/odishatv-khabar/media/post_attachments/uploadimage/library/16_9/16_9_0/bhagwan-ram-sita-best-hd-wallpaper_1626176723.jpg)
bhagwan-ram
ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଧରାବତରଣ କରିଥିଲେ ଯୁଗପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଏହି ଦିନକୁ ରାମନବମୀ କୁହଯାଉଥିବା ବେଳେ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି ୨୧ ଏପ୍ରିଲରେ ପଡ଼ୁଛି । ଆଉ ଏହି ଦିନ ନଅ ବର୍ଷ ପରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ମଧ୍ୟ ରହିଛି । ପୌରାଣିକ କଥାନୁସାରେ ମଧ୍ୟାହ୍ନ ୧୨ଟାରେ କର୍କଟ ଲଗ୍ନରେ ଏବଂ ଅଭିଜିତ୍ ମୁହୂର୍ତ୍ତରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀ ରାମ ।
ଜ୍ୟୋତିଷ ଶାସ୍ତ୍ରରେ କର୍କଟ ଲଗ୍ନର ସ୍ୱାମୀ ଚନ୍ଦ୍ରମା ଓ ପୁନର୍ବସୁ ନକ୍ଷତ୍ରର ସ୍ୱାମୀ ଦେବ ଗୁରୁ ବୃହସ୍ପତି ଅଟନ୍ତି । ପୁନର୍ବସୁ ନକ୍ଷତ୍ରକୁ ଶୁଭ ନକ୍ଷତ୍ର ମଧ୍ୟରେ ପରିଗଣିତ କରାଯାଏ । ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ କୁହାଯାଏ । ତାଙ୍କ ଶିକ୍ଷା ଓ ଦର୍ଶନକୁ ଆପଣାଇ ଜୀବନକୁ ଶ୍ରେଷ୍ଠ କରାଯାଇ ପାରିବ । ରାମନବମୀର ଅବସରରେ ପ୍ରଭୁ ଶ୍ରୀରାମଙ୍କର ପୂଜାର୍ଚ୍ଚନା କରାଯାଏ । ବ୍ରତ ରଖି ଭଗବାନଙ୍କ ଆରାଧନା କଲେ ଜୀବନରେ ଆସୁଥିବା ଦୁଃଖଦାରିଦ୍ର୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଚୈତ୍ର ନବରାତ୍ରୀର ଶେଷ ଦିନ ତଥା ୨୧ ଏପ୍ରିଲରେ ରାମନବୀମରେ ୯ ବର୍ଷ ପରେ ଗ୍ରହମାନଙ୍କର ଶୁଭ ସଂଯୋଗର ଯୋଗ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ସଂଯୋଗ ବିଶ୍ୱ ପାଇଁ ସୁଖଶାନ୍ତି ନେଇ ଆସିବ । ଏହା ପୂର୍ବରୁ ୨୦୧୩ରେ ଏପରି ଶୁଭ ସଂଯୋଗ ଆସିଥିଲା । ଆଉ ଏଥର ପୁଣି ଶୁଭ ସଂଯୋଗ ସୃଷ୍ଟି ହେଉଛି । ଏହି ସଂଯୋଗ ସକାଳ ୧୧.୦୫ରୁ ଦ୍ୱିପହର ୧ଟା ପର୍ଯ୍ୟନ୍ତ ରହିବ । ସଂଯୋଗବଶତଃ ଏହି ଦିନ ଅଶ୍ଳେଶା ନକ୍ଷତ୍ର, ଲଗ୍ନରେ ସ୍ୱଗ୍ରହୀ ଚନ୍ଦ୍ରମା, ସପ୍ତମ ଘରେ ଶନି, ଦଶମରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ଅବସ୍ଥାନ କରୁଛନ୍ତି ।
ରାମ ନବମୀର ଶୁଭ ମୂହୁର୍ତ୍ତ;
୨୧ ଏପ୍ରିଲ ୨୦୨୧ ରାତି ୦୦:୪୩ରୁ ନବମୀ ତିଥି ଆରମ୍ଭ
୨୨ ଏପ୍ରିଲ ୨୦୨୧ ରାତି ୦୦:୩୫ ରେ ନବମୀ ତିଥି ଶେଷ
ନବମୀ ପୂଜା ଶୁଭ ମୂହୁର୍ତ୍ତ ପୂର୍ବାହ୍ନ ୧୧.୦୨ରୁ ମଧ୍ୟାହ୍ନ ୧.୩୮ ମର୍ଯ୍ୟନ୍ତ
ମୋଟ ପୂଜା ସମୟ ଦୁଇ ଘଣ୍ଟା ୩୬ ମିନିଟ
ରାମନବମୀ ଦିନ ସକାଳୁ ଶୀଘ୍ର ବିଛଣା ତ୍ୟାଗ କରି ନିଜର ନିତ୍ୟକର୍ମ ଶେଷ କରି ଗାଧୋଇ ସଫା ପୋଷାକ ପିନ୍ଧିବା ଉଚିତ । ଏହାପରେ ହୋମ କୁଣ୍ଡ ସଫା କରି ଏବଂ ସେଥିରେ ସମିଧା, କର୍ପୁର ଓ ଘିଅ ଢ଼ାଳନ୍ତୁ ଏବଂ ସେଥିରେ ଅଗ୍ନି ପ୍ରଜ୍ୱଳିତ କରନ୍ତୁ । ଯୋଡ଼ ପିନ୍ଧି ହୋମରେ ବସନ୍ତୁ । ଭଗବାନ ଗଣେଶଙ୍କୁ ମନରେ ସ୍ମରଣ କରି ହୋମ ଆରମ୍ଭ କରନ୍ତୁ। ଭଗବାନ ଶ୍ରୀରାମଙ୍କ ନାଁରେ ଆହୁତି ଦିଅନ୍ତୁ। ଏହାପରେ ଶ୍ରୀରାମଙ୍କ ପରିବାର ସମେତ ସବୁ ଦେବୀ ଦେବତାଙ୍କ ନାଁରେ ଆହୁତି ପ୍ରଦାନ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)