କଟକ: କଟକ ଜିଲ୍ଲା ବାଙ୍କୀ ଓ ନରସିଂହପୁର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ସଂଧ୍ୟାରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ଏତେ ବଡ଼ ବଡ଼ କୁଆପଥର ବର୍ଷିଥିଲା ଯେ ଲୋକେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଗୋଟିଏ ଗୋଟିଏ କୁଆପଥର ୨ ଶହ ଗ୍ରାମ୍ରୁ ପାଖାପାଖି ୧ କିଲୋ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ନରସିଂହପୁର ଅଞ୍ଚଳରେ ମଧ୍ୟ ପ୍ରବଳ କୁଆପଥର ବର୍ଷା […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା ଲାଗି କଂଗ୍ରେସ ଜୋରଦାର କସରତ ଚଳାଇଛି। ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସି ବାରିପଦା ଓ ସମ୍ବଲପୁରରେ ଆଶାୟୀଙ୍କ ସହ AICC ସ୍କ୍ରିନିଂ କମିଟି ଆଲୋଚନା କରିଛି। ଆଜି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ୍ ବାଲେଶ୍ୱର, ଭଦ୍ରକ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସ୍କ୍ରିନିଂ କମିଟି […]
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ […]
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ହୋଇଥିବା ୩୦୧ଟି ଏମଓୟୁ ମଧ୍ୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୫୧ଟି। ତେବେ ଏଥିରୁ ୧୦ଟି ସଂସ୍ଥା ସଂପୂର୍ଣ ବନ୍ଦ ବି ହୋଇଯାଇଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଏଭଳି ତଥ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସରକାରଙ୍କ ଆନ୍ତରିକତାର ମୁଖା ଖୋଲିଛି। ଗତ ୪ ବର୍ଷରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୦ଟି ଦେଶରେ ରୋଡସୋ କରିଥିଲେ ବି ସେମିତି କିଛି […]
ଭୁବନେଶ୍ୱର: ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖିଥିଲେ। ସମାନ ପ୍ରସଙ୍ଗ ଉଠାଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ। ଆଜି ଭୁବନେଶ୍ୱରେ ଆୟୋଜିତ ସାମ୍ୱାଦିକ […]
କେନ୍ଦ୍ରାପଡ଼ା: ପାଟକୁରା ମହାଲଢ଼େଇକୁ ଆଉ ମାତ୍ର ୬ ଦିନ ବାକି ରହିଲା। ଏଥିପାଇଁ ପ୍ରଚାରରେ କମ୍ପୁଛି ପାଟକୁରା ନିର୍ବାଚନୀ ମୈଦାନ୍। କଳେବଳେ କୌଶଳେ ଗଡ଼ ଅକ୍ତିୟାର ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ। ରାଲି, ସଭା, ରୋଡ୍ ଶୋ’ ସହିତ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବି ଚାଲିଛି। ଗାଁଠୁ ବଜାର, ଘର ଘର-ସାହି ସାହି ବୁଲି ପ୍ରଚାର କରୁଛନ୍ତି ନେତା। ପ୍ରଚାର ପାଇଁ ହାତରେ ଆଉ ମାତ୍ର ୪ ଦିନ ଥିବା ବେଳେ ଆଜି ବିଜେପି […]
ଭୁବନେଶ୍ୱର: କାମର ହିସାବ ଦେବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ଗାଇଡ୍ଲାଇନ୍। ସଂସଦକୁ ନିର୍ବାଚିତ ବିଜେଡି ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମର ହିସାବ ମାଗିଛନ୍ତି। ଅଗଷ୍ଟ ମାସଠାରୁ ପ୍ରତି ଦୁଇ ମାସରେ ଥରେ ଲିଖିତ ଭାବେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାସର ୧୦ ତାରିଖ ସୁଦ୍ଧା ସାଂସଦମାନେ ଲିଖିତ ଭାବେ ରିପୋର୍ଟ ଦେଲେ, ନବୀନ ସେଗୁଡ଼ିକ ଉପରେ ସମୀକ୍ଷା କରିବେ। ହିସାବ ମାଗିବା ସହିତ ସାଂସଦମାନଙ୍କୁ ନିଜ ଅଞ୍ଚଳ ଗସ୍ତ କରି ସମସ୍ୟାର ସମାଧାନ […]
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଟ୍ରିପଲ୍ ମର୍ଡର ହୋଇଛି। ବିଚ୍ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତକମାନେ ହେଲେ, ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏମାନେ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିବା ବେଳେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା […]
