Advertisment

ଘରେ ରହି ପାଓ ଭାଜିର ମଜା ନିଅନ୍ତୁ

ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, […]

author-image
Pramod Behera
ଘରେ ରହି ପାଓ ଭାଜିର ମଜା ନିଅନ୍ତୁ

1

ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, ଉପମା ଆଦି ଖାଉଥିବେ। ବର୍ତ୍ତମାନ ତ ଓଡ଼ିଶାର ସହରାଞ୍ଚଳରେ ସଟ୍ଡାଉନ୍ନ ଚାଲିଛି ତା’ ସହିତ ରବିବାର ବି ଅଛି। ସମସ୍ତେ ଘରେ ଥିବେ। ତେବେ ଏହି ସଟ୍ଡାଉନ୍ ଓ ରବିବାରକୁ କାହିଁକି ପାଓ ଭାଜିରେ ନ କାଟିବା! ବୋଧ ହୁଏ ଠେଲାବାଲା କି ହୋଟେଲବାଲାର ପାଓ ଭାଜି କଥା ଭାବି ଆପଣଙ୍କ ପାଟିରୁ ପାଣି ଆସିଯିବଣି। ତେବେ ବ୍ୟସ୍ତ ହୁଅନ୍ତୁ ନି। ସଟ୍ଡାଉନ୍ କାରଣରୁ ତ ଆପଣ ବାହାରେ ଏ ସବୁ ପାଇବେ ନାହିଁ। ତେବେ ଆମେ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ କହୁଛୁ, ଯାହା ଆପଣ ନିଜେ ଘରେ କରି ଏହାର ମଜା ନେ‍ଇପାରିବେ। ମାତ୍ର ୫ ମିନିଟ୍ରେ ଆପଣ ପାଓ ଭାଜି ବନେଇ ଖାଇପାରିବେ।

Advertisment

ପାଓ ଭାଜିର ସାମଗ୍ରୀ:

publive-image

  • ୧/୨ ଟେବୁଲ ସ୍ପୁନ ତେଲ
  • ଭଲଭାବେ କଟାହୋଇଥିବା ମାଖନ
  • ଗୋଟେ କପ୍ ଛୋଟ ଛୋଟ କଟା ପିଆଜ
  • ଗୋଟେ ଚା ଚାମଚ ଅଦା-ରସୁଣ ପେଷ୍ଟ୍
  • ଚଉଠେ ମାଖନ
  • ୧/୨ କପ୍ କଟା ବିଟ୍
  • ଗୋଟେ ଚା ଚାମଚ ଲଙ୍କା ଗୁଣ୍ଡ
  • ଗୋଟେ ଚା ଚାମଚ ପାଓ ଭାଜି ମସଲା
  • ୧/୨ କପ୍ ଟମାଟୋ ରସ
  • ଗୋଟେ ଗୋଛା ଧନିଆ
  • ୧/୨ କପ୍ କଟା ଲାଉ
  • ୧/୨ କପ୍ ଶିମ୍ଲା ଲଙ୍କା
  • ଗୋଟେ କପ୍ ଛୋଟ ଛୋଟ କଟା ଆଳୁ
  • ପାଓ ପାଇଁ ମାଖନ ଓ ପାଓ ଭାଜି ମସଲା

ପ୍ରଥମେ ଚୁଲାରେ କଡେଇ ବସେଇ ଏହା ଉପରେ ତେଲ ପକାନ୍ତୁ ଓ ତେଲକୁ କଡେଇ ସାରା କରନ୍ତୁ। ଏହା ପରେ ଏଥିରେ କଟା ମାଖନ ଓ ପିଆଜ ପକାନ୍ତୁ। ପିଆଜକୁ ସେପର୍ଯ୍ୟନ୍ତ ଭାଜନ୍ତୁ ଯେପର୍ଯ୍ୟନ୍ତ ଏହା ଗୋଲ୍ଡେନ୍ ବ୍ରାଉନ ନ ହୋଇଛି। ବର୍ତ୍ତମାନ ଏଥିରେ ଅଦା-ରସୁଣ ପେଷ୍ଟ୍ ପକେଇ ଭଲଭାବେ ମିଶାନ୍ତୁ।

Advertisment

publive-image

କିଛି ସମୟ ପରେ ଏଥିରେ କଟାଯାଇଥିବା ଲାଉ ଓ ଧନିଆକୁ ପକେଇ ଭଲଭାବେ ଗୋଳାନ୍ତୁ। ଏହାପରେ କଟା ଆଳୁ ପକେଇ ଦାବି ଦାବି ଗୋଳାନ୍ତୁ। ଏବେ ଏଥିରେ କଟା ବିଟ୍, ସ୍ଵାଦ ଅନୁସାରେ ଲୁଣ, ଲଙ୍କା ପାଉଡର୍ ଓ ପାଓ ଭାଜି ମସଲା ପକେଇ ଭଲଭାବେ ମସଲା ଓ ଟମାଟୋ ରସକୁ ଗୋଳାନ୍ତୁ।

publive-image

ଏହା ଉପରେ ଭାଜି ମସଲା ପକେଇ ଢାଙ୍କୁଣି ଦେଇ ୩ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ। ଏବେ ଆପଣଙ୍କ ଭାଜି ପ୍ରସ୍ତୁତ।

ଏହାପରେ ଗ୍ୟାସରେ ତାୱା ବସାନ୍ତୁ। ଏହା ଉପରେ ମାଖନ ପକାନ୍ତୁ। ପାଓକୁ ମଝିରୁ କାଟି ଏହା ଉପରେ ପାଓ ଭାଜି ମସଲା ପକେଇ ଏହାକୁ ତାୱାରେ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ନିଆଁରେ ଗରମ କରନ୍ତୁ।

ଏବେ ଆପଣଙ୍କ ପାଓ ଭାଜି ପ୍ରସ୍ତୁତ। ଏହାକୁ ଗରମ ଗରମ ପରଶି ନିଅନ୍ତୁ।

Advertisment
Advertisment