Advertisment

America Air Strike:ୟେମେନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ୩୧ ହାଉଥି ଆତଙ୍କୀ ନିପାତ

ଆମେରିକା ୟେମେନ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦୧ରୁ ଅଧିକ ଆହତ ହୋଇଛନ୍ତି। ୟେମେନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ନାଗରିକ ରହିଥି‍ବା ଜଣାପଡିଛି। ସାଦାର ଉତ୍ତର ପ୍ରଦେଶରେ ଆକ୍ରମଣ ସମୟରେ ୪ ଜଣ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
trump

trump

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୟେମେନ ଉପରେ ଆକ୍ରମଣ କରିଛନ୍ତି। ଜାନୁଆରୀ ମାସରେ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର କୌଣସି ରାଷ୍ଟ୍ର ଉପରେ ଆକ୍ରମଣ କରିଛନ୍ତି। ୟେମେନ ପକ୍ଷରୁ ଏହାକୁ ୱାର କ୍ରାଇମ ଭାବରେ ଘୋଷଣା କରାଯାଇଛି। ଟ୍ରମ୍ପ ୟେମେନ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦୧ରୁ ଅଧିକ ଆହତ ହୋଇଛନ୍ତି। ୟେମେନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ନାଗରିକ ରହିଥି‍ବା ଜଣାପଡିଛି। ସାଦାର ଉତ୍ତର ପ୍ରଦେଶରେ ଆକ୍ରମଣ ସମୟରେ ୪ ଜଣ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ଆମେରିକାରେ ପାକିସ୍ତାନୀଙ୍କ ଏଣ୍ଟ୍ରି ହେବ ବ୍ୟାନ, ଲିଷ୍ଟରେ ଅଛନ୍ତି ୪୧ ଦେଶ...

ଇରାନ ପକ୍ଷରୁ ମିଳୁଥିବା ଫଣ୍ଡିଂରେ ପରିଚାଳିତ ହାଉଥି ଆତଙ୍କୀ ସଙ୍ଗଠନ ରେଡ ସିରେ ଆମେରିକାର ଏକ ଜାହାଜ ଉପରେ ଆକ୍ରମଣ କରିଥିଲ। ଏହାର ପ୍ରତିଶୋଧ ନେବା ପାଇଁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଥିଲା। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି ଆମେରିକାର ସାର୍ବଭୌମତ୍ବ ଉପରେ ପ୍ରଶ୍ନବାଚୀ ଗ୍ରହଣଯୋଗ୍ୟ ନୁହେଁ। ଏଭଳି ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ। ଏହାର କଡା ଜବାବ ଦିଆଯିବ ବୋଲି ସେ କହିଛନ୍ତି।

Advertisment

ଶନିବାର ଆମେରିକା ପକ୍ଷରୁ ସାନା ଓ ସାଦା ଅଞ୍ଚଳରେ ଆକ୍ରମଣ କରାଯାଇଥିଲା। ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଏହି ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଛି। ଅନ୍ୟ ପକ୍ଷରେ ହାଉଥି ଆତଙ୍କୀ ମାନେ ହମାସ ସପକ୍ଷରେ ରହିଛନ୍ତି। ହମାସକୁ ସମର୍ଥନ କରି ହାଉଥିମାନେ ଆମେରିକା ଜାହଜ ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତିଶୋଧ ନେବା ସହ ଆମେରିକା ଆକ୍ରମଣ କରିଛି। ଏହି ଯୁଦ୍ଧରେ ହାଉଥି ଆତଙ୍କୀ ଗୋଷ୍ଠୀକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ଏହି ଆକ୍ରମଣ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ। ଉଲ୍ଲେଖନୀୟ ଯେ, ଜାନୁଆରୀରେ ଟ୍ରମ୍ପ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନା ଦ୍ୱାରା କରାଯାଇଥିବା ଏହା ସବୁଠାରୁ ବଡ଼ ସାମରିକ ଆକ୍ରମଣ। ଏହି ଆକ୍ରମଣଗୁଡ଼ିକ ଏପରି ସମୟରେ ହେଉଛି ଯେତେବେଳେ ଆମେରିକା ତେହେରାନ ଉପରେ ଆର୍ଥିକ ଚାପ ବୃଦ୍ଧି କରୁଛି ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରୁଛି।

ଅଧିକ ପଢ଼ନ୍ତୁ: ରଞ୍ଜାନୀ ଶ୍ରୀନିବାସନ କିଏ ? କାହିଁକି ଏହି ଭାରତୀୟଙ୍କ ଭିସା ରବ୍ଦ କଲା ଆମେରିକା

Donald Trump USA Yemen US Air Strike
Advertisment
Advertisment