ସମ୍ବଲପୁର(ସଞ୍ଜୟ ଜେନା): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ମାନେଶ୍ୱର ଓ ସିଟି ଷ୍ଟେସନ୍ ମଧ୍ୟରେ ଟ୍ରେନ୍ର ବ୍ରେକ୍ରେ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଟ୍ରେନ୍କୁ ଅଟକା ଯାଇଥିଲା। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଠିକ୍ ସମୟରେ ଉଚିତ ପଦକ୍ଷେପ ଯୋଗୁ ଯଦିଓ ଏକ ବଡ଼ ଅଘଟଣକୁ ରୋକା ଯାଇ ପାରିଥିଲେ […]
ଭୁବନେଶ୍ୱର: ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି। ସତ୍ୟଜିତ୍ ମହାନ୍ତି, ମନୋଜ କୁମାର ଛାବ୍ରାଙ୍କୁ DG ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ସୁରେନ୍ଦ୍ର ପନଓ୍ୱାରଙ୍କୁ ମଧ୍ୟ DG ପାହ୍ୟାକୁ ପଦୋନ୍ନତି କରାଯାଇଛି।
ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିନିମନ୍ତେ ଗତକାଲିଠୁ ରାଜଧାନୀ ଭୁବନେଶ୍ୱର ଅତି ସୁନ୍ଦର ଭାବେ ସଜେଇ ହୋଇଛି। ରଙ୍ଗୀନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି। ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହେବ। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡ଼ୁଛି। ସେଠାରେ ଲୋକଙ୍କୁ ଟଙ୍କା ମଗା ଯାଉଛି। ସରକାରୀ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ନେଇ ନିଜ ଟ୍ୱିଟର ପେଜ୍ରେ ଏଭଳି ପୋଲ୍ ଖୋଲିଛନ୍ତି ନିଜେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି, ‘କେନ୍ଦ୍ରାପଡ଼ା ମେଡିକାଲ୍ ବୁଲି ଚିକିତ୍ସା ବ୍ୟବସ୍ଥା ଦେଖିଥିଲି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ୍ର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲି। ତେବେ କିଛି ଲୋକ ଚିକିତ୍ସା […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍ ଦର। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍ ଦର ବଢ଼ାଇବା ନେଇ ବାଟ ଫିଟାଇଛନ୍ତି। ଫଳରେ ବିଦ୍ୟୁତ୍ ଦର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ୨୦ ତାରିଖରେ ରାଜ୍ୟ ସରକାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା […]
ବ୍ରହ୍ମପୁର: ଉଗ୍ର ହେଉଛି ସମୁଦ୍ର। ଆଉ ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍ ଅନ୍ତର୍ଗତ ରାମୟାପାଟଣା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜୁଆର ମାଡ଼ରେ ଗାଁର କିଛି ଘର ଭାଙ୍ଗି ଯାଇଥିବାବେଳେ,ଏକାଧିକ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଲାଗି ରହିଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଞ୍ଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ […]
କଟକ: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ହେଉଛନ୍ତି ଏଲ୍.ଆଇ ପରିଜା। ଗତ ଶନିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କଟକ : ଦୋଷ ନ କରି ୨୦ ବର୍ଷ ଜେଲ୍ ଦଣ୍ଡ। ଦୀର୍ଘ ବର୍ଷ ଧରି ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ। ଗଞ୍ଜାମ ଜିଲ୍ଲା କୋଦଳା ବ୍ଲକ ଅଞ୍ଚଳରୁ ଏଭଳି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ହେଲା ଜେଲ୍ରେ ରହିଥିବା ସାଧୁ ପ୍ରଧାନ ଏବେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ଦୀର୍ଘ ବର୍ଷ ପରେ ସେ ଜେଲ୍ରୁ ମୁକୁଳିବାକୁ ଯାଉଛନ୍ତି। ତଳ […]
ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍ ସମେତ ସହରର ଅନେକ ବିକାଶ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥ ବଲ୍ଲଭ ମଠରେ […]
ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ଆଜି ରାଉରକେଲା ବିଶ୍ରା ଛକରୁ ଏକ ରାଲି ବାହାରି ରାଉରକେଲା ଷ୍ଟେସନ୍ରେ ପହଞ୍ଚିଛି। ସେଠାରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଛନ୍ତି। ତାଳଚେର -ବିମଳାଗଡ ପ୍ରକଳ୍ପ ପାଇଁ ୨୦୮୮ ଏକର ଜମି ଆବଶ୍ୟକ ହେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୪୬୬ ଏକର ଜମି ଅଧିଗ୍ରହଣ କରାଯାଇଛି। ୨୮୯ କିଲୋମିଟର ଲମ୍ବ ତାଳଚେର-ବିମଳାଗଡ ପ୍ରକଳ୍ପର ମାତ୍ର ୩୯ କିଲୋମିଟର କାମ ଶେଷ ହୋଇଛି। ଏବେ […]
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ। ଜୋନ୍ ସ୍ତରରୁ ନେଇ ପିସିସି ଯାଏ ଆମୁଳଚୁଳ ପରିବର୍ତ୍ତନ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଜି ନିର୍ବାଚନ ପରେ ପ୍ରଥମ ଥର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି। ୧୯ ନିର୍ବାଚନରେ ଦଳର ପରାଜୟ ପରେ ଏନେଇ ରିପୋର୍ଟ ମଗାଯାଇଛି। ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ତେବେ […]
ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଚାନକ ଆଜି ବାଲେଶ୍ୱର ମେଡିକାଲ ଗସ୍ତ କରିଛନ୍ତି। ବାଲେଶ୍ୱରରେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ସେ ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ରାତିରେ ମେଡିକାଲରେ ଅଧିକାଂଶ ଡାକ୍ତର ରହୁନଥିବାରୁ ଓ ନର୍ସ ମାନେ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉନଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଏଥିସହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଡାକ୍ତର […]
ରାଉରକେଲା: ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ୪୪ ହଜାର ୮ ଶହ ଡିଟୋନେଟର, ୧୭ ପ୍ୟାକେଟ୍ ଆମୋନିୟମ ନାଇଟ୍ରେଟ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ରହିଛି। ଏହି ବିସ୍ଫୋରକ ସାମଗ୍ରୀ ଏକ ବୋଲେରୋ ଗାଡ଼ିରେ ଢେଙ୍କାନାଳରୁ ରାଉରକେଲା ଯାଉଥିବା ସୂଚନା ମିଳିବା ପରେ ପୁଲିସ ଚଢଉ କରିଥିଲା। […]
ନୟାଗଡ଼: ନୟାଗଡ଼ରେ ହେଉଥିବା ସିରିଜ୍ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଛି। ବାରମ୍ୱାର ହେଉଥିବା ଏହି କୋର୍ଟ ବିଷୟରେ ଓଟିଭିରେ ଖବର ପ୍ରସାରଣ କରାଯିବା ପରେ ପ୍ରଶାସନର ଚେତା ପଶିଛି। ଗତକାଲି ଏହି ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ, ଏସ୍ପି, କଙ୍ଗାରୁ କୋର୍ଟର ଶିକାର ପରିବାର, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ,ସ୍ୱାସ୍ଥ୍ୟ କର୍ମଚାରୀ, ଗ୍ରାମବାସୀ ଏବଂ ରଣପୁର ବିଧାୟକ […]
ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ପାଇଁ ବାହାରୁଛି ଜାଲ୍ ବିଜ୍ଞାପନ। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସେଲ୍, ଓଜେଇଇ ନାଁରେ ଏହି ବିଜ୍ଞାପନ କରାଯାଉଛି। ଓଜେଇଇ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଛି। ଏଥିରେ ଫୋନ୍ ନମ୍ୱର ମଧ୍ୟ ରହିଛି। କିନ୍ତୁ ଓଜେଇଇ ପକ୍ଷରୁ ଏଭଳି କୌଣସି ବିଜ୍ଞାପନ ପ୍ରକାଶ ପାଇନାହିଁ। ମିଛ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ହଡ଼ପ କରିବା ପାଇଁ ଦଲାଲ୍ମାନେ ଏପରି ପ୍ରୟାସ […]
ନବରଙ୍ଗପୁର: ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ନବରଙ୍ଗପୁର ସୁନାରୀ ସାହି ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହମ୍ମଦଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ। ମହମ୍ମଦ ବାଜୀଙ୍କ ବିୟୋଗରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ଓ ଜନଜାତି ବର୍ଗର ଉନ୍ନତି ପାଇଁ […]
ଭଦ୍ରକ/ବାଲେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ପୁଣି ଉଦ୍ଧାର ହୋଇଛି ନାଗ ଛୁଆ । ସକାଳେ ଗୋଖାଦିଗି ସାହିର ଲକ୍ଷ୍ମୀଧର ମଲିକ ତାଙ୍କ ଘରେ ଏକ ନାଗ ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ ସଦସ୍ୟ ମିର୍ଜା ଆରିଫ୍ ପହଞ୍ଚି ଘରୁ ଏକ ନାଗୁଣୀ ସହ ୩୬ଟି ନାଗସାପ ଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତ ବାଲିପାଟଣା ଗ୍ରାମର କାଶିନାଥ ସାହୁଙ୍କ […]
ଗଜପତି: ଗୀତ ଗାଇଲେ ଗଜପତି ଏସ୍ପି ସାରା ଶର୍ମା। ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ଗୀତ ରେକର୍ଡ କରିଛନ୍ତି ଏସ୍ପି। ଏସ୍ପିଙ୍କର ଏହି ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍ପି ଏହି ନିଆରା ପଦକ୍ଷେପ ନେଇଛନ୍ତି। ଗୀତରେ ମହିଳା ସୁରକ୍ଷା ପାଇଁ ସେ ବାର୍ତ୍ତା ଦେଇଛନ୍ତି। ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି ‘SHE TEAM’। ଖୋଦ୍ ଏସ୍ପି ସାରା ଶର୍ମାଙ୍କ […]
କେନ୍ଦୁଝର: ଓଲଟିଗଲା ସୋରିଷ ତେଲ ବୋଝେଇ ମିନି ଟ୍ରକ୍। ଲୋକେ ଉଦ୍ଧାର କରିବେ କ’ଣ, ତେଲ ଲୁଟିବାରେ ଲାଗିଲେ। ଘଟଗାଁ ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ଗୋଳାବନ୍ଧ ଗାଁ ନିକଟରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇବା ଯୋଗୁ ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଥିଲା ମିନି ଟ୍ରକ୍। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ ଡ୍ରାଇଭର୍ ନଥିବାର ସୁଯୋଗ ନେଇ ଲୋକେ ତେଲ ଲୁଟ୍ କରିବା ଆରମ୍ଭ କରିଥିଲେ। ରାସ୍ତାରେ […]
କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁଳସା କ୍ରିଷ୍ଣାନୀ ଓ ଦୁଦୁରୀ କ୍ରିଷ୍ଣାନୀ। ଗାଁର ଆଉ କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗଲା ଦୁଇ ଦିନ ହେଲା ଗାଁରେ ଅଜଣା ରୋଗ ଲାଗି ରହିଥିବା ବେଳେ ଡାକ୍ତରୀ ଦଳ ଗାଁକୁ ଏଯାଏଁ ଆସିନଥିବା ଲୋକେ ଅଭିଯୋଗ […]
ମାଲକାନଗିରି: ଟିକ୍ଟକ୍ ପ୍ରେମରେ ମେଡିକାଲ୍ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ ଏସ୍ଏନ୍ସିୟୁ ବିଭାଗ ଭିତରେ ଚାଲିଛି ଟିକ୍ଟକ୍ ଭିଡିଓ। ଏପରି କିଛି ଘଟଣାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ରହିଛନ୍ତି ହସ୍ପିଟାଲ୍ର ନର୍ସ ସମେତ କିଛି ମହିଳା କର୍ମଚାରୀ। ଅଫିସ୍ରେ କାର୍ଯ୍ୟ ଚାଲିଥିବା ସମୟରେ ଏହି ଭିଡିଓଟି ସୁଟ୍ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏସ୍ଏନ୍ସିୟୁ ବିଭାଗରେ ଗୁରୁତର ଥିବା ଶିଶୁଙ୍କ ସହିତ ବି ଭିଡିଓ କରାଇବାକୁ ପଛାଇନାହାନ୍ତି ମେଡିକାଲ କର୍ମଚାରୀ। […]
ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ ସେଠାରେ ଦରମା ଦିଆଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କଟାପାଙ୍ଗ ଗ୍ରାମ ନିକଟ ରାସ୍ତାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ମାଓପୋଷ୍ଟର ଦେଖିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। କେକେବିଏନ୍ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସରକାରଙ୍କ ଦମନ ନୀତିକୁ ବିରୋଧ କରି ଆଜି 24 ଘଣ୍ଟିଆ ଓଡ଼ିଶା ଓ ପୂର୍ବ ଛତିଶଗଡ ବନ୍ଦ ପାଳନ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହା ବ୍ୟତୀତ ପୋଲିସର ଦମନଳୀଳା ଓ ପୋଲିସ ଇନଫର୍ମର ଭାବେ […]
ପୁରୀ: ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ। ତେଣୁ ଅଣସର ଘରେ ଚାଲିଛି ଗୁପ୍ତସେବା। ଶ୍ରୀଜିଉଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ପୀଡ଼ା ଲାଘବ ହୋଇଛି। ତେବେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳରୁ ଫଳଭାର ଆସିଛି। କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫଳଭାର ପଠାଇଛନ୍ତି। ଭକ୍ତ ପଠାଇଥିବା ଖଜୁରୀ, ପଇଡ଼, ଡାଳିମ୍ବ, ଆମ୍ବ, ପଣସ ଓ ପିଜୁଳି ଭଳି ଫଳ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖାଦେଇଛି। ଆଜି ସକାଳେ ସ୍କୁଟିରେ ଯାଉଥିବା ଜଣେ ମୋବାଇଲ୍ ସୋରୁମ୍ ମାଲିକାଣୀ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟେରା ଲୁଟ୍ କରିଛନ୍ତି ବୋଲି ଏୟାର୍ ଫିଲ୍ଟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସକାଳେ ମୋବାଇଲ ସୋରୁମର ମାଲିକାଣୀ ଓ ତାଙ୍କ କର୍ମଚାରୀ ଦୁହେଁ ସ୍କୁଟିରେ ମାଷ୍ଟରକ୍ୟାଣ୍ଟିନ ଆସୁଥିଲେ। ଏହି ସମୟରେ ନବୀନ ନିବାସରୁ ଶହେ ମିଟର ଦୂର କାର୍ଗିଲ ରୋଡରେ ତାଙ୍କ ଚଳନ୍ତା ସ୍କୁଟିକୁ ଠେଲି […]