• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kuchinda
୪ଟି କଲରାପତରିଆ ବାଘ ଚମଡ଼ା ଜବତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ପର୍ଦ୍ଦାଫାଶ କରିଛି। ଏହାସହ ଏସ୍‌ଟିଏଫ୍‌ ଟିମ୍‌ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି। ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚମଡ଼ାଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ ଚଢଉ କରି ଏମାନଙ୍କୁ ଗିରଫ କରିଛି।

  • Tuesday, 20 July 2021
dgp
ଦକ୍ଷିଣାଞ୍ଚଳ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କଲେ ଡିଜିପି

ବ୍ରହ୍ମପୁର (ଜଗନ୍ନାଥ ): ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି। ଏପରିସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ କିପରି ନିର୍ବାଚନ ଶେଷ ହେବ ସେ ନେଇ ଦକ୍ଷିଣାଞ୍ଚଳ ଜିଲ୍ଲାର ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ହୋଇଯାଇଛି। ପୋଲିସ୍ ଡିଜି ଆର.ପି. ଶର୍ମା ବ୍ରହ୍ମପୁର ଗସ୍ତ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳାରେ କିଭଳି ର୍ନିର୍ବାଚନ ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଡିଜିପି। ଦକ୍ଷିଣାଞ୍ଚଳ ରେଞ୍ଜରେ ୨୦ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ […]

  • Tuesday, 20 July 2021
school
ଓଡିଏମ ସ୍କୁଲରେ ୧୧ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ ବିଦା କରାଯିବାକୁ ନେଇ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର: ସ୍କୁଲ ଫି ପୈଠ ନକରିପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଛଟେଇ କରିଛି ଭୁବନେଶ୍ୱର ଓଡିଏମ ସ୍କୁଲ। ଏଲ୍‌କେଜିରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଟିସି ଦେଇ ବିଦା କରିଦେଇଛ। ଘରୋଇ ସ୍କୁଲରେ ଶିକ୍ଷାର ଏପରି ବ୍ୟବସାୟୀକରଣକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୁପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି […]

  • Tuesday, 20 July 2021
puri
ଅନୁମୋଦିତ ହେଲା ଶ୍ରୀମନ୍ଦିର ବଜେଟ୍

ପୁରୀ (ମଧୁସୂଦନ ମିଶ୍ର): ୨୦୧୯-୨୦ ଆର୍ଥିକବର୍ଷ ଲାଗି ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଜେଟ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଛି ଆୟବ୍ୟୟ ଅଟକଳ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର। ସେ କହିଛନ୍ତି, “୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି ହେବା ବୋଲି ଆକଳନ କରାଯାଇଛି। ୭୮ କୋଟି ବ୍ୟୟ ଆକଳନ ହୋଇଥିବାବେଳେ ରଥଯାତ୍ରା ପାଇଁ ୬ କୋଟି ଅନୁମୋଦନ […]

  • Tuesday, 20 July 2021
rape
ଯୁବତୀଙ୍କୁ ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ

ଜଳେଶ୍ୱର (ଅଜିତ ଦାସ): ୪ ମାସ ତଳେ ଦଶହରା ମେଳା ବୁଲିବାକୁ ଯାଇଥିବା ବେଳେ, ଜଣେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମକାରୀ କେବଳ ଦୁଷ୍କର୍ମ କରିନଥିଲେ, ନିଜେ କରିଥିବା କୁକର୍ମର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ। ଆଉ ୪ ମାସ ତଳର ସେହି ଅଶ୍ଳୀଳ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲାର […]

  • Tuesday, 20 July 2021
meeting
ଓଡ଼ିଶା ଓ ଆନ୍ଧ୍ର ପୁଲିସ୍‌କୁ ନେଇ ସମନ୍ୱୟ ବୈଠକ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା ଓ ଆନ୍ଧ୍ର ପୁଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପାଲକୋଣ୍ଡା ଏସଡିପିଓ ଡା.ପ୍ରେମ କାଜଲ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନ ସମୟରେ ଉଭୟ ରାଜ୍ୟର ପୁଲିସ ସମନ୍ୱୟ ରକ୍ଷା କରି କିଭଳି ଶାନ୍ତି ଶୃଙ୍ଖଳା ସହ କାମ କରିବେ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ଉଭୟ ରାଜ୍ୟର ସୀମାବର୍ତ୍ତି ଥାନା […]

  • Tuesday, 20 July 2021
gun
ବନ୍ଧୁକ ତିଆରି କାରଖାନା ଠାବ

ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ବେଆଇନ୍‌ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍‌ ମୁନିବର ମଲିକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ଘଣ କତିଙ୍ଗିଆ ପଞ୍ଚାୟତ ଋଷିଗୁଡ଼ା ଗାଁରେ। ତା ଘରୁ ପୁଲିସ ୨ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ମୁନିବର ଦୀର୍ଘ ଦିନ ଧରି ବେଆଇନ ବନ୍ଧୁକ […]

  • Tuesday, 20 July 2021
murder
କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନରହରିପୁର ପଡ଼ିଆ ପାଖ ବାଉଁଶ ବୁଦାରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ବେକରେ କଟା ଦାଗ ରହିଛି। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନରହରିପୁର ଗାଁକୁ ଟ୍ୟୁସନ୍‌ ଯାଇ ଛାତ୍ରୀ ଜଣକ ଫେରି ନଥିଲେ। ତାଙ୍କୁ ନରହରିପୁର ଗାଁର ଜଣେ ଯୁବକ ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଆଜି ରେମୁଣା ଥାନାରେ ଛାତ୍ରୀଙ୍କ […]

  • Tuesday, 20 July 2021
bbsr
ଦମ୍ପତିଙ୍କୁ ଆକ୍ରମଣ କରି ଲୁଟି ନେଲେ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ରଘୁନାଥପୁର ବ୍ରିଜ ନିକଟରୁ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌ କରାଯାଇଛି। ଆଜି ସକାଳେ ପୂର୍ବତନ ସେନା କର୍ମଚାରୀ ଶରତ ରାୟ, ପତ୍ନୀଙ୍କ ସହ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ୬ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଧମକାଇ ସୁନା ଅଳଙ୍କାର ଲୁଟି ନେଇଥିଲେ। ଶରତ ଏହାକୁ ବିରୋଧ କରିବାକୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।

  • Tuesday, 20 July 2021
dadan
ତେଲେଙ୍ଗାନା ଓ ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ପେଟ ପାଇଁ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଛି ଜୀବନ। ଦଲାଲର ପ୍ରଲୋଭନରେ ପଡ଼ି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ ଶ୍ରମିକ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରମିକ କିମ୍ବା ପ୍ରଶାସନର ଚେତା ପଶୁନି। ନିକଟରେ ଦୁବାଇ ସମେତ ତେଲେଙ୍ଗାନା ଓ ଚେନ୍ନାଇରୁ ଆସିଛି ଦାଦନ ନିର୍ଯାତନାର ଖବର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କଲରାକୋଠା ଗାଁର ୪୦ରୁ ଅଧିକ ଶ୍ରମିକ ଗତ ଡିସେମ୍ବର ମାସରେ […]

  • Tuesday, 20 July 2021
gun
ବନ୍ଧୁକ ଫେରାଇଲେ ୫୮୦, ଆହୁରି ୧୧୨୨ ଫେରାଇ ନାହାନ୍ତି

ଭୁବନେଶ୍ୱର: ନିର୍ବାଚନକୁ ଆଖି ଆଗରେ ରଖି ସ୍ମାର୍ଟ ସିଟି ଭୁବନେଶ୍ୱରର ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କୁ କମିଶନରେଟ ପୁଲିସ ସପ୍ତାହକ ମଧ୍ୟରେ ଲାଇସେନସ୍ ପ୍ରାପ୍ତ ବନ୍ଧୁକ ଜମା କରିବାକୁ ନୋଟିସ ପଠାଇଥିଲା। ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍‌ଲଭର୍‌ ଓ ୧୨ ରାଉଣ୍ଡ ଗୁଳି ଜମା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧୧୨୨ ଜଣ ଲାଇସେନ୍ସଧାରୀ ସେମାନଙ୍କ ବନ୍ଧୁକ ଡିପୋଜିଟ୍‌ କରିନାହାନ୍ତି। ମଡେଲ କୋଡ ଅଫ୍ କଣ୍ଡକଟ୍ ଅନୁଯାୟୀ, ନିର୍ବାଚନକୁ ମୁକ୍ତ ଓ […]

  • Tuesday, 20 July 2021
immfa
ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଇମ୍ପାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଚୌଦ୍ୱାର ରୂପଯାତ୍ରା ପଡିଆ ନିକଟରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ପବ୍ଲିକ ୱାଲଫେୟାର ସୋସାଇଟିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁରୋଗ, ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଭେଷଜ ବିଭାଗର ୫ଜଣ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ଅଞ୍ଚଳର ୫୮୦ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ସେହିଭଳି […]

  • Tuesday, 20 July 2021
school
ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଅନୁଗୁଳ (ବିରଜା ପ୍ରସାଦ ଦାସ): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରିବା ଅଭିଯୋଗ କରିବା ସା ତାଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ। ଏହାସହ ଅଭିଭାବକମାନେ ପିଲାମାନଙ୍କ ସହ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁମଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ଶିକ୍ଷୟିତ୍ରୀ ଉପାସୀ ରାଉତରାୟଙ୍କ ବିରୋଧରେ ଏପରି ଅଭିଯୋଗ କରିଛନ୍ତି ଅଭିଭାବକ। ଅଭିଯୋଗ ଅନୁସାରେ, ଶିକ୍ଷୟିତ୍ରୀ ଜଣଙ୍କ ପିଲାଙ୍କୁ ଠିକ୍‌ରେ ପାଠ ନପଢାଇ ଅଯଥା ମାଡ଼ ମାରୁଛନ୍ତି। […]

  • Tuesday, 20 July 2021
loot
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଯାଇଛି। ଗତକାଲି ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଅଞ୍ଚଳରୁ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି, ୨ଟି ବୋମା, ୩ଟି ଖଣ୍ଡା ଓ ୨ଟି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମଧ୍ୟରେ ୩ଜଣ ଭାଇ ରହିଛନ୍ତି। ସେମାନେ ହେଲେ ଆଙ୍କୁଶପୁରର ପ୍ରଶାନ୍ତ କୁମାର ସାହୁ, ଶରତ ସାହୁ, ସୁଶାନ୍ତ ସାହୁ। ଅନ୍ୟମାନେ ବ୍ରହ୍ମପୁର […]

  • Tuesday, 20 July 2021
rape
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ

କୋଣାର୍କ(ସଞ୍ଜୟ ପତି): ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚାରିଛକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବଘନ ସେଠୀ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଛାତ୍ରୀଙ୍କ ପରିବାର ଓ […]

  • Tuesday, 20 July 2021
accident
ବାଇକ୍‌ ଧକ୍କାରେ ଦୁଇ ମୃତ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ। ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ ଆହତ ବି ହୋଇଛନ୍ତି। ତାଙ୍କ ନାଁ ଲମ୍ବ ନାୟକ। ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋବିନ୍ଦଙ୍କ ଘର ଲିଙ୍ଗଡ଼ା ଗାଁରେ ହୋଇଥିବା ବେଳେ ପରିକ୍ଷିତଙ୍କ ଘର […]

  • Tuesday, 20 July 2021
murder
ଶିଳପୁଆରେ ଛେଚି ସାବତ ମାଆକୁ ମାରିଦେଲା ପୁଅ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ଚକଡ଼-ଗୋଗୁଆ ଗାଁରେ ଜଣେ ଯୁବକ ତାଙ୍କ ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ବିନୋଦ ଘଡେଇ ନାମକ ଅଭିଯୁକ୍ତ ତାଙ୍କ ସାବତ ମାଆ ବିନିତା ଘଡେଇଙ୍କୁ ହତ୍ୟା କରିଛନ୍ତି। ଏନେଇ ବିନୋଦଙ୍କ ବାପା ବିଜୟ ଘଡେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମୃତଦେହ ଜବତ […]

  • Tuesday, 20 July 2021
ganja-seazed
ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ

ଜୟପୁର (ଟି.ଗୌରୀଶଙ୍କର): ଆଜି ଜୟପୁର ପୁଲିସ୍‌ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍‌ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍‌ ଜୟପୁର ଉପଖଣ୍ଡ ଓ ବୋରିଗୁମ୍ମା ଅଞ୍ଚଳରେ ଗତ ତିନି ଦିନ ହେଲା ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ୍‌ ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହାର […]

  • Tuesday, 20 July 2021
dama
ନବୀନ ଗୋଇଠା ମାରି ବିଦା କରିଛନ୍ତି, ତାଙ୍କୁ ଶାସନରୁ ବିଦା କରିବି: ଦାମ

