେ […]

  • Tuesday, 20 July 2021
bhadrak-1
ଭଦ୍ରକରେ ଦୁଇଟି ସଡ଼କ ଦୁର୍ଘଟଣାରେ ୩ ମୃତ ୨ ଆହତ

ଭଦ୍ରକ: ଚାନ୍ଦବାଲି ରାସ୍ତାର ତିହିଡ଼ି ସିନେମା ହଲ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କର୍ପିଓ ଗାଡ଼ି ଏକ ଟ୍ରକ୍‌ ପଛପଟେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲୀପ ରାଉତ ଓ ଏସ୍.କେ. ପୁହାଣ। ମୃତକ ଦୁଇଜଣ ଆଇଓସିଏଲର ସୁରକ୍ଷା କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେହିପରି ଭଦ୍ରକ ରାଣୀତାଲ ପାଖରେ ଅନ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି […]

  • Tuesday, 20 July 2021
bjp
ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଲକ ଓ ଭୃଗୁ

ଭୁବନେଏଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍‌ ନୋଟିସ୍‌ ପାଇଥିବା ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେମାନେ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇନଥିଲେ। ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ମାମଲାରେ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

  • Tuesday, 20 July 2021
gadi-lut
ରାସ୍ତାରେ ଗଛ ପକାଇ ଲୁଟି ନେଲେ ୮୦ ହଜାର ଟଙ୍କା, ବୋଲେରୋ

ସୁନ୍ଦରଗଡ଼: ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରଗଡ଼ ଡିପିସି ଅଫିସର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ। ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ […]

  • Tuesday, 20 July 2021
baragarh
ଗୋଟିଏ ପରିବାରର ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍‌

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲିରେ ମେହେର ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମିକ ପାଖରେ ରହିବା ପାଇଁ ମେହେର ପରିବାରର ବୋହୂ ଏହି ଷଡଯନ୍ତ୍ର କରିଥିବା ପୁଲିସ୍‌ ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ମେହେର ପରିବାରର ବୋହୂ ସମେତ, ପ୍ରେମିକ, ପ୍ରେମିକର ଜଣେ ସାଙ୍ଗ ଓ  ବୋହୂର ବାପାକୁ ପୁଲିସ୍‌ ଗିରଫ କରିଛି। ତେବେ ବୋହୂର ଭଉଣୀ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଭଉଣୀ  […]

  • Tuesday, 20 July 2021
fd
ଆସନ୍ତା ୧୨ରେ ମାଘ ପୂର୍ଣ୍ଣିମା

ପୁରୀ: ଆସନ୍ତା ୧୨ତାରିଖରେ ମାଘ ପୂର୍ଣ୍ଣିମା। କୋଣାର୍କ ଚନ୍ଦ୍ରଭାଗରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ୧୧ତାରିଖ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିବେ। ରାତି ପ୍ରାୟ ସାଢ଼େ ୧୨ଟା ସୁଦ୍ଧା ଭୋଗ ଖାଇ ରାତ୍ର ପ୍ରାୟ ୨ଟା ୫୮ରେ ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ବିଜେ ହେବେ। ସେଠାରେ […]

  • Tuesday, 20 July 2021
representational image
ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ସହରରେ ଏହି ଘଟଣା ଘଟିଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍‌ (୬୨)। ପ୍ରେମ୍‌ଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବୋଲି ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
pic1
ପ୍ରତିରୋଧ ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ୱାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ଏକ ପମ୍ପ ହାଉସ୍ କାନ୍ଥରେ ମାଓପୋଷ୍ଟର ଲାଗିଛି।  ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି। ଡିସେମ୍ବର ୧୨ ତାରିଖ ଯାଏ ପ୍ରତିରୋଧ ଦିବସ ପାଳନ ଲାଗି ମାଓବାଦୀଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।  ଆଦିବାସୀଙ୍କ ଉପରେ ଆକ୍ରମଣ ବନ୍ଦ କରିବା, ମୋଦି ସରକାରଙ୍କ ମାଓବାଦୀ ଦମନ ଅଭିଯାନ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ପୂର୍ବରୁ କିରିକୁଟି ଓ ପାଟାଙ୍ଗୀରେ ବି ମାଓବାଦୀ […]

  • Tuesday, 20 July 2021
sand
ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ। ଗୋପାଳପୁର ବନ୍ଦର ଦେଇ ରାଜ୍ୟ ବାହାରକୁ ଶହ ଶହ ଟ୍ରକ୍‌ ବାଲି ଚାଲାଣ ହେଉଛି। ଏପରିକି ଅନେକ ଜାଗାରେ ବିନା ଅନୁମତିରେ ଚାଲାଣ ହେଉଥିଲେ ବି ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ନଦୀରୁ ବେଧଡକ୍‌ ଭାବେ ଚାଲିଛି ବାଲି ଚାଲାଣ। ଦୈନିକ ଶହ ଶହ ଟ୍ରକ୍‌ରେ ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସେପଟେ […]

  • Tuesday, 20 July 2021
c
ଶିଳାନ୍ୟାସର ୪ ମାସ ପରେ ବି ତୁଟିନି ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ କେଁ

ଭୁବନେଶ୍ୱର: ପଞ୍ଚସଖାଙ୍କ କର୍ମଭୂମିରେ ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୂଳୁଦୁଆ ପକାଇ ଓଡ଼ିଶା ଇତିହାସରେ ଗୌରବମୟ ଅଧ୍ୟାୟ ଯୋଡ଼ି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ ମାସ ପୂରିବାକୁ ବସିଲାଣି। କିନ୍ତୁ ଏହା କେବଳ ଶିଳାନ୍ୟାସରୁ ଆଉ ପାଦେ ବି ଆଗକୁ ବଢ଼ିପାରିଲାନି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପଛରେ ଉଦ୍ଦେଶ୍ୟ ଥିଲା, ଦେଶ ବିଦେଶରେ ଓଡ଼ିଶା ଭାଷାର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା। ଫଳରେ ଉତ୍କଳମଣିଙ୍କ ପବିତ୍ର ମାଟିରେ ଛାତ୍ର ଓ ବିଦ୍ୱାନଙ୍କ ଗହଳି ଲାଗିବ। ହେଲେ ସେ ସବୁ […]

  • Tuesday, 20 July 2021
ofc
ବୋଫୋର୍ସ ଦୁର୍ନୀତି: ରହସ୍ୟ ଘେରରେ ଓଡ଼ିଆ ଅଫିସର୍‌ ଶାରଦା ଖଟୁଆଙ୍କ ହତ୍ୟା

ଭୁବନେଶ୍ୱର: ଧନୁଷ ତୋପରେ ନକଲି ଯନ୍ତ୍ରାଂଶ ଦୁର୍ନୀତିକୁ ନେଇ ଚକ୍ରାନ୍ତର ଚକ୍ରବ୍ୟୁହରେ ଫସି ଯାଇଥିଲେ ଓଡ଼ିଆ ଅଫିସର ସାରଦା ଚରଣ ଖଟୁଆ। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ସାରଦାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସ୍ପଷ୍ଟ କରିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଛି। କିଏ ଓ କାହିଁକି ସାରଦାଙ୍କୁ ହତ୍ୟା କଲା, ପୁଲିସ୍‌ ତାର ସୂତ୍ର ଖୋଜିବାରେ ଲାଗିଛି। ଧନୁଷ୍ ତୋପ ଲାଗି ନକଲି ଚୀନ୍ ଯନ୍ତ୍ରାଂଶ ଯୋଗାଣ ମାମଲାରେ ଖଟୁଆ ଅନେକ କଥା […]

  • Tuesday, 20 July 2021
ambulance
ପ୍ରସୂତିଙ୍କୁ ନେଇ ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଉମରକୋଟ: ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍‌ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ୱୁଲାନ୍ସ ଡାକ୍ତରଖାନା ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ପ୍ରସୂତି, ଆମ୍ଵୁଲାନ୍ସ ଡ୍ରାଇଭର […]

  • Tuesday, 20 July 2021
rahul
ରାହୁଲ ଗାନ୍ଧିଙ୍କ ଧମାକାଦାର୍‌ ଅଫରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲଙ୍କ ଧମାକାଦାର ଅଫରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ରାହୁଲ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଫଣ୍ଡା ଓଡ଼ିଶାରେ ପ୍ରୟୋଗ କରିବା ପରେ ଭୋଟରଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ରେ ଧାନର ସହାୟକ ମୂଲ୍ୟ ୨୫ ଶହ ଟଙ୍କା ଥିବାରୁ ପଶ୍ଚିମ ଓଡ଼ିଶାର କିଛି ଚାଷୀ ଧାନ ନେଇ ସେଠାରେ ବିକ୍ରି କରିଥିଲେ। ତେବେ ଏହି ମୂଲ୍ୟର […]

  • Tuesday, 20 July 2021
accident
ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଦୁର୍ଘଟଣା; ୪ ମୃତ, ୧୦ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ୱିଙ୍ଗର୍‌ ଭ୍ୟାନ୍‌କୁ ସାମ୍ନା ପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବଲାସିଂଘାର ଧରଣୀ ପ୍ରଧାନ ଓ ଅରୁଣ ସାହୁ ଏବଂ ତୁଳସୀପାଲ୍‌ର ଶିବରାମ ସାହୁ। ତେବେ ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ଏକ […]

  • Tuesday, 20 July 2021
nua
୬ ଦିନ ତଳେ ନିଖୋଜ୍‌ ନାବାଳିକାର ମୃତଦେହ ପାହାଡ଼ ଉପରୁ ଉଦ୍ଧାର

ବରଗଡ଼: ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୬ ଦିନ ତଳେ ୧୫ ବର୍ଷୀୟା ଝିଅ  ଦୁଇ ଜଣ ଯୁବକଙ୍କ ସହିତ […]

  • Tuesday, 20 July 2021
nlksjh
୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣ ଭାର ୮୬ ହଜାର ୬୫୦ କୋଟି ଛୁଇଁବ

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବଢ଼ିବ। ଡିସେମ୍ବର୍ ମାସ ସୁଦ୍ଧା ରାଜ୍ୟର ଋଣ ଭାର  ୭୯ ହଜାର ୭୮୯କୋଟି ଟଙ୍କା ରହିଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ୮୭ ହଜାର ୬୫୦ କୋଟିକୁ ବୃଦ୍ଧି ପାଇବ। ଯାହା ମୋଟ ଜିଡିପିର ୧୮ ପ୍ରତିଶତ। ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧ ଋଣ ପରିମାଣ ୧ ଲକ୍ଷ ୩ ହଜାର ୮୪୩ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏହା ଜିଏସଡିପିର ୧୯.୨ […]

  • Tuesday, 20 July 2021
budget
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍

ଭୁବନେଶର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅନ୍ତରୀଣ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆସନ୍ତା ଆର୍ଥିକ ବର୍ଷ ଲାଗି ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା ରହିଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କା ଲେଖାନୁଦାନର ପ୍ରସ୍ତାବ ଦିଆଯାଇଛି। କାଳିଆ ଯୋଜନା ପାଇଁ ସର୍ବାଧିକ ୪ ହଜାର ୪୬୧ କୋଟି ଟଙ୍କା ବ୍ୟୟ […]

  • Tuesday, 20 July 2021
baij
ନୂଆପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଚା’ ପିଇବା ସହ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ନବୀନ ନନ୍ଦ ଏଥିରେ ଯୋଗ ଦେଇଥିଲେ। ବୈଜୟନ୍ତଙ୍କ ହେଇଯାଉ କାର୍ଯ୍ୟକ୍ରମ ପ୍ରତି ଧିରେ ଧିରେ ଜନସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ […]

  • Tuesday, 20 July 2021
bjpr
ନୋଟିସ୍‌ ପାଇ ଥାନାରେ ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍ ନୋଟିସ୍ ପାଇଥିବା ବିଜେପି ନେତା ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଥାନାରେ ହାଜର ହୋଇନଥିବା ଜଣାପଡ଼ିଛି। ଏନେଇ ଛତ୍ରପୁର ଏସ୍‌ଡିପିଓଙ୍କୁ ଜଣାଇଛନ୍ତି ଗୋଲକଙ୍କ ଓକିଲ। ତେବେ ଗୋଲକ ପୁଣି କେବେ ଥାନାରେ ହାଜର ହେବେ ସେନେଇ ଦିନ ଏସ୍‌ଡିପିଓ ଧାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ୨୦୧୭ ମସିହା ସେପ୍ଟେମ୍ବର୍ ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା […]

  • Tuesday, 20 July 2021
mada
ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା

ଭୁବନେଶ୍ୱର: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ସେପଟେ ଅଭିଯାନର ଆଉ କିଛି ସଦସ୍ୟ ଭୁବନେଶ୍ୱର ସତ୍‌ସଙ୍ଗ ବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଶୋଇପଡ଼ି ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁ […]

  • Tuesday, 20 July 2021
tiger death
ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘର ମୃତ୍ୟୁ!

ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି। ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍‌ନାଲ୍‌ ଟାଇଗର୍‌ କନ୍‌ଜର୍‌ଭେସନ୍‌ ଅଥରିଟି(ଏନ୍‌ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍‌ ମଲ୍ଲିକ ଏବଂ ୱାଇଲ୍ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁ ଘଟଣାର ତଦନ୍ତ କରି NTCA ଡିଜି ଅନୁପ କୁମାର ନାୟକଙ୍କୁ ଏଭଳି […]

  • Tuesday, 20 July 2021