କଟକ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନର ପ୍ରକ୍ରିୟା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ୟାମ୍ପ ଅଫିସର ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟା ପାଇଁ ନିଯୁକ୍ତ ୬୩ଟି କ୍ୟାମ୍ପ ଅଫିସରଙ୍କୁ ବୋର୍ଡ ପକ୍ଷରୁ ତାଲିମ ଦିଆଯାଇଛି। ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ମୂଲ୍ୟାୟନ ନେଇ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ୧୬ ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ଆସନ୍ତା ୨୫ରୁ […]
କେନ୍ଦ୍ରାପଡ଼ା: ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ ଅଭାବ ବଢ଼ିବାରେ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ନିରାଶ ହୋଇ ଘରକୁ ଫେରି ଆସିଲେ। ଦୁଃଖ ଏତିକିରେ ସରିନି। ବୃଦ୍ଧ ଦମ୍ପତି ଓ […]
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁଆଁରସର ଗାଁରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘରର ଆସବାବପତ୍ର ସାଙ୍ଗକୁ ଧାନ, ଚାଉଳ ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଚାନ୍ଦବାଲି ଓ ଗଦି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସରେ ଗାଁର ପ୍ରଦୀପ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିବା ଅନ୍ୟ ଘରକୁ ବ୍ୟାପୀ ଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା […]
କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ଧମକ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ରାୟଗଡ଼ାର କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ମାରି ଏହି ଧମକ ଦେଇଛି ଲାଲବାହିନୀ। ମାଓ ସଂଗଠନର ବାଶଧାରା ଘୁମୁସର ଡିଭିଜନ ପକ୍ଷରୁ ଏହି ପୋଷ୍ଟର […]
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସଦର ବ୍ଲକର ଲାଡ୍ଡା ଷ୍ଟେସନ ପାଖରେ ଥିବା ଏକ ଦେଶୀ ମଦ ଭାଟିକୁ ମହିଳା ସଂଗଠନର ୨୦୦ରୁ ଅଧିକ ସଦସ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଭାଟିରେ ଥିବା ସବୁ ମଦକୁ ନଷ୍ଟ କରି ଦେଇଛନ୍ତି। ପାଖରେ ମଦ ଭାଟି ଥିବାରୁ ପ୍ରତ୍ୟେକ ଦିନ ଗାଁର ଯୁବକ, ବୃଦ୍ଧ ମଦ ପିଇ ଗଣ୍ଡଗୋଳ କରୁଛନ୍ତି। ଏଣୁ ଭାଟି ବନ୍ଦ କରିବା ଲାଗି ଦୀର୍ଘଦିନ ହେଲା ଦାବି କରି ଆସୁଥିଲା ମହିଳା ସଂଗଠନ। ଏପରିକି […]
ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।
ଉଦଳା (ମାନସ ପାଣି): ୩ ମାସ ହେଲା ମଣ୍ଡିରେ ଧାନବସ୍ତା ପଡ଼ିରହିବା ସହ ଏହାକୁ କିଣିବାକୁ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରୁନଥିଲେ। ଏପରିକି ଟୁକନ ବି ମିଳି ନଥିଲା। ଶେଷରେ ଧର୍ଯ୍ୟହରା ହୋଇ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ। ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା କୁକୁରଡ଼ିମାରେ। ଟୁକନ୍ ଦାବିରେ ଚାଷୀ କୁକୁରଡ଼ିମା ରାସ୍ତା ଅବରୋଧ କରିବା ସହ ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଶେଷରେ ବିଭାଗୀୟ […]
ଭୁବନେଶ୍ୱର: କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଚାକିରି ଛାଡିଛନ୍ତି। ଏହାସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ମଧ୍ୟ ଛାଡି ଦେଇଛନ୍ତି। ଆଜି ଡାକ ଯୋଗେ ରାଜ୍ୟପାଳଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଥିବା ଜଣାପଡ଼ିଛି। ଚଳିତମାସ ପଶୁପାଳକ ଚାକିରିରୁ ଅବସର ନେଇଥାନ୍ତେ। କିଛିଦିନ ପୂର୍ବରୁ ପଶୁପାଳକଙ୍କୁ ଛୁଟିରେ ଯିବାକୁ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ନିର୍ଦ୍ଦେଶ ଦେଇଥିଲେ। ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଓୟୁଏଟିରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଏଥର ନିଆରା ହେବ ନିର୍ବାଚନ। ଦିବ୍ୟାଙ୍ଗଙ୍କ ଲାଗି ହେବ ସ୍ୱତନ୍ତ୍ର ସୁବିଧା। କାରଣ ୨୦୧୯ର ସାଧାରଣ ନିର୍ବାଚନର ଥିମ୍ ରହିଛି ‘ସୁଗମ ନିର୍ବାଚନ’। ସେଥିପାଇଁ ପ୍ରଥମଥର ଲାଗି ଚଳିତବର୍ଷ ନିର୍ବାଚନରେ ସବୁ ଦିବ୍ୟାଙ୍ଗମାନଙ୍କୁ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା ବଲାଙ୍ଗିରରେ କିଭଳି ରହିଛି ପ୍ରସ୍ତୁତି। ବଲାଙ୍ଗି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭୋଟରଙ୍କୁ ସଚେତନତା କରାଯାଉଛି। ଦିବ୍ୟାଙ୍ଗ ଭୋଟର୍ କେମିତି ଯିବେ ଭୋଟ କେନ୍ଦ୍ରକୁ […]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପଞ୍ଜିକରଣ କାମରେ ନିୟୋଜିତ ଠିକା କର୍ମଚାରୀ କାମ ବନ୍ଦ କରିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୧୧ ମାସ ହେବ ଠିକା କର୍ମଚାରୀଙ୍କ ଦରମା ମିଳି ନଥିବାରୁ ଆଜି ସେମାନେ କାମ ବନ୍ଦ କରିଦେଇଥିଲେ। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଭୋରୁ କ୍ୟାପିଟାଲ ହସ୍ପିଟାଲ ପରିସର ଥିଲା ବେଶ ଉତ୍ତେଜନାପୂର୍ଣ୍ଣ। ଓପିଡିରେ ଦେଖାଇବା ପାଇଁ ସକାଳୁ ରୋଗୀ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ ନିର୍ବାଚନ ଆସନ୍ତା ୩୦ ତାରିଖରେ କରାଯିବ। ଏନେଇ ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୱାନ୍ ବାର୍ ୱାନ୍ ଭୋଟ୍ ନିଷ୍ପତ୍ତି ଆଧାରରେ ନିର୍ବାଚନ କରାଯିବାକୁ କୋର୍ଟ କହିଛନ୍ତି। ଏହାସହ ଗତ ଫେବୃଆରୀ ୨୪ରେ ବାର୍ କାଉନସିଲ୍ ଜାରି କରିଥିବା ବିଜ୍ଞପ୍ତିକୁ ବି କୋର୍ଟ ରଦ୍ଦ କରିଦେଇଛନ୍ତି। ୱାନ୍ ବାର୍ ୱାନ୍ ଭୋଟ୍ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ରେ ଭୋଟ୍ ଗୋଟିଏ ଦିନରେ ହେବା କଥା। […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋରୁବଜାରପଡାରୁ। ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ସ୍ଥାନୀୟ ମହିଳା ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଡ଼ାର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପିଏଚ୍ଡି ଅଫିସ ଘେରାଉ କରିଛନ୍ତି। ଏହାସହ ଏସଡିଓଙ୍କ ଅନୁପସ୍ଥିତିରେ ବରିଷ୍ଠ କର୍ମଚାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର […]
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀଧରନଗରରୁ ପ୍ରାୟ ୨.୫ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ଏଥିସହ ଜାଲ୍ ନୋଟ୍ ପାଇଁ ବ୍ୟବହୃତ କେମିକାଲ, କାଗଜ ଓ ଅନ୍ୟ ସାମଗ୍ରୀକୁ ଜବତ କରାଯାଇଛି। ଜଣଙ୍କ ଘରେ ଏହି ନକଲି ନୋଟ କାରଖାନା ଚାଲିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ ପରିସ୍ଥିତିରେ ଜାଲ୍ ନୋଟ୍ ଆସିଲା ଜାଣିବାକୁ […]
ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ଗତକାଲି ପମ୍ପ୍ ହାଉସ୍ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ରୁପସା ରେଳ ଷ୍ଟେସନରୁ ୪୫ଟି କଇଁଛ ଉଦ୍ଧାର କରାଯାଇଛି। ଚୋରାଚାଲଣ ହେଉଥିବା ଏହି କଇଁଛଙ୍କୁ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। କଇଁଛ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଧରି ଆରପିଏଫ୍ ବନ ବିଭାଗକୁ ହସ୍ତାନ୍ତର କରିଛି। କଇଁଛଗୁଡିକ କୋଲକାତା ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ସମଦଳା ଗାଁ ନିକଟ ପୋଖରୀ କୂଳରୁ ଜଣେ ୪ ବର୍ଷିଆ ନାବାଳିକାଙ୍କ ମୃତଦେହ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ନାବାଳିକାଙ୍କ ମୃତଦେହ ମିଳିବା ସ୍ଥାନଠାରୁ ମାତ୍ର ୧୦୦ ମିଟର ଦୂରରୁ ତାଙ୍କ ମାଆଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ମୁନିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟର ପୁରୁଲା ଛକରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାଟିଗୁଡ଼ା ଗାଁର ସଦା ପନକା ଏବଂ ମେଦନା ଗାଁର ଭଦର ପନକା। ସଦା ଏବଂ ମେଦନା ବାଇକରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ପର୍ଦ୍ଦାଫାଶ କରିଛି। ଏହାସହ ଏସ୍ଟିଏଫ୍ ଟିମ୍ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି। ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚମଡ଼ାଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ ଚଢଉ କରି ଏମାନଙ୍କୁ ଗିରଫ କରିଛି।
ବ୍ରହ୍ମପୁର (ଜଗନ୍ନାଥ ): ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି। ଏପରିସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ କିପରି ନିର୍ବାଚନ ଶେଷ ହେବ ସେ ନେଇ ଦକ୍ଷିଣାଞ୍ଚଳ ଜିଲ୍ଲାର ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ହୋଇଯାଇଛି। ପୋଲିସ୍ ଡିଜି ଆର.ପି. ଶର୍ମା ବ୍ରହ୍ମପୁର ଗସ୍ତ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳାରେ କିଭଳି ର୍ନିର୍ବାଚନ ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଡିଜିପି। ଦକ୍ଷିଣାଞ୍ଚଳ ରେଞ୍ଜରେ ୨୦ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ […]
ଭୁବନେଶ୍ୱର: ସ୍କୁଲ ଫି ପୈଠ ନକରିପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଛଟେଇ କରିଛି ଭୁବନେଶ୍ୱର ଓଡିଏମ ସ୍କୁଲ। ଏଲ୍କେଜିରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଟିସି ଦେଇ ବିଦା କରିଦେଇଛ। ଘରୋଇ ସ୍କୁଲରେ ଶିକ୍ଷାର ଏପରି ବ୍ୟବସାୟୀକରଣକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୁପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି […]
ପୁରୀ (ମଧୁସୂଦନ ମିଶ୍ର): ୨୦୧୯-୨୦ ଆର୍ଥିକବର୍ଷ ଲାଗି ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଜେଟ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଛି ଆୟବ୍ୟୟ ଅଟକଳ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର। ସେ କହିଛନ୍ତି, “୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି ହେବା ବୋଲି ଆକଳନ କରାଯାଇଛି। ୭୮ କୋଟି ବ୍ୟୟ ଆକଳନ ହୋଇଥିବାବେଳେ ରଥଯାତ୍ରା ପାଇଁ ୬ କୋଟି ଅନୁମୋଦନ […]
ଜଳେଶ୍ୱର (ଅଜିତ ଦାସ): ୪ ମାସ ତଳେ ଦଶହରା ମେଳା ବୁଲିବାକୁ ଯାଇଥିବା ବେଳେ, ଜଣେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମକାରୀ କେବଳ ଦୁଷ୍କର୍ମ କରିନଥିଲେ, ନିଜେ କରିଥିବା କୁକର୍ମର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ। ଆଉ ୪ ମାସ ତଳର ସେହି ଅଶ୍ଳୀଳ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲାର […]
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା ଓ ଆନ୍ଧ୍ର ପୁଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପାଲକୋଣ୍ଡା ଏସଡିପିଓ ଡା.ପ୍ରେମ କାଜଲ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନ ସମୟରେ ଉଭୟ ରାଜ୍ୟର ପୁଲିସ ସମନ୍ୱୟ ରକ୍ଷା କରି କିଭଳି ଶାନ୍ତି ଶୃଙ୍ଖଳା ସହ କାମ କରିବେ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ଉଭୟ ରାଜ୍ୟର ସୀମାବର୍ତ୍ତି ଥାନା […]
ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ବେଆଇନ୍ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍ ମୁନିବର ମଲିକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ଘଣ କତିଙ୍ଗିଆ ପଞ୍ଚାୟତ ଋଷିଗୁଡ଼ା ଗାଁରେ। ତା ଘରୁ ପୁଲିସ ୨ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ମୁନିବର ଦୀର୍ଘ ଦିନ ଧରି ବେଆଇନ ବନ୍ଧୁକ […]
ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନରହରିପୁର ପଡ଼ିଆ ପାଖ ବାଉଁଶ ବୁଦାରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ବେକରେ କଟା ଦାଗ ରହିଛି। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନରହରିପୁର ଗାଁକୁ ଟ୍ୟୁସନ୍ ଯାଇ ଛାତ୍ରୀ ଜଣକ ଫେରି ନଥିଲେ। ତାଙ୍କୁ ନରହରିପୁର ଗାଁର ଜଣେ ଯୁବକ ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଆଜି ରେମୁଣା ଥାନାରେ ଛାତ୍ରୀଙ୍କ […]