ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଏବ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଏଠାରୁ ସହ ସହ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ବିଡ଼ମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏଠାରେ ବସ୍ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ। ଏହାସହ ରାସ୍ତା ଉପରକୁ ମାଡ଼ି ଦୋକାନ ରହିଥିବାରୁ ବହୁ ସମସୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ପାର୍କିଂ ସୁବିଧା କି ବସଷ୍ଟାଣ୍ଡ ନାହିଁ। […]
ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଜାଲପଦା ଗାଁରୁ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତକ ହେଲେ ଜୋତ୍ସ୍ନା। ଯୌତୁକ ପାଇଁ ଶାଶୁ ଘର ଲୋକେ ଜୋତ୍ସ୍ନାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜାଲପଦା ଗାଁ ନେତ୍ରାନନ୍ଦ ରାଉତ ୮ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗ ଗାଁର ଜୋତ୍ସ୍ନାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ବାପଘରୁ ଅଧିକ ଯୌତୁକ ଆଣିବାକୁ ଶାଶୁଘର ଲୋକେ […]
ଭୁବନେଶ୍ୱର: ସରକାରଙ୍କ ନାରା ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’। କିନ୍ତୁ ଆଜି ବି ଗାଁ ଗହଳିର ଶିଶୁଙ୍କ ପାଇଁ ଭଲ ଶୈକ୍ଷିକ ପରିବେଶ ନାହିଁ। ସରକାର ବଦଳୁଛନ୍ତି, ସରକାରୀ ବାବୁ ବି ବଦଳୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଗ୍ରାମାଞ୍ଚଳର ଶିଶୁଙ୍କ ଭାଗ୍ୟ ବଦଳିପାରୁନି। ଆମର ସ୍ୱତନ୍ତ୍ର ସେଗମେଣ୍ଟ ଭୋଟରଙ୍କ ମୁଦ୍ଦାରେ ଆଜି ଆସନ୍ତୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖିବା ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାରୁ ରିପୋର୍ଟ। ମୁଣ୍ଡ ଉପରେ ଚାଳ ଛପର। ଚାରିକଡେ ଖୋଲାମେଲା ପରିବେଶ। […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ଡାକ୍ତରଖାନା ଅଛି। ହେଲେ ରୋଗୀଙ୍କ କାମରେ ଲାଗୁନାହିଁ। କାରଣ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ଏହା ହେଉଛି ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବିରିଡିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି ତାଲା। ବେଡରେ ଯେଉଁ ଜଣେ ଦୁଇ ଜଣ ରୋଗୀ ଅଛନ୍ତି, ତାଙ୍କୁ ବି […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସହକାରୀ ଜିଲ୍ଲାପାଳ ଶିବପ୍ରସାଦ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାତ୍ରାଧିକ କାର୍ଯ୍ୟଚାପରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରିଥିଲେ ଶିବ ପ୍ରସାଦ। ଆଜି ସକାଳେ ମାତ୍ରାଧିକ କ୍ଲୋରୋକୁଇନ୍ ଖାଇଦେବାରୁ ଗୁରୁତର ହୋଇଯାଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ କିଛିଦିନ ହେବ ଶିବପ୍ରସାଦ କାମ […]
ପୁରୀ: ଦୋଳ ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ଭଗବତୀପୁରରେ ନିଆରା ବାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭଗବତୀପୁରରେ ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଥିବା ବେଳେ ପାରମ୍ପରିକ ବାଣଫୁଟା ଉତ୍ସବର ମଧ୍ୟ ମଜା ନେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଦୋଳ ପୂର୍ଣ୍ଣିମାର ମାସେ ପୂର୍ବରୁ ଏଠାରେ ବାଣ ଉତ୍ସବ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଭଗବତୀପୁର ଗାଁର ବ୍ରାହ୍ଣଣ ସମ୍ପ୍ରଦାୟର ଲୋକେ ଏକ ମାସ ଧରି ହବିଷ୍ୟାନ୍ନ ଖାଇ ନିଷ୍ଠାର ସହ ନିଜେ […]
ଜଳେଶ୍ୱର (ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ରାଜନଗରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁର ଯୁବ ବ୍ୟବସାୟୀ ବପୁନ ଭୂୟାଁ। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ରାଜନଗର ନିକଟ ଧାନ ବିଲରୁ ପୁଲିସ୍ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି। କିଏ ଓ କାହିଁକି ତାଙ୍କୁ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ଭାରରେ ବୁହା ହେଲେ ହାତ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଗାଁର ସମା କିର୍ଷନି ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ୱୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଆସିପାରିଲାନାହିଁ। ତେଣୁ ବାଧ୍ୟ ହୋଇ ଗାଁ ଲୋକେ ସମାଙ୍କୁ ୭ କିଲୋମିଟର ଏକ ଭାରରେ ବୋହି ମାଲିକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ମାଲକାନଗିରି(ଜିତେନ୍ଦ୍ର ବେଉରା)/ ନୂଆପଡ଼ା(ମାୟାଧର ସରାଫ୍): ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକସଭା ଓ ବିଧାନସଭା ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବସ୍ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ନିର୍ବାଚନକୁ ବିରୋଧ କରିବା ସହ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ନଦେବାକୁ ମାଓବାଦୀ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି। ପୋଷ୍ଟରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ମାଓବାଦୀ ବାର୍ତ୍ତା […]
ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଂକ ଫାଇରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଚିନ୍ମୟଙ୍କ ନାଁରେ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ […]
ଭୁବନେଶ୍ୱର: ଅର୍ଥ ଅଭାବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନିଜ ଜନ୍ମ କଲା ଝିଅକୁ ମାଆ ବିକ୍ରି ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ମହିଳାଙ୍କ ପିଲା ବିକ୍ରି ଉଦ୍ୟମ ସଫଳ ହୋଇପାରିନଥିଲା। ଖବର ପାଇ ଚାଇଲ୍ଡ ଲାଇନ୍ ଅଧିକାରୀ ମେଡିକାଲରେ ପହଞ୍ଚି ମାଆ ଓ ଛୁଆଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କ ସ୍ୱାମୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଏପରି କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଘର ନୟାଗଡ଼ ଜିଲ୍ଲାରେ। କିଛିଦିନ ହେବ […]
ପୁରୀ (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଅଖଣ୍ଡ ବିଶ୍ୱାସ ରହିଛି। ତେଣୁ ପଞ୍ଚତୀର୍ଥର ଆଦ୍ୟ ତୀର୍ଥ ମାର୍କେଣ୍ଡେୟ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ବର୍ତ୍ତମାନ ସେହି ପୁଷ୍କରିଣୀର ପାଣି ସ୍ନାନ କରିବା ଯୋଗ୍ୟ ହୋଇ ରହିନାହିଁ। ପାଚେରୀ ଭୁଶୁଡି ପଡ଼ିବାରୁ ମଇଳା ଆବର୍ଜନା ପାଣି ପୁଷ୍କରିଣୀରେ ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ […]
ଆଠଗଡ଼ (ନୀଳକଣ୍ଠ ଦୋରା): ଅର୍ଥ ଲୋଭରେ ଜଣେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗତକାଲି ଜଣେ ମହିଳା ଖୁଣ୍ଟୁଣୀ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଜବରଦସ୍ତ ଡାଳଭାଗ ଜଙ୍ଗଲକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ତିନି ଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିବା ଘଟଣା ମହଙ୍ଗା ପଡ଼ିଛି। ଲୁଟ୍ କରି ଫେରାର ହୋଇଯାଉଥିବା ବେଳେ ଗାଁ ଲୋକେ ଦୁଇ ଜଣଙ୍କୁ କାବୁ କରିନେଇ ନିଧଉମ ଛେଚିବା ପରେ ପୁଲିସ୍ ଜିମା ଦେଇଛନ୍ତି। ଏମିତି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ନେଇ ଯାଉଥିଲେ। ଗଣିଆ ଥାନା ଆଡ଼କଟା ନିକଟରେ ଦୁଇଟି ବାଇକରେ ୩ ଜଣ ଦୁର୍ବୃତ୍ତ […]
ଭୁବନେଶ୍ୱର: ସେକ୍ସ ସୌଦାଗର ସୁନୀଲ ମେହେରର ଘନିଷ୍ଠ ସହଯୋଗୀ ଉମାକାନ୍ତ ଦଳେଇ ଶେଷରେ ପୁଲିସ କବ୍ଜାକୁ ଆସିଛି। ସେ ଏକାଧିକ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲା। କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଉମାକାନ୍ତ ଅନ୍ଲାଇନରେ ଦେହ ବ୍ୟବସାୟ କରିବା ସହ ଆଉ ଜଣେ ସେକ୍ସ ସୌଦାଗର ଇବ୍ରାହିମ ପାଇଁ କାମ କରୁଥିଲା। ଉମାକାନ୍ତ ନାଁରେ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଦେହ କାରବାର ଚଳାଉଥିବାର ଅଭିଯୋଗ ରହିଛି। ଗରାଖଙ୍କ […]
କଟକ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନର ପ୍ରକ୍ରିୟା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ୟାମ୍ପ ଅଫିସର ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟା ପାଇଁ ନିଯୁକ୍ତ ୬୩ଟି କ୍ୟାମ୍ପ ଅଫିସରଙ୍କୁ ବୋର୍ଡ ପକ୍ଷରୁ ତାଲିମ ଦିଆଯାଇଛି। ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ମୂଲ୍ୟାୟନ ନେଇ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ୧୬ ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ଆସନ୍ତା ୨୫ରୁ […]
କେନ୍ଦ୍ରାପଡ଼ା: ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ ଅଭାବ ବଢ଼ିବାରେ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ନିରାଶ ହୋଇ ଘରକୁ ଫେରି ଆସିଲେ। ଦୁଃଖ ଏତିକିରେ ସରିନି। ବୃଦ୍ଧ ଦମ୍ପତି ଓ […]
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁଆଁରସର ଗାଁରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘରର ଆସବାବପତ୍ର ସାଙ୍ଗକୁ ଧାନ, ଚାଉଳ ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଚାନ୍ଦବାଲି ଓ ଗଦି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସରେ ଗାଁର ପ୍ରଦୀପ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିବା ଅନ୍ୟ ଘରକୁ ବ୍ୟାପୀ ଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା […]
କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ଧମକ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ରାୟଗଡ଼ାର କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ମାରି ଏହି ଧମକ ଦେଇଛି ଲାଲବାହିନୀ। ମାଓ ସଂଗଠନର ବାଶଧାରା ଘୁମୁସର ଡିଭିଜନ ପକ୍ଷରୁ ଏହି ପୋଷ୍ଟର […]
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସଦର ବ୍ଲକର ଲାଡ୍ଡା ଷ୍ଟେସନ ପାଖରେ ଥିବା ଏକ ଦେଶୀ ମଦ ଭାଟିକୁ ମହିଳା ସଂଗଠନର ୨୦୦ରୁ ଅଧିକ ସଦସ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଭାଟିରେ ଥିବା ସବୁ ମଦକୁ ନଷ୍ଟ କରି ଦେଇଛନ୍ତି। ପାଖରେ ମଦ ଭାଟି ଥିବାରୁ ପ୍ରତ୍ୟେକ ଦିନ ଗାଁର ଯୁବକ, ବୃଦ୍ଧ ମଦ ପିଇ ଗଣ୍ଡଗୋଳ କରୁଛନ୍ତି। ଏଣୁ ଭାଟି ବନ୍ଦ କରିବା ଲାଗି ଦୀର୍ଘଦିନ ହେଲା ଦାବି କରି ଆସୁଥିଲା ମହିଳା ସଂଗଠନ। ଏପରିକି […]
ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।
ଉଦଳା (ମାନସ ପାଣି): ୩ ମାସ ହେଲା ମଣ୍ଡିରେ ଧାନବସ୍ତା ପଡ଼ିରହିବା ସହ ଏହାକୁ କିଣିବାକୁ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରୁନଥିଲେ। ଏପରିକି ଟୁକନ ବି ମିଳି ନଥିଲା। ଶେଷରେ ଧର୍ଯ୍ୟହରା ହୋଇ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ। ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା କୁକୁରଡ଼ିମାରେ। ଟୁକନ୍ ଦାବିରେ ଚାଷୀ କୁକୁରଡ଼ିମା ରାସ୍ତା ଅବରୋଧ କରିବା ସହ ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଶେଷରେ ବିଭାଗୀୟ […]
ଭୁବନେଶ୍ୱର: କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଚାକିରି ଛାଡିଛନ୍ତି। ଏହାସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ମଧ୍ୟ ଛାଡି ଦେଇଛନ୍ତି। ଆଜି ଡାକ ଯୋଗେ ରାଜ୍ୟପାଳଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଥିବା ଜଣାପଡ଼ିଛି। ଚଳିତମାସ ପଶୁପାଳକ ଚାକିରିରୁ ଅବସର ନେଇଥାନ୍ତେ। କିଛିଦିନ ପୂର୍ବରୁ ପଶୁପାଳକଙ୍କୁ ଛୁଟିରେ ଯିବାକୁ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ନିର୍ଦ୍ଦେଶ ଦେଇଥିଲେ। ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଓୟୁଏଟିରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଏଥର ନିଆରା ହେବ ନିର୍ବାଚନ। ଦିବ୍ୟାଙ୍ଗଙ୍କ ଲାଗି ହେବ ସ୍ୱତନ୍ତ୍ର ସୁବିଧା। କାରଣ ୨୦୧୯ର ସାଧାରଣ ନିର୍ବାଚନର ଥିମ୍ ରହିଛି ‘ସୁଗମ ନିର୍ବାଚନ’। ସେଥିପାଇଁ ପ୍ରଥମଥର ଲାଗି ଚଳିତବର୍ଷ ନିର୍ବାଚନରେ ସବୁ ଦିବ୍ୟାଙ୍ଗମାନଙ୍କୁ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା ବଲାଙ୍ଗିରରେ କିଭଳି ରହିଛି ପ୍ରସ୍ତୁତି। ବଲାଙ୍ଗି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭୋଟରଙ୍କୁ ସଚେତନତା କରାଯାଉଛି। ଦିବ୍ୟାଙ୍ଗ ଭୋଟର୍ କେମିତି ଯିବେ ଭୋଟ କେନ୍ଦ୍ରକୁ […]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପଞ୍ଜିକରଣ କାମରେ ନିୟୋଜିତ ଠିକା କର୍ମଚାରୀ କାମ ବନ୍ଦ କରିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୧୧ ମାସ ହେବ ଠିକା କର୍ମଚାରୀଙ୍କ ଦରମା ମିଳି ନଥିବାରୁ ଆଜି ସେମାନେ କାମ ବନ୍ଦ କରିଦେଇଥିଲେ। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଭୋରୁ କ୍ୟାପିଟାଲ ହସ୍ପିଟାଲ ପରିସର ଥିଲା ବେଶ ଉତ୍ତେଜନାପୂର୍ଣ୍ଣ। ଓପିଡିରେ ଦେଖାଇବା ପାଇଁ ସକାଳୁ ରୋଗୀ […]