ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବା ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୬ରୁ ସାରା ରାଜ୍ୟରେ ବର୍ଷା ସହ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୭ ତାରିଖରେ କୋରାପୁଟ, […]
ପୁରୀ: ଖରା ଆରମ୍ଭ ନ ହେଉଣୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା। ନଦୀ, ଗାଡ଼ିଆ ଓ ପୋଖରୀରୁ ପାଣି ଶୁଖିଯିବା ଫଳରେ ଲୋକଙ୍କ ସମେତ ଗାଈଗୋରୁ ମଧ୍ୟ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି। ଏଥିରେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶତାଧିକ ମହିଳା। ପାନୀୟ ଜଳ ଯୋଗାଣ ଦାବିରେ ଶତାଧିକ ମହିଳା ବକୁଳବନ ଠାରୁ ଶୋଭାଯାତ୍ରାରେ ଆସି ସତ୍ୟବାଦୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ […]
କାମାକ୍ଷାନଗର : ଲଭ, ସେକ୍ସ, ଧୋକା। ପ୍ରତାରିତ ହେବା ପରେ ନ୍ୟାୟ ପାଇଁ କାମାକ୍ଷାନଗର କଙ୍କଡ଼ାହାଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ସେ ଏବେ ୯ ମାସର ଗର୍ଭବତୀ ଥିବା ବେଳେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କାମାକ୍ଷାନଗର ଥାନା ନିକଟସ୍ଥ ଡଙ୍ଗାପାଳ ଗାଁର ଜଣେ ଯୁବକ। ହେଲେ ସେ ଗର୍ଭବତୀ ହେବା ପରେ ତାଙ୍କୁ ବିବାହ କରିବାକୁ […]
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍ରୁ ଲୋକଙ୍କଠୁ ମୋବାଇଲ୍ ହେଉ କି ଚେନ୍ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହେଉଯାଉଥିବା ବେଳେ ଲୁଟ୍ ସାମଗ୍ରୀ କିମ୍ବା ଲୁଟେରାଙ୍କୁ ଧରିବା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ମେସେଜ୍ ଟ୍ରାକ୍ […]
ଭୁବନେଶ୍ୱର : କାଳିଆ ଯୋଜନାର ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା। ଏହି ପର୍ଯ୍ୟାୟରେ ୧୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ବିରାଟ ସମାବେଶ ହେବ। କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ଯୋଜନାର ଅର୍ଥରାଶି ପ୍ରଦାନ କରାଯାଇଛି।
ଆଠଗଡ଼: ଯାତ୍ରୀବାହୀ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା। କଟକ ଜିଲ୍ଲା ଆଠଗଡ଼ର ଖୁଣ୍ଟୁଣୀ ବଜାରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଭୁବନେଶ୍ୱର: ଜାତୀୟ କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଏଆଇସିସି ବୈଠକ। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଯୋଗ ଦେଇ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ, ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ ବୁଥ୍ ମଜଭୁତ କରିବାକୁ ବି ରାହୁଲ ମନ୍ତ୍ର ଦେଇଛନ୍ତି। ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ପ୍ରତିଶ୍ରୁତି ସମାବେଶ। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ସମାବେଶରେ ରୋଜଗାର ପ୍ରତିଶ୍ରୁତି ପତ୍ର ସହ ସ୍ଥାୟୀ ପଟ୍ଟା, ପକ୍କାଘର ପ୍ରଦାନ ନିମେନ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସବୁ ଘରକୁ ପାଇଖାନା, ପାଣି, ବିଜୁଳି ଓ ଗ୍ୟାସ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଏସବୁ ସୁବିଧା ପ୍ରଦାନ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। କୃଷ୍ଣପ୍ରସାଦ ବ୍ଲକ୍ରୁ କୁକୁଡ଼ା ମଡ଼କ ମିଳିବା ପରେ ନମୁନା ସଂଗ୍ରହ କରାଯାଇଥିଲା। ସଂଗ୍ରହ ହୋଇଥିବା ନମୁନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଅନ୍ୟପଟେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ନେଇଛି। ତେବେ ଆସନ୍ତାକାଲି ଠାରୁ କୁକୁଡ଼ା ମରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟତଃ କୃଷ୍ଣପ୍ରସାଦ ବ୍ଲକର ସାନସାହି, ମାଲୁଦ, ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ାକୁ ମରାଯିବ। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧରେ ରାସ୍ତାରୋକ୍ ହୋଇଛି। ଥାନା ଅଧିକାରୀଙ୍କୁ ରାଉରକେଲା ବଦଳିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଏଥିପାଇଁ ଉତ୍ୟକ୍ତ ସହରବାସୀ ଆସିକା ସହରରେ ମୁଖ୍ୟ ସଡ଼କ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ନିଜେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଛି। ଆସିକା ସହର ଅପରାଧୀଙ୍କ ପାଇଁ ଅଶାନ୍ତ ହୋଇଥିବା ବେଳେ ଏଠାରେ ଥାନା […]
ଝାରସୁଗୁଡ଼ା: ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ କରିବ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍. କେ. ଚୌହ୍ୱାନ ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଦେଶର ୩ଟି ସ୍ଥାନକୁ ଉଡ଼ିବ ସ୍ପାଇଶ୍ ଜେଟ୍ ବିମାନ। ସେଗୁଡ଼ିକ ହେଲା, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ। ତେବେ ସ୍ପାଇଶ୍ ଜେଟ୍ ବିମାନ ଉଡ଼ିବା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିମାନ ବନ୍ଦର ପରିଦର୍ଶନ ପରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁସାରେ, ଶ୍ୱାସ ରୋଗର ଚିକିତ୍ସା ପାଇଁ ସାଲିଆ ସାହିର ଅହଲ୍ୟା ଭଞ୍ଜଙ୍କୁ ଗତକାଲି ସକାଳ ୮ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଗୁଲୁଣ୍ଡା ଛକ ନିକଟରୁ ଲକ୍ଷାଧିକ ଟଙ୍କାର ସାର ଜବତ ହୋଇଛି। ସ୍ଥାନୀୟ ଲୋକେ ସାର ବୋଝେଇ ଗାଡ଼ିଗୁଡ଼ିକୁ ଧରି ବିନିକା ପୁଲିସ ଜିମା ଦେଇଛନ୍ତି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ନମ୍ବର୍ ବିହୀନ ଗୋଟିଏ ଟ୍ରକ୍, ୪୦୭ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର୍ ରହିଛି । ବିନିକା ଅଞ୍ଚଳର ଚାଷୀମାନେ ସାର ପାଇବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ଅଛନ୍ତି। ହେଲେ ଏହି ଗାଡ଼ିଗୁଡ଼ିକରେ ଏତେ ସଂଖ୍ୟାରେ ସାର ପ୍ୟାକେଟ୍ ବିନା କାଗଜପତ୍ରରେ […]
ସମ୍ବଲପୁର: ଭିମସାର୍ ନିର୍ଦ୍ଦେଶକ ପଦରୁ ଡାକ୍ତର ଅଶ୍ୱିନୀ ପୂଜାହାରୀ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଡାକ୍ତର ପୂଜାହାରୀ କହିଛନ୍ତି ଯେ ମୁଁ ଜଣେ କର୍ମଠ ଲୋକ। ଏତେ ଦିନ ଧରି କେବେ ଛୁଟିରେ ଯାଇ ନ ଥିଲି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛି, କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଇସ୍ତଫା ଦେଲି ବୋଲି ପୂଜାହାରୀ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ତାଙ୍କୁ ଆଜି ହାଜର ହେବାକୁ ଡକାଯାଇଛି। ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଗତ ୭ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଆଗୁଆ ଜାମିନ ପାଇଁ ଉଭୟ ନେତା କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମାଦିଙ୍ଗ ଛକ ନିକଟରେ ଜୟ ମାତାଜୀ ନାମକ ଯାତ୍ରବାହୀ ବସ୍ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଖଡିଆଲ୍ର ଶାରଦା ବଳ । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟ ୨ଗୁରୁତରଙ୍କୁ ବୌଦ୍ଧ ମେଡିକାଲ୍ରେ ଭର୍ତ୍ତି କରାଯିବା ସହ ଆହତଙ୍କ ଚିକିତ୍ସା […]
ଭୁବନେଶ୍ୱର: ୩ ଦଫା ଦାବି ନେଇ ଓଡ଼ିଶା ଆଶା ସାଥୀ ସଂଘର ବିକ୍ଷୋଭ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସଂଘ। କେନ୍ଦ୍ର ସରକାର ଦେଉଥିବା ପ୍ରୋତ୍ସାହନ ରାଶି ୬ ହଜାର ଟଙ୍କା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଆଦି ଦାବି ନେଇ ଆଶା ସାଥୀମାନେ ଗତ ୪ ତାରିଖରୁ ବିଧାନସଭା ଆଗରେ ଧାରଣା ଦେଉଥିଲେ। କିନ୍ତୁ ସରକାର କୌଣସି ଆଲୋଚନା ନ କରିବାରୁ ଦାବି ଜଣାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇଥିଲେ ସଂଘ। […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ନିଶା ମୁକ୍ତ ଓଡ଼ିଶା ପ୍ରସଙ୍ଗ କରିବ ମହିଳା କଂଗ୍ରେସ। ଏଥି ସହିତ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ହିଂସା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା କଂଗ୍ରେସ ପ୍ରତି ବ୍ଲକରେ ସଭାପତି ବାଛିବ। ସେହି ସଭାପତିମାନେ ପ୍ରତି ଗାଁରେ ଜଣ ଜଣକୁ ସଭାପତି ବାଛିବେ। ନିଶା ନିବାରଣ ସହ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଓଡ଼ିଶାରୁ ଦୂର କରିବା ଲାଗି ଭୁବନେଶ୍ୱରରେ ବସିଥିବା ଦ୍ୱିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମହିଳା କଂଗ୍ରେସ ନିଷ୍ପତ୍ତି […]
ନୂଆପଡ଼ା : ଧାନ ମଣ୍ଡିରେ ଚାଷୀଙ୍କୁ ଦାଉ ସାଧୁଛି କଟନୀ ଛଟନୀ। ମଣ୍ଡିରେ ବସ୍ତା ବସ୍ତା ଧାନ ଅଛି ହେଲେ କ୍ରୟ ହୋଇପାରୁନି। ଦିନ ରାତି ନିଜ ଧାନ ପାଖରେ ବସି ଜଗୁଆଳ ସାଜିଛନ୍ତି ଚାଷୀ। ହେଲେ ମିଲର୍ସଙ୍କ ଦେଖା ନାହିଁ। ଯେଉଁ ମିଲର୍ ଆସୁଛନ୍ତି ଧାନ ଏଫଏକ୍ୟୁ ମାନର ନ ହେଲେ ୨ରୁ ଅଢେଇ କେଜି କାଟିବେ ବୋଲି କହୁଛନ୍ତି। ଆଉ ଚାଷୀ ଏହାକୁ ଯଦି ବିରୋଧ କରୁଛନ୍ତି। ତେବେ ଧାନ କିଣିବାକୁ ରୋକ୍ଠୋକ୍ ମନା […]
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିବା ଓପେପା କର୍ମଚାରୀ ସେବା ସଂଘ ଗତ ୪ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ୬ ବର୍ଷ ଅସ୍ଥାୟୀ ଭାବେ କାମ କରିବା ପରେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା କଥା, କିନ୍ତୁ ୨୨ ବର୍ଷ କାମ କରିବା ପରେ ମଧ୍ୟ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସପ୍ତମ ବେତନ କମିଶନ ମଧ୍ୟ ଲାଗୁ ହୋଇ ନାହିଁ। ତା’ ଛଡ଼ା ସ୍କୁଲ୍ ନିର୍ମାଣ […]
କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା। ଏହି ବନ୍ଦ ଡାକରା ଦେଇଛି ବାଲିଗୁଡ଼ା କୁଇକୁଳ ସମିତି। ବାଲିଗୁଡ଼ାରେ ଆୟୋଜିତ ହେଉଥିବା ବାଲିଗୁଡ଼ା ମହୋତ୍ସବରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ସ୍ଥାନ ପାଇନଥିବା କୁଇ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ଏହାସହ କୁଟିକିଆ ସରପଞ୍ଚ ଦୟାନିଧି ମଲିକଙ୍କୁ ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର ସର୍ବସାଧାରଣରେ ଦୁର୍ବବ୍ୟହାର କରିଥିବା କୁଇ ସମାଜ ଅଭିଯୋଗ କରିଛି। ଏହି ଦୁଇ ଘଟଣାକୁ ନିନ୍ଦା କରି କୁଇ ସମାଜ ଆଜି […]
ସୁନ୍ଦରଗଡ଼: ଘନ କୁହୁଡ଼ି ଯୋଗୁ ପୁଣି ସିରିଜ୍ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଗଡ଼ପୋଷ ଛକରେ ଏହି ଦୁର୍ଘଟଣା ଘଟିଛିା କୁହୁଡ଼ି ଯୋଗୁ ରାସ୍ତା ଦିଶୁନଥିବାରୁ ପ୍ରଥମେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଆଉ ଏକ ହାଇଓ୍ୱା ଧକ୍କା ଦେଇଥିଲା। ପରେ ହାଇଓ୍ୱାକୁ ପୁଣିଥରେ ଏକ ଡାଲା ଅଟୋ […]
ଭୁବନେଶ୍ୱର: ବିଏସ୍ପି ମୁଖ୍ୟ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ବିଭିନ୍ନ ଯୋଜନା ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ବିଜୁ ବାବୁଙ୍କ ସ୍ମୃତିରେ ଯଦି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ, ତାହାଲେ କାହାରି କିଛି ଆପତ୍ତି ନାହିଁ। ତେବେ ଯେହେତୁ ବିଜୁଙ୍କ ସ୍ମୃତିରେ ବିଜୁ ଜନତା ଦଳ ଗଠନ ହୋଇଚି, ସେହି ଦୃଷ୍ଟିରୁ ବିଜୁଙ୍କ ନାଁରେ ବିଭିନ୍ନ ସ୍କିମର ନାଁ ବଦଳାଯିବା କଥା ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ କେତେକ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ମିଳିଛି। ରାଉରକେଲାରେ ପାଗ ମେଘୁଆ ରହିବା ସହ ଗତକାଲି ଝିପିଝିପି ବର୍ଷା ହୋଇଛି। ସେହିଭଳି ଅନ୍ୟ କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଗଂଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବ-ବିହାରରେ […]
ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୂର୍ବ ବିହାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୨ ଦିନ ବର୍ଷାର ହେବାର ସମ୍ଭାବନା ରହିଛି। ବର୍ଷା ପରେ ଥଣ୍ଡା ଆହୁରି ବଢ଼ିପାରେ ବୋଲି ଆଞ୍ଚଳିକ […]