• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tara
ନାଚିଲେ ତାରା, ଝୁମିଲେ ଦର୍ଶକ

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଡ୍ୟାନ୍ସକୁ ନେଇ ଚର୍ଚ୍ଚା। ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ। ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡ୍‌ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଏହି ସମୟରେ ତାରା ବାହିନୀପତି ମଞ୍ଚ ଉପରକୁ ଯାଇ ଏକ ସମ୍ବଲପୁରୀ ଗୀତରେ ଗାୟିକା ପମିଙ୍କ ସହ ବିଟ୍‌ରେ ନାଚିଥିଲେ। ତାରାଙ୍କ ଏହି ନୃତ୍ୟ […]

  • Wednesday, 21 July 2021
Braille
ଆସନ୍ତା ବର୍ଷଠୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ

ବ୍ରହ୍ମପୁର: ଆସନ୍ତା ବର୍ଷଠୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍‌ ଉଦ୍‌ଘାଟନ କରିଛନ୍ତି। ୧ କୋଟି ୧୮ ଲକ୍ଷ ଟଙ୍କାରେ କିଣାଯାଇଥିବା ଏହି ମେସିନ୍‌ରେ ଗୋଟିଏ ସେକେଣ୍ଡରେ ୧୬ଟି ଅକ୍ଷର ଛପାଯାଇ ପାରିବ । ଆସନ୍ତାବର୍ଷ ଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ପ୍ରଥମଠାରୁ […]

  • Wednesday, 21 July 2021
mla
ବିଧାୟକ-ତହସିଲଦାର ମୁହାଁମୁହିଁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ନୀଳଗିରି କୋର୍ଟ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦ ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରିତା ଟୁଡୁ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆରଆଇଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ଥିବା ଚାଳିଆକୁ ଉଚ୍ଛେଦ କରାଯାଉଥିଲା। ତେବେ ଏହାକୁ ବିଧାୟକ ସୁକାନ୍ତ ନାୟକ ବିରୋଧ କରିଥିଲେ। ଥଇଥାନ ନ କରି କାହିଁକି […]

  • Wednesday, 21 July 2021
odisha
ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳା ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍। ମଧ୍ୟପ୍ରଦେଶକୁ ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍‌ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେବେ ସାହାଯ୍ୟ ପାଇଁ ଅନେକ ଥର ମନ୍ତ୍ରୀଙ୍କ ପାଖକୁ ଧାଇଁଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳି ନ ଥିବା ଟିମ୍ ଅଭିଯୋଗ କରିଛି। ନିଜସ୍ୱ ଉଦ୍ୟମରେ ୧୫ ଜଣିଆ ଟିମ୍ ମଧ୍ୟପ୍ରଦେଶ ଯାଉଛନ୍ତି। ହେଲେ […]

  • Wednesday, 21 July 2021
dama
ଆଉ ନିର୍ବାଚନ ଲଢ଼ିବେନି ଦାମୋଦର ରାଉତ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ତେବେ ସେ ଲୋକଙ୍କ ପାଇଁ ରହିବେ ଓ ଲୋକଙ୍କ ସେବା କରିବେ ବୋଲି ଆଜି ସୂଚନା ଦେଇଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ହେଲେ ସେଥିରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ନାଁ ନାହିଁ। ତାଲିକାରେ ତାଙ୍କ ନାଁ ନଥିବା ପ୍ରସଙ୍ଗର ଉତ୍ତର ସେ ରଖିଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ପୂର୍ବ କଥା, ନିର୍ବାଚନ ପର […]

  • Wednesday, 21 July 2021
odisha
ଭିଜିଲାନ୍ସ ଜାଲରେ କୋଟିପତି ଦିଦି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଦିଦି। ରାଜଧାନୀ ଭୁବନେଶ୍ୱର ୟୁନିଟ୍ ୬ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ ଚାଲିଛି। ରାଜଧାନୀରେ ଥିବା ତାଙ୍କର ସରକାରୀ କ୍ୱାର୍ଟର୍ସ ସହ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ତିଳୋତ୍ତମାଙ୍କ ନାଁରେ ୯ଟି ପ୍ଲଟ୍ ସହ ୨ଟି ଘର ଏବଂ କୋଟିଏରୁ ଅଧିକ ଟଙ୍କାର […]

  • Wednesday, 21 July 2021
rourkela
କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ହସ୍ପିଟାଲ୍‌ରେ ଦୁର୍ବ୍ୟବହାର ଅଭିଯୋଗ

ରାଉକେଲା: ମେଡିକାଲ୍‌ ଓ ଥାନାରେ ଉନ୍ନତ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ହେଲେ ଏପଟେ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ରାଉରକେଲା ଆଇଜିଏଚ୍‌ରେ ଜଣେ କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପାନପୋଷ ଉପ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରାଉରକେଲା ସରକାରୀ ହସ୍ପିଟାଲର ଅଧୀକ୍ଷକ ଦୀନବନ୍ଧୁ ପଣ୍ଡା ଆଇଜିଏଚ୍ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ […]

  • Wednesday, 21 July 2021
nia dg
ଭୁବନେଶ୍ୱରରେ NIA ଡିଜି

ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଲଢିବ ଓଡ଼ିଶା ପୁଲିସ୍‌। କେମିତି ଆତଙ୍କବାଦ ମାମଲାର ତଦନ୍ତ ସହ ଏହାର ମୁକାବିଲା କରାଯିବ ସେନେଇ ଓଡ଼ିଶା ପୁଲିସ୍‌କୁ ଏନ୍‌ଆଇଏ ଡିଜି ତାଲିମ୍‌ ଦେବେ। ଆଜି ଭୁବନେଶ୍ୱର ସ୍ଥିତ ପୁଲିସ୍‌ ଭବନରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି। ଏନ୍‌ଆଇଏ ଆଇ.ଜି ମଧ୍ୟ ତାଙ୍କ ସହ ଆସିଛନ୍ତି। ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, […]

  • Wednesday, 21 July 2021
congress leader
ଆଉ ନିର୍ବାଚନ ଲଢ଼ିବେନି କଂଗ୍ରେସ ନେତା ଭକ୍ତ ଦାସ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆଜି କଂଗ୍ରେସ ପଦଯାତ୍ରା ଅବସରରେ ଏନେଇ ସେ ସୂଚନା ଦେଇଛନ୍ତି।  ଲୋକସଭା ନିର୍ବାଚନ ନ ଲଢ଼ିବା ନେଇ ଏକ ପ୍ରଶ୍ନରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ଲଢ଼ିବି ନାହିଁ। କିନ୍ତୁ ସଂଗ୍ରାମ କରିବି। ୯ ଥର ଲଢ଼ିଲିଣି, ଲୋକଙ୍କ ଉପରେ ବୋଝ କାହିଁକି ହେବି? ନୂଆ ପିଲାମାନେ ଲଢ଼ିବେ, ନୂଆ ଲୋକମାନ ଲଢ଼ିବେ। ଆମେ ମାଗଦର୍ଶକ ହେବୁ, ସହାୟକ ହେବୁ। ଅନ୍ୟାୟ […]

  • Wednesday, 21 July 2021
odisha
ବେଆଇନ୍‌ ରାସ୍ତାରୋକକୁ ନେଇ ପ୍ରମୁଖ ଶାସନ ସଚିବ ଓ ପୁଲିସ୍‌ ଡିଜିଙ୍କୁ ନୋଟିସ୍‌

ଭୁବନେଶ୍ୱର: ବେଆଇନ୍‌ ରାସ୍ତାରୋକକୁ ନେଇ ରାଜ୍ୟ ମାନବ ଅଧିକାର ଆୟୋଗ, ପ୍ରମୁଖ ଶାସନ ସଚିବ ଓ ପୁଲିସ୍‌ ଡିଜିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନେ ସାମାନ୍ୟ କଥାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଅବରୋଧ କରୁଛନ୍ତି। ରାସ୍ତା ଅବରୋଧକୁ ଦଣ୍ଡନୀୟ ଅପରାଧ ଭାବେ ନିଆଯାଉଥିଲେ ମଧ୍ୟ ଦାବି ପୂରଣ ପାଇଁ ଲୋକମାନେ ରାସ୍ତା ଅବରୋଧ କରୁଛନ୍ତି। ଏହାଦ୍ୱାରା ସାଧାରଣ ନାଗରିକ ଅଯଥାରେ ହଇରାଣ ହେଉଛନ୍ତି। […]

  • Wednesday, 21 July 2021
diarrhea
ବ୍ୟାପୁଛି ଡାଇରିଆ; ଜଣେ ମୃତ, ୧୫ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀପୁର ପଡ଼ାଗାଁରେ ବ୍ୟାପିଛି ଡାଇରିଆ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ପ୍ରେମଶୀଲା ସାହୁ। ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ହଠାତ୍‌ ଗାଁର ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଏକ ମେଡିକାଲ୍ ଟିମ୍ ଗାଁକୁ ଯାଇ ଚିକିତ୍ସା କରିଥିଲା। ପରେ ୧୫ଜଣ ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲ॥ […]

  • Wednesday, 21 July 2021
puri
ଜମି ଅଧିଗ୍ରହଣ ପାଇଁ ୪୦ କୋଟି ଟଙ୍କା ମଞ୍ଜୁର

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜମି ଅଧିଗ୍ରହଣ ବିଜ୍ଞପ୍ତିର ୧ସାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସର୍ଭେ ବେଳେ ଏହି ପରିବାରଙ୍କ ଘରକୁ ଅଗ୍ରାଧିକାର ଦିଆଯାଉଛି। ଅଧିଗ୍ରହଣର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ଭାଗ ଅଧିକ ସହାୟତା ମିଳିବ। […]

  • Wednesday, 21 July 2021
plastic ...
ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ୍‌ ପ୍ରଚଳନ କରିବା ବେଆଇନ୍। କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋଡିଗ୍ରେଡ୍‌ବଲ୍ […]

  • Wednesday, 21 July 2021
bjd
ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି; ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡ଼ା: ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ସୂଚନାଥାଉ କି, ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଏହି ସମୟରେ ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ […]

  • Wednesday, 21 July 2021
bijepur
ବିଜେପୁର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ  ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପାଇଁ ପଦ୍ମପୁର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସନତ୍ ଗଡ଼ତିଆଙ୍କୁ ବିଜେପି ଓ […]

  • Wednesday, 21 July 2021
police arrested
ଚାକିରି ନାଁରେ ଠକୁଥିଲେ, ବାନ୍ଧିଲା ପୁଲିସ୍‌

ଉମରକୋଟ: ଚାକିରି ନାଁରେ ଠକେଇ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକିବା ଅଭିଯୋଗରେ ଗତକାଲି ପୁଲିସ୍‌ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ଆଶିଷ କୁମାର ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଅନିଲ କୁମାର ବାନାର୍ଜୀ। ଆଶିଷ ଓ ରଞ୍ଜନାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୁଲିପାଟଣା ସାହିରେ ହୋଇଥିବା ବେଳେ ଅନିଲଙ୍କ ଘର ଭୁବନେଶ୍ୱରରେ। ଏହି ୩ ଜଣ […]

  • Wednesday, 21 July 2021
cloudy
ଅକ୍ଟୋବର ୨ ରୁ ପୁଣି ବର୍ଷା !

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଅକ୍ଟୋବର ୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅକ୍ଟୋବର ୨ ଓ ୩ ତାରିଖ ଦୁଇ ଦିନ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା […]

  • Wednesday, 21 July 2021
odisha
ବିଜେପିର ବିଜେପୁର ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେପିରୁ ଲଢ଼ିବେ ସନତ ଗଡ଼ତିଆ। ବିଜେପି ପକ୍ଷରୁ ତାଙ୍କ ନାଁ ଘୋଷଣା ହୋଇଛି। ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିରୁ ଗଡ଼ତିଆ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ପରାଜୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ […]

  • Wednesday, 21 July 2021
anubhab
ପଡ଼ୋଶୀଙ୍କ ନାଁରେ ଅଭିଯୋଗ ଆଣିଲେ ଅନୁଭବ, ଲୋଡ଼ିଲେ ସହାୟତା

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା। ପଡ଼ୋଶୀ ମନଜିତ ଦାସ ତାଙ୍କୁ ନିୟମିତ ହଇରାଣ କରୁଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି ସାଂସଦ । ଏ ନେଇ ସେ ଟ୍ୱିଟ କରିଛନ୍ତି। I was misbehaved by the IIC Purighat. It really hurts the way they are interconnected. — Anubhav Mohanty (@AnubhavMohanty_) September 29, 2019 ଏ ନେଇ ଅନୁଭବ ସମ୍ପୃକ୍ତ ଥାନାକୁ ଜଣାଇଥିଲେ ମଧ୍ୟ […]

  • Wednesday, 21 July 2021
odisha
ଭାଙ୍ଗିଗଲା ରାମ ଦୋଳି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ମୀନା ବଜାର ପାଇଁ ଦୋଳି ଲଗା ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା […]

  • Wednesday, 21 July 2021
Man Thrashing
ବିଚ୍ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗର୍ଦ୍ଦି, ଭିଡିଓ ଭାଇରାଲ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଚ୍ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗର୍ଦ୍ଦି। ସର୍ବସମ୍ମୁଖରେ ନାବାଳିକା ଓ ତାଙ୍କ ସଂପର୍କୀୟଙ୍କୁ ଜଣେ ଯୁବକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରୁ ଆମ୍ବପୁଅ ଯିବା ବାଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ କାର୍‌ରେ ଯାଉଥିଲେ। ଏହି ସମୟରେ […]

  • Wednesday, 21 July 2021
mla
ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ବିଧାୟକ

ନବରଙ୍ଗପୁର: ବିଧାୟକ ହେବ ତ ଏମିତି। ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏହାର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାରେ ବିଧାୟକ। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

  • Wednesday, 21 July 2021
odisha
ଟ୍ରାଫିକ୍‌ ନିୟମ କୋହଳ ପରେ ବେଫିକର ଲୋକେ

ଯାଜପୁର: ନୂଆ ସଂଶୋଧିତ ମୋଟରଯାନ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ତେବେ ଲୋକମାନେ ଏହାକୁ ବିରୋଧ କରିବା ପରେ ୩ ମାସ ପାଇଁ ଟ୍ରାଫିକ୍‌ର କିଛି ନିୟମ କୋହଳ ହୋଇଥିଲା। ଏହି ସମୟ ମଧ୍ୟରେ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ସହ ଲୋକଙ୍କୁ ସଚେତନ ହେବା ପାଇଁ ତାଗିଦ କରାଯାଇଥିଲା। ହେଲେ ଲୋକେ ନିୟମ ପାଳନ କ’ଣ କରିବେ ବରଂ ଖାମ୍‌ଖିଆଲି ହୋଇ ଗାଡ଼ି ଚଲାଉଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଏଭଳି […]

  • Wednesday, 21 July 2021
beaten
ମହଙ୍ଗା ପଡ଼ିଲା ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା

ବାସୁଦେବପୁର: ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ଲୋକମାନେ କାବୁ କରି ବାନ୍ଧି ନିର୍ଧୂମ ମାଡ଼ ମାରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ଗାଁରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଗାଁର ମଣିଆ ମଲିକ ନାମକ ଜଣେ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ବଳରାମଗଡିର ଡଙ୍ଗା ଚାଳକ ତପନ ମଲିକଙ୍କ ନିକଟରେ କାମ କରନ୍ତି। ଏଥିପାଇଁ ତପନ, ବଣିକୁ ଆଗୁଆ ୧ଲକ୍ଷ ୩୦ଟଙ୍କା ଦେଇଥିଲେ। […]

  • Wednesday, 21 July 2021
odisha
ଚାକିରି ପାଇଁ ଫେକ୍‌ ସାର୍ଟିଫିକେଟ୍‌ ଦେଇଥିବା ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍‌ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଥରିଟି(ଓସେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯଦି କୌଣସି କର୍ମଚାରୀ ନିଯୁକ୍ତି ସମୟରେ ଜାଲ୍‌(ଫେକ୍‌) ସାର୍ଟିଫିକେଟ୍ ଦେଇଥିବା ନେଇ ଧରାପଡ଼ନ୍ତି ତେବେ ସେମାନଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହେବ। ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍‌ ସ୍ତରର କର୍ମଚାରୀ(ଓସେପା ଅଧୀନସ୍ଥ)ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ […]

  • Wednesday, 21 July 2021