କଟକ: ୩ ଦିନ ହେଲାଣି, କିନ୍ତୁ ମିଳୁନି କଟକର ପ୍ରତିଷ୍ଠିତ ବ୍ୟବସାୟୀ ବିଶାଲ ସୁନ୍ଦରକାଙ୍କ ପତ୍ତା। ଯୁବ ବ୍ୟବସାୟୀ ସୁନ୍ଦରକା ଦାମୀ କପଡ଼ା ବ୍ୟବସାୟ କରୁଥିଲେ। ହେଲେ ୩ ଦିନ ଧରି ସେ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ସେ କେଉଁଠି ଅଛନ୍ତି କି ଅବସ୍ଥାରେ ଅଛନ୍ତି ସେ ନେଇ ପତ୍ତା ଲଗାଇ ପାରିନାହିଁ କମିଶନ୍ରେଟ୍ ପୁଲିସ୍। ନିଖୋଜ ହେବାର ଦିନକ ପରେ ସୁନ୍ଦରକାଙ୍କ କାର୍ ଓ ମୋବାଇଲ ପୁରୀ ସମୁଦ୍ର କୂଳରୁ ମିଳିବା ରହସ୍ୟକୁ ଅଧିକ […]
ଭୁବନେଶ୍ୱର: ମିଶନ୍ ୧୨୦ ପ୍ଲସ୍ ଟାର୍ଗେଟକୁ ହିଟ୍ କରିବା ଲକ୍ଷ୍ୟରେ ଶକ୍ତି ବଢ଼ାଉଛି ବିଜେପି। କିଛି ଦିନ ତଳେ ଦକ୍ଷ ପ୍ରଶାସିକା ଅପରାଜିତା ଆଉ ଏବେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଦଳକୁ ଆଣିବା ପରେ ବିଜେପିର ରାଜନୈତିକ ଟକ୍କର ନୂଆ ସ୍ତରକୁ ଯାଇଥିବା କୁହାଯାଉଛି। ତେବେ ବୈଜୟନ୍ତଙ୍କ ଯୋଗଦାନ ଉପକୂଳରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପିକୁ କିଭଳି ଲାଭ ଦେବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମାର୍ଚ୍ଚ ୪ରେ ଦିଲ୍ଲୀରେ […]
ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷା ବିଭ୍ରାଟ୍ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲ୍ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଚେକିଂ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଯେମିତି କିଛି ସନ୍ଦେହଜନକ ବସ୍ତୁ ଭିତରକୁ ନଯିବ, ତା’ ଉପରେ ତୀକ୍ଷଣ ନଜର ରଖାଯାଇଥିଲା। ଆଉ ଏପଟେ ଫାଟକ ବାହାରେ ଉଭୟ ଗଣମାଧ୍ୟମ ଓ ଅନଧିକାର […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କୁ ପୁଲିସ୍ର ମାଡ଼ ଓ ଦୁର୍ବ୍ୟବହାର ପ୍ରତିବାଦରେ ଟାଉନ ଥାନା ଘେରାଉ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗୀତା ଭବନରୁ ବାହାରି ଖୋର୍ଦ୍ଧା ଟାଉନ ଥାନାରେ ପହଞ୍ଚି ନାରାବାଜି କରିବା ସହ ଘେରାଉ କରିଥିଲେ। ଗତ ଫେବୃଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ପୁଲିସ, ସଂଗଠନର କିଛି କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ସର୍ବଭାରତୀୟ ପୁଲିସ୍ କ୍ଲଷ୍ଟର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗଞ୍ଜାମର ୨ ପୁଲିସ୍ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ଏମାନେ ହେଲେ ଜିତେଶ ଦାସ ଏବଂ ବାଲାଲ୍ ଖାନ୍। ଗତ ଫେବୃଆରୀ ୨୭ରୁ ମାର୍ଚ୍ଚ ୩ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୭୫ କେଜିରେ ଜିତେଶ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୭୦ କେଜିରେ ବାଲାଲ୍ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଅତିରିକ୍ତ ଏସପିଙ୍କ […]
ଭୁବନେଶ୍ୱର: ବାହାମାସ କମ୍ପାନୀ ନାଁ ନେଇ ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛନ୍ତି ଭୂପେନ୍ଦ୍ର ସିଂ ପଟେଲ ଓରଫ ରାହୁଲ। ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରେସ୍ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜକୁ ଆରଟିଆଇ ଆକ୍ଟିଭିଷ୍ଟ ଓ ଅନୁସନ୍ଧାନ ମୂଳକ ସାମ୍ବାଦିକ ବୋଲି ଦାବି କରୁଥିବା ଭୂପେନ୍ଦ୍ର ଏ ସଂକ୍ରାନ୍ତୀୟ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବୈଜୟନ୍ତଙ୍କ ପରିବାର ହାତରେ ଥିବା ଏକାଧିକ କମ୍ପାନୀ ବାହାମାସରେ ଜାଲ କମ୍ପାନୀ […]
ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଏକ ପଦଯାତ୍ରା ଜରିଆରେ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଏବଂ ଉଚ୍ଛେଦ ବନ୍ଦ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆସିଥିଲା। ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ୫ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ଶତାଧିକ ମହିଳା ଓ ଆଦିବାସୀ ଲୋକେ […]
ଭୁବନେଶ୍ୱର: ବିଗତ କିଛି ଦିନରେ ବରିଷ୍ଠ ନେତାଙ୍କ ଦଳଛଡା ଅଭିମୁଖ୍ୟକୁ ଦେଖି କିଛି ଲୋକ କହିବା ଆରମ୍ଭ କରିଲେଣି ବିଜେଡି ଦୁର୍ବଳ ହେଉଛି। ଆଜି ଏହି କ୍ରମରେ ଯୋଡ଼ି ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦଳିତ ବିଜେଡି ନେତ୍ରୀ ତଥା ମହିଳା କମିଶନ୍ ସଦସ୍ୟା ତିଳୋତ୍ତମା ନାୟକ। ୨ ଦିନ ତଳେ ପୂର୍ବତନ କେନ୍ଦ୍ରାପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା ବିଜେପିରେ ମିଶିଥିବା ବେଳେ, ଏହାର ଦିନକ ପରେ ଦୈନିକ ‘ଧରିତ୍ରୀ’ର ସମ୍ପାଦକ ତଥା ଢେଙ୍କାନାଳ ଏମ୍ପି ତଥାଗତ ସତପଥୀ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୧୨ ଜଣ ଶ୍ରମିକ। ଏପରି ଅଭିଯୋଗ ଆସିଛି ବେଳପଡା ଥାନା ଧୂମାଭଟା ପଞ୍ଚାୟତର ଅଟକଟ ଗାଁରୁ। ଇଟାଭାଟି ମାଲିକ ସେମାନଙ୍କ ଖାଇବାକୁ ଦେଉ ନଥିବା ଓଟିଭିକୁ ସେମାନେ ଫୋନ୍ ଯୋଗେ ଜଣାଇବା ସହ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ବନ୍ଧକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗାଁର ମହାଦେବ ବାଗଙ୍କ ପରିବାର ଇଟାଭାଟିରେ କାମ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଣ୍ଟାମାଳରେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ। ଗତ ୧୭ ବର୍ଷ ତଳେ କଣ୍ଟାମାଳକୁ ପଞ୍ଚାୟତ ଘୋଷଣା କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟାଳୟ ନିର୍ମାଣ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଅଫିସ୍ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ବିବାଦର ସମାଧାନ କରିବା ସହ […]
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବଲ୍ଲଭପୁର କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଗ୍ରାମବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି। ଜାଲ୍ ଶିକ୍ଷାଗତ ଯୋଗ୍ୟତା ଓ ଆବାସିକ ପ୍ରମାଣପତ୍ର ଦାଖଲ କରି ବଲ୍ଲଭପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇବା ସହ […]
ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରୀସିକୁଆ ଗାଁରେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ ଛତ୍ରିଆ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ଫେରାର ହୋଇଯାଇଛି। ଖବର ପାଇ ଖଡ଼ିଆଳ ପୁଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ […]
କୋରାପୁଟ: ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କୋରାପୁଟ ଗସ୍ତରେ ଯାଇଥିବା ବେଳେ ଦୁଇଜଣ ମହିଳା ନକ୍ସଲ ତାଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ନକ୍ସଲ ଦ୍ୱୟ ହେଲେ ମାଦି ସୁକାନ୍ତି ଓ କୌଶଲ୍ୟା ଖିଲ। ସୁକାନ୍ତି ଏରିଆ କମିଟି ମେମ୍ବର ଥିବା ବେଳେ କୌଶଲ୍ୟା ପାର୍ଟି ମେମ୍ବର ଥିଲେ। ଆଜି ଡିଜିପି କୋରାପୁଟ ଯାଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଦକ୍ଷିଣ ଓଡିଶାର […]
ଭୁବନେଶ୍ୱର: ରାଜ୍ୟର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ଅଧିକାଂଶ ପାଣି ପଞ୍ଚାୟତରେ ବିନା ନିର୍ବାଚନରେ ପ୍ରତିନିଧିମାନେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, “ସିଏଜି ନିକଟରେ ଏ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରିଥିଲେ। ହେଲେ ଏପର୍ଯ୍ୟନ୍ତ ଏହାକୁ ଅଣଦେଖା କରାଯାଇଛି। ଏହା ପରୋକ୍ଷରେ ବ୍ୟାପକ ଅନିୟମିତତାକୁ ସୂଚାଉଛି। ରାଜ୍ୟରେ ୨୯ହଜାର ୭୩ଟି ପାଣି ପଞ୍ଚାୟତ […]
ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ଆଣିଥିବା ପିସି କାରବାର ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗାରେ ପିସି ନଦେଲେ କାମ ହେଉନି, ପ୍ରତାପ ଜେନା ପିସି ନେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଥିଲେ ବିକ୍ରମ। ଆଜି ସାମ୍ବାଦିକମାନେ ଏନେଇ ପ୍ରତାପଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ କିଛି ନକହି ସେଠାରୁ ଚାଲି ଯାଇଥିଲେ। ଆହୁରି ପଢ଼ନ୍ତୁ: ‘ମାହାଙ୍ଗାରେ ପିସି ନଦେଲେ କାମ ହେଉନି’ : ପୂର୍ବତନ ବିଧାୟକ […]
ଭୁବନେଶ୍ୱର: ବିଜେପିରେ ମିଶିବା ପରେ ଗତକାଲି ଓଡ଼ିଶା ଫେରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ବିଜେପି କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉଦ୍ବୋଧନ ଦେଇ ବୈଜୟନ୍ତ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ବିଜେପି ସହଯୋଗରେ ବିଜେଡି ଗଠନ ହୋଇଥିଲା ବୋଲି ବୈଜୟନ୍ତ ମନ୍ତବ୍ୟ ଦେଇଥିଲେ। ଯାହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ବିଜେଡି କେବେ ବି ବିଜେପିକୁ ନେଇ ଗଠନ ହୋଇ ନ […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନ ଲାଗି କଂଗ୍ରେସରେ ପରିବାରବାଦକୁ ପ୍ରଶୟ ଦିଆଯିବ ନାହିଁ। ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି। ଆଜି ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ତେବେ ବାପା ଚାହିଁଲେ ତାଙ୍କର ଟିକେଟ ପୁଅକୁ ଦେଇପାରିବେ ବୋଲି ସେ କହିଛନ୍ତି। ସେହିପରି ନିର୍ବାଚନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
କୋରାପୁଟ : ଠିକାଦାର ଓ ଗୁଣ୍ଡାରାଜ ବିରୋଧରେ ପୁଲିସ ଓ ପ୍ରଶାସନର ଅଣଦେଖାକୁ ବିରୋଧ କରି ଗାଁ ଛାଡ଼ିଲେ କୋରାପୁଟ ଜିଲ୍ଲା ଆମ୍ବଗାଁ ବାସିନ୍ଦା। ନାଲକୋ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ପରେ ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ଓ ବେକାର ଯୁବଗୋଷ୍ଠୀଙ୍କୁ ଚାକିରୀ ଯୋଗାଇବା ଦାବିରେ ଅନେକ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି ଗ୍ରାମବାସୀ। ତେବେ ଗ୍ରାମବାସୀଙ୍କ ଦାବି ପୂରଣ ହୋଇନାହିଁ। ଏହା ସହ ଗ୍ରାମବାସୀଙ୍କ ଜମିରେ କମ୍ପାନୀ କର୍ତ୍ତୃପକ୍ଷ ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ […]
ବୌଦ୍ଧ (ଭର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଏକ କାର୍ ଓଲଟି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଏହି କାର୍ ଭିତରୁ ଗଂଜେଇ ଜବତ ହୋଇଛି। କାରର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କାର୍ଟି ବାଲିଗୁଡାରୁ କଣ୍ଟମାଳ ଯାଉଥିବା ବେଳେ କୋର୍ଟ ଛକ ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣାଗ୍ରସ୍ତ କାରରୁ ୫ବସ୍ତା ଗଞ୍ଜେଇ ଜବତ ହୋଇଛି। କାର୍ରେ ଥିବା ଆଉ ଦୁଇ ଜଣ ଯାତ୍ରୀ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର: ସତରେ ମୃତ୍ୟୁ କେତେବେଳେ ଓ କେମିତି ଆସିବ ତାହା କାହାକୁ ଜଣା ନଥାଏ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳରେ। ପାଇପ୍ ଲାଇନ୍ରେ କାମ କରୁଥିବା ସମୟରେ ପାଣି ଛାଡି ଦେବାରୁ ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ଗତକାଲି ଭିଏସ୍ଏସ୍ ନଗର ଅଞ୍ଚଳରେ ପାଇପ୍ ଲାଇନ୍ରେ ଚାମ୍ବର କାମ ଚାଲିଥିଲା। ସେ ସମୟରେ ଚାମ୍ବର ଭିତରେ ଜଣେ ମିସ୍ତ୍ରୀ ବସି କାମ କରୁଥିବାବେଳେ ହଠାତ୍ ଚାମ୍ବର ଭିତରକୁ ପାଣି ପଶି ଆସିଥିଲା। […]
କଟକ : ଲାଲଚାନ୍ଦ ଜୁଏଲର ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ମାନିତା ପକ୍ଷରୁ କଟକ ଓସିଏ କନଫରେନ୍ସ ହଲ୍ରେ ଓମେନ୍ସ ଉଡ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସମ୍ମାନିତ ଅତିଥି ଭାବେ ପୁଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତ୍ରୀ ପୁନମ୍, ସଙ୍ଗୀତ ନିର୍ଦ୍ଦେଶକ ବିଜୟ ମଲ୍ଲ, ରୋଜାଲିନ୍ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତାର […]
କଟକ : ୪ ଦଫା ଦାବି ନେଇ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବାକୁ ଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ। ଗତ ସେପ୍ଟେମ୍ବର ୨୭ରେ ସରକାରଙ୍କ ସହିତ ଆଲୋଚନା ପରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଦୀର୍ଘ ୫ ମାସ ହେଲା କାର୍ଯ୍ୟକାରୀ ହୋଇନାହିଁ। ଏଥିଯୋଗୁଁ ଆନ୍ଦୋଳନକୁ ଓହ୍ଲାଇବେ କର୍ମଚାରୀ। ଏହାସହ ପୁଲିସମାନଙ୍କ ଭଳି ସମାନ ଦରମା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ, ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି। ତା’ ପାଖଣୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ୱରରୁ ବ୍ରାଉନସୁଗାର ଆଣିଥିବା ବେଳେ ଗତ ୨ ବର୍ଷ ଧରି କାରବାର କରୁଥିଲା। କୋର୍ଡ ଓ୍ୱାର୍ଡ ରସୁଣ କହିବା ମାତ୍ରେ ପ୍ରତି ପୁଡ଼ିଆକୁ ୪୦୦ ଟଙ୍କାରେ ବିକ୍ରି କରୁଥିଲା।
ଭୁବନେଶ୍ୱର: ଆବାସ ମିଶନ ଯୋଜନାରେ ଗରିବ ବସ୍ତି ବାସିନ୍ଦାଙ୍କୁ ଘର ସହ ଅଧିକାର ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସମାବେଶରେ ୧୧୦ ଜଣଙ୍କୁ ଘର ଓ ୮ହଜାର ୬ଶହ ଜଣଙ୍କୁ ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରାୟ ୭୦ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାରୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବାକି ହିତାଧିକାରୀଙ୍କୁ ଶୀଘ୍ର ଏହା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। […]
ଭୁବନେଶ୍ୱର: “ଛତିଶଗଡ଼ ସାନ ଭାଇ ଓ ଓଡ଼ିଶା ବଡ଼ ଭାଇ। ଦୁଇ ରାଜ୍ୟ ଦୁଇ ପରିବାର ଭଳି। ଉଭୟ ପରିବାର ଏକାଠି ବସି ଆଲୋଚନା କଲେ ମହାନୀଦ ଜଳ ବିବାଦର ସମାଧାନ ହୋଇଯିବ।” ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂହଦେଓ। ସେ କହିଛନ୍ତି, “ମହାନଦୀର ୮୦ ପ୍ରତିଶତ ପାଣି ବ୍ୟବହାର ନହୋଇ ସମୁଦ୍ରକୁ ପଳାଉଛି। ଏ ପାଣି ଅପଚୟ ରୋକିବାକୁ ପଡ଼ିବ। ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏଭଳି […]