ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ ଆଶଙ୍କା ସାଙ୍ଗକୁ କପି ରୋକିବାକୁ ଏ ବର୍ଷ ବ୍ୟାପକ ପଦକ୍ଷେପ ନେଇଛି ସିଏଚ୍ଏସ୍ଇ। ଖାଲି ‘ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍’ ନୁହେଁ. ସବୁ ପରୀକ୍ଷା ହଲ୍ରେ ବି ସିସିଟିଭି ଲଗାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ତେବେ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଥିବାବେଳେ କାଉନସିଲ୍ର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଏଥିପାଇଁ ଅର୍ଥ ଆସିନଥିବାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ […]
ଭଦ୍ରକ: ଚୋରା ମଦ ବିକ୍ରି ଅଭିଯୋଗରେ ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ଚରଦିଆ ବଜାରରେ ଜଣେ ଯୁବକଙ୍କୁ ମହିଳାମାନେ ଗଛରେ ବାନ୍ଧି ପକାଇଥିଲେ। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ମାସ ହେବ ସ୍ଥାନୀୟ ଅଞ୍ଚଳରେ କେତକ ଯୁବକ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିଆସୁଥିଲେ । ବାରମ୍ବାର ଅଭିଯୋଗ ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଲୋକେ ଅଭିଯୋଗ […]
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ ମୁଖ୍ୟତଃ ଫ୍ଲୁ ସଂକ୍ରମଣ ହୋଇଛି। ରୋଗ ଯେଭଳି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିଲାଗି ସତର୍କତା ସ୍ୱରୂପ ଏ ସମସ୍ତ ଅଞ୍ଚଳରେ କୁକୁଡ଼ା ମରା ଆରମ୍ଭ ହୋଇଛି। କୁକୁଡ଼ାଗୁଡିକୁ ମାରାଯିବା ପରେ ଗାତ ଖୋଲି ପୋତାଯାଇଛି। ପ୍ରଭାବିତ ଫାର୍ମରୁ ଏକ କିଲୋମିଟର ଦୂରତା ମଧ୍ୟରେ ଯେତେ ଫାର୍ମ ରହିଛି, ସେଥିରେ ଥିବା କୁକୁଡ଼ାଙ୍କୁ ମାରି ପୋତାଯିବ। ସେହିପରି ଆଗାମୀ ୧୦ ଦିନ ପାଇଁ […]
ଭୁବନେଶ୍ୱର: ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ସକାଳେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଜଣେ ପଥଚାରୀ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ତାକୁ ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ଅଧିକ ଚିକିତ୍ସା ଲାଗି ନବଜାତ ଶିଶୁକନ୍ୟାକୁ କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଶିଶୁଟିକୁ ଉକ୍ତ ଜାଗାରେ କିଏ ଛାଡି ଦେଇଗଲା […]
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ କରଦାଙ୍ଗି ଗ୍ରାମ ଆମ୍ବତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହୁଥିବା ବେଳେ ବାପଘର ଲୋକେ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। କରାଦାଙ୍ଗି ଆମ୍ବତଇଲା ସାହିର ହରିଶ୍ଚନ୍ଦ୍ର ମହାନ୍ତ ତାଙ୍କ ସ୍ତ୍ରୀ ଝୁନୁ ମହାନ୍ତଙ୍କ ସହ ଶନିବାର ସନ୍ଧ୍ୟାରେ ଘରେ ଥିଲେ। ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ, ସେ ଘରୁ ବାହାରକୁ ଯାଇଥିବା […]
ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଟ୍ୱିଟ୍ ଉପରେ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘‘ଖବରକାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ଭ୍ରମାତ୍ମକ। ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ଉଜ୍ଜ୍ୱଳା ଲାଗୁ ହେବାର ବର୍ଷକ ମଧ୍ୟରେ ୭୦% ସିଲିଣ୍ଡର ଭରିଛନ୍ତି ଗ୍ରାହକ। ଡିସେମ୍ବର ୨୦୧୮ ସୁଦ୍ଧା ୭୨.୫ ଲକ୍ଷ ଉପଭୋକ୍ତା ଏହି ଯୋଜନାରେ ସାମିଲ ହୋଇଛନ୍ତି। […]
ଟିଟିଲାଗଡ଼: ସଇଁତଲା ସ୍ଥିତ ଗୋଳାବାରୁଦ କାରଖାନା ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତକାଲି ରାତିରେ ୨ଟି କଲରାପତରିଆ ବାଘ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ମଧ୍ୟରୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେ ଏହାକୁ ସୋଶାଲ୍ ମିଡିଆରେପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତରେ ଭିଡିଓର ସତ୍ୟତା ଅଛି ନା ନାହିଁ, ତାହା ଜଣାପଡ଼ିନାହିଁ। ବନ ବିଭାଗର ସ୍ଥାନୀୟ ଅଧିକାରୀମାନେ ଭିଡିଓଟିକୁ ଯାଞ୍ଚ କରୁଥିବା […]
ଭୁବନେଶ୍ୱର: ଭୁବନେଶ୍ୱର ଲଳିତ କଳା ଏକାଡେମୀରେ ଶନିବାରଠୁ ଆରମ୍ଭ ହୋଇଛି ଫଟୋ ପ୍ରଦର୍ଶନୀ । ଏଥିରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଚିତ୍ରକର ଭାଗ ନେଇଛନ୍ତି । ଇଲା ପଣ୍ଡା ଆର୍ଟ ଆଣ୍ଡ କ୍ରାପ୍ଟ ସେଣ୍ଟର ଏବଂ ସର୍ବୋଦୟ ଇଣ୍ଟରନାସନାଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି ଚିତ୍ରକଳା କରାଯାଉଛି । ଏଥିରେ ଟେରାକୋଟା ଆର୍ଟ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଉଛି । ଏହି ପ୍ରଦର୍ଶନୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।
କଟକ: ୨୦୧୯ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍। ଫେବ୍ରୁଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ ସାହିତ୍ୟ, ୨୫ରେ ଇଂରାଜୀ, ୨୭ ତାରିଖରେ ହିନ୍ଦୀ ଓ ୨୮ରେ ସଂସ୍କୃତ ପରୀକ୍ଷା […]
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଗୁଆଗଢିଆ ମଳିକ ସାହିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଅଗ୍ନିବିପନ୍ନମାନେ ହେଲେ ନାରାୟଣ ମଲିକ ଓ କ୍ଷୀରୋଦ ମଲିକ। ଏହି ଅଗ୍ନିକାଣ୍ଡରେ ଉଭୟଙ୍କ ନଗଦ ଟଙ୍କା ସହ ସମସ୍ତ ଆସବାବପତ୍ର, ଧାନ, ଚାଉଳ ସବୁ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛି। ବିଳମ୍ବିତ ରାତିରେ ଘରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବା ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୬ରୁ ସାରା ରାଜ୍ୟରେ ବର୍ଷା ସହ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୭ ତାରିଖରେ କୋରାପୁଟ, […]
ପୁରୀ: ଖରା ଆରମ୍ଭ ନ ହେଉଣୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା। ନଦୀ, ଗାଡ଼ିଆ ଓ ପୋଖରୀରୁ ପାଣି ଶୁଖିଯିବା ଫଳରେ ଲୋକଙ୍କ ସମେତ ଗାଈଗୋରୁ ମଧ୍ୟ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି। ଏଥିରେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶତାଧିକ ମହିଳା। ପାନୀୟ ଜଳ ଯୋଗାଣ ଦାବିରେ ଶତାଧିକ ମହିଳା ବକୁଳବନ ଠାରୁ ଶୋଭାଯାତ୍ରାରେ ଆସି ସତ୍ୟବାଦୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ […]
କାମାକ୍ଷାନଗର : ଲଭ, ସେକ୍ସ, ଧୋକା। ପ୍ରତାରିତ ହେବା ପରେ ନ୍ୟାୟ ପାଇଁ କାମାକ୍ଷାନଗର କଙ୍କଡ଼ାହାଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ସେ ଏବେ ୯ ମାସର ଗର୍ଭବତୀ ଥିବା ବେଳେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କାମାକ୍ଷାନଗର ଥାନା ନିକଟସ୍ଥ ଡଙ୍ଗାପାଳ ଗାଁର ଜଣେ ଯୁବକ। ହେଲେ ସେ ଗର୍ଭବତୀ ହେବା ପରେ ତାଙ୍କୁ ବିବାହ କରିବାକୁ […]
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍ରୁ ଲୋକଙ୍କଠୁ ମୋବାଇଲ୍ ହେଉ କି ଚେନ୍ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହେଉଯାଉଥିବା ବେଳେ ଲୁଟ୍ ସାମଗ୍ରୀ କିମ୍ବା ଲୁଟେରାଙ୍କୁ ଧରିବା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ମେସେଜ୍ ଟ୍ରାକ୍ […]
ଭୁବନେଶ୍ୱର : କାଳିଆ ଯୋଜନାର ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା। ଏହି ପର୍ଯ୍ୟାୟରେ ୧୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ବିରାଟ ସମାବେଶ ହେବ। କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ଯୋଜନାର ଅର୍ଥରାଶି ପ୍ରଦାନ କରାଯାଇଛି।
ଆଠଗଡ଼: ଯାତ୍ରୀବାହୀ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା। କଟକ ଜିଲ୍ଲା ଆଠଗଡ଼ର ଖୁଣ୍ଟୁଣୀ ବଜାରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଭୁବନେଶ୍ୱର: ଜାତୀୟ କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଏଆଇସିସି ବୈଠକ। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଯୋଗ ଦେଇ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ, ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ ବୁଥ୍ ମଜଭୁତ କରିବାକୁ ବି ରାହୁଲ ମନ୍ତ୍ର ଦେଇଛନ୍ତି। ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ପ୍ରତିଶ୍ରୁତି ସମାବେଶ। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ସମାବେଶରେ ରୋଜଗାର ପ୍ରତିଶ୍ରୁତି ପତ୍ର ସହ ସ୍ଥାୟୀ ପଟ୍ଟା, ପକ୍କାଘର ପ୍ରଦାନ ନିମେନ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସବୁ ଘରକୁ ପାଇଖାନା, ପାଣି, ବିଜୁଳି ଓ ଗ୍ୟାସ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଏସବୁ ସୁବିଧା ପ୍ରଦାନ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। କୃଷ୍ଣପ୍ରସାଦ ବ୍ଲକ୍ରୁ କୁକୁଡ଼ା ମଡ଼କ ମିଳିବା ପରେ ନମୁନା ସଂଗ୍ରହ କରାଯାଇଥିଲା। ସଂଗ୍ରହ ହୋଇଥିବା ନମୁନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଅନ୍ୟପଟେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ନେଇଛି। ତେବେ ଆସନ୍ତାକାଲି ଠାରୁ କୁକୁଡ଼ା ମରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟତଃ କୃଷ୍ଣପ୍ରସାଦ ବ୍ଲକର ସାନସାହି, ମାଲୁଦ, ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ାକୁ ମରାଯିବ। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧରେ ରାସ୍ତାରୋକ୍ ହୋଇଛି। ଥାନା ଅଧିକାରୀଙ୍କୁ ରାଉରକେଲା ବଦଳିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଏଥିପାଇଁ ଉତ୍ୟକ୍ତ ସହରବାସୀ ଆସିକା ସହରରେ ମୁଖ୍ୟ ସଡ଼କ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ନିଜେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଛି। ଆସିକା ସହର ଅପରାଧୀଙ୍କ ପାଇଁ ଅଶାନ୍ତ ହୋଇଥିବା ବେଳେ ଏଠାରେ ଥାନା […]
ଝାରସୁଗୁଡ଼ା: ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ କରିବ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍. କେ. ଚୌହ୍ୱାନ ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଦେଶର ୩ଟି ସ୍ଥାନକୁ ଉଡ଼ିବ ସ୍ପାଇଶ୍ ଜେଟ୍ ବିମାନ। ସେଗୁଡ଼ିକ ହେଲା, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ। ତେବେ ସ୍ପାଇଶ୍ ଜେଟ୍ ବିମାନ ଉଡ଼ିବା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିମାନ ବନ୍ଦର ପରିଦର୍ଶନ ପରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁସାରେ, ଶ୍ୱାସ ରୋଗର ଚିକିତ୍ସା ପାଇଁ ସାଲିଆ ସାହିର ଅହଲ୍ୟା ଭଞ୍ଜଙ୍କୁ ଗତକାଲି ସକାଳ ୮ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଗୁଲୁଣ୍ଡା ଛକ ନିକଟରୁ ଲକ୍ଷାଧିକ ଟଙ୍କାର ସାର ଜବତ ହୋଇଛି। ସ୍ଥାନୀୟ ଲୋକେ ସାର ବୋଝେଇ ଗାଡ଼ିଗୁଡ଼ିକୁ ଧରି ବିନିକା ପୁଲିସ ଜିମା ଦେଇଛନ୍ତି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ନମ୍ବର୍ ବିହୀନ ଗୋଟିଏ ଟ୍ରକ୍, ୪୦୭ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର୍ ରହିଛି । ବିନିକା ଅଞ୍ଚଳର ଚାଷୀମାନେ ସାର ପାଇବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ଅଛନ୍ତି। ହେଲେ ଏହି ଗାଡ଼ିଗୁଡ଼ିକରେ ଏତେ ସଂଖ୍ୟାରେ ସାର ପ୍ୟାକେଟ୍ ବିନା କାଗଜପତ୍ରରେ […]
ସମ୍ବଲପୁର: ଭିମସାର୍ ନିର୍ଦ୍ଦେଶକ ପଦରୁ ଡାକ୍ତର ଅଶ୍ୱିନୀ ପୂଜାହାରୀ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଡାକ୍ତର ପୂଜାହାରୀ କହିଛନ୍ତି ଯେ ମୁଁ ଜଣେ କର୍ମଠ ଲୋକ। ଏତେ ଦିନ ଧରି କେବେ ଛୁଟିରେ ଯାଇ ନ ଥିଲି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛି, କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଇସ୍ତଫା ଦେଲି ବୋଲି ପୂଜାହାରୀ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ତାଙ୍କୁ ଆଜି ହାଜର ହେବାକୁ ଡକାଯାଇଛି। ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଗତ ୭ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଆଗୁଆ ଜାମିନ ପାଇଁ ଉଭୟ ନେତା କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା […]