ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହର ଦର୍ଜି ପୋଖରୀ ଛକରେ ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାରହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ମହେଶ୍ୱର ମହାନ୍ତି ନାମକ ଜଣେ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଗାଲରେ କ୍ଷତ ହୋଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି। ଖବର ପାଇ […]
ବାରିପଦା (ମାଣିକଲାଲ ପାଣି): ବାରିପଦା-ଉଦଳା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଓ ଅନ୍ୟ ଜଣେ ବିଶିକେସନ ପୃଷ୍ଟି। କରଞ୍ଜିଆ ଛକରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କ ବାଇକ୍ ସହ ଧକ୍କା ହେବାରୁ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଗତକାଲି ବାରିପଦା ସହରର ଏକ ଲୁଗା ଦୋକାନର ଦୁଇ କର୍ମଚାରୀ ହୃଷିକେଶ ଏବଂ ବିଶିକେସନ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି […]
ବାରିପଦା (ମାଣିକଲାଲ ପାଣି): ଗାଁରେ ନଳକୂପ ଅଛି, ହେଲେ ଏଥିରୁ ବାହାରୁଛି ଫ୍ଲୋରାଇଡ୍ ପାଣି। ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ନଦୀ ଓ ନାଳ ପାଣି ପିଇବାକୁ ପଡୁଛି। ନେତାଠାରୁ ପ୍ରଶାସନ ସମସ୍ତଙ୍କୁ ଜଣାଇଲେ ମଧ୍ୟ ଜଳକଷ୍ଟରୁ ମିକ୍ତି ମିଳୁନି। ଏପରି ସମସ୍ୟା ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଯୋକା ଗାଁର ହାଟସାହି ଲୋକେ। ଏଥର ଖାରଦିନେ ପାଣି ସମସ୍ୟା ଦୂର ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ନଳକୂପରୁ ଫ୍ଲୋରାଇଡ୍ […]
ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ନିକଟରେ ବିଜେଡିର ପ୍ରଚାର ଗାଡ଼ି (led van) ରେ ନିଆଁ ଲାଗିଯାଇଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେମିତି ନିଆଁ ଲାଗିଲା,ତାହା ଜଣାପଡ଼ି ନାହିଁ।
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକର ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ଜଣେ ଶ୍ରମିକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକ ହେଲେ କାର୍ତ୍ତିକ ଭୁଇଁଆ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବଳଭଦ୍ରପ୍ରସାଦ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚାନ୍ଦବାଲି ତହସିଲଦାର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଆନ୍ଦୋଳନକାରୀମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି।
ଭୁବନେଶ୍ୱର: ଦିନିକିଆ ଓଡିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲ ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉତ୍କଳ ଦିବସ ପାଇଁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଥିଲେ। ସ୍କୁଲରେ ଭ୍ୟାଲୁ ଏଜୁକେସନ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ। ଶିକ୍ଷାର ଉଦ୍ଦେଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ ବୋଲି ସେ କହିଥିଲେ। ଏହାସହ ଉପରାଷ୍ଟ୍ରପତି ରେଲ ଭବନ ଅଡିଟୋରିୟମ୍ରେ ଯୁବ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରିଥିଲେ।
କଣ୍ଟାବାଞ୍ଜି (ସୁରଦାସ ବାଗ) : ନିର୍ବାଚନ ପ୍ରଚାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ରାସ୍ତାରେ ବିଜେଡି ପ୍ରଚାର ଗାଡି ଧକ୍କାରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କ ଲାଗି ପ୍ରଚାର ବେଳେ ଏହି ଅଘଟଣ ଘଟିଛି। ବିଜେଡି ପ୍ରଚାର ଗାଡି ଦୁଇ ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଆହତମାନେ ପଖନମୁଣ୍ଡା […]
ଯାଜପୁର (ଅଭୟ ପତି): ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଫେସବୁକ୍ରେ ଅଶାଳୀନ ପୋଷ୍ଟ କରିବା। ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ଘରଡ଼ଘଣାରେ ପଡ଼ିଛନ୍ତି ଯୁବକ ଜଣଙ୍କ। ସେ ହେଲେ ଯାଜପୁରର ଧୀରେନ୍ଦ୍ର ନାଥ। ଧୀରେନ୍ଦ୍ର ଶୋସାଲ ମିଡିଆରେ ଦୂତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତର ଦୂତି ନଦେବାରୁ ସେ ତାଙ୍କ ଚରିତ୍ର ସଂହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଧୀରେନ୍ଦ୍ରଙ୍କ ଲେଖିଥିବା ସମସ୍ତ ଲେଖାକୁ ନିଜ ପେଜ୍ରେ ପୋଷ୍ଟ […]
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ବିମାନସେବା। ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ୧୮୯ ସିଟ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିଥିବା ବେଳେ କୋଲକତା ଓ ହାଇଦ୍ରାବାଦକୁ କ୍ୟୁ-୪୦୦ ମଡେଲ ୭୮ ସିଟ ବିଶିଷ୍ଟ ବିମାନ ଉଡିଛି। ସେପଟେ ଝୁରସୁଗୁଡାର ଦେଶର ୩ ପ୍ରମୁଖ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିଗପହଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀ ଓ ତାଙ୍କ ପୁଅ ଚିଟ୍ଫଣ୍ଡ ଠକେଇରେ ସମ୍ପୃକ୍ତ ଅଛନ୍ତି। ଆଗକୁ ଉଭୟେ ଜେଲ୍ ଯିବେ।” ସେ ଆହୁରି କହିଛନ୍ତି, “ଏଠାରେ ଗାଁକୁ ପାଣି ନାହିଁ, ଚାଷ ଜମିକୁ ପାଣି ନାହିଁ। ଶୀତଳଭଣ୍ଡାର ନାହିଁ। ବାଘଲଟି, ଛେଳିଗଡ଼ ପ୍ରକଳ୍ପ ପୁନରୁଦ୍ଧାର ହୋଇପାରୁ ନାହିଁ। ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ମହିଷ ମର୍ଦ୍ଦିନୀ […]
ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ। ୨୦୧୩ରେ ତାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ୪ ଥର ଏକ୍ସଟେନସନ୍ ଦେଇଥିଲେ ରାଜ୍ୟ ସରକାର। ଫଳରେ ୨୦୧୩ ଏପ୍ରିଲରୁ ଆଜି ଯାଏଁ ସେ ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ଆଉ ଥରେ ବଢାଇବା ଲାଗି ମଧ୍ୟ ରାଜ୍ୟ ସରକାର ସୁପାରିଶ କରିଥିଲେ। ମାତ୍ର ରାଜ୍ୟପାଳ ଏଥିରେ ଆପତ୍ତି ଉଠାଇଥିଲେ। ତେବେ ଅଭିଜ୍ଞତା ଦୃଷ୍ଟିରୁ ଅମୀୟଙ୍କ ନାଁ ସୁପାରିଶ କରାଯାଇଥିବା ବାଚସ୍ପଚି ରାଜ୍ୟପାଳଙ୍କୁ ଜଣାଇଥିଲେ। ଅମୀୟ […]
ବାସୁଦେବପୁର (କିରିଟି ଦାସ): ତିନିମାସ ଭିତରେ ଚାଷୀଙ୍କୁ କମ୍ ଖର୍ଚ୍ଚରେ ଭଲ ଲାଭ ଦେଉଛି ଅର୍ଥକାରୀ ଫସଲ ସୂର୍ଯ୍ୟମୂଖୀ। ଅନ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଉଥିବାରୁ ଏହାକୁ ଆଦର ନେଇଛନ୍ତି ବାସୁଦେବପୁରର ଚାଷୀ। ବ୍ଲକରେ ଦେଢ ଶହ ଏକର ଜମିରେ ସୂର୍ଯ୍ୟମୂଖୀ ଚାଷ କରିଛନ୍ତି ଚାଷୀ। ଫସଲ ଭଲ ହୋଇଥିବାରୁ ଚାଷୀମାନେ ବି ବେଶ୍ ଖୁସି ଅଛନ୍ତି। କ୍ଷେତକୁ ଚାହିଁଲେ ମନ ଭରି ଯିବ। ଏମିତି ଲାଗିବ ସୁନା ଖିଲି ଖଇଲି ହସରେ ସୂର୍ଯ୍ୟମୂଖି ଡାକୁଛି […]
କନ୍ଧମାଳ (ତ୍ରିନାଥ ସାହୁ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତରେ ଦେଖାଦେଇଛି ଏଭଳି ସମସ୍ୟା। ୫ ବର୍ଷ ପୂର୍ବେ ଏଠାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପାଞ୍ଚ ବର୍ଷ ହେବ ଅଚଳ ହୋଇ ପଡ଼ିଥିଲେ ବି ଏହାର ମରାମତି କରାଯାଉନାହିଁ। ବାରମ୍ବାର ଦାବି […]
ଭୁବନେଶ୍ୱର: ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ ଲାଗି ସୁପାରିସ କରାଯିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇବାରୁ ପଦାରେ ପଡ଼ିଛି ସରକାରଙ୍କ କାରସାଦି। ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟ କିଛି ଲୋକଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍ପି କେ. ଶିବା ସୁବ୍ରମଣୀ କହିଛନ୍ତି। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କ’ଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା, ସେନେଇ ଏସ୍ପି କିଛି […]
ଦେବଗଡ଼: ଦେବଗଡ ଜିଲ୍ଲା ଝରାକଣ୍ଢଳ ପଞ୍ଚାୟତ ପୁରୁଣାପାଣି ଗାଁରେ ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଯୋଗ୍ୟ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦିଆ ନଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୁରୁଣାପାଣି ଅଙ୍ଗନଓ୍ୱାଡି କେନ୍ଦ୍ରର କର୍ମୀ ନିଯୁକ୍ତି ପାଇଁ ୯ ଜଣ ଆବେଦନ କରିଥିଲେ। ଆବେଦନ କରିଥିବା ଜୟନ୍ତୀ ତିର୍କୀ ଜାଲ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରି ଆବେଦନ […]
କଟକ: ସୁଧୁରିବାର ନାଁ ଧରୁନି କଟକ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା। ରାସ୍ତା କଡରେ ବସ୍ ଛିଡ଼ା ହେଉଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିକି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦିନକୁ ଦିନ ବାଙ୍କୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମୁଖ୍ୟରାସ୍ତାରେ କେବଳ ବସ୍ ଛିଡା ହେଉନାହିଁ, ଛୋଟ ବଡ ଗାଡି ମଧ୍ୟ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଠାରେ ଯାତ୍ରୀଙ୍କ ପାଇଁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କିଏ ଓ କ’ଣ ପାଇଁ ଅପହରଣ କରିଛି, ତାହା ସ୍ପଷ୍ଟ ହୋଇନି। ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ଣରେ ବିଡିଓ ସରୋଜ ମିଶ୍ର ଅଫିସ୍ରେ ଥିଲେ। ଏହି ସମୟରେ ଏକ ସ୍କର୍ପିଓରେ କିଛି ଲୋକ ଆସି ଅଫିସ ଭିତରେ ପଶି ବିଡିଓଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ ଅସ୍ଥାୟୀ ପୀଠକୁ ଯିବ। ଏହାସହ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳନରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ। ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ […]
ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ […]
ଭୁବନେଶ୍ୱର: ହାଇୱେ ଲୁଟେରାଙ୍କୁ କାବୁ କରି ମଞ୍ଚେଶ୍ୱର ଥାନାର ଦୁଇ ପିସିଆର ଷ୍ଟାଫଙ୍କୁ ପୁଲିସ କମିଶନର ପୁରସ୍କୃତ କରିଛନ୍ତି। ଠିକଣା ସମୟରେ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। କିଛିଦିନ ତଳେ ପାଟ୍ରୋଲିଂ କରୁଥିବାବେଳେ ରାଜ୍ୟ ବାହାରର ଏକ ଟ୍ରକକୁ ହାଇୱେ ଉପରେ ଲୁଟ୍ କରାଯାଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ସେଠାରୁ ଦୌଡି ଦୌଡି ଆସି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର୍ ଷ୍ଟାଫ ନିଜର ଉପସ୍ଥିତ ବୁଦ୍ଧିରୁ ଲୁଟେରାଙ୍କୁ […]
ପୁରୀ: ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁରୀ ପୁଲିସ୍ ୪ ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ବେହେରା, ପହଲି, ରାଜୁ ଓ ରାହୁଲ। ସେମାନଙ୍କ ପାଖରୁ ପୁଲିସ୍ ଗୋଟିଏ ଟିଭି, ଦୁଇଟି ଲାପଟପ୍, ୨ଟି ମୋବାଇଲ୍ ଓ ଏକ ଟ୍ୟାବ୍ ଜବତ କରିଛି। ସୂଚନା ମୁତାବକ, ଗତ ୨ ମାସ ଧରି ଅପରାଧୀମାନେ ଏସସିଏସ୍ କଲେଜ ଅଞ୍ଚଳରେ ବିଭିନ୍ନ ଘରର କବାଟ ଓ ଝରକା କାଟି ଚୋରି କରୁଥିଲେ। […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବହୁ ଆନ୍ଦୋଳନ ପରେ ମଣ୍ଡିରୁ ଧାନ ଉଠାଇ ଥିଲା ପ୍ରଶାସନ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କ ଅକାଉଣ୍ଟରେ ଟଙ୍କା ଆସି ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରୁ। ଏନେଇ କିଛି ଚାଷୀ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥା ସହ ମାସ ମାସ ଧରି ଧାନ ଉଠିପାରିନଥିଲା। ଯେଉଁଠି ବି […]
ସାଲେପୁର (ମନୋଜ ଆଚାର୍ଯ୍ୟ): ମୌଳିକ ସୁବିଧା ମିଳୁ ନଥିବାରୁ କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଦୀର୍ଘଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ଶୁଖୁଆ ବାସିନ୍ଦା ଏପରି ନିଷ୍ପତ୍ତି ନେଇଛନ୍ତି। ରାସନ କାର୍ଡରେ ଚାଉଳ, କିରୋସିନକୁ ବାଦ୍ ଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନଥିବା ସାହି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ […]