ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ଷ୍ଟ୍ରୋକ ଏକ ଗମ୍ଭୀର ସମସ୍ୟା ଅଟେ। ଯେ କୌଣସି ସ୍ଥାନରେ ଯେ କେହି ବି ଏହାର ଶୀକାର ହୋଇ ପାରନ୍ତି। ବିକଳାଙ୍ଗ ହେବାର ଅନ୍ୟତମ ମୁଖ୍ୟ ଲକ୍ଷଣ ହେଉଛି ଷ୍ଟ୍ରୋକ୍। ଷ୍ଟ୍ରୋକ୍ରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଯାହା ଜଣା ପଡିଛି, ଆମେ ଠିକ୍ ସମୟରେ ଚିକିତ୍ସା ନ କରିବାର ଦ୍ୱାରା ଏହା ଏପରି ଭୟଙ୍କର ପ୍ରତିଶୋଧ ନେଉଛି ମଣିଷଠାରୁ। ଅନ୍ୟପକ୍ଷେ ଠିକ୍ ସମୟରେ ଠିକ ଠିକ୍ ଚିକିତ୍ସା କଲେ ଏହି ରୋଗରୁ ଜଣେ ମୁକ୍ତି ପାଇ ପାରିବ।
ଏକ ସର୍ଭେରୁ ଜଣାଯାଇଛି ପ୍ରତି ବର୍ଷ ପ୍ରାୟ ପୃଥିବୀର ଦେଢ କୋଟି ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି। ଏଥିମଧ୍ୟରୁ ୫୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ। ୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।
କାହିଁକି ହୁଏ ଏହି ଷ୍ଟ୍ରୋକ୍
ଚିକିତ୍ସକଙ୍କ କହିବା ଅନୁଯାୟୀ, ମସ୍ତିଷ୍କର କୋଷିକାକୁ ରକ୍ତ ସଞ୍ଚାଳନ ନ ହେଲେ ଏପରି ପରିସ୍ଥିତି ସୃଷ୍ଟି ହୁଏ। ମସ୍ତଷ୍କର ଏହି କୋଷମାନଙ୍କୁ ଆବଶ୍ୟକ ପରିମାଣର ଅମ୍ଳଜାନ ଏବଂ ପୋଷଣ ନ ମିଳେ ତେବେ ମଣିଷ ଷ୍ଟ୍ରୋକର ଶିକାର ହୋଇଥାଏ।

