ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍କୁ ଏକ ବଡ଼ ଧରଣର ସଫଳତା ମିଳିଛି। ଏକ ଚୋରି ରାକେଟର ପର୍ଦ୍ଦାଫାଶ କରିବାକୁ ପୁଲିସ୍ ସକ୍ଷମ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ଟି ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟ ଶାଢ଼ି ଓ ମୋବାଇଲ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ବାଳ ଅପରାଧୀ ଥିବା ବେଳେ ଅନ୍ୟ ଜଣେ ମହିଳା ଅଛନ୍ତି। ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ […]
ଜଳେଶ୍ୱର (ଅଜିତ ଦାସ): ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍ ସାର୍ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ସାର୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ସେ ସବୁଦିନ ଟ୍ୟୁସନ୍ ହେବା ପାଇଁ ଜନୈକ ସାର୍ଙ୍କ ଘରକୁ ଯାଆନ୍ତି। କିନ୍ତୁ ଗତ ୩ରୁ ୪ ଦିନ ହେଲା ଛାତ୍ରୀ ଜଣକ ଟ୍ୟୁସନ୍ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ୨୦୧୩ କେନ୍ଦ୍ରାପଡ଼ା କଟରାମଲ୍ଲ ବଧୂହତ୍ୟା ମାମଲାରେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ମାମଲାର ବିଚାରକରି ଏହା ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୨ରେ କଖାରୁଣୀ ଗାଁର ଅକ୍ଷୟ ମଲ୍ଲିକଙ୍କ ଝିଅ ଲକ୍ଷ୍ମୀ କଟରାମଲ୍ଲ ଗାଁର ସୁଶାନ୍ତ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହାର କିଛିଦିନ ପରେ ଶାଶୁ ଘଣ ଲୋକେ ଅଧିକ ଯୌତୁକ ଦାବି କରିବା ସହ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଇଆସୁଥିଲେ। ତେବେ ଦାବି ମୁତାବକ ଯୌତୁକ […]
ଭୁବନେଶ୍ୱର: ଦିଲ୍ଲୀରେ ବିଜେପିରେ ମିଶିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଓଡ଼ିଶା ଫେରିଛନ୍ତି। ବୈଜୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବୈଜୟନ୍ତଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିବା ପାଇଁ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ଦଳୀୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦେବାକୁ ଏକ ସଭା ଆଯୋଜନ ହୋଇଛି। […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ମିଶନ ଶକ୍ତି ମହିଳା ସମାବେଶରେ ସାମିଲ ହୋଇଥିଲେ। ପଥରଚେପାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଶତାଧିକ ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ନବୀନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ନବୀନ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିରେ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ କେତେ ସତ୍ୟତା ରହିଛି ? ଖୋଦ୍ ନବୀନ ଗତକାଲି ନିଜ ଢୋଲ ନିଜେ ପିଟିଥିବା ବେଳେ ଆଜି ଏହାକୁ କାଉଣ୍ଟର କରିଛି ବିଜେପି। ପକ୍କାଘର, ନିଯୁକ୍ତି, ସାମାଜିକ ସୁରକ୍ଷା, ଜଳସେଚନ, ପାନୀୟ ଜଳ ପରି ବିଭିନ୍ନ କ୍ଷେତ୍ରରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସାମ୍ବାଦିକ ସମ୍ମିଳନୀରେ କାଳିଆ ଯୋଜନାର ଗୁମର ବି ଖେଲିଛନ୍ତି। ନିଜ ଢୋଲ […]
କଟକ: ମାଲକାନଗିରି ଜିଲ୍ଲା ପଡ଼ିଆ ସ୍କୁଲରୁ ୧୦୮ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ପିଲାଙ୍କ ଭାଗ୍ୟ କ’ଣ ହେବ ତାହାର ନିଷ୍ପତ୍ତି ପରୀକ୍ଷା କମିଟି ନେବେ। ଏନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଂପାଦକ ରାମାଶିଷ ହାଜରା। ସେ କହିଛନ୍ତି, “ପୁଲିସ ମାମଲାର ତଦନ୍ତ କରୁଛି। କାର୍ଯ୍ୟାନୁଷ୍ଠାନ ବି ନେଇଛି। ପରୀକ୍ଷା ସରିବାର ଅଳ୍ପ ଦିନ ମଧ୍ୟରେ କମିଟି ନିଷ୍ପତ୍ତି ନେବେ।” ସୂଚନାଯୋଗ୍ୟ, ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍ଆର ଶିଟ୍ ଗାଏବ […]
ଅନୁଗୁଳ: ଅନୁଗୁଳରେ ଗୋରୁଚାଲାଣ ଗାଡ଼ି ଜବତ ହୋଇଛି। ବଅଁରପାଳ ନିକଟରୁ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି ପୁଲିସ୍। ସୂଚନା ଅନୁସାରେ, ଆଜି ଭୋରୁ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ପୁଲିସ୍ ଖବର ପାଇଥିଲା। ଏହାପରେ ବଅଁରପାଳ ନିକଟରେ ଚଢ଼ାଉ କରି ୪ଟି କଣ୍ଟେନରକୁ ଅଟକାଇବା ସହ ୧୦୦ରୁ ଅଧିକ ଗୋରୁକୁ ପୁଲିସ୍ ଉଦ୍ଧାର କରିଥିଲା। ଘଟଣାରେ ଜଣେ ଡ୍ରାଇଭରକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।
ଆନନ୍ଦପୁର (ମୁନା ସିଂହ) : ଆଜି ଏକ ସ୍କୁଲ୍ ଭ୍ୟାନ୍ ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସି ପଡ଼ିଛି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ। ଆଜି ସକାଳ ୭ଟାରେ ଏକ ସ୍କୁଲ୍ ଭ୍ୟାନ୍ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବଅଂନ୍ତରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ସେ ସମୟରେ ରାସ୍ତାରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଉପକାରାଗାରରୁ ଜଣେ ବିଚାରାଧିନ କଏଦୀ ଫେରାର ହୋଇଯାଇଛି। କାରାଗାରର ଡ୍ରେନ୍ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। କଏଦୀ ଜଣକ ହେଉଛନ୍ତି ଅଜିତ ଦକୁଆ। ଗତ ଜାନୁଆରୀରେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ବାଲିମେଳା ଥାନା ପୁଲିସ ଗିରଫ କରିଥିଲା। କଏଦୀ ଫେରାର ହେବା ଘଟଣାରେ ଜେଲ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି।
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ପିଇସି ବୈଠକ ବସିବ। ଏଥିରେ ଏଆଇସିସି ପ୍ରତିନିଧିଙ୍କ ସହ ରାଜ୍ୟ କଂଗ୍ରେସର ପ୍ରତିନିଧି ଯୋଗଦେବେ। ଏହି ବୈଠକରେ ରାଜ୍ୟର ମୋଟ ୧୪୭ ଆସନ ନେଇ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିବା ସମ୍ଭାବନା ରହିଛି। ପୂର୍ବରୁ ୪୪ ଆସନ ନେଇ ରାଜ୍ୟ କଂଗ୍ରେସ ତରଫରୁ ପ୍ରାର୍ଥୀ ଚୂଡାନ୍ତ କରି ଏଆଇସିସିକୁ ରିପୋର୍ଟ ଦିଆସରିଛି। ତେବେ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ। ଆଜିର ବୈଠକ ପରେ ଏଆଇସିସି ପ୍ରାର୍ଥୀ ଚୂଡାନ୍ତ […]
ଭୁବନେଶ୍ୱର: ରାଜ୍ୟର ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାରିଗର ସହାୟତା ଯୋଜନା’ ଘୋଷଣା ହୋଇଛନ୍ତି। ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮ଶହ ଟଙ୍କା ଲେଖାଏ ସହାୟତା ଦେବେ ରାଜ୍ୟ ସରକାର। ୮୦ ବର୍ଷରୁ ଅଧିକ ବୟସ୍କ କାରିଗରଙ୍କୁ ହଜାରେ ଟଙ୍କା ସହାୟତା ମିଳିବ। ଏଥିପାଇଁ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଆବଶ୍ୟକ। ହିତାଧିକାରୀ ଚୟନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଚୟନ […]
ଭୁବନେଶ୍ୱର: “ନୂଆ ଓଡ଼ିଶା ଗଠନ ପାଇଁ ମୁଁ ଦୃଢ଼ ପରିକର।” ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଏହା କେତେଦୂର ପାଳନ ହୋଇଛି ତା’ର ତାଲିକା ପଢ଼ିଛନ୍ତି। ‘ନୂଆ ଓଡ଼ିଶା, ନୂଆ ପରିଚୟ’। ମୋଦି ସରକାରଙ୍କ ନ୍ୟୁ ଇଣ୍ଡିଆ ଢାଞ୍ଚାରେ, ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ନବୀନ। ଏଥିପାଇଁ ଆଜି ସଚିବାଳୟରେ ଛାଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇଆଇଏମ୍ସି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍) ଓଡ଼ିଶା ଚାପ୍ଟର୍ର ପୁରାତନ ଛାତ୍ରଛାତ୍ରୀ କନେକ୍ସନ୍(ଆଲୁମ୍ନି ମିଟ୍) ୨୦୧୯ ଆୟୋଜିତ ହୋଇଛି। ଢେଙ୍କାନାଳ ଆଇଆଇଏମ୍ସି ପରିସର ସହିତ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ର ଭାରତ ଭୂଷଣ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରୁ ମାଟ୍ରିକ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ୩ ଜଣ ଶିକ୍ଷକ ଗିରଫ ହୋଇଛନ୍ତି। ସେମାନେ ହେଲେ ପରୀକ୍ଷା ସେଣ୍ଟର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା। ବିନା ଅନୁମତିରେ ପରୀକ୍ଷା କେନ୍ଦ୍ରକୁ ଆସିଥିବାରୁ ଜଳନ୍ଧରଙ୍କୁ ଗିରଫ କରାଯାଇଛି। ସେହିପରି ପିଅନ ସୁପ୍ରିତ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର […]
ଭୁବନେଶ୍ୱର: ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଅମିତ ଜେନା ଏବଂ ଶିବାନନ୍ଦ ନାଥ। ପ୍ରକାଶ ତ୍ରିପାଠୀ ନାମକ ଅନ୍ୟଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ତେବେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଏହି ଘଟଣାରେ ଗିରଫ ହେବା ପରେ ବିରୋଧୀଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି […]
ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କ ଉପରେ ବର୍ଷିବା ସହ ବିଜେଡିର […]
ଭୁବନେଶ୍ୱର: ଆସନ୍ତା ୮ ଓ ୧୩ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୮ ତାରିଖରେ ଜୟପୁର ଓ ୧୩ ତାରିଖରେ ବରଗଡ଼ ଜନସଭାରେ ଯୋଗଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ରାହୁଲ ୮ ତାରିଖରେ ଉଭୟ ଜୟପୁର ଓ ବରଗଡ଼ ଆସିବା ସ୍ଥିର ହୋଇଥିଲା। ହେଲେ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ନିରଞ୍ଜନ କହିଛନ୍ତି। ସେ କହିଛନ୍ତି, “ପୂର୍ବ ନିର୍ଦ୍ଧରିତ କାର୍ଯ୍ୟକ୍ରମ ଅନୁଯାୟୀ ୮ ତାରିଖରେ ରାହୁଲ […]
ଭୁବନେଶ୍ୱର: ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ରାଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧ ହଜାର ୯୧ଟି କେନ୍ଦ୍ରରେ ପରୀକ୍ଷା କରାଯିବାକୁ ଥିବା ବେଳେ ୨୦୨ଟି ଏଗଜାମିନେସନ ମ୍ୟାନେଜମେଣ୍ଟ ହବ୍ର ବ୍ୟବସ୍ଥା କରାଯାଇଛଇ। ତେବେ ମାଟ୍ରିକ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ, […]
ବ୍ରହ୍ମପୁର: ମାସେ ହେଲା ଖୋଲା ଆକାଶ ତଳେ ନ୍ୟାୟ ଆଶାରେ ଜଣେ ଅସହାୟ ମହିଳା ଆସବାସପତ୍ର ଧରି ପଡ଼ିଛନ୍ତି। ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବଡ଼ ସାହିର। ସେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୨୫ ବର୍ଷ ହେଲା କାମ କରିଆସୁଥିଲେ। ଏହାସହ ମାଲିକଙ୍କୁ କିଛି ଟଙ୍କା ଦେଇ ତାଙ୍କର ଗୋଟିଏ ଘରେ ରହିଆସୁଥିଲେ। ହେଲେ ଗତ ଫେବୃଆରୀ ୮ ତାରିଖରେ ସେ ଘରେ ପୂଜା କରୁଥିବା ବେଳେ ହଠାତ୍ ପୁଲିସ ଆସି ତାଙ୍କର […]
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମାଣିଦା କନ୍ୟାଶ୍ରମରେ ପଢ଼ିଥିବା ଜଣେ ଅଷ୍ଟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଝିଆ ମୃତ୍ୟୁ ପାଇଁ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହାସହ ସ୍କୁଲର ପ୍ରଧାନଶିକ୍ଷକ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କନ୍ୟାଶ୍ରମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ଥାନୀୟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବିଲ ମଝିରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ଥାନା ଖଲିଖମା ଅଞ୍ଚଳରୁ ଶିଶୁକନ୍ୟାର ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଶିଶୁର ବେକ ଓ ମୁହଁରେ ରକ୍ତ ଲାଗିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ଘଟିଲା ଓ କିଏ, କାହିଁକି ଏପରି ମୃତଦେହ ପକାଇ […]
ଖୋର୍ଦ୍ଧା: କୁହାଯାଏ କୁକୁର ଏକ ବିଶ୍ଵସ୍ତ ପ୍ରାଣୀ। ମାଲିକ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ସବୁ ବେଳେ ସଜାଗ ରହିଥାଏ। ଆବଶ୍ୟକ ପଡ଼ିଲେ, ନିଜକୁ ବିପଦ ମୁହଁକୁ ବି ଠେଲି ଦେଇଥାଏ। ବିଭିନ୍ନ ସମୟରେ ନିଜର ବିଶ୍ୱାସନୀୟତାର ପରିଚୟ ଦେଇଛି କୁକୁର। ଏବେ ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ନିଜ ମାଲିକଙ୍କ ପରିବାରର ଜୀବନ ବଞ୍ଚାଇବା ପାଇଁ ଜୀବନ ଦେଇଛି ଏକ କୁକୁର। ସୂଚନା ଅନୁସାରେ, ଜଟଣୀର ଆରିଫ ଅମିନ ଡାଲମେସିଆନ ପ୍ରଜାତିର ଏକ […]
ଭୁବନେଶ୍ୱର: ବଂଶଧାରା ନଦୀ ଜଳ ବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ। ଶୁଣାଣି ବେଳେ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ନିଜର ପକ୍ଷ ରଖିଛନ୍ତି। ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ। ହେଲେ ଦୁଇ ରାଜ୍ୟ ମଧ୍ୟରେ ଏନେଇ ଜାନୁଆରୀ ୨୮ରେ ବୈଠକ ହୋଇଥିଲେ ବି ତାହା ସଫଳ ହୋଇନାହିଁ ବୋଲି ଆଜି ଟ୍ରିବ୍ୟୁନାଲଙ୍କୁ ଜଣାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ଓ ଓଡ଼ିଶାର ବୈଷୟିକ ଟିମ୍ ମଧ୍ୟରେ ବୈଠକ ହୋଇଥିଲା। ଏହି […]
ଭୁବନେଶ୍ୱର : ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ବିଜେଡି ନେତା ଓ କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ। ଏକ ଦୁର୍ଘଟଣା ମାମଲାକୁ କେନ୍ଦ୍ର କରି ରାତି ଅଧରେ ଥାନାରେ ଦଳର ଯୁବ ନେତା ଓ କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିବାର ଭିଡିଓ ପଦାକୁ ଆସିଛି। ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ଭିଆଇଛନ୍ତି ଲଙ୍କାକାଣ୍ଡ। ସହିଦନଗର ଥାନା ଭିତରେ ଭଙ୍ଗାରୁଜା […]