କେନ୍ଦୁଝର: କେନ୍ଦୁଝର ସ୍ଥିତ ଓ.ଏସ୍.ଆଇ.ଏଲ୍ କାରଖାନା ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମରୁ କୋଟି କୋଟି ଟଙ୍କାର ମୁନାଫା କମାଇବା ପରେ ମାଲିକ ବର୍ଷ ବର୍ଷର ପାଉଣା ଦେଉନଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଦୀର୍ଘ ଦିନର ଦରମା ନ ଦେଇ କମ୍ପାନୀକୁ ଲକ୍ ଆଉଟ କରିବା ପରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ବଞ୍ଚିବା ଲାଗି ସଂଗ୍ରାମ କରୁଥିବା ଅବସ୍ଥାରେ ଅର୍ଥାଭାବରୁ ଏ ମଧ୍ୟରେ ୨୪ ଜଣ ଶ୍ରମିକଙ୍କର ମୁତ୍ୟୁ ହେଲାଣି। ତେବେ ସ୍ୱାର୍ଥପର ମାଲିକ ଏବେ ପୁଣି ଓ.ଏସ୍.ଆଇ.ଏଲ୍. […]
ମୟୂରଭଞ୍ଜ: ନିଜେ ପଦକ୍ଷେପ ନନେଇ ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଆସ୍କିପାଲ ଗାଁରେ। କୌଣସି କାରଣରୁ ଆସ୍କିପାଲି ଗାଁର ଜଣେ ଯୁବକ ପୋଡ଼ୋଶୀଙ୍କ ସହ ପାଟିତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗଳିଗୁଲଜ କରିଥିଲେ। ଏ ନେଇ ତାଙ୍କ ପଡ଼ୋଶୀ ଘରର ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ତାଙ୍କୁ ପାଟି କରିବାକୁ ବାରଣ କରିବା ସହ କାବୁ କରି ଗଛରେ ବାନ୍ଧି ଦେଇଥିଲେ। କିଛି […]
ବାଲେଶ୍ୱର: ରାଇବଣିଆ ଥାନା ଅନ୍ତର୍ଗତ ପ୍ରସାଦଶୂଳ ଜଙ୍ଗଲରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦଣକ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡ଼ିଛି। ସକାଳ ସମୟରେ ଗୋରୁଚରାଳିମାନେ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାଠୁଆଗଣ୍ଡ ଲୁଣା ଘେରି ନିକଟରେ ବହୁ ଚର୍ଚ୍ଚିତ ରାଣି ମିଶ୍ର ହତ୍ୟା ମାମାଲାରେ ପୁଲିସ ୩ ଜଣଙ୍କୁ ଗିରଫ୍ କରିଛି। ରାଣୀଙ୍କ ସ୍ୱାମୀ ଅଭିଯୁକ୍ତ ରଞ୍ଜନ ରାଉତ ଓ ତାଙ୍କ ଭାଇ ବିଜୟ କୁମାର ରାଉତଙ୍କୁ ଏବଂ ସଂପର୍କୀୟ ଡେରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶୁକଦେବ ଭଦ୍ରାଙ୍କୁ ପୁଲିସ ଗିରଫ କରିଛି। ଗତ ମାସ 28 ତାରିଖରେ ଦିନ ଅଖା ଭିତରୁ ମହିଳାଙ୍କ ଶବ ମିଳିବା ପରେ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝରେନ୍ ଗ୍ରାମରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ପ୍ରାୟ ୧୫ରୁ ୧୭ଟି ବଣୁଆ ହାତୀ ଗାଁରେ ଆତଙ୍କ ସୃଷ୍ଟି କରିବା ସହ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଶନିବାର ରାତିରେ ପ୍ରାୟ ୧୭ଟି ହାତୀ ନୂଆଗାଁ ପଞ୍ଚାୟତର ଝରେନ ଗାଁକୁ ପଶିଆସିଥିଲେ। ସେହି ଗାଁର ମାଝିଆ ତିଗାଙ୍କ ଘର ଭାଙ୍ଗିବା ସହ ମହଜୁଦ ଥିବା ଧାନ ଖାଇବା ସହ ଆସବାବ ପତ୍ର ନଷ୍ଚ କରିଦେଇଥିଲେ। ଗାଁର ହାତୀ ମାତୁଥିବାରୁ […]
କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଛି। ରାତିରେ ଶୋଇଥିବାବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁରେ। ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ସେ ଗାଁ ଶ୍ମଶାନରୁ ହାଡ଼ ଆଣି ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୂର୍ବରୁ ମଧ୍ୟ ଗାଁରେ ବିବାଦ ଲାଗିରହିଥିଲା। ଗତକାଲି ରାତିରେ ଗାଁର ୭ଜଣ ବ୍ୟକ୍ତିଙ୍କ ସହ ଦୀନବନ୍ଧୁ ମଦ ପିଇଥିଲେ। ପରେ ସେ ଘରେ ଶୋଇଥିବା ସମୟରେ ୭ଜଣ ବ୍ୟକ୍ତି […]
ଭୁବନେଶ୍ୱର: ଚାରିବର୍ଷରେ ବନ୍ଦ ହେଲାଣି ୫ ଇଞ୍ଜିନିୟରିଂ କଲେଜ୍ । ବର୍ଷକୁ ବର୍ଷ ଇଞ୍ଜିନିୟରିଂ ସିଟ୍ କମୁଛି। ତଥାପି ସେଥିରୁ ଖାଲି ପଡୁଛି ପ୍ରାୟ ୭୦ ପ୍ରତିଶତ ସିଟ୍। ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଇଞ୍ଜିନିୟରିଂ ପାଠ ଲାଗି ମନବଳାଉ ନାହାଁନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ୱରର ରାଜେଶ ନାୟକଙ୍କ କଥା ପଢନ୍ତୁ। ଦୁଇ ବର୍ଷ ହେବ ବି.ଟେକ୍ ସାରି ଇଞ୍ଜିନିୟରିଂ ଡିଗ୍ରୀ ହାତରେ ଧରି ଚାକିରି ପାଇଁ ଏ ଅଫିସ୍ ସେ ଅଫିସ୍ ଦଉଡ଼ୁଛନ୍ତି। ହେଲେ ବହୁ ଚେଷ୍ଟା […]
ଭୁବନେଶ୍ୱର: ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ। ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶ ଆଉ ନିରାଶା ଭିତରେ ବଞ୍ଚୁଛନ୍ତି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ। ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ଚିଟ୍ଫଣ୍ଡରେ ଲଗାଇ ସର୍ବସ୍ୱାନ୍ତ ହେବା ପରେ ଆଶା ଆଉ ଆଶଙ୍କାରେ କଟୁଛି ସେମାନଙ୍କ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା। କଳାରେ ବିଜେବି ଜୁନିଅର କଲେଜ ୭୦.୪ ପ୍ରତିଶତ ସହ ଆଗରେ ରହିଛି। ସେହିପରି ୭୦ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ ରହିଛି। ସେହିପରି ବିଜ୍ଞାନରେ ୮୯.୨ ପ୍ରତିଶତ ସହ ରେଭେନ୍ସା ଆଗରେ ଥିବା ବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଛି। ୮୭.୧୭% ସହ ତୃତୀୟରେ ରହିଛି […]
ମାଲକାନଗିରି : ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍ ଟକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଚାରି ତାରିଖ ରଥଯାତ୍ରା ଦିନ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ସଦର ଚିକିତ୍ସାଳୟକୁ ବାଛିଥିଲେ। ପରେ ସେଠାରେ ଅସ୍ତ୍ରୋପଚାର କରାଯିବା ପରେ ପତ୍ନୀ […]
ନବରଙ୍ଗପୁର: ମାସେ କି ଦୁଇ ମାସ ନୁହେଁ ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଦରମା ନ ମିଳିବା ଯୋଗୁ ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର୍ ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ସହକାରୀ ଶିକ୍ଷକ […]
ପୁରୀ(ମଧୁସୁଦନ ମିଶ୍ର): ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି DEOଙ୍କ ସରକାରୀ ଗାଡ଼ିରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା ନେଇ DEO ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି। ଟଙ୍କା ଜବତ ପରେ DEOଙ୍କ ପୁରୀ ସ୍ଥିତ ସରକାରୀ ବାସଭବନ, ସାଲେପୁର ସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ୍ଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବଢ଼ାଇ ୫ ଘଣ୍ଟାରୁ ୭ ଘଣ୍ଟା କରିଦିଆଯାଇଛି। ଏଣୁ ଆଧ୍ୟାପକମାନେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଆଉ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନ କଲେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନିକଟରେ ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। […]
ଭୁବନେଶ୍ୱର: ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନଙ୍କୁ ସେ ପାଞ୍ଚଟି ପରାମର୍ଶ ଦେଇଛନ୍ତି। ନିଜ ବିଭାଗକୁ ବ୍ୟାପକ ଗସ୍ତ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗସ୍ତ କରିବା ଦ୍ୱାରା ନିଜ ବିଭାଗର କାମ ତୃଣମୂଳ ସ୍ତରରୁ ଜାଣିହେବ ବୋଲି ସେ କହିଛନ୍ତି। ବିଭାଗୀୟ ଅଫିସ ଏବଂ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗସ୍ତ ସମୟରେ ଲୋକଙ୍କୁ ଭେଟି ମତାମତ ନେବାକୁ କହିଛନ୍ତି ନବୀନ। 5T […]