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବାକୁ ନେଇ ଆଜି ବରିଷ୍ଠ ନେତା ଦାମୋଦର ରାଉତ ପୁଣି ଥରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ମୋର ଗୋଟିଏ ଲକ୍ଷ୍ୟ ନବୀନ ଯେମିତି ସରକାର ଗଢ଼ି ନପାରିବେ। ଅଣଓଡ଼ିଆ ଅଫିସରଙ୍କ କଥାରେ ମୋତେ ଗୋଇଠା ମାରି ନବୀନ ବିଦା କରିଛନ୍ତି, ୨୦୧୯ରେ ତାଙ୍କୁ ଶାସନରୁ ବିଦା କରିବା ପାଇଁ ଲଢ଼େଇ କରିବି।” ସେ ଆହୁରି କହିଛନ୍ତି, “୪୫ ବର୍ଷ […]

  • Tuesday, 20 July 2021
baripada
ମେଳା ପଡ଼ିଆରେ ଟିକସ୍‌ ଆଦାୟକୁ ନେଇ ଉତ୍ତେଜନା

ବାରିପଦା (ମାଣିକଲାଲ ପାଣି): ମେଳା ପଡ଼ିଆରେ ଟିକସ୍‌ ଆଦାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସଗୋବିନ୍ଦପୁର-ଅମର୍ଦ୍ଧାରୋଡ଼ ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, ମହାଶିବରାତ୍ରୀଠାରୁ ରାସଗୋବିନ୍ଦପୁର ଦେବଶୂଳ ମେଳା ପଡ଼ିଆରେ ମେଳା ଓ ମୀନା ବଜାର ଲାଗିଛି। ଦୋକାନୀଙ୍କଠାରୁ ଦେବତ୍ତୋର ବିଭାଗ କର୍ମଚାରୀ ଟିକସ୍‌ ବାହାନାରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାକୁ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

  • Tuesday, 20 July 2021
akash1
ବିରୂପାରେ ବୁଡ଼ିଗଲେ ଦୁଇ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାର ଛୋଟି ଗାଁରେ। ମୃତକଙ୍କ ନାଁ ଆକାଶ ଦାଶ। ତାଙ୍କ ସାଙ୍ଗ ନାଁ ଦିବ୍ୟଜ୍ୟୋତି ପ୍ରଧାନ। ଖବର ଲେଖାଯିବା ସୁଦ୍ଧା […]

  • Tuesday, 20 July 2021
pratap
ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ସାଲେପୁର (ମନୋଜ ଆଚାର୍ଯ୍ୟ): ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିବାରେ ଲାଗିଛି। କାରଣ ଏ ଘଟଣାରେ ତାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇଥିବାରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହୋଇଛି। ତେଣୁ ତାଙ୍କୁ ଗିରଫ କରାଯାଉ। ଏହା ପୂର୍ବରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ […]

  • Tuesday, 20 July 2021
j
କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା ଯଜ୍ଞେଶ୍ୱର କହିଛନ୍ତି। ତାଙ୍କ ସହ ବିଜେପିରୁ କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

  • Tuesday, 20 July 2021
w
ସନ୍ଧ୍ୟା ୭ଟା ଯାଏ ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟା ଭିତରେ ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ବି ମାରିପାରେ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏଠାରେ ଘଡ଼ଘଡ଼ି ମାରିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

  • Tuesday, 20 July 2021
rti
ଜଙ୍ଗଲରେ ପାଟ୍ରୋଲିଂ ପାଇଁ ମିଳୁଥିବା ଗାଡ଼ିରେ ମଉଜ କରୁଛନ୍ତି ମନ୍ତ୍ରୀ ଓ ଅଫିସର

ଭୁବନେଶ୍ୱର: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଯୋଗାଇ ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ବନ ବିଭାଗ ବଦଳରେ ଏହାକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍‌ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା ପରେ, ବନ ବିଭାଗର ଚାଲାକି ପଦାରେ ପଡ଼ିଯାଇଛି। ଏସବୁ ଗାଡ଼ି ବଣ୍ୟଜନ୍ତୁଙ୍କ ସୁରକ୍ଷାରେ ବ୍ୟବହାର ନହୋଇ ବ୍ୟକ୍ତିଗତ କାମରେ ଲଗାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ସଦ୍ୟ […]

  • Tuesday, 20 July 2021