• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

f
ବିଜୁ ପଟ୍ଟନାୟକଙ୍କ ନାଁରେ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଆପତ୍ତି ଉଠାଇଲେ ଶ୍ରୀକାନ୍ତ

ଭୁବନେଶ୍ୱର: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ବିଭିନ୍ନ ଯୋଜନା ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ବିଜୁ ବାବୁଙ୍କ ସ୍ମୃତିରେ ଯଦି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ, ତାହାଲେ କାହାରି କିଛି ଆପତ୍ତି ନାହିଁ। ତେବେ ଯେହେତୁ ବିଜୁଙ୍କ ସ୍ମୃତିରେ ବିଜୁ ଜନତା ଦଳ ଗଠନ ହୋଇଚି, ସେହି ଦୃଷ୍ଟିରୁ ବିଜୁଙ୍କ ନାଁରେ ବିଭିନ୍ନ ସ୍କିମର ନାଁ ବଦଳାଯିବା କଥା ବୋଲି ସେ କହିଛନ୍ତି।

  • Tuesday, 20 July 2021
rain
ଘୂର୍ଣ୍ଣିବଳୟ ଯୋଗୁ ଅଦିନିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କେତେକ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ମିଳିଛି। ରାଉରକେଲାରେ ପାଗ ମେଘୁଆ ରହିବା ସହ ଗତକାଲି ଝିପିଝିପି ବର୍ଷା ହୋଇଛି। ସେହିଭଳି ଅନ୍ୟ କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଗଂଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବ-ବିହାରରେ […]

  • Tuesday, 20 July 2021
fd
ଆଜିଠୁ ହୋଇପାରେ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୂର୍ବ ବିହାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୨ ଦିନ ବର୍ଷାର ହେବାର ସମ୍ଭାବନା ରହିଛି। ବର୍ଷା ପରେ ଥଣ୍ଡା ଆହୁରି ବଢ଼ିପାରେ ବୋଲି ଆଞ୍ଚଳିକ […]

  • Tuesday, 20 July 2021
bird
ଚିଲିକାରେ ଶିକାରୀଙ୍କ ଟାର୍ଗେଟରେ ବିଦେଶୀ ପକ୍ଷୀ

ଚିଲିକା: ଚିଲିକାରେ ଶିକାରୀଙ୍କ ପାଇଁ ବିପଦରେ ବିଦେଶୀ ବିହଙ୍ଗ। ପ୍ରତିଦିନ ଶିକାର ଯୋଗୁଁ ଶହ ଶହ ବିଦେଶୀ ପକ୍ଷୀଙ୍କ ଜୀବନ ଯାଉଛି। ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ ହେଉଛି ଚିଲିକାର ନଳବଣ ଏବଂ ମଙ୍ଗଳାଯୋଡି ଅଂଚଳ। ପ୍ରତିବର୍ଷ ସାଇବେରିଆ, ମାଲେସିୟା, କାଜାଖସ୍ତାନ୍, ମଙ୍ଗୋଲିଆ ଭଳି ଅଂଚଳରୁ ହଜାର ହଜାର ମାଇଲ ମାଇଲ୍ ଅତିକ୍ରମ କରି ଖାଦ୍ୟ ଅନ୍ୱଷଣରେ ଉଡ଼ିଆସନ୍ତି ଏହି ବିଦେଶୀ ପକ୍ଷୀ। ହେଲେ ଏବେ ଏମାନଙ୍କ ଜୀବନ ଏବେ ବିପଦରେ। ବିଦେଶୀ ପକ୍ଷୀଙ୍କ ମାଂସର ବେଶ୍ ଚାହିଦା […]

  • Tuesday, 20 July 2021
dambaru
ମାଓ ମିଲିସିଆ ଡମ୍ବରୁ ଖିଲ ଗିରଫ

କୋରାପୁଟ: କୋରାପୁଟରେ ମାଓ ମିଲିସିଆ ଡମ୍ବରୁ ଖିଲ ଗିରଫ୍। ତାଙ୍କୁ ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ଗିରଫ କରିଛି କୋରାପୁଟ ପୁଲିସ୍। ଡମ୍ବରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି ସଦସ୍ୟ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଡମ୍ବରୁକୁ ଆଜି ଏନ୍‌ଆଇଏ ଟିମକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂହ।

  • Tuesday, 20 July 2021
poor1
ପାଠପଢ଼ା ବୟସରେ ପରିବାର ପ୍ରତିପୋଷଣ ଚିନ୍ତା

ରାୟଗଡ଼ା: ହସିଖେଳି ପାଠପଢ଼ିବା ବୟସରେ କରୁଛନ୍ତି ମଜୁରୀ କାମ। ନିଜ ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ ଚିନ୍ତା। ପୁଣି ତାଙ୍କ ଉପରେ ନିର୍ଭର ଦୁଇ କୁନି ଭଉଣୀ। ରାୟଗଡ଼ା ଜିଲ୍ଲା ତାଡମା ପଞ୍ଚାୟତ ରଘୁବଟାଗୁଡା ଗାଁର ନାରାୟଣ ମିଣିକା।ଅଜଣା ରୋଗରେ ହାତ ଛାଡି ଆରପାରିକି ଚାଲିଗଲେ ତାଙ୍କ ବାପାମାଆ। ଆଉ ଏବେ ଭଙ୍ଗାଦଦରା ଛପର ଘରେ ବିତୁଛି ତିନି ଭାଇଭଉଣୀଙ୍କ ଜୀବନ। କୁଲି ମଜୁରି କରି ନାରାୟଣ ଯାହା ଦୁଇପଇସା ରୋଜଗାର କରୁଛନ୍ତି, ତାହା ଏମାନଙ୍କ […]

  • Tuesday, 20 July 2021
farmer
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ସାଲେପୁର : ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏପରି କିଛି ଅଭିଯୋଗ କଟକ ନିଶ୍ଚିନ୍ତ କୋଇଲି ବ୍ଲକ କୋଲଣପୁର ଗାଁରୁ ଆସିଛି। ସେହି ଗାଁର ଚାଷୀ ସୁମନ୍ତ ମଲ୍ଲିକଙ୍କ ମୃତ ଦେହ ନିଜ ଘର ଭିତରୁ ଝୁଳନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବେକରେ ଦଉଡ଼ି ଲଗାଇ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ସୁମନ୍ତଙ୍କ ପରିବାରଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ସୁମନ୍ତ ଗାଁର ବିଭିନ୍ନ ଲୋକଙ୍କ […]

  • Tuesday, 20 July 2021
former mla
ରେଳ ଲାଇନ୍‌ କଡ଼ରୁ ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳ ଲାଇନ୍‌ କଡ଼ରୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାଲ୍‌କୋ ଥାନା କଇଁଫୁଲିଆ ରେଳ ଲାଇନ୍‌ କଡ଼ରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ସେ ଟ୍ରେନରେ ବଇଣ୍ଡା ଯାଉଥିଲେ। ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁଁ କଇଁଫୁଲିଆରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର ଗୋଡ଼ ଖସି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଜିଆରପି ତାଙ୍କ ମୃତଦେହକୁ ଉଦ୍ଧାର […]

  • Tuesday, 20 July 2021
elephant
ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଦଳି ଦେଲା ହାତୀ

ଢେଙ୍କାନାଳ: ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଦଳି ଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିରୋପମା ବିଶ୍ୱାଳ। ଆଜି ସକାଳେ ନିରୋପମା ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଦନ୍ତା ହାତୀଟି ଗୋଠ ଛଡ଼ା ହୋଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ […]

  • Tuesday, 20 July 2021
ff
ବେଆଇନ୍‌ ବାଲି ଉଠାଣ ଯୋଗୁ ଗାଁ ମୁହାଁ ହେଉଛି ସୋନ ନଦୀ

ବାଲେଶ୍ୱର: ନୀଳଗିରି କାଠପାଳ ଦେଇ ବୋହି ଯାଉଥିବା ସୋନ ନଦୀର କୂଳେ କୂଳେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ସରକାରୀ ଭାବେ ୪ଟି ବାଲି ଖାଦାନକୁ ବାଲି ଉଠାଣକୁ ଅନୁମତି ମିଳିଥିବା ବେଳେ ବେଆଇନ ଭାବେ ବହୁ ଚୋରା ବାଲି ଖାଦାନ ଚାଲୁଥିବାର ଦେଖାଯାଇଛି। ବେଧଡ଼କ ବାଲି ଉଠାଣ ଯୋଗୁ ସୋନ ନଦୀର ଗତିପଥ ଏବେ ଗାଁ ମୁହାଁ ହୋଇଛି। ଏଥିଯୋଗୁ ବନ୍ୟା ସମୟରେ ନଦୀ କୂଳ ଖାଉଥିବା ଆଶଙ୍କା କରିଛନ୍ତି ଗ୍ରାମବାସୀ। ପୁନ୍ଦାଳ ଘାଟରୁ ବାଲି […]

  • Tuesday, 20 July 2021
burla
ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ବୁର୍ଲା: ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ପୂଜାହାରୀଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି। ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ଦାବିରେ ଭିଏସ୍ଏସ୍ ମେଡିକାଲ୍‌ କଲେଜରେ ଜୁନିଅର ଡାକ୍ତର ଆସୋସିଏସନ୍‌ […]

  • Tuesday, 20 July 2021
bali
ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ

ପୁରୀ: ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ ହୋଇପଡ଼ିଛନ୍ତି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ବେଧଡକ୍ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୧୫ଟି ଟ୍ରକ୍‌, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି। ବାଲି ଚୋରା ଚାଲାଣ ଯୋଗୁ ପୁରୀରେ ଭୂତଳ ବିଦ୍ୟୁତକରଣ […]

  • Tuesday, 20 July 2021
tourist bus
ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌

ଢେଙ୍କାନାଳ: ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ କିଛି ଲୋକ ଏକ ବସ୍‌ରେ ବାଲେଶ୍ୱରକୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଭୋର ସମୟରେ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ବିଲକୁ ଓଲଟି ପଡ଼ିଥିଲେ। ଗାଡ଼ିରେ ୪୦ ରୁ […]

  • Tuesday, 20 July 2021
d
ଦୁର୍ବୃତ୍ତଙ୍କ ସିରିଜ୍ ବୋମାମାଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁର୍ବୁତ୍ତଙ୍କ ବୋମାମାଡ଼। ଗତକାଲି ସନ୍ଧ୍ୟାରେ ସହରରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ସିରିଜ୍ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତ ପ୍ରଥମେ ଇଶ୍ୱର ସପିଙ୍ଗ୍ ମଲ୍‌ ପରେ ଜଗନ୍ନାଥ ୟୁଏଲାର୍ସ ସାମ୍ନାରେ ବୋମାମାଡ଼ କରିଥିଲେ। ତିନି ଦୁର୍ବୁତ୍ତ ବାଉଁଶଲୁଣ୍ଡିରେ ଥିବା ରେବତୀ ମୋଟର୍ସ ଉପରକୁ ବି ବୋମାମାଡ଼ କରିଥିଲେ। ଏଥିରେ ସୋ ରୁମ୍ ମାଲିକଙ୍କ ଭାଇଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ […]

  • Tuesday, 20 July 2021
budgert
ଆଜି ବିଧାନସଭାରେ ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ହେବ। ଏଥିରେ ଗତକାଲି ଆଗତ ହୋଇଥିବା ୫୬ହଜାର ୯୨୧ କୋଟିର ଅନ୍ତରୀଣ ବଜେଟ୍‌ ଉପରେ ଆଲୋଚନା ହୋଇ ଏହାକୁ ଅନୁମୋଦନ ଦିଆଯିବ। ଆସନ୍ତା ୪ମାସ ପାଇଁ ସରକାର ଏହି ଅନ୍ତରୀଣ ବଜେଟ୍‌ ଆଣିଛନ୍ତି। ତେବେ ବିରୋଧୀ ଚାଷୀ, ନିଯୁକ୍ତି ଓ ଚିଟ୍‌ଫଣ୍ଡ୍‌ ଆଦି ଘଟଣାକୁ ପ୍ରସଙ୍ଗ କରିଥିବାରୁ ଗୃହ ସ୍ୱାଭାବିକ ଭାବେ ଚାଲିନପାରେ। ଏହାଛଡ଼ା ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ୍‌ର ମାଡ଼ ପ୍ରସଙ୍ଗକୁ ମଧ୍ୟ ବିଜେପି ବିଧାନସଭାରେ […]

  • Tuesday, 20 July 2021
bhadrak-1
ଭଦ୍ରକରେ ଦୁଇଟି ସଡ଼କ ଦୁର୍ଘଟଣାରେ ୩ ମୃତ ୨ ଆହତ

ଭଦ୍ରକ: ଚାନ୍ଦବାଲି ରାସ୍ତାର ତିହିଡ଼ି ସିନେମା ହଲ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କର୍ପିଓ ଗାଡ଼ି ଏକ ଟ୍ରକ୍‌ ପଛପଟେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲୀପ ରାଉତ ଓ ଏସ୍.କେ. ପୁହାଣ। ମୃତକ ଦୁଇଜଣ ଆଇଓସିଏଲର ସୁରକ୍ଷା କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେହିପରି ଭଦ୍ରକ ରାଣୀତାଲ ପାଖରେ ଅନ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି […]

  • Tuesday, 20 July 2021
bjp
ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଲକ ଓ ଭୃଗୁ

ଭୁବନେଏଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍‌ ନୋଟିସ୍‌ ପାଇଥିବା ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେମାନେ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇନଥିଲେ। ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ମାମଲାରେ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

  • Tuesday, 20 July 2021
gadi-lut
ରାସ୍ତାରେ ଗଛ ପକାଇ ଲୁଟି ନେଲେ ୮୦ ହଜାର ଟଙ୍କା, ବୋଲେରୋ

ସୁନ୍ଦରଗଡ଼: ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରଗଡ଼ ଡିପିସି ଅଫିସର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ। ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ […]

  • Tuesday, 20 July 2021
baragarh
ଗୋଟିଏ ପରିବାରର ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍‌

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲିରେ ମେହେର ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମିକ ପାଖରେ ରହିବା ପାଇଁ ମେହେର ପରିବାରର ବୋହୂ ଏହି ଷଡଯନ୍ତ୍ର କରିଥିବା ପୁଲିସ୍‌ ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ମେହେର ପରିବାରର ବୋହୂ ସମେତ, ପ୍ରେମିକ, ପ୍ରେମିକର ଜଣେ ସାଙ୍ଗ ଓ  ବୋହୂର ବାପାକୁ ପୁଲିସ୍‌ ଗିରଫ କରିଛି। ତେବେ ବୋହୂର ଭଉଣୀ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଭଉଣୀ  […]

  • Tuesday, 20 July 2021
fd
ଆସନ୍ତା ୧୨ରେ ମାଘ ପୂର୍ଣ୍ଣିମା

ପୁରୀ: ଆସନ୍ତା ୧୨ତାରିଖରେ ମାଘ ପୂର୍ଣ୍ଣିମା। କୋଣାର୍କ ଚନ୍ଦ୍ରଭାଗରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ୧୧ତାରିଖ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିବେ। ରାତି ପ୍ରାୟ ସାଢ଼େ ୧୨ଟା ସୁଦ୍ଧା ଭୋଗ ଖାଇ ରାତ୍ର ପ୍ରାୟ ୨ଟା ୫୮ରେ ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ବିଜେ ହେବେ। ସେଠାରେ […]

  • Tuesday, 20 July 2021
representational image
ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ସହରରେ ଏହି ଘଟଣା ଘଟିଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍‌ (୬୨)। ପ୍ରେମ୍‌ଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବୋଲି ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
pic1
ପ୍ରତିରୋଧ ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ୱାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ଏକ ପମ୍ପ ହାଉସ୍ କାନ୍ଥରେ ମାଓପୋଷ୍ଟର ଲାଗିଛି।  ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି। ଡିସେମ୍ବର ୧୨ ତାରିଖ ଯାଏ ପ୍ରତିରୋଧ ଦିବସ ପାଳନ ଲାଗି ମାଓବାଦୀଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।  ଆଦିବାସୀଙ୍କ ଉପରେ ଆକ୍ରମଣ ବନ୍ଦ କରିବା, ମୋଦି ସରକାରଙ୍କ ମାଓବାଦୀ ଦମନ ଅଭିଯାନ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ପୂର୍ବରୁ କିରିକୁଟି ଓ ପାଟାଙ୍ଗୀରେ ବି ମାଓବାଦୀ […]

  • Tuesday, 20 July 2021
sand
ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ। ଗୋପାଳପୁର ବନ୍ଦର ଦେଇ ରାଜ୍ୟ ବାହାରକୁ ଶହ ଶହ ଟ୍ରକ୍‌ ବାଲି ଚାଲାଣ ହେଉଛି। ଏପରିକି ଅନେକ ଜାଗାରେ ବିନା ଅନୁମତିରେ ଚାଲାଣ ହେଉଥିଲେ ବି ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ନଦୀରୁ ବେଧଡକ୍‌ ଭାବେ ଚାଲିଛି ବାଲି ଚାଲାଣ। ଦୈନିକ ଶହ ଶହ ଟ୍ରକ୍‌ରେ ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସେପଟେ […]

  • Tuesday, 20 July 2021
c
ଶିଳାନ୍ୟାସର ୪ ମାସ ପରେ ବି ତୁଟିନି ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ କେଁ

ଭୁବନେଶ୍ୱର: ପଞ୍ଚସଖାଙ୍କ କର୍ମଭୂମିରେ ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୂଳୁଦୁଆ ପକାଇ ଓଡ଼ିଶା ଇତିହାସରେ ଗୌରବମୟ ଅଧ୍ୟାୟ ଯୋଡ଼ି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ ମାସ ପୂରିବାକୁ ବସିଲାଣି। କିନ୍ତୁ ଏହା କେବଳ ଶିଳାନ୍ୟାସରୁ ଆଉ ପାଦେ ବି ଆଗକୁ ବଢ଼ିପାରିଲାନି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପଛରେ ଉଦ୍ଦେଶ୍ୟ ଥିଲା, ଦେଶ ବିଦେଶରେ ଓଡ଼ିଶା ଭାଷାର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା। ଫଳରେ ଉତ୍କଳମଣିଙ୍କ ପବିତ୍ର ମାଟିରେ ଛାତ୍ର ଓ ବିଦ୍ୱାନଙ୍କ ଗହଳି ଲାଗିବ। ହେଲେ ସେ ସବୁ […]

  • Tuesday, 20 July 2021
ofc
ବୋଫୋର୍ସ ଦୁର୍ନୀତି: ରହସ୍ୟ ଘେରରେ ଓଡ଼ିଆ ଅଫିସର୍‌ ଶାରଦା ଖଟୁଆଙ୍କ ହତ୍ୟା

ଭୁବନେଶ୍ୱର: ଧନୁଷ ତୋପରେ ନକଲି ଯନ୍ତ୍ରାଂଶ ଦୁର୍ନୀତିକୁ ନେଇ ଚକ୍ରାନ୍ତର ଚକ୍ରବ୍ୟୁହରେ ଫସି ଯାଇଥିଲେ ଓଡ଼ିଆ ଅଫିସର ସାରଦା ଚରଣ ଖଟୁଆ। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ସାରଦାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସ୍ପଷ୍ଟ କରିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଛି। କିଏ ଓ କାହିଁକି ସାରଦାଙ୍କୁ ହତ୍ୟା କଲା, ପୁଲିସ୍‌ ତାର ସୂତ୍ର ଖୋଜିବାରେ ଲାଗିଛି। ଧନୁଷ୍ ତୋପ ଲାଗି ନକଲି ଚୀନ୍ ଯନ୍ତ୍ରାଂଶ ଯୋଗାଣ ମାମଲାରେ ଖଟୁଆ ଅନେକ କଥା […]

  • Tuesday, 20 July 2021